ଭୁବନେଶ୍ୱର: ଦ୍ରୁତଗତିରେ ଆଗକୁ ମାଡୁଥିବା କରୋନାକୁ ଚେକ୍ ଦେବାକୁ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଘରକୁ ଘର ସର୍ଭେ। ଏହା ଜୁଲାଇ ୩୧ ଯାଏଁ ଚାଲିବ ଯାଂଚ ବେଳେ କୌଣସି ବ୍ୟକ୍ତିଙ୍କଠାରେ ରୋଗର ଲକ୍ଷଣ ଦେଖାଗଲେ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯିବ। ସେପଟେ କରୋନା କେସ୍ ଓ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଜିଲ୍ଲାସ୍ତରରେ କଟକଣା ଲଗାଯାଉଛି। ଏହି କ୍ରମରେ ଆଜିଠାରୁ ଖୋର୍ଦ୍ଧା ସବ୍ଡିଭିଜନ୍ରେ ଲାଗୁ ହୋଇଛି ୧୬ ଘଣ୍ଟିଆ ଶଟ୍ଡାଉନ୍। ଗଲା ୨୪ ଘଣ୍ଟା […]
ଭୁବନେଶ୍ୱର: ଆସନ୍ତାକାଲି ବିଶ୍ୱବିଦ୍ୟାଳୟ ଓ କଲେଜ ନଖୋଲିବାକୁ ଦାବି କଲା ଅଧ୍ୟାପକ ସଂଘ। ଏନେଇ ଓଡ଼ିଶା ସରକାରୀ କଲେଜ ସଂଘ, ୬୬୨ ଓ ୪୮୮ ବର୍ଗ କଲେଜ ଅଧ୍ୟାପକ ସଂଘ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଅନ୍ତତଃ ଜୁଲାଇ ୩୧ ପର୍ଯ୍ୟନ୍ତ କଲେଜ ବନ୍ଦ ରଖିବାକୁ ସେମାନେ କହିବା ସହ ଏହା ପରେ ୩୦ ପ୍ରତିଶତ ଅଧ୍ୟାପକଙ୍କୁ ନେଇ କଲେଜ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ଅଧିକାଂଶ ମହାବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ସଂଗରୋଧ କେନ୍ଦ୍ର ହୋଇଥିବା […]
ଭୁବନେଶ୍ୱର: କୋଭିଡ୍ କେଳେଙ୍କାରୀରେ ନୂଆ ଫର୍ଦ୍ଦ। ମାସ୍କ୍ ଓ ପିପିଇ କିଣା ଭଳି ନେବୁଲାଇଜର କିଣାରେ ବି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ। ପିସିସି ମୁଖପାତ୍ର ସୁଦର୍ଶନ ଦାସ ଆଜି ସାମ୍ବାଦିକ ସମ୍ମିଳନୀରେ ଏ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନେବୁଲାଇଜର ଯୋଗାଣ ପାଇଁ ମାର୍ଚ୍ଚ ୨୧ରେ ଯେଉଁ କମ୍ପାନୀ ୩୧ଶହ ଟଙ୍କାରେ କୋଟେସନ୍ ଦେଇଥିଲା, ୨ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୩ରେ ସେହି କମ୍ପାନୀ ୫ ହଜାର ୯ଶହ ଟଙ୍କାରେ ନେବୁଲାଇଜର ଦେବାକୁ […]
ଟପ୍ ହେଡ୍ ଲାଇନ୍ସ ତିଥି ପାଖଉଛି, ଅଡୁଆ ବଢୁଛି: ରାଜ୍ୟ ସରକାରଙ୍କ ଘୋଷଯାତ୍ରା ନିଷ୍ପତ୍ତିରେ ବିଳମ୍ବକୁ ନେଇ ଶଙ୍କାରେ ଭକ୍ତ। ଶ୍ୱର ଶାଣିତ କଲେ ବିରୋଧୀ। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେ, ରଥଯାତ୍ରା ବନ୍ଦ ହେଲେ ସୃଷ୍ଟି ହେବ କଳଙ୍କମୟ ଇତିହାସ। ସଂଘର୍ଷର ରୂପନେଲା ଚୀନ୍ ସୀମାରେ ଉତ୍ତେଜନା: ଜଣେ କର୍ଣ୍ଣେଲଙ୍କୁ ମିଶାଇ ୩ ଭାରତୀୟ ସୈନିକ ସହିଦ। ଚୀନ୍ ପକ୍ଷର ୫ ମୃତ। CDS ଓ ତିନି ବାହିନୀ ମୁଖ୍ୟଙ୍କ ସହ ରାଜନାଥଙ୍କ ଆଲୋଚନା, ଭାରତକୁ […]
ଭୁବନେଶ୍ୱର: ବାକିରେ ଚାଲିଛି କି କ୍ୱାରେଣ୍ଟିନ୍ ସେଣ୍ଟର ? କୋଭିଡ୍ ମୁକାବିଲା ପାଇଁ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ବେଡ୍ ଦେଇ କୋଟି କୋଟି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି ସପ୍ଲାୟର। କେନ୍ଦୁଝର ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ଏପଟେ ଟିମ୍ଏସି ଖର୍ଚ୍ଚର ହିସାବ ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି ପରେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ବି ଖପ୍ପା ହୋଇଛନ୍ତି। ପ୍ରବାସୀଙ୍କ ରହିବା, ଖାଇବା ପାଇଁ କେତେ ଖର୍ଚ୍ଚ ହୋଇଛି? ଜିଲ୍ଲାପାଳଙ୍କ ପାଖରୁ ଏସବୁର ଟିକିନିକି […]
ପୁରୀ: ଘୋଷଯାତ୍ରା ତିଥି ଯେତିକି ପାଖୋଉଛି, ବଡ଼ଦାଣ୍ଡରେ ରଥ ଗଡ଼ିବ କି ନାହିଁ ଦ୍ୱନ୍ଦ୍ୱ ସେତିକି ବଢୁଛି। କାରଣ କରୋନା କଟକଣା ଭିତରେ କେମିତି ହେବ ରଥ ଟଣା? ତାକୁ ନେଇ ମାମଲା ହାଇକୋର୍ଟ ପରେ ସୁପ୍ରିମକୋର୍ଟ ଯାଏଁ ଗଲାଣି। ଏମିତିକି ଏଥର ରଥଯାତ୍ରା ବନ୍ଦ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ବି ନିବେଦନ କରିଛି ଓଡ଼ିଶା ବିକାଶ ପରିଷଦ। ଯାହା ଉପରେ ଆସନ୍ତାକାଲି ଶୁାଣାଣି ହେବାର ଅଛି। ଆଉ ଏପଟେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହାଇକୋର୍ଟ […]
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ଗାଁର ପ୍ରଦୀପ ପୁରୋହିତ । ପରିବା ପ୍ରତିପୋଷଣ ପାଁଇ ସେ ରାୟପୁରର ଏକ ଦୋକାନରେ କାମ କରୁଥିଲେ । ମାସକରେ ଯେତିକି ଦରମା ମିଳୁଥିଲା, ସେଥିରେ ତାଙ୍କ ପୂରା ପରିବାର ଚଳୁଥିଲା । ତିନି ବର୍ଷ ପୁର୍ବେ ସେ ରାୟପୁରରୁ ଟ୍ରେନ ଯୋଗେ କଣ୍ଟାବାଂଜି ରେଲ ଷ୍ଟେଷନରେ ପହଞ୍ଚି ନିଜ ବାଇକରେ ଘରକୁ ଫେରୁଥିଲେ
ଭୁବନେଶ୍ୱର: ଆଜି ପହିଲି ରଜ। ଓଡ଼ିଶାର ଏହି ଗଣପର୍ବକୁ ଉଲ୍ଲାସର ପାଳୁଛନ୍ତି ରାଜ୍ୟବାସୀ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି ଏବଂ ମୁଣ୍ଡରେ କୁଙ୍କୁମ ଲଗାଇ ସଜ ହୋଇଛନ୍ତି କୁଆଁରୀ କନ୍ୟା। ତା’ସହ ଘରେ ଘରେ ପିଠାପଣାର ମହକ। ଆଉ ଏହି ଅବସରରେ ଓଡ଼ିଶାବାସୀଙ୍କୁ ପହିଲି ରଜର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ମୋଦି ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟବାସୀଙ୍କ ସୁସ୍ଥତା କାମନା ମଧ୍ୟ କରିଛନ୍ତି। ବିଶେଷ […]
ଗଞ୍ଜାମ: ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଗଲା ସ୍ତ୍ରୀର ଜୀବନ। ଶ୍ୱଶୁରର ଗୁଳିରେ ଗୁରୁତର ହୋଇ ଜୀବନ ହାରିଲା ବୋହୂ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଂଚଳର ଘଟିଛି ଏଭଳି ଘଟଣା। ଖବର ଅନୁସାରେ, ବାରଭରଣିଆ ଗାଁରେ ୫୦ ହଜାର ଟଙ୍କା ଋଣକୁ ନେଇ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାପା ରାଗି ଯାଇ ପୁଅ ଉପରକୁ ଗୁଳି ଚଳାଇବାକୁ ଘରେ ଥିବା ବନ୍ଧୁକ ଉଠାଇଥିଲେ। ବାପ-ପୁଅ ମଧ୍ୟରେ ବଚସା ବଢ଼ିବା ପରେ ବାପା […]
ଭବନେଶ୍ୱର: ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲା ବେଳେ କାହିଁକି କମୁଛି କୋଭିଡ୍ ଟେଷ୍ଟିଂ ଏହି ମର୍ମରେ ଆଜି ଦିଲ୍ଲୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଭର୍ସନା ପରେ ଓଡ଼ିଶାରେ ମଧ୍ୟ ଟେଷ୍ଟିଂ ସଂଖ୍ୟା ହ୍ରାସକୁ ନେଇ ପ୍ରଶ୍ନ ଉଠିଛି। ଦୈନିକ ୧୫ ହଜାର ଟେଷ୍ଟ ପାଇଁ ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚଳିତ ମାସ କୌଣସି ଗୋଟିଏ ଦିନ ସଂଖ୍ୟା ୪ ହଜାର ବି ଛୁଇଁନି। ଯାହାକୁ ନେଇ ଉଦ୍ବେଗ ସୃଷ୍ଟି ହୋଇଛି। ଟେଷ୍ଟିଂ କମୁଥିବାରୁ ଦିଲ୍ଲାକୁ ସୁପ୍ରିମୋକର୍ଟ […]
ଭୁବନେଶ୍ୱର: ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ସ୍ଥାନୀୟ ଲୋକେ ବୃଦ୍ଧଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ। ଖବର ପାଇ ପୋଲିସ ଓ କୋଭିଡ୍ ହସ୍ପିଟାଲ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରିଛନ୍ତି। ପିପିଇ ପିନ୍ଧି ଡାକ୍ତରୀ ଟିମ୍ ବୃଦ୍ଧଙ୍କୁ ଉଦ୍ଧାର କରି କୋଭିଡ୍ ହସ୍ପିଟାଲ୍ ନେଇଥିବା ସୂଚନା ମିଳିଛି। ବୃଦ୍ଧ ଜଣଙ୍କୁ ସୁରକ୍ଷିତ ଭାବେ ଡାକ୍ତରୀ ଟିମ୍ ଉଦ୍ଧାର କରି ଗାଡ଼ିରେ ନେଇଛି। ମିଳିଥିବା ସୂଚନା ମୁତାବକ ବୃଦ୍ଧ […]
ଭଦ୍ରକ: ଭଦ୍ରକରେ ନିର୍ମାଣ ହେବ ବନ୍ଦେ ଉତ୍କଳ ଜନନୀର ରଚୟତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମାରକୀ। ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ସ୍ମାରଣକୀ ନିର୍ମାଣ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୯ ତାରିଖ ପୂର୍ବରୁ ସ୍ମାରକି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ତେବେ କବେଳ ପ୍ରତିମୂର୍ତ୍ତି ସ୍ଥାପନ ହେବନି, ତା ସହିତ ନାଟ୍ୟମଣ୍ଡପ, […]
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ୍। କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ନୂଆ ଟିମ୍ ଘୋଷଣା କଲେ ସମୀର। ଏହି ଟିମ୍ରେ ୧୦ ଜଣ ଉପସଭାପତି ଓ ୧୦ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି। ସେହିଭଳି ୪ ଜଣ ସାଧାରଣ ସଂପାଦକ ରହିଥିବା ବେଳେ ୯ ଜଣଙ୍କୁ ରାଜ୍ୟ ବିଜେପି ସଂପାଦକ ଦାୟିତ୍ୱ ଦିଆଯାଇଛି। ଉପସଭାପତି ଟିମ୍ ଉପସଭାପତି ହେଲେ- ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର […]
ଭୁବନେଶ୍ୱର: ୨୦୨୦-୨୧ ବର୍ଷ ଲାଗି ସ୍କୁଲରେ ନାମଲେଖା ପାଇଁ SOP(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର୍) ଜାରି କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ। ସରକାର ଜାରି କରିଥିବା ଏସ୍ଓପି ଅନୁସାରେ, ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତି ଅନାବଶ୍ୟକ। ସେହିପରି ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲିକା ମଗାଯିବ। ଟେଲିଫୋନ୍ କିମ୍ବା ହ୍ୱାଟସ୍ଆପ୍ ମାଧ୍ୟମରେ ପ୍ରଧାନ ଶିକ୍ଷକଙ୍କୁ ତାଲିକା ଦିଆଯିବ। ଆଉ ଯଦି ସ୍କୁଲ୍ଟି କଣ୍ଟେନମେଣ୍ଟ ଜୋନ୍ରେ ରହିଛି ତେବେ ନାମଲେଖା ପ୍ରକ୍ରିୟା […]
ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତେ ପୁରୁଷ। ଏମାନଙ୍କ ବୟସ ୨୦ରୁ ୪୪ ବର୍ଷ ଭିତରେ ହେବ। ଏହି ୬ ଆକ୍ରାନ୍ତ ସମସ୍ତେ ତାମିଲନାଡୁରୁ ଫେରି ଗତ ୭ ତାରିଖରୁ ସମସ୍ତେ କ୍ୱାରେଣ୍ଟିନ୍ କେନ୍ଦ୍ରରେ […]
ପୁରୀ: କରୋନା ସ୍ଥିତି ଯୋଗୁଁ ରଥଯାତ୍ରା ହେବ କି ନାହିଁ, ତାର କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ସମ୍ଭବ ବୋଲି କହିଛନ୍ତି, ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର। ସେ କହିଛନ୍ତି, ରଥଯାତ୍ରା ଅତି ଗୁରୁତ୍ୱପୂର୍ଣ୍ଣ। ଭକ୍ତଙ୍କ ବିନା ମଧ୍ୟ ଏହା ହୋଇପାରିବ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସବୁ ରୀତିନୀତି ସୁରୁଖୁରୁ କରିବାକୁ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ଏପଟେ ରଥଯାତ୍ରା ନିଷ୍ପତ୍ତି ନେବାରେ ରାଜ୍ୟ ସରକାର ଡେରି କରୁଥିବାରୁ କଟାକ୍ଷ […]
ରାଉରକେଲା: ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରା ବେଳେ କୋଭିଡ୍ ଗାଇଡ୍ଲାଇନର ଉଲ୍ଲଂଘନ କରିଥିବାରୁ ୫୦୦ ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଏତେ ସଂଖ୍ୟାରେ ଲୋକଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ରାଉରକେଲା ଏସ୍ପି। ଏପିଡେମିକ୍ ଧାରା ଅନୁସାରେ ନିୟମ ଉଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି। ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ଲୋକ ଏକାଠି ହେବା ନେଇ ସରକାରଙ୍କ ନିୟମ […]
ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ବି ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବା ଉଚ୍ଚଶିକ୍ଷା ବିଭାଗ ଶେଷରେ ଫାଇନାଲ୍ ପରୀକ୍ଷାକୁ ବାତିଲ୍ କରିଛି। କୋଭିଡ୍ ଭୂତାଣୁର ଭୟାବହତା ଏବଂ ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଶେଷରେ ଏହି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଆଜି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଫିଡ୍ବ୍ୟାକ୍ ନେଇଥିଲେ ରାଜ୍ୟ ସରକାର। ପରାମର୍ଶପରେ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମର ଫାଇନାଲ୍ ସେମିଷ୍ଟାରକୁ ବାତିଲ କରିବା ସହ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ମୌସୁମୀ ଆହୁରି ସକ୍ରିୟ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କେତେ ଜିଲ୍ଲାକୁ ମୌସୁସୀ ଛୁଇଁ ସାରିଥିବା ବେଳେ ଆଉ ୪୮ ଘଣ୍ଟାରେ ଆଉ କିଛି ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ କହିଛି ପାଣିପାଗ ବିଭାଗ। ସୂଚନା ଅନୁଯାୟୀ, ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ମୌସୁମୀ ଛୁଇଁଥିବା ବେଳେ ରାୟଗଡ଼ା, ଗଜପତି ଓ ଗଞ୍ଜାମର ବି କିଛି ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିଥିବା […]
ଭୁବନେଶ୍ୱର: କରୋନା ଅପଡେଟ ବିଷୟରେ ସୂଚନା ଦେବାକୁ ମୁଖପାତ୍ର ସୁବ୍ରତ ବାଗଚୀ ପୁଣିଥରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି। ଆଜି ରଜ କିଣାବିକା ଗାଇଡଲାଇନ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବାଗଚୀ। ଗୋଟିଏ ରଜପାଇଁ ଜୀବନକୁ ବିପନ୍ନ ନକରିବାକୁ ଲୋକମାନଙ୍କୁ କହିବା ସହିତ ରଜ ବଜାର ଓ ରଜ ପାଳନ ନେଇ ମାର୍ଗଦର୍ଶିକା ବିଷୟରେ ସୂଚନା ଦେଇଛନ୍ତି। ଏଥର ଗାଇଡ୍ ଲାଇନ୍ରେ ରହି ରଜ କେମିତି ପାଳନ କରାଯିବା ତାର ପୂରା ବିବରଣୀ ରଖିଛନ୍ତି ବାଗ୍ଚୀ। ବିନା […]
ଭୁବନେଶ୍ୱର: କରୋନା କେଳେଙ୍କାରୀ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ। ମହାମାରୀ କରୋନା ସମୟରେ ରାଜ୍ୟରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଜିଲ୍ଲାସ୍ତରରେ ମଧ୍ୟ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଥିବା ନିରଂଜନ ପଟ୍ଟନାୟକ କହିଛନ୍ତି। ଆଗାମୀ ଦିନରେ ବ୍ଲକ ଓ ପଞ୍ଚାୟତସ୍ତରକୁ ମଧ୍ୟ ଦଳ ଯିବ ବୋଲି ସେ କହିଛନ୍ତି। ପିପିଇ, ଟ୍ରିପଲ ଲେୟାର ମାସ୍କ କିଣାରେ ଦୁର୍ନୀତି ହେବା ଅଭିଯୋଗ କରିଛି […]
ଭୁବନେଶ୍ୱର; ରାଜ୍ୟରେ ଆଉ ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଏହି ୭୨ ଜଣଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏଥିସହିତ ସୋନପୁରରୁ ୯, ବଲାଙ୍ଗିରରୁ ୭, ଜଗତସିଂହପୁରରୁ ୬ ସୁସ୍ଥ କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ୫ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ୱର ଓ ମୟୂରଭଂଜରୁ ୪ ଲେଖାଏଁ […]
ଭୁବନେଶ୍ୱର: ମାସ୍କ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗରେ ଉତ୍ତର ରଖିଛି ବିଜେଡି। ପ୍ରେସ୍ମିଟ୍ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଲକ୍ଡାଉନ୍ ଯୋଗୁ ପ୍ରଡକ୍ସନ କଷ୍ଟ୍ ବଢ଼ିଥିବାରୁ ମାସ୍କ ରେଟ୍ ବଢ଼ିଲା। ପ୍ରଡକ୍ସନ କଷ୍ଟ୍ ବଢ଼ିବାରୁ ୧୦ ଟଙ୍କା ମାସ୍କ ୧୬ ଟଙ୍କାରେ କଣିବାକୁ ପଡ଼ିଥିଲା। ଅନ୍ୟ ରାଜ୍ୟ ଅଧିକ ଟଙ୍କା ଦେଇ ମାସ୍କ କିଣିଥିବା ମଧ୍ୟ ବିଜେଡି ଉଦାହରଣ ଦେଇଛି। ଗୁଜରାଟ ୨୦, କର୍ଣ୍ଣାଟକ ୧୮, ତାମିଲନାଡ଼ୁ ୧୫ ଟଙ୍କା ୮୬ ପଇସାରେ କିଣିଛନ୍ତି ବୋଲି […]
ଭୁବନେଶ୍ୱର: ପୁଣି ବାତିଲ ହେଲା ଡିଏଲ୍ ଓ ଏଲ୍ଏଲ୍ ସ୍ଲଟ ବୁକିଂ। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। କେବେ DL/LL ସ୍ଲଟ ବୁକିଂ କରାଯିବ, ସେନେଇ ସରକାର ସାନି ବିଜ୍ଞପ୍ତି ଜାରି କରିବେ ବୋଲି ଜାରି କରାଯାଇଥିବା ନୂଆ ବିଜ୍ଞପ୍ତିରେ କୁହାଯାଇଛି। ମାର୍ଚ୍ଚ ୧୮ରୁ ସେମ୍ବେର ୩୦ ତାରିଖ ମଧ୍ୟରେ ଡିଏଲ୍ ଓଏଲ୍ଏଲ୍ ଅବଧି ସରୁଥିଲେ ଏହା କାଏମ୍ ରହିବ। ତେବେ କେବେଠୁ ସାରଥି ପୋର୍ଟାଲ କାର୍ଯ୍ୟ କରିବ, ବିଜ୍ଞାପନ ମାଧ୍ୟମରେ […]
ବାଲେଶ୍ୱର: ବାଲେଶ୍ୱର ଉପଜିଲାପାଳ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ୫୦ରୁ ଅଧିକ ଲୋକେ ଏକାଠି ହୋଇ ଛଡ଼ାଇନେଲେ ଜବତ କରାଯାଇଥିବା ଗାଡ଼ି। ଖବର ଅନୁସାରେ, ବାଲେଶ୍ୱର ନୀଳଗିରି ତହସିଲ ଅଧିନ କାଠପାଳ ପୋଲ ନିକଟ ପୁନ୍ଦାଳ ସୋନ ନଦୀ ଘାଟରୁ ଆଜି ରାତିରେ ନୀଳଗିରି ପ୍ରଶାସନ ମିଳିତ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ଅଶେଷ କୁମାର ନାୟକ ଓ ପୋଲିସ ଫୋର୍ସଙ୍କ ମିଳିତ ଚଢ଼ାଉରେ ଘଟଣାସ୍ଥଳରୁ ଦୁଇଟି ଡମ୍ଫର, […]