ଭୁବନେଶ୍ୱର: ମାସ୍କ କିଣା ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ କରିଛି। ମାସ୍କ କିଣାରେ ମହାଦୁର୍ନୀତି ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତାମିଲନାଡୁର ଗୋଟିଏ ସଂସ୍ଥାରୁ ୧୬ ଟଙ୍କା ଦାମ୍ରେ ୩୦ ଲକ୍ଷ ମାସ୍କ ଆସିଛି। ହେଲେ ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି। ସରକାରୀ ସଂସ୍ଥାରୁ ସାମଗ୍ରୀ କିଣାର ନିୟମ ରହିଛି, ମାତ୍ର ତାହା ହୋଇ ନଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି। ତେବେ ଏହି […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହି ୧୪୦ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪ ସୁସ୍ଥ ହୋଇଛନ୍ତି। ସେହିପରି ଗଂଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୧, ଜଗତସିଂହପୁରରୁ ୧୧, ସୁନ୍ଦରଗଡ଼ରୁ ୮ ଜଣ ସୁସ୍ଥ ହୋଇଛନ୍ତି। Another 140 #COVID19 patients have recovered and are being discharged […]
ନୟାଗଡ଼: ରାଜ୍ୟରେ ପୁଣି କରୋନା ପଜିଟିଭ୍ ହେଲେ କୋଭିଡ୍ ଯୋଦ୍ଧା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନୟାଗ଼ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଉଭୟଙ୍କ ସ୍ୱାବ୍ ଟେଷ୍ଟ ପଜିଟିଭ୍ ଆସିବା ପରେ ଦୁଇଜଣଙ୍କୁ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଲକ୍ଷଣ ନ ଥିବା କହିଛନ୍ତି ସିଡିଏମ୍ଓ। ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ […]
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲି ଅବସରରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ମହାମାରୀ ପାଇଁ ଆଜି ବିଶ୍ୱ ବଦଳି ଯାଇଛି। ଏଭଳି ସ୍ଥିତିରେ ଭାରତକୁ ଆତ୍ମନିର୍ଭର କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଆସିଲେ ବର୍ଷୱାରୀ ହିସାବ ଦେବି। ବର୍ଷୱାରୀ ହିସାବ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଆଶୀର୍ବାଦ ମିଳିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ […]
ଭୁବନେଶ୍ୱର: କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩ ଦିନ ତଳେ ଜଣଙ୍କଠାରୋ କରୋନା ଭୂତାଣୁ ଛିହ୍ନଟ ହୋଇଥିଲା। ଆଜି ଆଉ ୪୯ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମୁଦାୟ ୫୦ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିବା NDRF ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପଜିଟିଭ୍ ଚିହ୍ନଟ ହୋଇଥିବା ଏହି NDRF ଯବାନଙ୍କୁ କେଉଁଠାରେ ଚିକିତ୍ସା କରାଯାଉଛି ସେ ନେଇ ଏଯାଏ କୌଣସି ସୂଚନା ମିଳିନାହିଁ। ଖବର […]
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଅଭିମନ୍ୟୁ ସେଠୀ। ଓଡ଼ିଶା ରାଜନୀତିରେ ଅର୍ଜୁନ ଜଣେ ଖୁବ୍ ଟାଣୁଆ ଓ ସଫଳ ନେତା ଭାବେ ପରିଚିତ। ଭଦ୍ରକରୁ ସେ ଲୋକସଭାକୁ ୮ ଥର ନିର୍ବାଚିତ ହୋଇଥିଲେ। ୯ ଥର ନିର୍ବାଚନ ଲଢ଼ି ୮ ଥର ଜିତିଥିଲେ। ଏଥିସହିତ ବିଜେଡି ସଂସଦୀୟ […]
ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ଗୋଷ୍ଠୀ ସଚେତନତାକୁ ଅସ୍ତ୍ର କର ଓଡ଼ିଶାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସୂଚନା ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସଚେତନତା କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ , ମହିଳା […]
ଭୁବନେଶ୍ୱର: ଓଡ଼ିଶା ହେବ ବିଜେପିର ଅଭେଦ୍ୟ ଗଡ଼। ପୂରା ହେବ ଅଧୁରା କାମ। ରାଜ୍ୟରେ ପ୍ରତି ଘରେ ଘରେ ପହଞ୍ଚିବ ମୋଦି ସରକରାଙ୍କ ୬ ବର୍ଷର ସ୍ୱର୍ଣ୍ଣିମ ଶାସନର ସଫଳତାର ଗାଥା। ଆଜି ନୂଆଦିଲ୍ଲୀରେ ଭର୍ଚୁଆଲ୍ ଓଡ଼ିଶା ସମ୍ବାଦ ରାଲିକୁ ଉଦବୋଧନ କରି ବିଜେପି କର୍ମୀଙ୍କୁ ଏଭଳି ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ନରେନ୍ଦ୍ର ମୋଦିଙ୍କ ନେୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ଶାସନରେ ବିଗତ ୬ ବର୍ଷର ଐତିହାସିକ ସଫଳତାର ଲମ୍ବା […]
ଭୁବନେଶ୍ୱର: ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀର ଗାୟନ ଅବଧି କମାଇଲେ ରାଜ୍ୟ ସରକାର। ଏହାର ସମୟ ଅବଧି ୨ ମିନିଟ ୧୧ ସେକେଣ୍ଡ ହେବ ବୋଲି OTV କୁ କହିଛନ୍ତି ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ। ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ଅବଧି ହ୍ରାସ କରାଯାଇଛି। ତେବେ ଗୀତର ସମସ୍ତ ୬ଟି ପଦ ପୂର୍ବବତ ରଖାଯାଇଛି। ସମସ୍ତ ୬ଟି ପଦ ଗାନ କରାଯିବ। ଧାଡ଼ି ପୁନରାବୃତ୍ତି ହେବନି ବୋଲି ସୂଚନା ଦେଇଛନ୍ତି ସଂସ୍କୃତି […]
ଭୁବନେଶ୍ୱର: କୋଭିଡ୍ କିଟ୍ ମହାଘୋଟାଲା ଅଭିଯୋଗକୁ ନେଇ ଅକଳରେ ପଡ଼ିଛନ୍ତି ସରକାର। ସରଞ୍ଜାମ କିଣାରେ କେନ୍ଦ୍ର ଗାଇଡ୍ ଲାଇନ୍ର ଉଲ୍ଲଂଘନ ସହ ବ୍ୟାପକ ଦୁର୍ନୀତିର ଅଭିଯୋଗରେ ସିବିଆଇ କିମ୍ବା ଜୁଡିସିଆଲ୍ ଇନ୍କ୍ୱାରୀ ଦାବି ହୋଇଛି। ଏଥିପାଇଁ ହାଇକୋର୍ଟରେ ପୃଥକ ପୃଥକ ଦୁଇଟି ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର ହୋଇଛି। ଏଥିସହ ରାଜନୀତି ବି ଘମାସାନ ହେବାରେ ଲାଗିଛି। କଂଗ୍ରେସ ଆଜି ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଶାନା କରିଛି। ବିଜେପି ମଧ୍ୟ ନିର୍ଦ୍ଦିଷ୍ଟ ରାଜ୍ୟରୁ ସାମଗ୍ରୀ କିଣାଯିବାକୁ ପ୍ରଶ୍ନ […]
ଭୁବନେଶ୍ୱର: ପୁଣି ଘାତକ ହେଲା ବଜ୍ରାଘାତ। ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୮ ଜଣଙ୍କ ଜୀବନ ଯାଇଛି। ଗଜପତି ମୋହନାରେ ଜଣେ, ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକରେ ଜଣେ ନାବାଳକ, କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଜଣେ ଯୁବକ, କେନ୍ଦ୍ରାପଡ଼ା ମହାକାଳପଡ଼ା, ଜଗତସିଂହପୁର ବାଲିକୁଦା ବ୍ଲକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିଭଳି ଢେଙ୍କାନାଳରେ ୨ ଜଣ ମହିଳା ଓ କଟକ ଟାଙ୍ଗୀ ବ୍ଲକରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେପଟେ ଆସନ୍ତା ୧୦ ବା […]
ଭୁବନେଶ୍ୱର: ଆଜି ଓଡ଼ିଶା ଜନସମ୍ବାଦ ରାଲିରେ ରାଜ୍ୟର ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଭର୍ଚୁଆଲ ରାଲିରେ ସମ୍ବୋଧନ କରି ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି, ଏହା ନିଶ୍ଚିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହନ୍ତି, ସେୟା କରନ୍ତି ବୋଲି ଶାହ କହିଛନ୍ତି। ମୋଦି ଆସିବା ବେଳକୁ ୬୦ କୋଟି ଲୋକଙ୍କ ବ୍ୟାଙ୍କ ଖାତା ନଥିଲା, ହେଲେ ଏବେ ୩୧ କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇପାରିଛି […]
ରାଜ୍ୟରେ କୋଭିଡ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ଘଟଣାର ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ହୋଇଛି। ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଲାଗି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ନେସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବାବେଳେ ଏଥିରେ କେନ୍ଦ୍ର, ରାଜ୍ୟ ସରକାର ଏବଂ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି। କରୋନା ମୁକାବିଲା ଲାଗି ବିଭିନ୍ନ ସଂସ୍ଥାଠାରୁ ପିପିଇ କିଟ୍, ମାସ୍କ କିଣିବା ଲାଗି ଟେଣ୍ଡର ହୋଇଥିଲା। ଅଧିକ ଦାମ୍ ଦେଇ ଏସବୁ […]
ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଂଗୀତକୁ ୩ ମିନିଟ ଭିତରେ ଗାନ କରାଯିବ। ସ୍ୱର, ଲୟ ତାଳ କଣ ହେବ ଏନେଇ ଖୁବ ଶୀଘ୍ର ଜଣାଇ ଦିଆଯିବ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ। ତେବେ ସଂଗୀତ ଗାନରେ ତ୍ରୁଟି ହେଲେ, କଣ ଦଣ୍ଡ ବିଧାନ ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ରଘୁନନ୍ଦନ କହିଛନ୍ତି। ଏପଟେ ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି […]
ବାଲେଶ୍ୱର: ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ପଶିଲା ମହାମାରୀ କରୋନା ଭାଇରସ୍। ଏହି କେନ୍ଦ୍ରର ଦୁଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ କୋଲକାତାରେ ସ୍ୱତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଆଜି ଦିନକ ପାଇଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ମଧ୍ୟହ୍ନରେ ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଆଉ ୧୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ ଜଣ […]
ଭୁବନେଶ୍ୱର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ପୁଣି ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, ଗଂଜାମରୁ ୯, ଦେବଗଡ଼ ୮, କଟକ ୭, ଜଗତସିଂହପୁରରୁ ୭ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ବରଗଡ଼, ବଲାଙ୍ଗିରରୁ ୬ ଜଣ ଲେଖାଏ ଆକ୍ରାନ୍ତ ଆଜି ସୁସ୍ଥ […]
ପୁରୀ: ରଥଯାତ୍ରା ପରମ୍ପରାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଚଳିତ ବର୍ଷ ଯଦି ରଥଯାତ୍ରା ଅୟୋଜନ ନହୁଏ ତେବେ ବର୍ଷ ତମାମ ଅଣସର ପିଣ୍ଡିରେ ହିଁ ପୂଜା ପାଇବେ ତିନି ଠାକୁର। ରଥଯାତ୍ରା ନହେଲେ ଚତୁର୍ଦ୍ଧାମୂର୍ତ୍ତି କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ରଥଯାତ୍ରା ସପକ୍ଷରେ ମତ ରଖି ସେ କହିଛନ୍ତି, ରଥଯାତ୍ରା ନ ହେଲେ ମହାପ୍ରଭୁ ବର୍ଷେ ଯାଏଁ ଆଉ ରତ୍ନସିଂହାସନକୁ ଫେରିବେ ନାହିଁ। ଜଗନ୍ନାଥଙ୍କ ସବୁ ରୀତିନୀତିରେ ବିଭ୍ରାଟ ହେବ। […]
ଭୁବନେଶ୍ୱର: ଦୀର୍ଘ ୭୦ ଦିନର ବ୍ୟବଧାନ ପରେ କାଲିଠୁ ଦେଶର ବିଭିନ୍ନ ସ୍ଥାନରେ ଖୋଲିବ ଧାର୍ମିକସ୍ଥଳ, ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ। ତେବେ ଓଡ଼ିଶାରେ କିଛି କ୍ଷେତ୍ରରେ ଜାରି ରହିବ କଟକଣା। କେନ୍ଦ୍ର ଗୃହ ମନ୍ତ୍ରାଳୟର ନୂଆ ଗାଇଡଲାଇନ୍ ଅନଲକ୍ ଓ୍ୱାନ୍ ଅନୁସାରେ କଣ୍ଟେନମେଣ୍ଟ ଅଞ୍ଚଳ ହୋଇନଥିଲେ କାଲିଠୁ ସର୍ବସାଧାରଣଙ୍କ ଲାଗି ଧାର୍ମିକସ୍ଥଳ, ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲି ପାରିବ। କରୋନା ସଂକ୍ରମଣ ରୋକିବାକୁ ଏସବୁ ସ୍ଥାନରେ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ପାଳନ […]
ପାଟନା: କରୋନା ଲଢ଼େଇରେ ଲୋକଙ୍କ ମନୋବଳ ବୃଦ୍ଧି ପାଇଁ ଆଜି ଅପରାହ୍ନ ୪ଟାରେ ବିହାରରେ ଭର୍ଚୁଆଲ୍ ରାଲି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିହାରରେ ଜନସମ୍ବାଦ ନାଁରେ ଅନ୍ଲାଇନ ରାଲି ଆୟୋଜନ କରି ଏହା ନିର୍ବାଚନୀ ରାଲି ନୁହେଁ ବୋଲି କହିବା ସହିତ ବିଜେପିର ୭୨ ହଜାର ବୁଥସ୍ତରୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ଶାହ। ପ୍ରାୟ ୫ ଲକ୍ଷ ଦଳୀୟ କର୍ମୀ ଶାହଙ୍କ ଭାଷଣ ୟ୍ୟଟ୍ୟୁବ୍, ଫେସବୁକ ଓ ନମୋ ଆପ୍ ମାଧ୍ୟମରେ ଦେଖିବାକୁ ପାଇଥିଲେ। […]
ଭୁବନେଶ୍ୱର: କରୋନାର ଭୟାବହତା ଭିତରେ ଉଚ୍ଚଶିକ୍ଷା ବିଭାଗର ବିଚିତ୍ର ନିଷ୍ପତ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାଧ୍ୟତାମୂଳକ ଭାବେ ପରୀକ୍ଷା କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ପିଲାଙ୍କ ସୁରକ୍ଷା କଥା ଚିନ୍ତା ନକରି ଓଲଟା ପିଲାଙ୍କ ପାଇଁ ଅଭିଭାବକଙ୍କୁ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆସିଛି। ସମ୍ବଲପୁରରେ ଭିସୁଟ୍ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ତୀବ୍ର ବିରୋଧ କରାଯାଇଛି। ସେପଟେ ପରୀକ୍ଷା ନିଷ୍ପତ୍ତି ବିରୋଧରେ ବିପିୟୁଟି ଏବଂ ରମାଦେବୀ ପିଲା ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ […]
ଭୁବନେଶ୍ୱର: କୋଭିଡ୍ କିଟ୍ କିଣାରେ କୌଣସି ଦୁର୍ନୀତି ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଫେଇ ପରେ ବି ଥମୁନି ବିବାଦ। କେଳେଙ୍କାରୀର ଆଉ କିଛି ତଥ୍ୟ ରଖି କଂଗ୍ରେସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବେଳେ ବିଜେପି ବି ଶାଣିତ ଆକ୍ରମଣ କରିଛି। ଯେଉଁ ମାସ୍କକୁ ଗମେଣ୍ଟ ଇ-ମାର୍କେଟପ୍ଲସ୍ରୁ ଅନ୍ୟ ରାଜ୍ୟ ଟଙ୍କାଏ ୩୪ ଓ ୨ ଟଙ୍କା ୪ ପଇସାରେ କିଣିଛନ୍ତି, ସେହି ଏକା ମାସ୍କକୁ ରାଜ୍ୟ ସରକାର ଅନ୍ୟ ସଂସ୍ଥାରୁ ୧୬ ଟଙ୍କାରେ କିଣିବା ନେଇ […]
ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୁଜାରୀ ଅସୁସ୍ଥ। ରକ୍ତଚାପ ବୃଦ୍ଧି ଯୋଗୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତ୍ତି ହୋଇଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଦୀର୍ଘ ଦିନ ହେଲା ତାଙ୍କର ବାର୍ଦ୍ଧକ୍ୟଜନିତ ରୋଗ ସହ ରକ୍ତଚାପ ସମସ୍ୟା ରହିଥିଲା। ପଦ୍ମଶ୍ରୀ କମଳା ପୂଜାରୀ ଜୈବିକ ପଦ୍ଧତିରେ ବିଭିନ୍ନ କିସମର ଧାନ ଉତ୍ପାଦନ କରି ଚର୍ଚ୍ଚାକୁ ଆସିଥିଲେ। କୃଷି କ୍ଷେତ୍ରରେ ଏହି ସଫଳତା ପାଇଁ ତାଙ୍କୁ ୨୦୧୯ରେ ରାଷ୍ଟ୍ରପତିଙ୍କ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା। ଜିଲ୍ଲାର ପ୍ରତି ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ କହିଛନ୍ତି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ପ୍ରତି ଟିମ୍ରେ ୪ ଜଣ ସଦସ୍ୟ ରହିବେ। ଖଲ୍ଲିକୋଟରେ ବିଭିନ୍ନ ଟିଏମ୍ସିର ୧୫ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ବାଦପଲ୍ଲୀ ପଞ୍ଚାୟତର ବିଭିନ୍ନ ଟିଏମ୍ସିରେ କାର୍ଯ୍ୟରତ ୧୨ […]
ଭୁବନେଶ୍ୱର: ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ। ୩ଟି ଏୟାର୍ ଏସିଆ ବିମାନରେ ସେମାନଙ୍କୁ ଓଡ଼ିଶା ଆଣୁଛନ୍ତି ଓଡ଼ିଶା ସରକାର। ପ୍ରାୟ ୩୫୦ ପ୍ରବାସୀ ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ସାମ୍ବା ଅଞ୍ଚଳରେ ଏବଂ ହିମାଚଳ ପ୍ରଦେଶର କାଙ୍ଗ୍ରା ଓ ଉନା ଜିଲ୍ଲାରେ ଫସି ରହିଥିଲେ। ସେମାନଙ୍କୁ ଟ୍ରେନ କିମ୍ବା ସଡ଼କ ପଥରେ ଆଣିବା ସମ୍ଭବ ନହେବାରୁ ୩ଟି ବିମାନରେ ଓଡ଼ିଶା ଫେରାଇ ଅଣାଯାଉଛି। ବିମାନଗୁଡ଼ିକ ଆଜି ଭୁବନେଶ୍ୱର […]