• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

2
ଜାଲରେ ପଡ଼ିଲା ୫୮ କିଲୋର ବିରାଟ ମାଛ

ଆଠଗଡ଼: ଜାଲରେ ଧରାପଡ଼ିଛି ଲୁପ୍ତ ପ୍ରଜାତିର ଏକ ବିରାଟ ମାଛ। ଯାହାର ଓଜନ ପାଖାପାଖି ୫୮ କେଜି ହୋଇଥିବାବେଳେ ଏହାର ଲମ୍ୱ ୫ଫୁଟ୍‌ ଥିବା ସୂଚନା ମିଳିଛି। କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପାଖ ଦେଇ ଯାଇଥିବା ମହାନଦୀରୁ ମତ୍ସ୍ୟଜୀବୀମାନେ ଏହି ମାଛ ଉଦ୍ଧାର କରିଛନ୍ତି। ସେମାନେ ଏହି ମାଛକୁ ବୋଦ ପ୍ରଜାତିର ମାଛ ବୋଲି କହିଛନ୍ତି। ସୂଚନା ଅନୁସାରେ ଗୋପିନାଥପୁର କୈବର୍ତ୍ତ ସାହିର ଧର୍ମାନନ୍ଦ ଖୁଣ୍ଟିଆ ଏବଂ କାମଦେବ ଖୁଣ୍ଟିଆ ସବୁଦିନ […]

  • Tuesday, 20 July 2021
Minister
ଚାରା ଘୋଟାଲା ନେଇ ପୁଣି ବାଣ ମାରିଲେ ଦାମ

ଭୁବନେଶ୍ୱର: ଚାରା ଘୋଟାଲା ନେଇ ଅାଜି ପୁଣି ବାଣ ମାରିଛନ୍ତି ଦାମ। ସେ ପୁଣି ତଥାକଥିତ ଢଙ୍ଗରେ ଉଠାଇଛନ୍ତି ଗଡ୍‌ଫାଦରଙ୍କ କଥା। ଗଡ୍‌ଫାଦରଙ୍କୁ ସମସ୍ତେ ଜାଣନ୍ତି, ଗଣମାଧ୍ୟମ ଖୋଜି ବାହାର କରୁ ବୋଲି ଦାମ କହିଛନ୍ତି। ଘୋଟାଲାରେ ସଂପୃକ୍ତ ଅଫିସରଙ୍କୁ ନିଲମ୍ବନ କରି ମନ୍ତ୍ରୀପଦ ଗଲା ଓ ପଦ ଗଲା ପରେ ସଂପୃକ୍ତ ଅଧିକାରୀ ପୁନଃ ଅବସ୍ଥାପିତ ହେଲେ ବୋଲି ଦାମ କହିଛନ୍ତି। ଏହା କେମିତି ସମ୍ଭବ ହେଲା ତାହା ଖୋଳତାଡ଼ କରିବା ଗଣମାଧ୍ୟମର ଦାୟିତ୍ୱ ବୋଲି […]

  • Tuesday, 20 July 2021
hospital
ଏକ୍ସପାଏରୀ ଇଞ୍ଜେକ୍‌ସନ୍‌କୁ ନେଇ ଉତ୍ତେଜନା

ମାଲକାନଗିରି: ଜଣେ ରୋଗୀଙ୍କୁ ଏକ୍ସପାଏରୀ ଇଞ୍ଜେକ୍‌ସନ୍‌ ଦେବା ନେଇ ମାଲକାନଗିରି ଜିଲ୍ଲା ଏମ୍‌.ଭି ୧୯ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଯେଉଁ ଔଷଧ ଦୋକାନୀ ଏହି ଇଞ୍ଜେକ୍‌ସନ୍ ଦେଇଥିଲେ ତାଙ୍କ ଦୋକାନ ବନ୍ଦ କରି ଦେବାକୁ ମଧ୍ୟ ଲୋକେ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୋପାଳ ମଣ୍ଡଳ ନାମକ ଜଣେ ବ୍ୟକ୍ତି କିଛି ଦିନ ହେବ ଦୁର୍ବଳ ଅନୁଭବ କରୁଥିଲେ। ତେଣୁ ତାଙ୍କୁ ଏମ୍‌.ଭି.୧୯ ଗ୍ରାମର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ […]

  • Tuesday, 20 July 2021
paradip
ଲଗାଣ ବର୍ଷାରେ ପାରାଦୀପ ସହର ବେହାଲ

ପାରାଦୀପ: ଲଗାଣ ବର୍ଷାରେ ପାରଦୀପ ସହର ବେହାଲ। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆ ବଜାର, ମଧୁବନ, ବଡ଼ପଡ଼ିଆ, ବୃନ୍ଦାବନ କଲୋନୀ, ଜିଜେଏଆଇ କଲୋନୀ, ଭୂୟାଁ ଛକ ଅଞ୍ଚଳ ଜଳମଗ୍ନ ହୋଇଛି। ନୂଆଗଡ ପଞ୍ଚାୟତର ମୂଷାଢିଆ ଗାଁରେ ବର୍ଷା ପାଣି ଘରେ ପଶିଯାଇଥିବା ଦେଖିବାକୁ ମିଳିଛି। ସେହିପରି ପାରାଦୀପ ଗଡ ପଞ୍ଚାୟତରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏହି […]

  • Tuesday, 20 July 2021
monsoon
ଆହୁରି ୩୬ ଘଣ୍ଟା ବର୍ଷିବ!

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆହୁରି ୩୬ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବା ନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷା ସହିତ ଝଡ଼ତୋଫାନ, ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସାଢ଼େ ୧୦ଟା ଯାଏ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ,ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ମୟୂରଭଞ୍ଜ, ଢେଙ୍କାନାଳ, […]

  • Tuesday, 20 July 2021
school close
ଲଗାଣ ବର୍ଷା ପାଇଁ କଟକରେ ସବୁ ସ୍କୁଲ ଓ କଲେଜ ଛୁଟି

କଟକ: ପ୍ରବଳ ବର୍ଷା ଯୋଗୁଁ କଟକରେ ଆଜି ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି। ଏତେ ବର୍ଷା ଯେ ଘରୁ ବାହାରି ହେଉନାହିଁ। ତେଣୁ ପିଲାଙ୍କ ସୁରକ୍ଷାକୁ ଦେଖି ତଥା ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନକ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଗତକାଲିଠୁ ବର୍ଷା ଲାଗି ରହିଥିବାରୁ କଟକ ସହରର  ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। ସହରର ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ […]

  • Tuesday, 20 July 2021
vlcsnap-error187
୫ ଘଣ୍ଟା ଅନ୍ଧାରରେ କଟକ ବଡ଼ ମେଡିକାଲ

କଟକ: କଟକ ବଡ଼ ମେଡିକାଲରେ ଦୀର୍ଘ ୫ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସକାଳ ୯ଟା ୨୦ରେ ଏସସିବି ମେଡିକାଲର କାଜୁଆଲ୍‌ଟି ବିଲ୍ଡିଂରେ ହଠାତ୍ ବିଦ୍ୟୁତ କଟିଯାଇଥିଲା। କାଜୁଆଲ୍‌ଟି ସମେତ ନ୍ୟୁ ଡେଙ୍ଗୁ, ପେଡିଆଟିକ୍ ଓ ଟ୍ରମା କେୟାର ବିଭାଗ ସଂପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା। ଏହାକୁ ନେଇ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଭୟଭୀତ ହୋଇଯାଇଥଇଲେ। ବିଦ୍ୟୁତ୍‌ କାଟ୍‌ ପରେ ଜେନେରେଟର ବି ସଂଯୋଗ ହୋଇପାରିନଥିଲା। ବିଦ୍ୟୁତ୍‌ ବିଭାଗ କର୍ମଚାରୀ ୫ଘଣ୍ଟା […]

  • Tuesday, 20 July 2021
vlcsnap-error204
ପାଟିରେ ୫୩୩ ଷ୍ଟ୍ର’ ରଖିଲେ ବ୍ରହ୍ମପୁରର ଯୁବକ

ବ୍ରହ୍ମପୁର: ପାଟିରେ ଏକାଥରକେ ୫୩୩ଟି ଷ୍ଟ୍ର’କୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ପୁରାଇ ଗିନିସ୍ ବୁକ୍ ଅଫ ୱାର୍ଲଡ୍‌ ରେକର୍ଡ ଲକ୍ଷରେ ବ୍ରହ୍ମପୁରର ମନୋଜ ମହାରଣା। ଏହା ପୂର୍ବରୁ ମୁମ୍ବାଇର ଜଣେ ଯୁବକ ୪୯୬ଟି ପାଇପ୍ ପୂରାଇ ରେକର୍ଡ କରିଥିଲେ। ସେହିପରି ୪୦ଟି ଜ୍ୱଳନ୍ତା ମହମବତୀକୁ ଏକାସଙ୍ଗେ ୪୦ ସେକେଣ୍ଡ ଧରି ପାଟିରେ ରଖିଥିଲେ ମନୋଜ। ମନୋଜଙ୍କ ପୂର୍ବରୁ ମୁମ୍ବାଇର ଦିନେଶ ଶିଭନାଥ ଉପାଧ୍ୟୟ ନାମକ ଜଣେ ଯୁବକ ୩୭ଟି ମହମବତୀ ରଖି ରେକର୍ଡ କରିଥିଲେ। ସେହିପରି ମନୋଜଙ୍କ […]

  • Tuesday, 20 July 2021
SWASATA PANTHI
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କର କେତେ ନିଜସ୍ୱ ତାକୁ ନେଇ ଦ୍ୱନ୍ଦ୍ୱ? କାରଣ  ଅାଜି ଅତିରିକ୍ତ ବଜେଟ ସଂପର୍କରେ ସୂଚନା ଦେଇ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ଯେଉଁ ସୂଚନା ଦେଇଥିଲେ ତାହା ରାଜ୍ୟ ସରକାରଙ୍କ ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଏକ ଅମ୍ବ୍ରେଲା ଯୋଜନା, ଯେଉଁ ଥିରେ ୧୩ଶହ ୭୫ କୋଟି ରାଜ୍ୟର ଓ ୭ ଶହ କୋଟି ଟଙ୍କା କେନ୍ଦ୍ରର ବୋଲି କହିଥିଲେ […]

  • Tuesday, 20 July 2021
ELECTION
ପିନାକୀ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଧାର୍ଯ୍ୟ ସମୟ ସୀମା ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତିକୁ ଦେଖି ବିଜେଡିର ତତ୍ପରତା। ଲୋକସଭା ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସଙ୍ଗରେ ହେବା ଦଳ ଚାହୁଁଛି। ବିଜେଡି ସାଂସଦ ପିନାକୀ ମିଶ୍ର ଆଜି ନିର୍ବାଚନ କମିଶନଙ୍କୁ ଭେଟି ଏକା ସାଙ୍ଗରେ ନିର୍ବାଚନ କରାଇବାକୁ ଦାବି କରିଛନ୍ତି। ସେହିପରି ଦଳ ଦୁଇ ବର୍ଷ ହେଲା ଏହି ଦାବି କରିଆସୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକା ସାଙ୍ଗରେ ନିର୍ବାଚନ […]

  • Tuesday, 20 July 2021
vlcsnap-error520
ରଙ୍ଗିଲା ଜେଲର୍‌ଙ୍କ ଆଉ ଏକ କାରନାମା

ଭୁବନେଶ୍ୱର: ଏକାଧିକ ଯୁବତୀ ଏବଂ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ଭଦ୍ରକ ଜେଲର୍ ଚିନ୍ମୟ ପାତ୍ର। ଜଣଙ୍କ ପରେ ଜଣେ ମହିଳା ଚିନ୍ମୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କିଛି ଦିନ ତଳେ ଜଣେ ଇଂଜିନିୟରିଂ ଛାତ୍ରୀ ଚିନ୍ମୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏବେ ଅାଉ ଜଣେ ବିବାହିତା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳ ଏହି ମହିଳାଙ୍କ ସହ ପ୍ରଥମେ ରଙ୍ଗ୍‌ ନମ୍ବରରୁ କଲ୍, ପରେ ପ୍ରେମ ନିବେଦନ […]

  • Tuesday, 20 July 2021
vlcsnap-error596
ମର୍ମନ୍ତୁଦ ଦୁର୍ଘଟଣାରେ ୩ ମୃତ, ୫ ଅାହତ

କଟକ: କଟକ-ପାରାଦୀପ ରାସ୍ତାର ପଥୁରିଆଗଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ଅାହତ ହୋଇଛନ୍ତି। ଦ୍ରୁତ ଗତିରେ ଯାଉଥିବା କାର୍‌ଟି ସ୍କୁଟିକୁ ଧକ୍କା ଦେଇ କାରଟି ଓଲଡି ପଡ଼ିଥିଲା। ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ କାର୍‌ରେ ଥିବା ୫ ଜଣ ଅାହତ ହୋଇଛନ୍ତି। ଅାହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଟକ ପାରାଦୀପ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ଚିନ୍ତାର କାରଣ ହୋଇଛି।

  • Tuesday, 20 July 2021
pinaki
ଅାଗୁଅା ନିର୍ବାଚନ ସପକ୍ଷରେ ବିଜେଡି, ନିର୍ବାଚନ କମିଶନଙ୍କୁ ଭେଟିଲେ ପିନାକୀ

ଭୁବନେଶ୍ୱର: ଓଡ଼ିଶାରେ ବି ହୋଇପାରେ ଅାଗୁଅା ନିର୍ବାଚନ। ଅାଜି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଭେଟି ଅାଲୋଚନା କରିଛି ବିଜେଡି। ଦଳ ପକ୍ଷରୁ ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନଙ୍କୁ ଭେଟି ଏ ନେଇ ଅାଲୋଚନା କରିଛନ୍ତି। ନିର୍ବାଚନ କମିଶନଙ୍କୁ ଭେଟି ଫେରିବା ପରେ ପିନାକୀ ମିଶ୍ର କହିଛନ୍ତି, ଅାଗୁଅା ନିର୍ବାଚନ ପାଇଁ କେନ୍ଦ୍ର ଯୋଜନା କରୁଛି। ଯଦି ଅାଗୁଅା ନିର୍ବାଚନ ହୁଏ, ଓଡ଼ିଶାକୁ ତା’ ସହ ସାମିଲ କରାଯାଉ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପିନାକୀ […]

  • Tuesday, 20 July 2021
sashi bhushan
ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ

ଭୁବନେଶ୍ୱର : ହୋ ହାଲ୍ଲା ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ଗୃହରେ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଶିକ୍ଷା ସହାୟକଙ୍କ ଦରମା ବାବଦକୁ ୭୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଋଣର ସୁଧ ପଇଠ ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ସହିତ ଏକକ ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୪୧ କୋଟି ଟଙ୍କାର ବ୍ୟବସ୍ଥା […]

  • Tuesday, 20 July 2021
dama---on-sapling-up
ବିଜେଡିର ବରିଷ୍ଠ ନେତା ଦାମ ରାଉତଙ୍କ ଅାଉ ଏକ ବାଣ

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ଅାଉ ଏକ ବାଣ। ୧୭ କୋଟି ନୁହେଁ, ୧୦୦ କୋଟି ଟଙ୍କାର ଚାରା ଘୋଟାଲା ହୋଇଥିବା ଅଭିଯୋଗ ଅାଣିଛନ୍ତି ଦାମ। ଗତକାଲି ଗୃହରେ କୃଷିମନ୍ତ୍ରୀଙ୍କ ଉତ୍ତର ଉପରେ ଅାଜି ଦାମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୧୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ମୟୂରଭଂଜ ଜିଲ୍ଲା ପାଇଁ ୫୯ କୋଟିର ଅର୍ଗାନିକ ସାର ଅାସିଥିଲା। ଗଛ ମୂଳରେ ସାର ଦିଅାଯାଇଥାନ୍ତା, ଗଛ କିନ୍ତୁ […]

  • Tuesday, 20 July 2021
ass
ଅାରମ୍ଭରୁ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର : ଅାଜି ବିଧାନସଭା ଅାରମ୍ଭରୁ ହଟ୍ଟଗୋଳ ହୋଇଛି। ଗୃହକାର୍ଯ୍ୟ ଅାରମ୍ଭ ହେବା ମାତ୍ରେ ବିରୋଧୀମାନେ ହଙ୍ଗାମା କରିଥିଲେ। ତେଣୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ କରିଥିଲେ। ଅାଜି ବିଧାନସଭାରେ ଉପସ୍ଥାପିତ ହେବାର ଅଛି ଅତିରିକ୍ତ ବଜେଟ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସ୍ଥାପନ କରିବେ । ୧୨ ହଜାର ୭୬୮ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ରହିଛି । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ, ଶିଳ୍ପ, କୃଷି ଅାଦି […]

  • Tuesday, 20 July 2021
temple-up
ଅାଜି ହେବନି ଶ୍ରୀମନ୍ଦିର ଶୁଣାଣି

ଭୁବନେଶ୍ୱର : ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ଶୁଣାଣି ଅାଜି ସୁପ୍ରିମ୍‌କୋର୍ଟରେ ହେବନି। ଅାଜି ହେବାକୁ ଥିବା ଶୁଣାଣି ଘୁଞ୍ଚି ଯାଇଛି। ସୁପ୍ରିମ୍‌କୋର୍ଟଙ୍କୁ ଅାଉ ୪ ସପ୍ତାହ ସମୟ ମାଗିଛନ୍ତି ଅାମିକ୍‌ସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍।   ଶ୍ରୀମନ୍ଦିର ଯାଞ୍ଚ କରି ରିପୋର୍ଟ ପରେ ପରବର୍ତ୍ତୀ ଶୁଣାଣି ହେବ। ଏ ସମ୍ପର୍କରେ ଅାବେଦନକାରୀ ପକ୍ଷ ଓକିଲ ଶୁଭ୍ରାଂଶୁ ପାଢୀ ସୂଚନା ଦେଇଛନ୍ତି। ପୂର୍ବରୁ ଜୁନ୍ ୮ ଓ ଜୁଲାଇ ୫ରେ ଦୁଇଥର ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ୧୨ଟି […]

  • Tuesday, 20 July 2021
Jajpur
୧୪ ଲକ୍ଷ ଟଙ୍କା ଜବତ 

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ରେଙ୍ଗାଲି ବନ୍ଧରେ ଯାଉଥିବା ଏକ ବୋଲେରୋରୁ  ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଫ୍ଲାଇଂ ସ୍କ୍ୱାଡ୍‌ ଓ କାଳିଆ ପାଣି ପୁଲିସ୍‌ ଏହି ଟଙ୍କା ଜବତ କରିଛନ୍ତି।  ଏକ ଟ୍ରାନ୍ସପୋର୍ଟ କଂପାନି ପକ୍ଷରୁ ଏହି ଟଙ୍କା ନିଆଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ପୁଲିସ୍‌ ଅଟକ ରଖିଛି। ତେବେ ଏତେ ଟଙ୍କା କାହିଁକି ନିଆଯାଉଥିଲାଏନେଇ ପୁଲିସ୍  ତଦନ୍ତ କରୁଛି।  

  • Tuesday, 20 July 2021
modi
ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ନରେନ୍ଦ୍ର ମୋଦି। ଏଥିସହ ସମସ୍ତଙ୍କ ସ୍ୱପ୍ନ ସାକାର ହେଉ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ଓଡ଼ିଆ ନବବର୍ଷ ଏବଂ ମହାବିଷୁବ […]

  • Tuesday, 20 July 2021
puri
ପୁରୀରେ ମିନି ମାରାଥନ

ପୁରୀ(ମଧୁସୂଦନ ମିଶ୍ର): ସାଧାରଣ ନିର୍ବାଚନରେ କିଭଳି ଶତ ପ୍ରତିଶତ ମତଦାନ ହୋଇପାରିବ,ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ମିନି ମାରାଥନର ଆୟୋଜନ କରାଯାଇଛି। ଏହି ଅବସରରେ ନାଗାମେଢ,ଘୋଡାନାଚ, ଫୁଲମେଢ,ଘୁଡକି ଆଦି ବିଭିନ୍ନ ପାରମ୍ପରିକ ନୃତ୍ୟକଳା ପ୍ରଦର୍ଶିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ,ଦିବ୍ୟାଙ୍ଗ ଓ ଭୋଟରମାନେ ସାମିଲ ହୋଇଥିଲେ। ଏହି ମିନି ମାରାଥନକୁ ସିଂହଦ୍ୱାର ନିକଟରୁ ପତାକା ଦେଖାଇ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ, ଏସପି,ପୌର କାର୍ଯ୍ୟର୍ନିବାହୀ ଅଧିକାରୀ […]

  • Tuesday, 20 July 2021
fire
ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ

ଜୟପୁର(ଟି.ଗୌରୀଶଙ୍କର) :କୋରାପୁଟ ଜିଲ୍ଲା ବନଖଣ୍ଡ ଅର୍ନ୍ତଗତ ଜୟପୁର ଘାଟିରେ ଥିବା ଜଙ୍ଗଲରେ ନିଆଁ ଲାଗିଛି। ଗତକାଲିଠୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଯୋଗୁ ଜଙ୍ଗଲରେ ଥିବା ଲକ୍ଷାଧିକ ମୂଲ୍ୟର ଗଛ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।

  • Tuesday, 20 July 2021
guru-up
ଅାଜି ଗୁରୁ ଦିବସ

ଅାଜି ଗୁରୁ ଦିବସ । ଗୁରୁଙ୍କୁ ପୂଜା, ସ୍ମରଣ ଓ ଗୁରୁଙ୍କ ଅାଦର୍ଶରେ ନିଜକୁ ଅନୁପ୍ରାଣିତ କରିବାର ଏକ ପବିତ୍ର ଅବକାଶ । ୧୮୮୮ ମସିହା ସେପ୍ଟେମ୍ବର ଅାଜିର ଦିନରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମଗ୍ରହଣ କରିଥିଲେ । ରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଜନ୍ମଦିନ ପାଳନ ଲାଗି ବହୁ ଛାତ୍ର ଅନୁମତି ମାଗିବାରୁ ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳିବା ପାଇଁ ରାଧାକ୍ରିଷ୍ଣନ ପରାମର୍ଶ ଦେଇଥିଲେ । ୧୯୬୨ ମସିହାଠାରୁ ପ୍ରତିବର୍ଷ […]

  • Tuesday, 20 July 2021
Bolangir
ବଲାଙ୍ଗିରରେ ପ୍ରାକ୍‌ ନିର୍ବାଚନୀ ହିଂସା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଆସନ୍ତା ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ହେବାକୁ ଥିବାବେଳେ ବଲାଙ୍ଗିରରେ ରାଜନୈତିକ ହିଂସା ଦେଖାଦେଇଛି। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଥିବା ବିଜେଡି ଅଫିସ୍‌ରେ ପଶି କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବିଜେଡିର ପ୍ରଫୁଲ୍ଲ ମେହର ନାମକ ଜଣେ କର୍ମୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବଲାଙ୍ଗିର ବିଜେଡି ବିଧାୟକ […]

  • Tuesday, 20 July 2021
pana-sankranti
ଆଜି ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ଏଥିପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ସକାଳୁ ସକାଳୁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ। ଏହି ଦିନଟିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଇଥାଏ। ବର୍ଷ ଆରମ୍ଭ ହେଉଥିବାରୁ ଲୋକମାନେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚାନା କରିବା ସହ ଭୋଗ କରିବାର ପରମ୍ପରା ରହିଛି। ବିଭିନ୍ନ […]

  • Tuesday, 20 July 2021
Jayanti
ଆଜି ହନୁମାନ ଜୟନ୍ତୀ: ବିଭିନ୍ନ ସହରରେ ବାହାରିବ ଆଖଡ଼ା ଶୋଭାଯାତ୍ରା 

ଭୁବନେଶ୍ୱର: ଆଜି ହନୁମାନ ଜୟନ୍ତୀ। ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ହନୁମାନ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗିଛି। ଲୋକେ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଛନ୍ତି। ବିଶେଷ କରି ସମ୍ବଲପୁର, ବ୍ରହ୍ମପୁର ସହର ଉତ୍ସବମୁଖର ହୋଇ ଉଠିଛି। ବ୍ରହ୍ମପୁର ସହରର ରାମଲିଙ୍ଗା ଟ୍ୟାଙ୍କ ରୋଡ୍, ହିଲପାଟଣା ସମେତ ବିଭିନ୍ନ ହନୁମାନ ମନ୍ଦିରରେ ଧୁମ୍ ଧାମରେ ହନୁମାନ ଜୟନ୍ତୀ ପାଳନ ହେଉଛି। ସେହିପରି ସମ୍ବଲପୁରର ବିଭିନ୍ନ ପଡାରୁ ଆଜି ଆଖଡା ଶୋଭାଯାତ୍ରା […]

  • Tuesday, 20 July 2021