• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

khairi-tiger
ବୟସର ସାୟାହ୍ନରେ ଖଇରୀକୁ ଝୁରୁଛନ୍ତି ନିହାର ନଳିନୀ

ଭୁବନେଶ୍ୱର: ଖଇରୀ ଅଶୀ ଦଶକର ଏକ ଚର୍ଚ୍ଚିତ ନାଁ। ସେ ମଣିଷ ନଥିଲା, ତଥାପି ମଣିଷର ନିରବଛିନ୍ନ ସ୍ନେହ ଆଉ ଶ୍ରଦ୍ଧା ପାଇ ଭୁଲିଯାଇଥିଲା ନିଜ ଭିତରେ ଥିବା ସହଜାତ ହିଂସ୍ର ପ୍ରବୃତ୍ତିକୁ। ପଶୁ ହୋଇ ବି ବନିଯାଇଥିଲା ମଣିଷର ସାଥୀ। ଆଜି କିନ୍ତୁ ସେହି ବାଘୁଣି ଖଇରୀ ଅଛି କେବଳ ସ୍ମୃତିର ଖିଅ ହୋଇ। ଖଇରୀକୁ ଯିଏ ସନ୍ତାନ ଭଳି ପାଳି ପୋଶି ବଡ଼ କରିଥିଲେ, ଆଜି ସେ ବୟସର ସାୟାହ୍ନରେ ଝୁରୁଛନ୍ତି ତାକୁ। ଖଇରୀ […]

  • Monday, 26 July 2021
lord jagannatha
ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ପବିତ୍ର ଘୋଷଯାତ୍ରା ଯାତ୍ରାର ଅନନ୍ୟ ପର୍ବ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡ଼ଦାଣ୍ଡ, ଭକ୍ତଶୂନ୍ୟ ସିଂହଦ୍ୱାର। କୋଭିଡ୍-୧୯ କଟକଣା ପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କେବଳ ଟେଲିଭିଜନରେ ଦୁର୍ଲଭ ବେଶ ଦର୍ଶନ କରି ତୃପ୍ତି ଅନୁଭବ କରୁଛନ୍ତି ଭକ୍ତ। ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ। ତାଳଧ୍ୱଜ ରଥରେ ଆୟୁଧ ହଳ-ମୂଷଳ ଧାରଣ କରି ଝଲସୁଛନ୍ତି ବଡ଼ଠାକୁର […]

  • Monday, 26 July 2021
office
ଏହିସବୁ କ୍ଷେତ୍ରରେ ଲାଗୁ ହେବନି ୫୦ ପ୍ରତିଶତ କର୍ମଚାରୀ ନିୟମ

ଭୁବନେଶ୍ୱର: ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ ଚଳାଇବା ନିର୍ଦ୍ଦେଶ ପ୍ରସଙ୍ଗରେ ସଂଶୋଧନ କରିଛନ୍ତି ସରକାର। କେତେକ ବିଭାଗରେ ଏହି ନିୟମ ଲାଗୁ ହେବନାହିଁ ବୋଲି ଜିଏ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେବଳ ପ୍ରଶାସନିକ କାର୍ଯ୍ୟ ଚାଲୁଥିବା ଅଫିସ୍‌ରେ ଏହି ନିୟମ ଲାଗୁ ହେବ। ଏଠାରେ କେବଳ ୫୦% ଷ୍ଟାଫ୍ କାମ କରିବାର ନିୟମ ମାନିବାକୁ ପଡ଼ିବ। ତେବେ ଅତ୍ୟାବଶ୍ୟକୀୟ ବିଭାଗରେ ଏହି ନିୟମ ଲାଗୁ ହେବ ନାହିଁ। ପୋଲିସ୍, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର […]

  • Monday, 26 July 2021
old man
କରୋନା ସମୟରେ ବୟସ୍କଙ୍କ ପାଖରେ ପହଞ୍ଚିପାରୁଛି କି ସରକାରୀ ସୁବିଧା ?

ଭୁବନେଶ୍ୱର: କରୋନାରେ ଅଧିକମାତ୍ରାରେ ବୟସ୍କଙ୍କ ପ୍ରାଣ ଯାଉଛି। ରାଜ୍ୟରେ ଆଜି ସୁଦ୍ଧା ହୋଇଥିବା ୨୭ କୋଭିଡ୍ ମୃତ୍ୟୁରୁ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୧୩ ଅର୍ଥାତ ପ୍ରାୟ ଅଧା ମୃତକ ହେଉଛନ୍ତି ବରିଷ୍ଠ ନାଗରିକ। ବରିଷ୍ଠଙ୍କ ରୋଗ ପ୍ରତିରୋଧ ଶକ୍ତି କମ୍ ସହ ପୂର୍ବରୁ ଶରୀରରେ କିଛି ନା କିଛି ରୋଗ ଥିବାରୁ ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ତା ସହିତ ହାତ ପାଆନ୍ତାରେ ସୁବିଧା ଯୋଗାଇ ଦେବାକୁ ଘୋଷଣା କରୁଛନ୍ତି ସରକାର। […]

  • Monday, 26 July 2021
online-teaching
ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ ଶିକ୍ଷାଦାନ ପାଇଁ ଗାଇଡ୍‌ଲାଇନ୍ ଜାରି

ଭୁବନଶ୍ୱର: ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ ଶିକ୍ଷାଦାନ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ୧୩ ତାରିଖରୁ ଅନ୍‌ଲାଇନ୍ ଟିଚିଂ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଅନ୍‌ଲାଇନ ଗ୍ରୁପରେ ସର୍ବାଧିକ ୩୨ ଜଣ ଛାତ୍ରଛାତ୍ରୀ ରହିବେ। ହ୍ୱାଟ୍ସଆପ କିମ୍ବା ଇ-ମେଲ୍‌ରେ ଗ୍ରୁପ କରିବାକୁ କୁହାଯାଇଛି। ପିଲାଙ୍କୁ ଶିକ୍ଷକମାନେ ନୋଟ୍ସ, ଟେକ୍ସଟ ବୁକ୍‌, ରେଫରେନ୍ସ ବୁକ୍‌ର ସଫ୍ଟ କପି ହ୍ୱାଟ୍ସଆପ କିମ୍ବା ଇ-ମେଲ୍ ମାଧ୍ୟମରେ ପ୍ରଦାନ କରିବେ। ଶିକ୍ଷକମାନେ ଦିନକୁ […]

  • Monday, 26 July 2021
odisha-recobers
କରୋନା ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟର ତାଲିକା ପ୍ରକାଶ, ଓଡ଼ିଶାର ସ୍ଥାନ ୧୧

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର୍ ହୋଇ ଗୁରୁବାର ସୁଦ୍ଧା ସଂଖ୍ୟା ୬୦୪,୬୧୪ରେ ପହଞ୍ଚିଥିବାବେଳେ ସୁସ୍ଥ ସଂଖ୍ୟା ୩,୫୯୮୫୯ ରହିଛି। ତେବେ କେଉଁ ରାଜ୍ୟରେ କେତେ ପରିମାଣରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେ ନେଇ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏହି ତାଲିକାରେ ଓଡ଼ିଶା ୧୧ତମ ସ୍ଥାନରେ ରହିଛି। ସେହିଭଳି ପ୍ରଥମରେ ଚଣ୍ଡିଗଡ଼, ଦ୍ୱିତୀୟରେ ମେଘାଳୟ […]

  • Monday, 26 July 2021
plasma-therapy
ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତି

ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ ପାଇଁ ବୈଷୟିକ କମିଟି ହେବ। ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ପ୍ରଥମେ ମାର୍ଗଦର୍ଶିକା ପ୍ରସ୍ତୁତ ହେବ। ରାଜ୍ୟର ୪ଟି ପ୍ରମୁଖ ହସ୍ପିଟାଲରେ ଆରମ୍ଭ କରାଯିବ ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତି। ଏହି ହସ୍‌ପିଟାଲ୍‌ଗୁଡ଼ିକ ହେଲେ- କଟକ ଏସ୍‌ସିବି, ଅଶ୍ୱିନୀ, […]

  • Monday, 26 July 2021
coronavirus-odisha
ଆଜି ୧୪୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମରୁ ସର୍ବାଧିକ ୪୯ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୪ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। ଆଜି ମୟୂରଭଂଜ ୧୪, କଟକ ୧୩, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୬ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି ରାୟଗଡ଼ା ୫, ଅନୁଗୁଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୪ ଲେଖାଏଁ ସୁସ୍ଥ […]

  • Monday, 26 July 2021
tspl
TPSL କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ; ପୋଡ଼ିହୋଇ ୭ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାରେ ଥିବା TPSL କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ବିସ୍ଫୋରଣ ଘଟି ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନାର ଦ୍ୱିତୀୟ ମହଲାରେ ଥିବା ଫର୍ଣ୍ଣେସ୍‌ରେ ବିସ୍ଫୋରଣ ଯୋଗୁ ନିଆଁ ଛିଟିକି ପଡ଼ିଥିଲା। ସେଠାରୁ କାମ କରୁଥିବା ଶ୍ରମିକଙ୍କ ଉପରେ ନିଆଁ ଛିଟିକ ପଡ଼ିବାରୁ ୭ ଜଣ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ରାଉରକେଲା IGH ସ୍ଥାନାନ୍ତର କରାଯାଇଥିବା […]

  • Monday, 26 July 2021
maoist
କନଷ୍ଟେବଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ନକ୍ସଲ

ରାୟପୁର/ କନ୍ଧମାଳ: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ। ଜଣେ ପୋଲିସ କନଷ୍ଟେବଲଙ୍କୁ ନକ୍ସଲମାନେ ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ପୋୟମ ସୋମା। ତାଙ୍କୁ ଧନୁ ତୀର ଓ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ଏହାସହ ମୃତକଙ୍କ ବାପା, ମାଆଙ୍କ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ପୂର୍ବରୁ ପୋୟମଙ୍କୁ ପୋଲିସ ଚାକିରି ଛାଡ଼ିବାକୁ ମାଓବାଦୀ ଧମକ ଦେଇଥିଲେ। ସେ ଚାକିରି ନଛାଡ଼ିବାରୁ ମାଓବାଦୀ ଏହି କାଣ୍ଡ ଘଟାଇଛନ୍ତି ମାଓବାଦୀ। […]

  • Monday, 26 July 2021
borther-dead
ବଡ଼ ଭଉଣୀ ମୋବାଇଲ୍ ନଦେବାରୁ ଜୀବନ ହାରିଲା ନାବାଳକ ଭାଇ

କେନ୍ଦୁଝର: ମୋବାଇଲ୍ ପାଇଁ ଜୀବନ ହାରିଦେଲା ନାବାଳକ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପଲାଣଘାଟି ଗାଁରୁ। ବଡ଼ ଭଉଣୀ ମୋବାଇଲ ନଦେବାରୁ ସାନଭାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ମୟୁରଭଞ୍ଜ ଜିଲ୍ଲା କୁସୁମି ଗାଁର ମାନସ ମହାନ୍ତିଙ୍କ ପୁଅ। ବାପା ପଲାଣିଘାଟି ସ୍କୁଲର ଶିକ୍ଷକ। ତେବେ ବାପା, ମା ମୟୁରଭଞ୍ଜ ଯାଇଥିବାବେଳେ ଗତକାଲି ମୋବାଇଲ୍ ଦେଖାକୁ ନେଇ ଭାଇ ଭଉଣୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ରାତିରେ ବଡ଼ଭଉଣୀ ଶୋଇଯିବା […]

  • Monday, 26 July 2021
accident
ଟ୍ରାକ୍ଟର ଓଲଟି ୩ ମୃତ ଓ ୮ ଗୁରୁତର

ବଣାଇ: ଟ୍ରାକ୍ଟର ଓଲଟି ୩ ମୃତ ଓ ୮ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା କେଲ ଗାଁ ନିକଟରେ। ଟ୍ରାକ୍ଟରରେ ପଞ୍ଚାୟତ ସଦର ମହକୁମାକୁ ଚାଉଳ ପାଇଁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଟ୍ରାକ୍ଟରଟି ଓଲଟି ପଡ଼ିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି କେଲ ଗାଁରୁ ଏକ ଟ୍ରାକ୍ଟରରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଲୋକ […]

  • Monday, 26 July 2021
coronavirus
ଶନି ଓ ରବି ଏହି ଜିଲ୍ଲାରେ ସଟ୍‌ଡାଉନ୍ ହେବ ସହରାଞ୍ଚଳ

ବରଗଡ଼: ଆସନ୍ତା ଶନିବାର ରବିବାର ସଟ୍‌ଡାଉନ୍ ରହିବ ବରଗଡ଼ ଜିଲ୍ଲାର ସହରାଞ୍ଚଳ। ବରଗଡ଼ ମ୍ୟୁନିସାପାଲଟି ଏବଂ ବରପାଲି, ବିଜେପୁର, ପଦ୍ମପୁର ଓ ଅତାବିରା ଏନ୍ଏସି ସଟ୍‌ଡାଉନ୍ ରହିବ। ଏହି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ମୋଟ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହେଲେଣି। ଆଜି ଯେଉଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ସେ ହେଉଛନ୍ତି ଅତାବିରା NAC ଅଞ୍ଚଳର। ତାଙ୍କୁ ଭୁବନେଶ୍ୱର […]

  • Monday, 26 July 2021
covid
ସୁନ୍ଦରଗଡ଼ ଜିଲ୍ଲାରୁ ୧୫ ‘କରୋନା’ ପଜିଟିଭ୍ ଚିହ୍ନଟ

ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୫ ‘କରୋନା’ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨ଟି କ୍ୱାରେଣ୍ଟିନ୍ କେନ୍ଦ୍ରରୁ ୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବୀରମିତ୍ରପୁର କଲ୍ୟାଣ ମଣ୍ଡପରୁ ୧୪, କୁଆଁରମୁଣ୍ଡାରୁ ଜଣେ ଚିହ୍ନଟ ହୋଇଛନ୍ତି। ବୀରମିତ୍ରପୁରରୁ ଚିହ୍ନଟ ହୋଇଥିବା ପଜିଟିଭ୍‌ ରୋଗୀଙ୍କ ମଧ୍ୟରେ ୯ ଜଣ ମହିଳା ଓ ୫ ଜଣ ପୁରୁଷ ଥିବା ବେଳେ କୁଆଁରମୁଣ୍ଡାରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି। ସମସ୍ତ ୧୫ ଜଣ ପ୍ରବାସୀ ଦିଲ୍ଲୀ ଫେରନ୍ତା ନେଇ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ […]

  • Monday, 26 July 2021
anaconda
ଓଡ଼ିଶାରେ ଗଡ଼ିଲା 'ସୁପର ଆନାକୋଣ୍ଡା'; ୨ କିଲୋମିଟର ଲମ୍ବର ଟ୍ରେନ୍

ଭୁବନେଶ୍ୱର: ଓଡ଼ିଶାରେ ଗଡ଼ିଲା ସୁପର ଆନାକୋଣ୍ଡା। ଭାରତୀୟ ରେଲୱେ ପକ୍ଷରୁ ପ୍ରଥମ ଥର ଲାଗି ଟ୍ରାକ୍‌ରେ ଗଡ଼ିଛି ଦେଶର ଦୀର୍ଘତମ ମାଲବାହୀ ଟ୍ରେନ। ଏହି ମାଲଗାଡ଼ିର  ନାଁ ରଖାଯାଇଛି ସୁପର ଆନାକୋଣ୍ଡା। ଟ୍ରେନ୍‌ଟିର ଦୈର୍ଘ୍ୟ ୨ କିଲୋମିଟର ଏବଂ ଏଥିରେ ୧୭୭ଟି ଓ୍ୱାଗନ ଖଞ୍ଜା ଯାଇଛି। ଦକ୍ଷିଣ-ପୂର୍ବ-ମଧ୍ୟ ରେଳପଥର ୩ଟି ମାଲଗାଡ଼ିକୁ ଯୋଡ଼ି ଏହି ୨ କିଲୋମିଟର ଲମ୍ବ ବିଶିଷ୍ଟ ମାଲଗାଡ଼ିକୁ ଟ୍ରାକରେ ଚଳାଇଛି ରେଳବାଇ ଏହି ମାଲଗାଡ଼ିରେ ୧୫ ହଜାର ଟନ୍ ମାଲ୍ ପରିବହନ ହୋଇଥିଲା। […]

  • Monday, 26 July 2021
Soumya bidyaBharati
ଆସିଲା ମୃତ ACF ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଷଡ଼ଯନ୍ତ୍ର ରଚାଯାଇଛି ? ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ମାମଲାରେ ବର୍ତ୍ତମାନ ବି ତଦନ୍ତ ଜାରି ରହିଛି।

naveen pattanik
କରୋନା ମୁକାବିଲା ପାଇଁ ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଧାୟକଙ୍କୁ ଟେକ୍ନୋଲୋଜି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗହଳିକୁ ନଯାଇ, ଗହଳି ନକରି ଲୋକଙ୍କ ସହ ଟେକ୍ନୋଲୋଜି ଦ୍ୱାରା ଯୋଡ଼ି ହେବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭିଡିଓ କନଫରେନ୍ସିଂରେ ଆୟୋଜିତ ବୈଠକରେ ବିଧାୟକମାନଙ୍କୁ ଏହିପରି ଆହ୍ୱାନ ଦେଇଛନ୍ତି ସିଏମ୍‌। କୋଭିଡ ଗାଇଡଲାଇନ ମାନି ପ୍ରତ୍ୟେକ ପଦକ୍ଷେପ ନେବାକୁ ସେ ବିଧାୟକମାନଙ୍କୁ କହିଛନ୍ତି। ସେ କହିଛନ୍ତି, ଏବେ ଆମେ ସବୁଠାରୁ ଅଧିକ ଜଟିଳ ପରିସ୍ଥିତି ଦେଇ ଗତି କରୁଛୁ। […]

  • Monday, 26 July 2021
ganjam
କରୋନା ଭୟରେ ଶବକୁ କାନ୍ଧ ଦେଲେନି ସାହିଭାଇ; ଶେଷରେ ଏମିତି କଲେ ଭାଇ-ଭଉଣୀ

ଗଞ୍ଜାମ: କରୋନା ଭୟରେ ଶବକୁ କାନ୍ଧ ଦେଲେନି ସାହିଭାଇ। ପ୍ରଶାସନ ଗାତ ଖୋଳିଲା, ଆଉ ଶବକୁ ଭିଡ଼ିଭିଡ଼ି ନେଇ ପୋତିଲେ ମୃତକଙ୍କ ଭାଇ-ଭଉଣୀ। ଏଭଳି ଉଦ୍‌ବେଗଜନକ ଘଟଣାର ଫଟୋ ଓ ଭିଡିଓ ଭାଇରାଲ୍ ହେଉଥିବା ବେଳେ, ଏହା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୌରୀଶଙ୍କର ରୋଡ୍ ଅଞ୍ଚଳର ବୋଲି କୁହାଯାଉଛି। ସୂଚନା ଅନୁସାରେ, ଗୌରୀଶଙ୍କର ରୋଡ୍‌ରେ ଭଡ଼ା ଘରେ ରହୁଥିବା ଜଣେ ଯୁବକ ଗତ ୧୦ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ। ତେବେ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ […]

  • Monday, 26 July 2021
jagannatha jatra
ମହାବାହୁଙ୍କ ଇଚ୍ଛାରେ ସରିଲା ବାହୁଡ଼ାଯାତ୍ରା, ସୁନାବେଶକୁ ଅପେକ୍ଷା

ପୁରୀ: ସେ ଚାହିଁଲେ ବୋଲି ଘୋଷଯାତ୍ରା ହେଲା, ସେ ଚାହିଁଲେ ବୋଲି ବାହୁଡ଼ାଯାତ୍ରା ବି ସୁରୁଖୁରୁରେ ସରିଲା। ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ। ମହାମାରୀ ଭଳି ପ୍ରତିକୂଳ ସମୟରେ ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଦା ମୂରତୀ। କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଅନୁକୂଳ ପାଗ ଯୋଗୁଁ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଲାଗିଛି ୩ ରଥ। ଅବଶ୍ୟ, ସର୍ବୋଚ୍ଚ କୋର୍ଟଙ୍କ […]

  • Monday, 26 July 2021
liquer
ଇ-ଟୋକନ ବ୍ୟବସ୍ଥାକୁ ଗଞ୍ଜାମ ଜିଲ୍ଲା ମଦ ବ୍ୟବସାୟୀ ସଂଘର ନାପସନ୍ଦ

ଭୁବନେଶ୍ୱର: ଆଜିଠୁ କାଉଣ୍ଟରରେ ଆରମ୍ଭ ହୋଇଛି ମଦ ବିକ୍ରି। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଇ-ଟୋକନ୍ ବ୍ୟବସ୍ଥା ଜରିଆରେ କାଉଣ୍ଟରରୁ ମଦ କିଣିପାରିବେ ଗ୍ରାହକ। ଉଭୟ ଅଫଲାଇନ୍‌ ସପ୍ ଏବଂ ଅନ୍‌ଲାଇ ସପ୍‌ରେ ମଦ ବିକ୍ରି ପାଇଁ ଅନୁମତି ମିଳିଛି। ଏଥିପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରିଛି ଅବକାରୀ ବିଭାଗ। ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ସହ ମଦ ଦୋକାନ ଆଗରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନରେ ରାଜଧାନୀର ମଦ ଦୋକାନରେ ଏତେଟା […]

  • Monday, 26 July 2021
office
ସାଧାରଣ ଲୋକଙ୍କ ପାଇଁ ସରକାରୀ ଅଫିସ୍ ମନା

ଯାଜପୁର: ଯାଜପୁର ଜିଲ୍ଲାରେ ସାଧାରଣ ଲୋକଙ୍କ ପାଇଁ ସରକାରୀ ଅଫିସ୍ ମନା ହୋଇଛି। ଆସନ୍ତା ୮ ତାରିଖ ମଧ୍ୟରାତ୍ରୀ ଯାଏ ଲାଗୁ ହୋଇଛି ଏହି ନିୟମ। ସବୁ ଅଫିସ୍ ଫାଟକରେ ତାଲା ପକାଯାଇଛି। କେବଳ ଅଫିସ୍‌ରେ କର୍ମଚାରୀମାନେ କାମ କରିବେ। କୌଣସି ଅତିଆବଶ୍ୟକ କାମ ହେଲେ ସେ ସବୁ ଅନ୍‌ଲାଇନ୍‌ରେ କରିବାକୁ ନିବେଦନ କରିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର।ଏହାସହ ଅଯଥାରେ ସରକାରୀ କାର୍ଯ୍ୟାଳୟ ଆସି ଭିଡ଼ ନ କରିବାକୁ ସେ ନିବେଦନ କରିଛନ୍ତି। […]

  • Monday, 26 July 2021
so
୫୦% ଷ୍ଟାଫ୍‌ଙ୍କୁ ନେଇ ଅଫିସ୍ କାର୍ଯ୍ୟ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଭିନ୍ନ ସରକାରୀ ଅଫିସ୍‌ରେ ଅଧିକାରୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ବଢ଼ିଲା ଚିନ୍ତା। ଗଂଜାମରୁ କଟକ, ଭୁବନେଶ୍ୱରରୁ ଯାଜପୁର, ଥାନାରୁ ତହସିଲ୍, ସରକାରୀ ଅଫିସ୍‌ରେ ବଢୁଥିବା ସଂକ୍ରମଣକୁ ଦେଖି ସରକାର ଗାଇଡାଲାଇନ ଜାରି କରିଛନ୍ତି। ଚଳିତ ମାସରେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ କେବଳ ୫୦ ପ୍ରତିଶତ ଷ୍ଟାଫ୍‌ଙ୍କୁ ନେଇ ଅଫିସ୍ କାର୍ଯ୍ୟ କରିବାକୁ ବିଭିନ୍ନ ବିଭାଗକୁ କୁହାଯାଇଛି। ସେପଟେ କୋଭିଡ୍ କଟକଣା ପାଳନ ହେଉଛି ନା ନାହିଁ, ପ୍ରତିଦିନ ଯାଂଚ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ […]

  • Monday, 26 July 2021
dg avaya
ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ଅନୁଗୁଳ: ଶେଷରେ ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। କିଛି ଦିନର ଲୁଚକାଳି ପରେ ଅନୁଗୁଳ ବଇଣ୍ଡା ଜଙ୍ଗଲରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ପରବର୍ତ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜି ପୋଲିସ୍ ଅଭୟ ସୂଚନା ଦେଇଛନ୍ତି। ଆଜି ସକାଳେ ଆନନ୍ଦଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ତାଙ୍କୁ ଖୋଜିବା ପାଇଁ ଜଣେ ମହିଳା ଡିସିପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ୍ […]

  • Monday, 26 July 2021
marraige
ବିନା ଅନୁମତିରେ ବିବାହ କାର୍ଯ୍ୟ କରାଇଲେ ବନ୍ଧା ହେବେ ପୁରୋହିତ

ଗଞ୍ଜାମ: ବିନା ଅନୁମତିରେ ବିବାହ କାର୍ଯ୍ୟ କରାଇଲେ ବନ୍ଧା ହେବେ ପୁରୋହିତ। ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍‌ଙ୍କ ଠାରୁ ଅନୁମତି ପରେ ହିଁ ବିବାହ ଉତ୍ସବ କରାଯାଇପାରିବ। ତାହା ପୁଣି ଅଳ୍ପ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିର, କୋଭିଡ୍ ଗାଇଡଲାଇନ୍ ପାଳନ କରି ବିବାହ ଉତ୍ସବ ପାଳନ କରିବେ। ଯଦି, ବିନା ଅନୁମତିରେ ବିବାହ କାର୍ଯ୍ୟ କରାଯାଉଥାଏ, ତାହେଲେ ବିବାହ କାର୍ଯ୍ୟ କରାଉଥିବା ପୁରୋହିତଙ୍କ ବିରୋଧରେ FIR ଦାଏର ହେବ […]

  • Monday, 26 July 2021
coronavirus-jajpur
କରୋନା ପାଇଁ କଠୋର ହେଲା କଟକଣା

ଯାଜପୁର: କରୋନା ସ୍ଥିତିକୁ ନେଇ ଆଜିଠାରୁ ଯାଜପୁର ଜିଲ୍ଲାରେ କଠୋର ହେଲା କଟକଣା। ସକାଳ ୬ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର। କିନ୍ତୁ ଦିନସାରା ଔଷଧ ଏବଂ ପାଥୋଲାବ୍ ଖୋଲାଯାଇ ପାରିବ। କର୍ଫ୍ୟୁ ସମୟରେ ବାହାରକୁ ବାହାରୁଥିବା ଅମାନିଆଙ୍କ ଉପରେ ଫାଇନ୍‌ ଆକାରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅଯଥା ଚାଲିଚାଲି କିମ୍ବା ସାଇକେଲରେ ଗଲେ ପ୍ରଥମେ ୨ଶହ ପରେ ୫ଶହ ଟଙ୍କା ଜରିମାନା […]

  • Monday, 26 July 2021