• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ipbp
ଓଡ଼ିଶାର ଶତାୟୁ ବୃଦ୍ଧାଙ୍କ ଘରେ ବ୍ୟାଙ୍କ ସେବା ପହଞ୍ଚାଇଲା IPPB

ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଓଡ଼ିଶାର ନୂଆପଡ଼ାର ଜଣେ ବୃଦ୍ଧା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ। ବ୍ୟାଙ୍କ ପକ୍ଷରୁ ତାଙ୍କର ଏକ ନୂଆ ଖାତା ଖୋଲାଯାଇଛି। ଏହାଫଳରେ ବୃଦ୍ଧାଜଣକ ମହିଳାଜଣଙ୍କ ଘରେ ରହି ଆଧାର କାର୍ଡ ସହାୟତାରେ ଟଙ୍କା ଉଠାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କିଛିଦିନ ତଳେ ଟଙ୍କା ଉଠାଣ ପାଇଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବରଗାଁର ଜଣେ ୧୨୦ […]

  • Monday, 26 July 2021
sura-routray
Puri Rath Yatra 2020:ରଥଯାତ୍ରା ବନ୍ଦ ପ୍ରସଙ୍ଗ- ବିଜେପି ନେତା ବିଜୟଙ୍କ ସରକାରଙ୍କୁ କଡ଼ା ସମାଲୋଚନା, କାନ୍ଦି ପକାଇଲେ ସୁର

ପୁରୀ: ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଗତକାଲିର ଦିନ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ। ଯାହା ଆଶଙ୍କା ହେଉଥିଲା ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଶେଷରେ ସେମାନେ ସଫଳ ହେଲେ ବୋଲି ବିଜୟ କହିଛନ୍ତି। ସ୍ନାନଯାତ୍ରା ଠାରୁ ଆଜି ଯାଏ କଟକଣା ଭିତରେ ନୀତିକାନ୍ତି ହୋଇଛି। ଏବେ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତେ ମାନିବେ। କିନ୍ତୁ ରାଜ୍ୟ ସରକାର ସଂଦେହ ଘେରରେ ରହିଲେ। […]

odisha congress
କୋଭିଡ୍‌ କିଟ୍‌ କିଣାରେ ୩ ଶହ କୋଟିର ବାଟମାରଣା ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ଶ୍ରମିକଙ୍କ ପାଇଁ କୋଭିଡ୍ କିଟ୍ କିଣାରେ ପୁଣି ବଡ଼ ଧରଣର ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ। ୩ ଶହ କୋଟି ଟଙ୍କାର ବାଟମାରଣା କରାଯାଇଥିବା କହି ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି- ଚଷମା, ଜୋତା, ଗ୍ଲୋଭ୍‌ସ, ହେଲ୍‌ମେଟ୍ ଓ ଜ୍ୟାକେଟ୍‌ କିଣାରେ ଏହି ଦୁର୍ନୀତି ହୋଇଛି। ଭୁବନେଶ୍ୱର ବମିଖାଲରେ ଥିବା ଭାରତ ଇଣ୍ଡଷ୍ଟ୍ରିଆଲ କର୍ପୋରେସନରୁ ୧୨ ଟଙ୍କାର ଚଷମାକୁ ୬୦ […]

  • Monday, 26 July 2021
cabinat
Puri Rath Yatra 2020:କ୍ୟାବିନେଟ୍‌ ନିଷ୍ପତ୍ତି; ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରଥଯାତ୍ରା ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର। ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ବାବଦରେ ଆଡଭୋକେଟ୍ ଜେନେରାଲ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ଏହାପରେ ଆଇନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ଲାଗି ପ୍ରସ୍ତାବ ଆଣିଥିଲେ। ଏହି ପ୍ରସ୍ତାବ ସର୍ବସମ୍ମତିରେ ମଞ୍ଜୁରୀ ଲାଭ କରିଥିଲା। ଆଜି କ୍ୟାବିନେଟ ବୈଠକ ଆରମ୍ଭରେ […]

coronavirus
କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ି ଚାଲିଛି କରୋନା। ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୭ ହଜାର ହେଲାଣି। ୧ ଲକ୍ଷ ୯୪ ହଜାର ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୬୦ ହଜାର ୩୩୮ ରହିଛି।  କେବଳ ମହାରାଷ୍ଟ୍ରରେ ମୃତ୍ୟୁ […]

rath ayarraa
Puri Rath Yatra 2020:ରଥଯାତ୍ରା ବନ୍ଦ ପରେ କାନ୍ଦିଲେ ରୂପକାର ସେବାୟତ; କାଲି ପୁରୀ ବନ୍ଦ ଡାକରା

ପୁରୀ: ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇବି ୪ ଦିନ ଆଗରୁ ସରିଯାଇଥିଲା ରଥ ନିର୍ମାଣ ଖାଲି ଯାହା କନାମୁଣ୍ଡଣୀ ବାକିଥିଲା, ହେଲେ ତା ପୂର୍ବରୁ କରୋନା ପାଇଁ ଘୋଷଯାତ୍ରା ବନ୍ଦ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭକ୍ତ ଓ ସେବାୟତ। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିବା ଜଗନ୍ନାଥ ସେନା ଆସନ୍ତାକାଲି ପୁରୀ ବନ୍ଦ ଡାକରା ଦେଇଛି। ସେପଟେ ନିଷ୍ପତ୍ତିକୁ ସରକାରୀ ପ୍ରାୟୋଜିତ କହି ସୁପ୍ରିମ୍‌କୋର୍ଟରେ ଦାମୀ ଓକିଲଙ୍କୁ ଛିଡ଼ା କରାଇବା ପଛର କାରଣକୁ ନେଇ ପ୍ରଶ୍ନ […]

ratha w
ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

ପୁରୀ: ଜିତିଗଲା ମହାମାରୀ, ହାରିଲା ପରମ୍ପରା। କୋଟି କୋଟି ଓଡ଼ିଆଙ୍କ ପ୍ରାଣ ତଥା ବିଶ୍ୱଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନେଇ ସବୁ ଆଶା-ଆଶଙ୍କା ଓ ଆଲୋଚନା-ପର୍ଯ୍ୟାଲୋଚନାର ଅନ୍ତ ଘଟିଛି। ବଡ଼ଦାଣ୍ଡରେ ଏବର୍ଷ ଆଉ ଗଡ଼ିବଡି ତିନି ରଥ। କରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ତେବେ କୋର୍ଟରେ ସରକାରଙ୍କ ପକ୍ଷ ରଖିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚର […]

ratha puri
Puri Rath Yatra 2020:ଠାକୁର ମନ୍ଦିର ଭିତରେ ଥାଇ କେମିତି ହେବ ଘୋଷଯାତ୍ରା ? ଇତିହାସ କହୁଛି...

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ରାୟ ପରେ ଏବେ ପ୍ରଶ୍ନ, ଠାକୁର ମନ୍ଦିର ଭିତରେ ଥାଇ କେମିତି ହେବ ଘୋଷଯାତ୍ରା ? ଗବେଷକଙ୍କ ମତରେ ୧୬୯୨ ଖ୍ରୀଷ୍ଟାବ୍ଦରେ ଶ୍ରୀଜୀଉଙ୍କ ବିଗ୍ରହ ମନ୍ଦିର ଭିତରେ ଥାଇ ବି ରଥଯାତ୍ରା ହୋଇ ପାରିନଥିଲା। ଏହାର ୩୨୮ ବର୍ଷ ପରେ ପୁଣି ସେଭଳି ଘଟଣା ଚଳିତ ବର୍ଷ ଘଟିବାକୁ ଯାଉଛି। ସେପଟେ ଶ୍ରୀମନ୍ଦିର ଇତିହାସ କହୁଛି, ବିଭିନ୍ନ ସମୟରେ ଆକ୍ରମଣ ଓ ଲୁଣ୍ଠନକାରୀଙ୍କ ଯୋଗୁଁ ମୋଟ ୩୨ ଥର ରଥଯାତ୍ରା ହୋଇପାରି […]

top-headlines
ସନ୍ଧ୍ୟା ୭ଟା ବେଳର ୭ ଟପ୍‌ ଖବର

ଟପ୍‌ ଖବର ସଂକ୍ଷେପରେ ଜିତିଲା ମହାମାରୀ, ହାରିଲା ପରମ୍ପରା: ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ। ଚୂଡ଼ାନ୍ତ ପ୍ରସ୍ତୁତି ସାଙ୍ଗକୁ ଭକ୍ତଶୂନ୍ୟ ଘୋଷଯାତ୍ରା। ଆୟୋଜନ ନେଇ କୋର୍ଟରେ ରାଜ୍ୟ ସରକାରଙ୍କ ଟାଣୁଆ ଓକିଲଙ୍କ ନୀରବତାକୁ ନେଇ ପ୍ରଶ୍ନ। ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇବି ୪ ଦିନ ଆଗରୁ ସରିଛି ରଥ ନିର୍ମାଣ: ଘୋଷଯାତ୍ରା ବନ୍ଦ ନିଷ୍ପତ୍ତିକୁ ସରକାରୀ ପ୍ରାୟୋଜିତ କହିଲେ ସେବାୟତ ଓ ବିରୋଧୀ। ଗଜପତି କହିଲେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶରେ ନୀତିକାନ୍ତି। ଏଣେ କାନ୍ଦୁଛି […]

  • Monday, 26 July 2021
odia saheed
ଭୁବନେଶ୍ୱରରେ ଦୁଇ ଓଡ଼ିଆ ସହିଦ ଯବାନଙ୍କ ପାର୍ଥିବ ଶରୀର

ଭୁବେନେଶ୍ୱର: ଗଲୱାନ ଅଂଚଳରେ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେମାନଙ୍କ ମର ଶରୀର ବିମାନ ବନ୍ଦରରେ ପହଞ୍ଚିଛି। ଚୀନ ସହ ରକ୍ତାକ୍ତ ସଂଘର୍ଷରେ କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜର ନନ୍ଦୁରାମ ସୋରୋନ ସହିଦ ହୋଇଥିଲେ। ଚନ୍ଦ୍ରକାନ୍ତ ୨୦୧୪ରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିବା ବେଳେ ନନ୍ଦୁରାମ ୧୯୯୭ରେ ବିହାର-16 ରେଜିମେଣ୍ଟରେ ଯୋଗ ଦେଇଥିଲେ। ଯବାନଙ୍କ ସହିଦ ଖବର ମିଳିବା ପରେ […]

  • Monday, 26 July 2021
binayak
'ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା'

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ବନ୍ଦ। ସୁପ୍ରିମ୍ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ବିରୋଧ କରିବା ସହ ୫୦୦ ବର୍ଷର ପରମ୍ପରା ଭାଙ୍ଗିଥିବା କଥା କହିଛନ୍ତି। ସେ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଦ୍ୱାରା ଯାହା ନିଷ୍ପତ୍ତି ନିଆଯାଇଛି, ତାହା ସବୁ ପ୍ରାୟୋଜିତ। ଯେବେଠାରୁ ଅକ୍ଷୟ ତୃତୀୟାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା, ସେହିଦିନ ଠାରୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଓଡ଼ିଆଙ୍କର ପ୍ରାଣ ଦେବତାଙ୍କ ରଥଯାତ୍ରା […]

ratha 1
ପୁରୀ ପରେ ଏହିସବୁ ସ୍ଥାନରେ ବନ୍ଦ ହେଲା ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ବାତିଲ ହେଲା ରଥଯାତ୍ରା। ଏ ନେଇ ସୁପ୍ରିମ୍‌କୋର୍ଟ ବଡ଼ ରାୟ ଦେଇଛନ୍ତି। ସେପେଟ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ରଥଯାତ୍ରା ବନ୍ଦକୁ ନେଇ ଦେଖାଦେଇଛି ଅସନ୍ତୋଷ। ଇତିହାସ କହେ, ଚଳିତ ବର୍ଷ ବାରିପଦା ରେ ୪୪୫ ତମ ରଥଯାତ୍ରା ବନ୍ଦ ହେବାକୁ ଯାଉଛି। ୧୫୭୫ ମସିହାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରାର ପରମ୍ପରା ଚାଲି ଆସୁଅଛି। ପ୍ରଶାସନର ନୋଟିସ ପରେ ଆଜି ସେବାୟତମାନେ ଏକତ୍ର ହୋଇ ସରକାର ଆଉଥରେ ବିଚାର କରନ୍ତୁ ବୋଲି […]

  • Monday, 26 July 2021
coronavirus
ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ମଧ୍ୟରୁ କଟକରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଓ ଗଂଜାମରୁ ୧୬ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି କନ୍ଧମାଳରୁ ୧୪, ମୟୂରଭଂଜରୁ ୯, ଯାଜପୁରରୁ ୭, ପୁରୀ ୫, ନୟାଗଡ଼ ୪, କେନ୍ଦ୍ରାପଡ଼ାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼ରୁ ୨, କେନ୍ଦୁଝରରୁ ୨, ଢେଙ୍କାନାଳରୁ ୧, ସୁନ୍ଦରଗଡ଼ରୁ ୧ ସୁସ୍ଥ ସହିତ ମୋଟ ୯୭ ସୁସ୍ଥ […]

sibyasingh-deba
ରଥଯାତ୍ରା ବନ୍ଦ ନେଇ କ'ଣ କହିଲେ ଗଜପତି ମହାରାଜା ?

ପୁରୀ: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନେଇ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟାସିଂହ ଦେବ। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ। ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହୋଇଥିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ ବୋଲି ଗଜପତି ମହାରାଜା କହିଛନ୍ତି। ଧାର୍ମିକ ଦୃଷ୍ଟିକୋଣରୁ କେମିତି ଯାତ୍ରାବିଧି ପାଳନ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଓ ପ୍ରଶାସନ ସହ ଏନେଇ […]

tara
'ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି'

ଭୁବନେଶ୍ୱର: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ। ଆଜି ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା। ମୁକ୍ତିମଣ୍ଡପ, ଶଙ୍କରାଚାର୍ଯ୍ୟଙ୍କ ସହ କଥା […]

modi-naveen
ମୋଦି-ନବୀନ ଆଲୋଚନା: ୩ଟି ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସ୍ତରୀୟ ଯୁକ୍ତ ୨ ପରୀକ୍ଷା ସରିବା ପରେ ହିଁ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହେଉ ବୋଲି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଉପସାଗରୀୟ ଦେଶମାନଙ୍କରେ ଏବେବି କିଛି ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି। ତେଣୁ ସେମାନଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ବ୍ୟବସ୍ଥା କରୁ ବୋଲି ଦାବି ରଖାଯାଇଛି। ତୃତୀୟ ଦାବି ରହିଛି, ଟ୍ରେନ୍‌ ଓ […]

rer
ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ପୁରୀ: ବଡ଼ଦାଣ୍ଡରେ ଗଡ଼ିବ ତ ତିନି ରଥ ? ଭଙ୍ଗ ହେବନି ତ ଶହ ଶହ ବର୍ଷର ଭକ୍ତି ଓ ଭାବର ସମ୍ମେଳନର ପତିତପାବନ ଯାତ୍ରା ପରଂପରା ? ମହାମାରୀ କରୋନା କଟକଣା ଭିତରେ ଏବର୍ଷ କେମିତି ହେବ ଘୋଷଯାତ୍ରା ? ଏସବୁ ପ୍ରଶ୍ନର ଭାଗ୍ୟ ଝୁଲୁଛି ସୁପ୍ରିମକୋର୍ଟଙ୍କ ହାତରେ। କାରଣ ରଥଯାତ୍ରା ବନ୍ଦ ଲାଗି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ପିଟିସନ୍ ଉପରେ ଆସନ୍ତାକାଲି ହେବ ଶୁଣାଣି। ଖୋଦ୍ ପ୍ରଧାନବିଚାରପତି ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧୀନ […]

odisa
ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଦାଖ ଗାଲୱାନ ଭ୍ୟାଲିରେ ୨ ଓଡ଼ିଆ ଯବାନ ସହିଦ ଘଟଣାରେ ଶୋକ ପ୍ରକାଶ କରିବା ସହିତ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି।  ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା […]

congress
କରୋନା ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ୱର: କରୋନା ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ। ଲୋକୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ପିଟିସନ ଦାଖଲ କରାଯାଇଛି। ଆଠଟି ଦାବି ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ପଞ୍ଚାନନ କାନୁନଗୋ, ଦଳର ମୁଖପାତ୍ର ସୁଦର୍ଶନ ଦାସ ପ୍ରମୁଖ ଲୋକାୟୁକ୍ତଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମହାମାରୀ କରୋନା ସମୟରେ ରାଜ୍ୟରେ ହୋଇଥିବା ଦୁର୍ନୀତିର ଫର୍ଦ୍ଦାଫାସ ପାଇଁ ଦାବି କରିଛି କଂଗ୍ରେସ।   ଅନ୍ୟ ରାଜ୍ୟମାନେ ବହୁତ କମ୍ ରେଟ୍‌ରେ ପିପିଇ, […]

କୋଭିଡ ପାଇଁ ନୂଆ ରଣନୀତି
କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଉ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ହେବ। ପ୍ରାଥମିକ ଲକ୍ଷଣ ଥିବା ଲୋକଙ୍କୁ ହସ୍ପିଟାଲ ନିଆନଯାଇ ଏହି କେୟାର ହୋମ୍‌ରେ ରଖାଯିବ। ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ କୋଭିଡ୍ କେୟାର ହୋମ୍‌ରେ ରଖାଯିବ। ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ନିଆଯିବ। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ କେୟାର […]

  • Monday, 26 July 2021
coronavirus
ଆଜି ଭୁବନେଶ୍ୱରରେ ୧୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୭ରୁ ୧୪ ହୋମ୍ କ୍ୱାରେଣ୍ଟିନ, ୩ ଲୋକାଲ୍ କଣ୍ଟାକ୍ଟ କେସ୍ ଥିବା ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ୩ ଲୋକାଲ କଣ୍ଟାକ୍ଟ କେସ୍‌ରୁ ୨ ପୁରୁଷ ଏବଂ ଜଣେ ମହିଳା, ନହରକଣ୍ଟା ଅଞ୍ଚଳରୁ ଜଣେ ୨୭ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍‌ସି। ସେହିଭଳି କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲର ଜଣେ କର୍ମଚାରୀ […]

  • Monday, 26 July 2021
sustha
ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ କନ୍ଧମାଳରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝରରୁ ୧୧ ଓ ଖୋର୍ଦ୍ଧାରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେହିପରି ଭଦ୍ରକରୁ ୯, ଯାଜପୁରରୁ ୭, ମୟୂରଭଂଜରୁ ୬, ଗଞ୍ଜାମରୁ ୪ ଓ କଟକରେ ୩ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଜଗତସିଂହପୁର, ଝାରସୁଗୁଡ଼ା, […]

  • Monday, 26 July 2021
temple-under-mahandi
ମହାନଦୀରେ ପ୍ରାଚୀନ ମନ୍ଦିର ବୁଡ଼ିବା ଘଟଣାରେ ଅନୁଧ୍ୟାନ ଆରମ୍ଭ

ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଦ୍ମାବତୀ ଗାଁ ନିକଟରେ ମହାନଦୀ ଗର୍ଭରେ ପ୍ରାଚୀନ ଗୋପୀନାଥ ମନ୍ଦିର ବୁଡ଼ିଯିବା ଘଟଣାର ଅନୁଧ୍ୟାନ ଆରମ୍ଭ ହୋଇଛି। ଭୁବନେଶ୍ୱର ଆଇଆଇଟି ଓ ଉତ୍ତର ପ୍ରଦେଶର ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ଦୁଇ ପ୍ରତ୍ନତତ୍ୱବିତ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଗଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀରେ ମନ୍ଦିରଟି କେବେ ପୋତିହେଲା, […]

  • Monday, 26 July 2021
otv
ପୁଣି ବଢ଼ିଲା ଘୋଷଯାତ୍ରା ସମ୍ଭାବନା; ଉଠା ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ

ପୁରୀ: ପୁଣି ବଢ଼ିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସମ୍ଭାବନା। ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ପୁରି ପୌରସଂସ୍ଥା। ୧୯ ସୁଦ୍ଧା ଉଠାଦୋକାନୀଙ୍କ କ୍ୟାବିନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରୁ ଉଠିଯିବାକୁ ପୌର ସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।  ବଡ଼ଦାଣ୍ଡରୁ ଉଠିଯିବାକୁ ମାଇକ ଯୋଗେ ଘୋଷଣା କରିଛି ପୁରୀ ପୌରସଂସ୍ଥା। ତେବେ ଏହି ଘୋଷଣା ପରେ ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ଆଶା ସଂଚାର ହୋଇଛି। ମଝିରେ ଆଉ ମାତ୍ର […]

  • Monday, 26 July 2021