ତେଲକୋଇ: ଧାନ ଖାଇବାକୁ ଆସିଥିବା ବେଳେ ପାଣି ଭର୍ତ୍ତି ଏକ ଖାଲରେ ପଡ଼ି ଯାଇଥିଲେ ଦୁଇଟି ହାତୀ। ସେଥିରୁ ଗୋଟିଏ ବାହାରି ପଳାଇ ଯାଇଥିବା ବେଳେ ଆଉ ଗୋଟିଏ ରହି ଯାଇଥିଲା। ବନ କର୍ମଚାରୀମାନେ ହାତୀଟିକୁ ସେଠାରୁ ଉଦ୍ଧାର କରି ଥିଲେ। କିନ୍ତୁ ଖାଲରୁ ଉଦ୍ଧାର ହେବା ପରେ ହାତୀଟି ଫରେଷ୍ଟରଙ୍କୁ ଶୁଣ୍ଢରେ ଧରି ତଳେ କଚାଡ଼ି ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ […]
ଭୁବନେଶ୍ୱର: ଏଣିକି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଭୋଟରମାନେ ସିଧାସଳଖ ଭୋଟ ଦେଇ ଏମାନଙ୍କୁ ଚୟନ କରିବେ। ଏପରିକି ଉପାଧ୍ୟକ୍ଷ, ଡେପୁଟି ମେୟର ପଦ ପାଇଁ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତ ଆଇନ୍ ଖୁବ୍ଶୀଘ୍ର ବିଧାନସଭାକୁ ସଂଶୋଧନ ପାଇଁ ଆସିବ ବୋଲି ଜଣାପଡ଼ଛି। […]
ଭୁବନେଶ୍ୱର: ବୈତରଣୀରେ ବନ୍ୟା ପରିସ୍ଥିତି। ଏଥିପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ୧୮.୪୭ମିଟର ଉପରେ ଜଳ ପ୍ରବାହିତ ହେଉଛି। ଏଥିଯୋଗୁ ଭଣ୍ଡାରୀ ପୋଖରୀ ବ୍ଲକର ୯ଟି ପଞ୍ଚାୟତ ସହ ଧାମନଗରର ୨୦ରୁ ଅଧିକ ପଞ୍ଚାୟତ ଜଳମଗ୍ନ ହୋଇପଡ଼ିଛି। ସେହିପରି ଧାମନଗର, ଚାନ୍ଦବାଲି, ତିହିଡି ଓ ଭଦ୍ରକ ବ୍ଲକରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି। ଆରଡି- ଯାଜପୁର ଓ ଆରଡି-ଭଦ୍ରକ […]
ଭୁବନେଶ୍ୱର: ଖରା ବର୍ଷାରେ ଅହୋରାତ୍ର ଅାନ୍ଦୋଳନକୁ ବିତିଲାଣି ୨୩ ଦିନ। ଦାବି ପୂରଣ ପାଇଁ ସରକାରଙ୍କ ଦରଦ ତ ନାହିଁ ବରଂ ନିଲମ୍ବନର ନାଲି ଅାଖି ଦେଖାଇ ଶିକ୍ଷକ ଅାନ୍ଦୋଳନକୁ ଭଣ୍ଡୁର କରିବାକୁ ଚାଲିଥିବା ଚକ୍ରାନ୍ତକୁ ନେଇ ତାତିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ସଫା ସଫା ଶୁଣାଇଛନ୍ତି ଦାବି ପୂରଣ ନହେଲେ ଧାରଣରୁ ଉଠିବୁନି। ଏଭଳି ସ୍ଥିତିରେ ଶିକ୍ଷକଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବାଧାପ୍ରାପ୍ତ ହୋଇଥିବାରୁ […]
ଭୁବନେଶ୍ୱର: ବନ୍ୟା ପାଇଁ ୪ ଜିଲ୍ଲାକୁ ସତର୍କ କଲେ ରାଜସ୍ୱ ମନ୍ତ୍ରୀ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝରକୁ ବନ୍ୟା ପାଇଁ ସତର୍କ କରାଯାଇଛି। ବନ୍ୟା ଯୋଗୁଁ ୧୦ ରୁ୧୨ଟି ତହସିଲ ଅଞ୍ଚଳ ପ୍ରଭାବିତ ହେବ ବୋଲି କୁହାଯାଇଛି। ଏଥିପାଇଁ କାଲି ଏହି ୪ଟି ଜିଲ୍ଲାର ସବୁ ସରକାରୀ ଛୁଟି ବାତିଲ ହୋଇଛି। NDRF, ଓଡ୍ରାଫ୍ ଟିମ୍ ସହ ସଜାଗ ରହିଥିବା କଥା କହିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। ବର୍ଷା ଛା଼ଡ଼ିଛି, ହେଲେ ବଢ଼ିଯାଇଛି ଦୁର୍ଦ୍ଦଶା। ୩ ଦିନର […]
ଭୁବନେଶ୍ୱର: ଓମ୍ଫେଡ୍ ପଲିଥିନ୍ ପାଉଚ୍ କିଣାରେ ହୋଇଛି ୨୪ କୋଟି ଟଙ୍କାର କିକ୍ ବ୍ୟାକ୍। ଗତକାଲି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅାଣିଥିବା ଏହି ଅଭିଯୋଗର ସତ ପରଖିଛି ଓଟିଭି। କେବଳ ଦାମ ନୁହଁନ୍ତି, ଘୋଟାଲାକୁ ନେଇ ପୂର୍ବରୁ ତତ୍କାଳୀନ ଓମ୍ଫେଡ୍ ଏମ୍ଡି ମଧୁସୂଦନ ପାଢ଼ୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ୫ ପୃଷ୍ଠାର ଏହି ଅଭିଯୋଗ ପତ୍ରରେ ୨୪ କୋଟି ୨ଲକ୍ଷ ଟଙ୍କାର କିକ୍ ବ୍ୟାକ୍ ହୋଇଥିବା […]
ଭୁବନେଶ୍ୱର: ତେଲେଙ୍ଗାନାରେ ବିଧାନସଭା ଭଙ୍ଗ ଓ ରାଜନୈତିକ ହଲଚଲ୍ ପରେ ଓଡିଶାରେ ପଡ଼ିଛି ସାଇଡ୍ ଇଫେକ୍ଟ। ତେବେ ବିଜେଡି ଟିଅାରଏସ ରାସ୍ତାରେ ଯିବ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା। ଏଣେ ଅାଗୁଅା ନିର୍ବାଚନ ଚର୍ଚ୍ଚା ଭିତରେ ଧୀରେ ଧୀରେ କାର୍ଡ ଖୋଲୁଛି ବିଜେଡି। କେନ୍ଦ୍ର ସରକାର ଯଦି ଅାଗୁଅା ନିର୍ବାଚନ କରାନ୍ତି ତେବେ ରାଜ୍ୟ ସରକାର ମଧ୍ୟ ବିଧାନସଭା ଭାଙ୍ଗିବାକୁ ବାଧ୍ୟ ହେବେ ବୋଲି ଦଳ କହିଛି। ଅନ୍ୟପକ୍ଷରେ ଅାଗୁଅା ଅତିରିକ୍ତ ବଜେଟ୍ ଅାଣିବା ଓ […]
କଟକ: ଶପିଂ ମଲ୍ରେ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ। ଆଜି ଏମିତି ଏକ ହୃଦୟବିଦାରକ ଘଟଣା କଟକରେ ଘଟିଛି। କମିଶନରେଟ୍ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଭଗତପୁର ଯୁବତୀ ଜଣକ କଟକ ବଜ୍ରକବାଟି ରୋଡ ସ୍ଥିତ ଏକ ଶପିଂ ମଲ୍ରେ କାମ କରନ୍ତି। ଆଜି ଅପରାହ୍ନ ୩ଟା ବେଳେ ମଲ୍କୁ ଆସିଥିଲେ। ସମସ୍ତଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ପରେ ଶପିଂ ମଲ୍ରେ ଥିବା ଷ୍ଟୋର ରୁମରେ କେହି ନଥିବାର ସୁଯୋଗ ନେଇ ସେ ବେକରେ […]
କାହା ପାଇଁ ସେ ଥିଲେ ଝଡ଼ର ଇଗଲ। କାହା ପାଇଁ ଥିଲେ ପୁଣି ଧରଣୀର କୃଷ୍ଣସାର। କିଏ ତାଙ୍କୁ କହୁଥିଲା କଳିଙ୍ଗ ସମ୍ରାଟ। କିଏ ପୁଣି କହୁଥିଲା କ୍ଷୁଧିତ ଖାରବେଳ। ଅନେକଙ୍କ ପାଇଁ ସେ ଥିଲେ ସ୍ୱପ୍ନର ସୌଦାଗର, ସ୍ୱାଭିମାନର ସଂଗ୍ରାମୀ। ପୁଣି କିଛି ଲୋକଙ୍କ ପାଇଁ ସେ ଥିଲେ ମେଗାଲୋମାନିଆକ୍, ମେଫିଷ୍ଟୋଫେଲିସ୍। ସେ ହେଉଛନ୍ତି ବିଜୟାନନ୍ଦ ପଟ୍ଟନାୟକ, ସଂକ୍ଷେପରେ ବିଜୁ ପଟ୍ଟନାୟକ, ଲୋକମୁଖରେ ବିଜୁବାବୁ। ଆଡ୍ଭେଞ୍ଚର ସ୍ପୋର୍ଟସ, ସାଇକ୍ଲିଂ, ପୋଲ୍ ଭଲ୍ଟ, ପାଇଲଟିଂ, ଏଣ୍ଟ୍ରପ୍ରେନ୍ୟୁରଶିପ୍, ଟ୍ରେଡିଂ, […]
ଭୁବନେଶ୍ୱର: ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ ପ୍ରଦର୍ଶନ ବେଳେ ଗୁଳିମାଡ଼। ପ୍ରତିବାଦରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିକଟରେ ବିଜେପିରୁ ଆଶି ବିଜେଡିରେ ମିଶିଥିବା ରବିପାତ୍ରଙ୍କ ଅଭିଯୋଗ ହେଲା, ପେଟ୍ରୋଲ ପମ୍ପ ଅାଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ବେଳେ ଚିନ୍ମୟ ବଡ଼ଜେନା ନାମକ ଜଣେ ବ୍ୟକ୍ତି ପାଖକୁ ଡାକି ଗୁଳିମାଡ଼ କରିଥିଲେ। ଏଥିରୁ ରବିପାତ୍ର ଅଲ୍ପକେ ବର୍ତ୍ତି ଯାଇଥିବାବେଳେ ଗୁଳିଟି ନିକଟରେ ଥିବା ଗାଡ଼ିରେ ବାଜିଥିଲା। ଘଟଣା ପରେ ଉକ୍ତ ଅଞ୍ଚଳରେ ଅସନ୍ତୋଷ […]
ଭୁବନେଶ୍ୱର:ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ। ହଟ୍ଟଗୋଳ ଯୋଗୁ ଗୃହକୁ ବାରମ୍ବାର ମୁଲତବି କରିଛନ୍ତି ବାଚସ୍ପତି। ଅାଜି ଗୃହ ଅାରମ୍ଭ ହେବା ମାତ୍ରେ ତୈଳ ଦରବୃଦ୍ଧିକୁ ନେଇ ବିଜେଡି ବିଧାୟକମାନେ ହୋ ହଲ୍ଲା କରିଥିଲେ। ଲଗାତାର ତେଲ ଦର ବଢ଼ୁଥିବାରୁ ଗୃହରେ ଏହାର ପ୍ରତିବାଦ କରିଛି ଶାସକ ଦଳ। ଗୃହରେ ବିଜେଡି ବିଧାୟକମାନେ ନିଜ ନିଜ ଅାସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ସେପଟେ ଗତ ୨୩ ଦିନ ଧରି ଧାରଣାରେ ବସିଥିବା ଶିକ୍ଷକଙ୍କ ପାଇଁ ହଟ୍ଟଗୋଳ […]
ଭୁବନେଶ୍ୱର: କେନ୍ଦ୍ର ସରକାର ବାରମ୍ବାର ତେଲ ଦର ବୃଦ୍ଧି କରୁଥିବା ଅଭିଯୋଗ କରି ବିଜେଡି ଆଜି ରାସ୍ତାକୁ ଓହ୍ଲାଇଛି। ଦଳର ଯୁବ, ଛାତ୍ର ସଂଗଠନ ଓ ମହିଳା ମୋର୍ଚ୍ଚା ତରଫରୁ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଥିଲା। ୧୦ଟାରୁ ୧୨ଟା ଯାଏ ୨ ଘଣ୍ଟା ଧରି ଲୋକଙ୍କୁ ସଚେତନ କରାଯିବା ସହିତ ଲିଫ୍ଲେଟ୍ ବଣ୍ଟାଯାଇଥିଲା। ଆଜି ବିଧାନସଭା ମୁଲତବୀ ପରେ ବିଜେଡି ବିଧାୟକମାନେ ପେଟ୍ରୋଲ ଟାଙ୍କିକୁ ଯାଇଛନ୍ତି ଏବଂ ତେଲ ଦର ବୃଦ୍ଧି […]
ଭୁବନେଶ୍ୱର: ଲକ୍ଷ୍ମୀସାଗରର ହଳଦୀପଡ଼ିଆ ବସ୍ତିରେ କଟକର ଅବକାରୀ ବିଭାଗ ଚଢ଼ଉ କରି ବ୍ରାଉନ୍ସୁଗାର ଜବତ କରିଛି। ଏହି ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ଉ କରିଛି। ଖୋର୍ଦ୍ଧା ଜିଲ୍ଲା ନୂଆ ଗାଁ ଓ କଟକର ଗାନ୍ଧି ନଗରରୁ ବ୍ରାଉନ୍ସୁଗାର ସହିତ ୮ କେଜି ଗଂଜେଇ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ […]
ପୁରୀ: ଜଳବନ୍ଦୀରୁ ମୁକ୍ତ ହେବେ ପୁରୀ ପୌର ପରିଷଦ ୧ ନମ୍ବର ୱାର୍ଡ ସୁଜାତାନଗର ଅଞ୍ଚଳର ହଜାର ହଜାର ଲୋକ। ଗତ ରଥଯାତ୍ରା ସମୟରୁ ଏହି ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା। ଗତକାଲି ମଧ୍ୟରାତ୍ରିରୁ ଜାତୀୟ ରାଜପଥକୁ କଟାଯାଇ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣାସ୍ଥଳରେ NH ଅଧିକାରୀ, ମାଜିଷ୍ଟ୍ରେଟ୍ ଓ ପୁଲିସ୍ ଉପସ୍ଥିତ ରହି ଏନଏଚକୁ ଅସ୍ଥାୟୀ ଭାବେ କାଟିଥିଲେ। ଏହା ଫଳରେ ପାଣି ନିଷ୍କାସନ ହେଉଛି। ଏହି ଅଞ୍ଚଳରୁ ପାଣି କମିଲେ ଦୀର୍ଘଦିନରୁ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆ ଭୁବନ ଗାଁରେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଯିବାରୁ ଜଣେ ମହିଳା ଓ ତାଙ୍କ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଦ୍ୱୟ ହେଲେ ମମତା ପୋଥାଳ ଓ ତାଙ୍କ ଝିଅ ଜ୍ୟୋତ୍ସ୍ନାମୟୀ। ମମତାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ମଧ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରୁ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇଥିଲା। ଆଜି ସକାଳେ ଜୋତ୍ସ୍ନାମୟୀ ଚା’ କରିବା ପାଇଁ ଦିଆସିଲି ମାରିବା ମାତ୍ରେ […]
ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଛକରେ ସଡ଼କ ଦୁର୍ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ। ବନ୍ଧମୁଣ୍ଡା ଛକରେ ସ୍କୁଲ୍ ପିଲାଙ୍କୁ ଏକ ବସ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସ୍କୁଲ ଯିବାପାଇଁ ଆଜି ସକାଳେ ୨ ଛାତ୍ର ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଜଣେ ଛାତ୍ର ଓ ତାଙ୍କର ମାଆଙ୍କ ଅବସ୍ଥା ଗୁରୁତର ଥିବାବେଳେ, ଆଉ ଜଣେ […]
ବରଗଡ଼: ବରଗଡ ବରାହଗୋଡା ସ୍ଥିତ ପରରାପାଟ ମନ୍ଦିର ନିକଟରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୁଲିସ୍ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବସ୍ଟି ବସ୍ଷ୍ଟାଣ୍ଡ୍ରୁ ବାହାରି ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ବରହାଗୋଡ଼ାରେ ଏକ ଟ୍ରକ୍ […]
ମାଲକାନଗିରି: ରୋଗୀ ବଦଳରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ। ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ୍ ଆମ୍ବୁଲାନ୍ସର ପିଛା କରିଥିଲା। ହେଲେ ପୁଲିସ୍ ହାବୁଡ଼ରୁ ବଞ୍ଚିବାକୁ ଆମ୍ବୁଲାନ୍ସ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ରାସ୍ତା ତଳକୁ ଖସିଗଲା। ଏହା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ମୁଦୁଲିପଡ଼ା […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଜି ରାଜ୍ୟର କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ,କନ୍ଧମାଳ, ବରଗଡ଼, ନୂଆପଡ଼ା, ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ, ଦେବଗଡ଼, କଳାହାଣ୍ଡି ଓ ସୋନପୁର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଦିନ ୧୦ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ […]
ଭୁବନେଶ୍ୱର: ପ୍ରବଳ ବର୍ଷା ସମ୍ଭାବନା ନେଇ ଆଜି ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହିପରି ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ। ଏନେଇ ରାଜ୍ୟ ସରକାର ଗତକାଲି ଛୁଟି ଘୋଷଣା କରିଥିଲେ । ତେବେ ଅନ୍ୟ ଜିଲ୍ଲାରେ ପରିସ୍ଥିତି ଦେଖି ସ୍କୁଲ ଛୁଟି ଘୋଷଣା କରିବାର ନିଷ୍ପତ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନେବେ । ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ସହ ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ […]
ଭୁବନେଶ୍ୱର : ବଦଳୁଛି ନିର୍ବାଚନ ପ୍ରଚାରର ଟ୍ରେଣ୍ଡ। ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପହଞ୍ଚିବା ପାଇଁ ସୋଶାଲ ମିଡିଅାକୁ ଅସ୍ତ୍ର କରୁଛନ୍ତି ରାଜନୈତିକ ଦଳ ଓ ନେତା। କାନ୍ଥବାଡ଼ରେ ଯେତିକି ପୋଷ୍ଟର ଓ ସ୍ଲୋଗାନ ଦେଖିବାକୁ ମିଳୁଛି ତାଠାରୁ ଢେର ଅଧିକ ଛାଇ ଯାଉଛି ସୋଶାଲ ମିଡିଅାରେ। ତେବେ ଅନେକ କ୍ଷେତ୍ରରେ ସୋଶାଲ ମିଡିଅାର ଅପବ୍ୟବହାର ହେଉଥିବା ନଜରକୁ ଅାସୁଛି। ଏହାକୁ ନେଇ ସତର୍କ ହୋଇଛନ୍ତି ନିର୍ବାଚନ କମିଶନ। ମିଛ ଖବର, ଅାପତ୍ତିଜନକ ଓ ସମ୍ମାନହାନୀ ଭଳି […]
ଭୁବନେଶ୍ୱର : ମଙ୍ଗଳବାର ସନ୍ଧ୍ୟାରୁ ଅବିଶ୍ରାନ୍ତ ବର୍ଷା ଚାଲିଛି ଯେ, ଛାଡ଼ିବାର ନାଁ ନେଉନି। କେତେବେଳେ ଝିପି ଝିପି ତ ପୁଣି କେତେବେଳେ ଦୁଲୁ ଦୁଲୁ କଚାଡୁଛି। ଲଗାଣ ବର୍ଷା ପରେ ଏମିତି ଅବସ୍ଥା ହୋଇଛି ଭଦ୍ରକ ଜିଲ୍ଲା ଗୁଜିଦରଡ଼ା ପଞ୍ଚାୟତରେ। ବର୍ଷା ସାଙ୍ଗକୁ ସାଳନ୍ଦୀ ନଦୀର ପାଣି ମିଶିବା ପରେ ବୁଡିଛି ଗାଁ ଦାଣ୍ଡ, ରାସ୍ତା ଘାଟ। ପାଖାପାଖି ୫ଶହରୁ ଅଧିକ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ। ଅାଉ ଲଗାଣ ବର୍ଷା ଯେମିତି ବେଡି ଉପରେ […]
ଭୁବନେଶ୍ୱର: ପୋଲିସ କବଜାରେ ଦୁଇ ଜଣ କୁଖ୍ୟାତ ମୋବାଇଲ ଲୁଟେରା ପଡ଼ିଥିବା ସୂଚନା ମିଳିଛି। ଆଜି ଦୁଇ ଲୁଟେରାଙ୍କୁ ସହିଦ ନଗର ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦୨ଟି ଚୋରି ମୋବାଇଲ୍ ଜବତ କରିଛି। ଛିନ୍ତାଇ କରି ଲୋକଙ୍କ ଠାରୁ ଲୁଟେରାମାନେ ମୋବାଇଲ୍ ଲୁଟୁଥିଲେ ବୋଲି ପୋଲିସ କହିଛି। ଗିରଫ ଦୁଇ ଜଣଙ୍କ ନାମ ସଞ୍ଜୟ ଗଡ଼ନାୟକ ଏବଂ ଲିପୁନ ସାହୁ ହୋଇଥିବାବେଳେ ଉଭୟଙ୍କ ଘର ଅନୁଗୁଳ ବୋଲି ଡିସିପି ସୂଚନା ଦେଇଛନ୍ତି। ରାଉରକେଲା […]
ମାଲକାନଗିରି: ନିଜ ସୁରକ୍ଷା ପାଇଁ ସ୍ୱାଭିମାନ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି। ଗାଁ ଲୋକେ ଏକାଠି ହୋଇ ଧନୁ ତୀର ଧରି ଲାଲ୍ ଦୁର୍ଗକୁ ଜଗିଥିବା ସୂଚନା ମିଳିଛି। ରାତି ପାହିବାଠାରୁ ସଞ୍ଜ ହେବା ପର୍ଯ୍ୟନ୍ତ ହାତରେ ଧନୁତୀର, ବର୍ଚ୍ଛା, କଟୁରୀ, ଟାଙ୍ଗିଆ ଆଦି ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଗାଁକୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀ ପଣ କରିଛନ୍ତି। ବିଶେଷ କରି ପଣସପୁଟ ଓ ଜୋନାମ୍ବର ଏହି ଦୁଇଟି ପଞ୍ଚାୟତରେ ଆସୁଥିବା ଗାଁ ଗୁଡ଼ିକୁ ଗ୍ରାମବାସୀମାନେ ଜଗୁଛନ୍ତି। ଅଞ୍ଚଳବାସୀଙ୍କ […]
କେନ୍ଦ୍ରାପଡ଼ା : ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ୍ ପ୍ରଭାବିତ ହୋଇଛି। ପାଣି ଜମି ରହିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରାପଡ଼ା ପୌରପାଳିକାର ବିଭିନ୍ନ ଓ୍ୱାର୍ଡରେ ପାଣି ପଶିଛି। ରଣପଡ଼ା, ଜୟପୁର, ମହିପାଳ, କଜଳା ଅାଦି ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। ଗୋବରୀ ନଦୀର ବନ୍ୟାପାଣି ପଶି ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ଲୋକଙ୍କ ସହାୟତା ପାଇଁ […]