କେନ୍ଦୁଝର: କରୋନାକୁ ନେଇ କେନ୍ଦୁଝରରେ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ୧୩ ତାରିଖଠାରୁ ରଜ ପର୍ବ ପାଳନ ହେବାକୁ ଥିବା ବେଳେ କାଲିଠାରୁ କଟକଣା ଲାଗୁ ହେଉଛି। କେନ୍ଦୁଝରରେ ଗଣ ପର୍ବ ରଜ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ରଜ ଦୋଳି, ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଆଦି ବେଳେ ଲୋକେ ବହୁତ ମାତ୍ରାରେ ଏକାଠି ହେବାର ସମ୍ଭାବନା ଥିବାରୁ ଏହା ଉପରେ ରୋକ ଲଗାଇଛି […]
ବରଗଡ଼: ବରଗଡ଼ରୁ ରାୟପୁର ଅଭିମୁଖେ କାର୍ରେ ଯାଉଥିବା ୨ ଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ବିଡ଼ା ବିଡ଼ା ନୋଟ୍ ଜବତ କରିଛି ଛତିଶଗଡ଼ ପୋଲିସ। ଯାହାର ପରିମାଣ ୧ କୋଟି ୧୨ ଲକ୍ଷ ୯୯ ହଜାର ଟଙ୍କା । ୨ ଜଣ ହେଲେ ପ୍ରତୀକ ଛାପାଡ଼ିଆ ଏବଂ ସୁରେନ୍ଦ୍ର ସୋନା। ଏମାନେ କାର୍ ଡିକିରେ ସ୍ୱତନ୍ତ୍ର ଚାମ୍ବର ତିଆରି କରି ତାଭିତରେ ଏସବୁ ଟଙ୍କାକୁ ଭର୍ତ୍ତି କରି ନେଉଥିଲେ। କିନ୍ତୁ ଛତିଶଗଡ଼ ସିଂଘୋଡା ପୋଲିସ ରେହଟିଖୋଲ୍ […]
ନୟାଗଡ଼: ମହାନଦୀ ଗର୍ଭରେ ପ୍ରାଚୀନ ମନ୍ଦିର। ପାଣି କମିବା ପରେ ମନ୍ଦିରର ଚୂଡ଼ା ସ୍ପଷ୍ଟ ଦିଶୁଛି। ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଭିତରୁ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି। ମୁଖ୍ୟ ମନ୍ଦିର ପାଖରେ ଆଉ ଦୁଇଟି ମନ୍ଦିର, ତୁଳସୀ ଚଉରା, କୂଅ, ରୋଷଘର ବି ପାଣି ଭିତରେ ସ୍ପଷ୍ଟ ଭାବେ ଦିଶୁଛି। ବିଷ୍ଣୁ ମନ୍ଦିର ଢାଞ୍ଚାରେ ତିଆରି ହୋଇଛି ମନ୍ଦିର। ଏହା ପ୍ରାୟ ୫ ଶହ ବର୍ଷ ପୁରୁଣା ବୋଲି […]
ଭୁବନେଶ୍ୱର: ଧୀରେଧୀରେ ଓଡ଼ିଶା ଅଭିମୁଖେ ଅଗ୍ରସର ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅର୍ଥାତ ୧୨ ତାରିଖ ସୁଦ୍ଧା ମୌସୁମୀ ବର୍ଷାରେ ଭିଜିବ ସାରା ଓଡ଼ିଶା। ଭୁବନେଶ୍ୱର ପାଣିପାଗ ଗବେଷଣା କେନ୍ଦ୍ର ଏହି ଆକଳନ କରିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ପ୍ରଭାବରେ ମୌସୁମୀ ୧୨ ତାରିଖ ସୁଦ୍ଧା ଓଡ଼ିଶା ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ କହିଛି। ମୌସୁମୀ ଆସିବା ପୂର୍ବରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ […]
କୋରାପୁଟ: ମାନବ ଗଲାଣି ଚନ୍ଦ୍ରପୃଷ୍ଠକୁ। ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଭେଦିବାକୁ ପ୍ରୟାସ ବି କଲାଣି। ଅଥଚ ମଧ୍ୟଯୁଗୀୟ ମାନସିକତାରୁ ମୁକୁଳି ପାରୁନି ଉପାନ୍ତ ଇଲାକାର ମଣିଷ। ଆଜି ବି ଜାତିବାଦର କୁତ୍ସିତ ଚିନ୍ତାଧାରା ତାକୁ କବଳିତ କରି ରଖିଛି। ଭିନ୍ନ ଜାତିର ଭୋଜି ଖାଇଲେ ବୋଲି ପିତୃହରା ଦୁଇ ଭଉଣୀଙ୍କୁ ଲଣ୍ଡା କରିବା ଏବଂ ପରେ ସାହି ଭାଇ ଜାତିରେ ମିଶାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କୋରାପୁଟ ଜୟପୁର ଅଞ୍ଚଳରେ ଏଭଳି ଦଣ୍ଡ ପାଇଥିବା ଦୁଇ […]
ଭୁବନେଶ୍ୱର: କୋଭିଡ୍ କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତ ବିରୋଧୀ। ଏଭଳି ମହାମାରୀ ସମୟରେ ରାଜ୍ୟ ସରକାର ଭ୍ରଷ୍ଟ୍ରାଚାରକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। କିଟ୍ କିଏ କିଣିଲା, କାହିଁକି କିଣିଲା, କେତେ ଦରରେ କିଣିଲା, ତାର ଜବାବ ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି। କିନ୍ତୁ ସରକାର ଚୁପ୍ ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି। ସେପଟେ କଂଗ୍ରେସ ବି ଔଷଧ […]
ଭୁବନେଶ୍ୱର: ପାଖେଇ ଆସୁଛି ତିଥି, ହେଲେ ସ୍ପଷ୍ଟ ହୋଇନି ନିଷ୍ପତ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଭକ୍ତ ଓ ସେବାୟତଙ୍କ ସଂଶୟ ବଢୁଥିଲେ ବି ଚଳଚଞ୍ଚଳ ରଥଖଳା ଓ ଶୃଙ୍ଖଳିତ ଅଣସର ନୀତିକୁ ଦେଖିଲେ ବଢୁଛି ସମ୍ଭାବନା। ଏପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରିଚାଳନା କମିଟି ସଦସ୍ୟ ଓ ସେବାୟତଙ୍କ ସହ ଆଲୋଚନା କରି ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଛି। ତେବେ ଦିନ କମ୍ ଥିବାରୁ ସରକାର ଶୀଘ୍ର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି […]
ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପୁଣିଥରେ ଆରମ୍ଭ ହେବ। DL ଓ LL ଟେଷ୍ଟ ଆରମ୍ଭ ନେଇ ସୂଚନା ଦେଇଛନ୍ତି ପରିବହନ କମିଶନର। ସାମାଜିକ ଦୂରତ୍ୱ ସହ ସବୁ ଗାଇଡଲାଇନ ମାନି ଟେଷ୍ଟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଡିଏଲ୍ ଟେଷ୍ଟ ପାଇଁ ଆସନ୍ତାକାଲିଠାରୁ ପୁଣିଥରେ ସ୍ଲଟ ବୁକିଂ ଆରମ୍ଭ ହେବ। ସକାଳ ୭ଟାରୁ DL ଟେଷ୍ଟ ସ୍ଲଟ ବୁକିଂ ଖୋଲିବ। ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ […]
ଭୁବନେଶ୍ୱର: ଭର୍ଚୁଆଲ୍ ରାଲିରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ତୀର ଏବେ ସୃଷ୍ଟି କରିଛି ରାଜନୈତିକ ବିତର୍କ। ଓଡ଼ିଶାର ବ୍ୟକ୍ତି କାମ ପାଇଁ ଅନ୍ୟ ସ୍ଥାନକୁ ନଯାଉ ଏହି ଚିନ୍ତା ବିଜେପିର ବୋଲି କହିଥିଲେ ଶାହ। ଯାହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ଏପଟେ ପ୍ରବାସୀ ଫେରନ୍ତାକୁ ନେଇ ବଢ଼ିଛି ସରକାରଙ୍କ ଚିନ୍ତା। ପ୍ରଥମେ ସଂକ୍ରମଣ ଆଉ ଏବେ ଜୀବିକାକୁ ନେଇ ବଢ଼ିଲାଣି ଚିନ୍ତା। ଓଡ଼ିଶାକୁ ଫେରିଲେଣି ୫ ଲକ୍ଷ ୧୦ ହଜାରରୁ […]
ଭୁବନେଶ୍ୱର: ଆଜି କୋଭିଡ ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନସିଂ ଜରିଆରେ ଚାଲିଥିବା ଏକ କର୍ମଶାଳାରେ ଯୋଗଦେଇ ନବୀନ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍ କରିବା ଏବଂ ସୁସ୍ଥତା ହାର ବୃଦ୍ଧି କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ପରିସ୍ଥିତି ପର୍ଯ୍ୟବେକ୍ଷଣ ପାଇଁ ସମନ୍ୱିତ ଅଭିଯାନ ଆରମ୍ଭ କରିବାକୁ ସେ CDMO ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। […]
କୋରାପୁଟ: କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ କମଳା ପୂଜାରୀ। କିଡ୍ନୀରେ ସମସ୍ୟା ଥିବା ସନ୍ଦେହ କରି ତାଙ୍କର ଅଲ୍ଟ୍ରାସାଉଣ୍ଡ କରାଯାଇ ଡାକ୍ତର ଚିକିତ୍ସା କରିବା ଆରମ୍ଭ କରିଦେଇଛନ୍ତି। ଉଚ୍ଚ ରକ୍ତଚାପ ଓ ଅଣ୍ଟା ବ୍ୟଥା ଯୋଗୁଁ ୨ ଦିନ ତଳେ କମଳାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସେ, ଜିଲ୍ଲା ପ୍ରଶାସନ ନିଜ ଖର୍ଚ୍ଚରେ ତାଙ୍କୁ ବ୍ରହ୍ମପୁର ନିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି। […]
ଭୁବନେଶ୍ୱର:ଭୁବନେଶ୍ୱରରେ ପୁଣି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲ କର୍ମଚାରୀ ଥିବା ବେଳେ ଗୋଟିଏ ଲୋକାଲ୍ କେସ୍ ରହିଛି। ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ଏହି ସୂଚନା ଦେଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ୫ ଜଣ ମେଡିକାଲ କର୍ମଚାରୀଙ୍କ ତଥ୍ୟ ଦେଇଛି ବିଏମ୍ସି। ଭୁବନେଶ୍ୱର ଏମ୍ସର ୪ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ଆପୋଲୋ ହସ୍ପିଟାଲର ଜଣେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆଉ ଜଣେ ପୋଖରୀପୁଟ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୪୯ ମଧ୍ୟରୁ ଗଂଜାମରୁ ସର୍ବାଧିକ ୫୭ ଜଣ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିଭଳି ଖୋର୍ଦ୍ଧାରୁ ୨୬, ବଲାଙ୍ଗିରରୁ ୧୧, ଜଗତସିଂହପୁରରୁ ୮, ବାଲେଶ୍ୱର, ଯାଜପୁର ଓ ନୟାଗଡ଼ରୁ ୭ ଲେଖାଏଁ ସୁସ୍ଥ ହୋଇଛନ୍ତି। ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରୁ ୫ ଲେଖାଏଁ ସୁସ୍ଥ, ସୁନ୍ଦରଗଡ଼ରୁ ୪, କେନ୍ଦୁଝରରୁ ୩, କଟକରୁ ୨ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୪୮ ଘଣ୍ଟାରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ। ଏହି ଲଘୁଚାପ ୱେଲ୍ମାର୍କରେ ପରିଣତ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ତା ସହିତ ଆଜି ଓ କାଲି ଉତ୍ତର, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ହେଲେ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ପୁରୀ, କନ୍ଧମାଳ ଓ […]
ଭୁବନେଶ୍ୱର: ସପ୍ତାହରେ କେବଳ ଶନିବାର ଓ ରବିବାର ସଟ୍ଡାଉନ ରହିବ। ଏହା ବ୍ୟତୀତ ଅନ୍ୟ କୌଣସି ଦିନରେ ସଟ୍ଡାଉନ ହେବନି। ଅନ୍ୟ ଦିନଗୁଡ଼ିକରେ ସଟ୍ଡାଉନ ବୃଦ୍ଧି ଗୁଜବକୁ ବିଶ୍ୱାସ ନକରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସଟଡାଉନ୍ ନେଇ ଚାରିଆଡ଼େ ଗୁଜବ ପ୍ରଚାର ପରେ ଟ୍ୱିଟ୍ କରି ଗୁଜବ ଉପରେ ପରଦା ଉଠାଇଛନ୍ତି ଏସଆରସି। There is no basis to speculation to the extension of weekend […]
ଭୁବନେଶ୍ୱର: ଆସନ୍ତାକାଲି କୋଭିଡ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କରର ଏକ କର୍ମଶାଳାରେ ଯୋଗ ଦେଇ ନବୀନ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବୋଧନ କରିବେ। ଭିଡିଓ କନ୍ଫରେନସିଂ ଜରିଆରେ ସେ ଏହି କର୍ମଶାଳାରେ ଯୋଗ ଦେବେ। କାଲି ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ହେବ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ସେବା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ଏହି କର୍ମଶାଳା ଆୟୋଜନ କରାଯାଉଛି। ଡାକ୍ତର, ନର୍ସଙ୍କ ସୁରକ୍ଷା ପାଇଁ ଆଜି ପର୍ଯ୍ୟନ୍ତ ବାହାରିଥିବା ସୁରକ୍ଷାର ସବୁ ନିୟମ […]
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭର୍ଚୁଆଲ ରାଲିକୁ ସମାଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। କରୋନା ମହାମାରୀ ବେଳେ ଶାହ ଓଡ଼ିଶା ଲୋକଙ୍କ ସମସ୍ୟା ଉପରେ ଫୋକସ ନ କରି ରାଜନୈତିକ ଅଭିସନ୍ଧିମୂଳକ ମତ ରଖିଛନ୍ତି ବୋଲି ପ୍ରଦୀପ କହିଛନ୍ତି। ରାଜ୍ୟରେ ମାସ୍କ, ପିପିଇ କିଟ୍ ଦୁର୍ନୀତି ସଂପର୍କରେ ଶାହ ମୁହଁ ଖୋଲିନାହାନ୍ତି। କେବଳ ନିଜ ସରକାରଙ୍କ ପ୍ରଚାର ପ୍ରସାର କରିଛନ୍ତି। କରୋନା ଆକ୍ରାନ୍ତ ଲୋକଙ୍କ ପାଇଁ ଶାହଙ୍କର ଦରଦ ନାହିଁ ବୋଲି […]
ଭୁବନେଶ୍ୱର: ଆସନ୍ତା ଖରିଫ ଋତୁ ପାଇଁ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଋଣ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ମେ ୩୧ ତାରିଖ ସୁଦ୍ଧା ୨ ହଜାର ୬୪୯ କୋଟି ଟଙ୍କାର ଋଣ ଚାଷୀମାନଙ୍କୁ ଯୋଗାଇ ଦିଆସରିଲାଣି। ବିନା ସୁଧରେ ୫୦ ହଜାର ଟଙ୍କା ଯାଏଁ ଋଣ ଦିଆଯାଉଛି। ଏ ପର୍ଯ୍ୟନ୍ତ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ ଋଣ ଦିଆଯାଇସାରିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ସଚିବ […]
ଭୁବନେଶ୍ୱର: ଓଡ଼ିଶା କେମିତି ହେବ ବିଜେପିର ଅଭେଦ୍ୟ ଗଡ଼? ଅମିତ ଶାହାଙ୍କ ଅଧୁରା କାମକୁ କେମିତି ପୂରଣ କରିବେ ଜେ.ପି ନଡ୍ଡା ? ସଂଗଠନ ସୁଦୃଢ ସହ ବିଜେଡି ବିରୋଧରେ ଆଭିମୁଖ୍ୟକୁ ଶାଣିତ କରିବ କି ଦଳ ? ଗତକାଲି ଓଡ଼ିଶା ଜନସମ୍ବାଦ ଭର୍ଚୁଆଲ ରାଲିରେ ଶାହାଙ୍କ ଅଭେଦ୍ୟ ଗଡ଼। ଆହ୍ବାନ ପରେ ଏମିତି କିଛି ପ୍ରଶ୍ନ ଠିଆ ହୋଇଛି। ତେବେ ପଞ୍ଚାୟତ ନିର୍ବାଚନକୁ ଦୁଇ ବର୍ଷ ଓ ସାଧାରଣ ନିର୍ବାଚନକୁ ୪ ବର୍ଷ ଥିବା ବେଳେ […]
ଭୁବନେଶ୍ୱର: ପୁଣି କୋଭିଡ୍ ଯୋଦ୍ଧାଙ୍କୁ କରୋନା। ଏମ୍ସର ୪ ଡାକ୍ତରଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଏମ୍ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ସିନିୟର ରେସିଡେଣ୍ଟ ଡାକ୍ତର। ଏମାନେ ସମସ୍ତେ ଏକାଠି ରହୁଥିଲେ ବୋଲି ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଜୁନିୟର ଡାକ୍ତର ମଧ୍ୟ ଅଛନ୍ତି। ଏହା ଆଗରୁ ମଧ୍ୟ ଜଣେ ଜୁନିୟର ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ନୟାଗଡ଼ […]
ଭୁବନେଶ୍ୱର: ନିଇତି ଖୋଲୁଛି ରାଜ୍ୟ ସରକାରଙ୍କ ମାସ୍କ କେଳେଙ୍କାରୀ ପଛର ନୂଆ ନୂଆ ଗୁମର। କରୋନା ସଂକ୍ରମଣ ଆରମ୍ଭବେଳେ ଯେଉଁ ଅତି ଜରୁରୀ ଏନ-୯୫ ମାସ୍କ କିଣିବାକୁ ବାହାର ରାଜ୍ୟର ସଂସ୍ଥାକୁ ଅର୍ଡର ଦେଇଥିଲେ, ସଂକ୍ରମଣ ଶୀର୍ଷରେ ପହଞ୍ଚିବାବେଳକୁ ରାତି ଅଧିଆ ଟେଣ୍ଡର ବାତିଲ୍ କରିଦେଲେ। ଯାହାକି ରାଜ୍ୟ ସରକାରଙ୍କୁ ଅକଳରେ ପକାଇଛି। ଯାହାକୁ ମହାଦୁର୍ନୀତି କହି ବିରୋଧୀ ସରକାରଙ୍କ ଉପରେ ଷଣ୍ଢୁଆସି ଆକ୍ରମଣ କରିଛି। ଖାଲି ଟ୍ରିପଲ୍ ଲେୟାର ମାସ୍କ କି ପିପିଇ କିଣାରେ ନୁହେଁ, […]
ଭୁବନେଶ୍ୱର: ଚାହୁଁଚାହୁଁ ରାଜ୍ୟରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଓଡ଼ିଶାରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବାର ପ୍ରାୟ ୨ ମାସରେ ସଂଖ୍ୟା ୧ ହଜାର, ଅଢ଼େଇ ମାସରେ ୨ ହଜାର ଓ ୩ ମାସ ନପୂରୁଣୁ ୩ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୧୭ଟି ଜିଲ୍ଲାର ୧୪୬ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ୩ ହଜାର ୧୪୦ରେ ପହଞ୍ଚିଛି ମୋଟ୍ ପଜିଟିଭ ସଂଖ୍ୟା। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିବା […]
ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ହାଇକୋର୍ଟ କରୋନା ମୁକାବିଲା ନେଇ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମାବଳୀକୁ ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ରଥଯାତ୍ରା ବନ୍ଦ କରିବା ଲାଗି ହାଇକୋର୍ଟରେ […]
ଭୁବନେଶ୍ୱର: ଜୁଲାଇ ୩୧ ପରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ କରୋନା ମହାମାରୀ ସମୟରେ ନାମଲେଖାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଅଭାଭାବକ ମହାସଂଘ। ଏ ନେଇ ଭୁବନେଶ୍ୱର ଗାନ୍ଧି ପାର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ସଂଘ ଧାରଣା ଦେଇଛି। ସାରା ବିଶ୍ୱକୁ ଏବେ କରୋନା କବଳିତ କରିଥିବା ବେଳେ ଆଡମିଶନ କାହା ସ୍ୱାର୍ଥରେ ବୋଲି ଅଭିଭାବକ ମହାସଂଘ ପ୍ରଶ୍ନ କରିଛି। ଘରୋଇ ସ୍କୁଲଗୁଡ଼ିକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ […]
ଭୁବନେଶ୍ୱର: ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରେ ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟ ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ କରାଯାଉ ନହେଲେ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ବର୍ତ୍ତମାନ ସ୍ଥିତିରେ ସରକାର ନିଜେ ଏହି ଦୁଇ ମାସ ଗୁରୁତ୍ୱପୂର୍ଣ୍ଣ କହୁଥିବାବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା କରିବେ ସେ ନେଇ ପ୍ରଶ୍ନ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସମସ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ ୭ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା […]