ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ୨୯, ଗଜପତି ୨୬, ଝାରସୁଗୁଡ଼ା ୧୫, ବଲାଙ୍ଗିରରୁ ୧୨ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିପରି ଜଗତସିଂହପୁର ଓ ମୟୂରଭଂଜରୁ ୧୧ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୮ କେନ୍ଦ୍ରାପଡ଼ା ୬, କେନ୍ଦୁଝର ୫, କଟକ ଓ ସୁନ୍ଦରଗଡ଼ରୁ ୪ […]
କଟକ: କେନ୍ ଭିତରେ ନାଗ ସାପ। ଟିଣ ଭିତରେ ପଶି ଛଟପଟ୍ ହେଉଥିଲା ନାଗ। ଆଉ ସାପକୁ ଦେଖିବା ପରେ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ ସ୍ଥାନୀୟ ଯୁବକ। କଟକ ଟାଙ୍ଗି ବ୍ଲକର ଶାଳଗାଁ ପଞ୍ଚାୟତରେ ଘଟିଛି ଏହି ଘଟଣା। ଗାଁର ଜଣେ ବ୍ୟକ୍ତିଙ୍କ ଘର ପଛ ପଟେ ପଡ଼ିଥିବା ଏକ ଟିଣ କେନ୍ ଭିତରେ ସାପଟି ପଶି ଯାଇଥିଲା। ସାପଟି ଦୀର୍ଘ ସମୟ ଧରି କେନ୍ ଭିତରେ ଅଟକି ଯିବା ପରେ ଛଟପଟ ହେଉଥିବା […]
ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାଘଅ ଭୋଜି। ବ୍ରହ୍ମପୁରରେ ଆୟୋଜିତ ଏକ ବାହାଘର ଭୋଜିକୁ ୫୦ ହଜାର ଜରିମାନା ଲଗାଇଛି ପ୍ରଶାସନ। ଉଭୟ ବର ଓ କନ୍ୟା ଠାରୁ ୫୦ ହଜାର ଜରିମାନା ଆଦାୟ କରିଛି ପ୍ରଶାସନ। ବାହାଘର ଭୋଜିରେ କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗ ହେବା ପରେ ଏଭଳି ଦଣ୍ଡ ଦେଇଛି ପ୍ରଶାନ। କେବଳ ଫାଇନ୍ରେ ଛାଡ଼ିଦେଇନି ପ୍ରଶାସନ। ଉଭୟ ପକ୍ଷଙ୍କ ନାଁରେ ଥାନାରେ ମାମଲା ବି ରୁଜୁ ହୋଇଛି। ତା ସହିତ ବର ପିତା ଅଟକ […]
ଭୁବନେଶ୍ୱର: ଜୁଲାଇ ଆରମ୍ଭରୁ କରୋନା ଦେଖାଇଲାଣି କରାଳ ରୂପ। ଜୁଲାଇର ପ୍ରଥମ ୪ ଦିନରେ କରୋନାରେ ଗଲାଣି ୯ ଜୀବନ, ୪ ଦିନରେ ୯ ମୃତ ସହ ଆକ୍ରାନ୍ତ ହେଲେଣି ୧୫୩୬ ଜଣ। ମାସକରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୯୩ ବଢ଼ିଛି। ଜୁନ୍ ୪ ତାରିଖରେ କରୋନା ଆକ୍ରାନ୍ତ ଥିଲେ ୨୬୦୮ ଜଣ। ଆଜି ଜୁଲାଇ ୪ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ଛୁଇଁଛି। ମାସକ ତଳେ ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଏବେ ମୃତ୍ୟୁ […]
ଭୁବନେଶ୍ୱର: ଭୁବନେଶ୍ୱର ସହରରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୫ରୁ ୩୭ କ୍ୱାରେଣ୍ଟିନରେ ଥିବା ବେଳେ ୮ ଜଣ ଲୋକାଲ କଣ୍ଟା କେସ୍ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାମନ୍ତରାପୁର ନୂଆଗାଁରୁ ମଧ୍ୟ ୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଏକ ଘରୋଇ ହସ୍ପିଟାଲର ୩ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୈତ୍ରୀ ବିହାରରୁ ଜଣେ, ଆଇଗିଣିଆରୁ ଜଣେ, ସତ୍ୟନଗରରୁ […]
ଭୁବନେଶ୍ୱର: ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ରାଜ୍ୟରେ ହେଉଛି କରୋନା ମ୍ୟାନେଜ୍ମେଣ୍ଟ। ଦୈନିକ ଯେତିକି ପାଣି ପସୁଛି, ସେତିକି ବାହାରୁଛି। ସେହିଭଳି ଯେତିକି ରୋଗୀ ଆକ୍ରାନ୍ତ ହେଉଛନ୍ତି ସେତିକି ସୁସ୍ଥ ହେଉଛନ୍ତି। ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିହଂ ସାଲୁଜା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସାଲୁଜା। ଏବେ ସଠିକ୍ ଭାବେ ହିସାବ କଲେ ରାଜ୍ୟରେ ଏକ ଲକ୍ଷରୁ ଅଧିକ […]
ଗଞ୍ଜାମ: ମେଡିକାଲରେ ପୁଅର ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ବାପାମା। ଏଭଳି ଦୁଃଖଦ ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନ ଗାଁରେ। ମା’ ଘରେ ଓ ବାପା ନିକଟ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣା ଅନୁସାରେ, ୧ ତାରିଖରେ ପୁଅ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ସନ୍ଧ୍ୟାରେ ପୁଅର ମୃତ୍ୟୁ ଖବର ଆସିଥିଲା। ୨୭ ବର୍ଷୀୟ ପୁଅର ମୃତ୍ୟୁ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ ବାପାମା। ପୁଅ ବିନା […]
ନୂଆଦିଲ୍ଲୀ: ସରିଲା ଶ୍ରୀଜୀଉଙ୍କ ଅଧରପଣା ନୀତି। ରଥାରୁଢ଼ ତିନି ଠାକୁରଙ୍କ ତିନି ରଥରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଓଠ ଉଚ୍ଚର ୩ଟି ଲେଖାଏଁ ୯ଟି ମାଟି ପାତ୍ରରେ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ପରମ୍ପରା ଅନୁସାରେ କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ଏହି ଦିବ୍ୟ ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଏହି ଦିବ୍ୟ ପଣା ଲାଗି ସମସ୍ତ ସାମଗ୍ରୀ […]
ଭୁବନେଶ୍ୱର: କାଳିଆ ଯୋଜନା ପରେ ଚାଷୀଙ୍କ ପାଇଁ ସରକାରଙ୍କ ନୂଆ ଭେଳିକି। ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବାକୁ ସରକାର ଆଣିଛନ୍ତି ‘ବଳରାମ’ ଯୋଜନା। ପୁରୁଣା ବୋତଲେ ନୂଆ ମଦ ଭଳି ପୂର୍ବରୁ ଥିବା ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ଜରିଆରେ ସରକାର ଭୂମିହୀନ ଚାଷୀଙ୍କୁ ୫୦ ହଜାର ଟଙ୍କା ବଦଳରେ ଦେଢ ଲକ୍ଷରୁ ୨ଲକ୍ଷ ଟଙ୍କା ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କାଳିଆ ଭଳି ଦଳୀୟ କର୍ମୀ ଏଥିରୁ ଫାଇଦା ପାଇବେ ଓ ପ୍ରକୃତ […]
ଭୁବନେଶ୍ୱର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସ୍ମାରକୀ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘୋଷଣା ଘୋଷଣାରେ ରହିଯାଇଛି। କେନ୍ଦ୍ର ସରକାର ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ୫୦ ଏକର ଜାଗା ମାଗିଥିବା ବେଳେ ରାଜ୍ୟ ସରକାର ୧୦ ଏକର ଯୋଗାଇଥିଲେ। ୨୦୧୯ ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସ୍ମାରକୀର ଶିଳାନ୍ୟାସ କରିଥିଲେ। ଏହା ଭିତରେ ୬ ମାସ ବିତିଗଲାଣି କିନ୍ତୁ କାମ କାଣିଚାଏ ବି ଆଗେଇ ପାରିନି। ଅନ୍ୟପଟେ ଚିହ୍ନଟ […]
କୋଣାର୍କ: ଜୁଲାଇ ୬ ତାରିଖରେ ଖୋଲିପାରେ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର। କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୧୬ ତାରିଖରୁ ବ୍ଲାକ ପାଗୋଡ଼ା କୋଣାର୍କ ସୂର୍ଯ୍ୟମନ୍ଦିର ଖାଁ ଖାଁ ରହିଛି। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପ ଉପରେ ର୍ନିଭରଶୀଳ କୋଣାର୍କର ହୋଟେଲ ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀ , ଗାଇଡ଼ , ଫଟୋଗ୍ରାଫରଙ୍କ ସହ କୋଣାର୍କ ଅଂଚଳର ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ୩ ମାସରୁ ଅଧିକ ସମୟ ଧରି କୋଣାର୍କକୁ ପର୍ଯ୍ୟଟକଙ୍କ ଯିବାଆସିବା ବନ୍ଦ ହୋଇଯାଇଛି। […]
ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ପଦକ୍ଷେପ ନେଇଛି BMC । ବାହାର ରାଜ୍ୟରୁ ଶ୍ରମିକ ନ ଆଣିବାକୁ BMC ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୩୧ ଯାଏଁ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ସରକାରୀ ଓ ଘରୋଇ କଣ୍ଟ୍ରାକ୍ଟରଙ୍କୁ BMC ନିର୍ଦ୍ଦେଶ ଦେଇଛି। ତେବେ ଯେଉଁମାନେ ଆସିସାରିଛନ୍ତି ସେମାନେ ନିର୍ଦ୍ଧାରିତ ୧୪ ଦିନର କ୍ୱାରେଣ୍ଟିନ ଅବଧିରେ ରହିବା ପରେ କାମକୁ ଆସିପାରିବେ ବୋଲି ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜ୍ୟର […]
ଭୁବନେଶ୍ୱର: ବିପିୟୁଟିର ଅନ୍ଲାଇନ୍ ପରୀକ୍ଷାକୁ ବିଜେପି ଯୁବ ମୋର୍ଚ୍ଚାର ବିରୋଧ। ଓଡ଼ିଶାରେ ଲଗାତାର ୩ ଘଣ୍ଟା ବିଜୁଳି ରହୁନି, ଖୋଦ ଶକ୍ତିମନ୍ତ୍ରୀଙ୍କ ଘର ପାଖରେ ବି ବିଜୁଳି ରହୁନି। ତା ଛଡ଼ା ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଅନ୍ଲାଇନ୍ ପରୀକ୍ଷା ସମ୍ଭବ ନୁହେଁ ବୋଲି କହିଛି ବିଜେପି ଯୁବମୋର୍ଚ୍ଚା। ସେହିପରି ଅନ୍ଲାଇନ୍ ପରୀକ୍ଷା କରାଇବାକୁ ଏକ ବ୍ଲାକ୍ ଲିଷ୍ଟେଡ୍ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ଯୁବମୋର୍ଚ୍ଚା ଅଭିଯୋଗ କରିଛି। ଅନ୍ଲାଇନ୍ ପରୀକ୍ଷା ବଦଳରେ ପୂର୍ବ ପରୀକ୍ଷା […]
ଭବାନୀପାଟଣା: ଡାଲି ପାଇଁ ବାପପୁଅଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଜୁଟାଗାଁରେ। ମଧ୍ୟାହ୍ନ ଭୋଜନବେଳେ ଦୀନବନ୍ଧୁ ଦାସଙ୍କ ସହିତ ପୁଅ ହନୁମାନ ଦାସଙ୍କ ଡାଲି ପାଇଁ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ କୀଟନାଶକ ପିଇ ଦେଇଥିଲେ ପୁଅ ହନୁମାନ। ପୁଅକୁ ଦେଖି ବାପା ଦୀନବନ୍ଧୁ ବି ସେଇ ବିଷରୁ ଅଧା ପିଇ ଦେଇଥିଲେ। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ […]
ଭୁବନେଶ୍ୱର: କପି ଧରିଥିବାରୁ ରାଗ ସୁଝାଇଲେ ଛାତ୍ର। କଲେଜ ଭିତରେ ପଶି ପ୍ରିନ୍ସିପାଲ୍ଙ୍କୁ ପିଟିଲେ ପୂର୍ବତନ ଛାତ୍ର। ଏଭଳି କିଛି ଘଟଣା ଘଟିଛି ଭୁବନେଶ୍ୱର ପଟିଆ ଅଞ୍ଚଳରେ। କଲେଜ ଭିତରେ ପଶି ପ୍ରିନ୍ସିପାଲ୍ଙ୍କୁ ହାତୁଡ଼ିରେ ପିଟିଛନ୍ତି ପୂର୍ବତନ ଛାତ୍ର। ପୋଲିସ୍ର କହିବା ଅନୁସାରେ ୨୦୧୯ରେ ଏହି ଘରୋଇ କଲେଜ୍ରେ ଛାତ୍ର ଜଣକୁ ପଡ଼ୁଥିଲେ। ତେବେ କପି କରିବା ବେଳେ ପ୍ରିନ୍ସପାଲ୍ ତାଙ୍କୁ ଧରିଥିଲେ। ଏହାସହ ବେଳେ ବେଳେ ଚୁଟି ଠିକ୍ରେ କୁଣ୍ଡାଇ ନଥିବାକୁ ନେଇ ପ୍ରିନ୍ସପାଲ୍ ଗାଳି […]
ଭୁବନେଶ୍ୱର: ଏଣିକି କିନ୍ନରମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଯୋଗାଇ ଦିଆଯିବ ପେନ୍ସନ୍। ଏ ନେଇ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେନ୍ସନ୍ ପାଇବା ପାଇଁ କିନ୍ନରମାନେ ମଧୁବାବୁ ପେନ୍ସନ୍ ୱେବ୍ସାଇଟ୍ରେ ଏବେଠାରୁ ଆବେଦନ କରିପାରିବେ। ବୟସ ଅନୁସାରେ ୫ ଶହରୁ ୯ ଶହ ପର୍ଯ୍ୟନ୍ତ ଭତ୍ତା ଦିଆଯିବ। କିନ୍ନରଙ୍କୁ ଯୋଜନାରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ। ସେହିପରି ମଧୁବାବୁ ପେନ୍ସନ ଯୋଜନାରେ ହିତାଧିକାରୀଙ୍କୁ ମିଳିବ। ଆଉ ୧ ହଜାର ଟଙ୍କା ରାଜ୍ୟର […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମରୁ ସର୍ବାଧିକ ୩୮ ଓ ଖୋର୍ଦ୍ଧାରୁ ୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ଗଜପତି ୧୯, କଟକ ୧୮, ଜଗତସିଂହପୁରରୁ ୧୮ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ସମ୍ବଲପୁର ଓ ସୁନ୍ଦରଗଡ଼ରୁ ମଧ୍ୟ ୧୨ ଜଣ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳରୁ ୧୦, ଯାଜପୁରରୁ ୮, ବରଗଡ଼ରୁ […]
ଭୁବନେଶ୍ୱର: କରୋନା ଅପଡେଟ ନେଇ ମୁଖପାତ୍ର ସୁବ୍ରତ ବାଗଚୀ ଲୋକଙ୍କୁ ସୂଚନା ଦେବା ବେଳେ ଆମେରିକାର ଉଦାହରଣ ଦେଇ ସତର୍କ କରାଇଲେ। ଆମେରିକାରେ ଗୋଟିଏ ଦିନରେ ୫୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି, ଆମେ ଯଦି ସତର୍କ ନହେବା, ଦିନକରେ ସ୍ଥିତି ଆମେରିକା ଭଳି ହୋଇପାରେ ବୋଲି ବାଗ୍ଚୀ କହିଛନ୍ତି। ଏଥିସହିତ ହୋମ୍ କ୍ୱାରେଣ୍ଟିନକୁ କଡ଼ାକଡ଼ି ମାନିବା, ବୟସ୍କଙ୍କୁ ବିପଦରେ ପକାଇବାନି ବୋଲି କହିବା ସହିତ ଯେଉଁମାନେ କ୍ୱାରେଣ୍ଟିନ ମାନୁନାହାନ୍ତି, ସେମାନେ ଯମ କୋଳକୁ ଯାଉଛନ୍ତି ବୋଲି […]
କଟକ: ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୬ କ୍ୱାରେଣ୍ଟାଇନରେ, ଜଣେ ହୋମ କ୍ୱାରେଣ୍ଟାଇନ୍ରେ ଓ ଅନ୍ୟ ୨ଟି ଲୋକାଲ କେସ ରହିଛି। ତେବେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଆଜି ଚିହ୍ନଟ ହୋଇଥିବା ୫୯ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ କେବଳ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ରୁ ୫୫ ଜଣ ରୋଗୀ ଅଛନ୍ତି। ସେମାନଙ୍କ ଭିତରୁ ୫୩ ଜଣ ରୋଗୀ ଓ ତାଙ୍କ […]
ଭୁବନେଶ୍ୱର: ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର। ଜିଏସ୍ଟି ମିଶାଇ RT-PCR ଟେଷ୍ଟ ପାଇଁ ସର୍ବାଧିକ ଫି ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏଣିକି ଘରୋଇ ଲ୍ୟାବ୍ରେ କୋଭିଡ୍-୧୯ ଟେଷ୍ଟ କଲେ ଫି ପଡ଼ିବ ୨୨ଶହ ଟଙ୍କା। ଜିଏସ୍ଟି ସହ ଫି ୨୨ଶହ ଟଙ୍କା ହେବ। ସେହିଭଳି ଟେଷ୍ଟ ପାଇଁ ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍କୁ ଅନୁମତି ମିଳିଛି। ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲରେ କରୋନା ଟେଷ୍ଟ ହୋଇପାରିବ। ତା […]
କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିଭଳି SCB ମେଡିକାଲରୁ ମଧ୍ୟ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨ଟି ଯାକ ହସ୍ପିଟାଲରୁ ମୋଟ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ରାଉରକେଲା ଆଇଜିଏଚ୍ର କିଛି ଅଂଶକୁ ଆଇସୋଲେସନ୍ ଘୋଷଣା କରାଯାଇଛି। ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ପଜିଟିଭ ଚିହ୍ନଟ ପରେ ଜଣେ ଡାକ୍ତରଙ୍କ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ୍ ଆଇସୋଲେସନ୍ ୱାର୍ଡରେ ଦୁଃଖଦ ଘଟଣା ଘଟିଛି। ଆଇସୋଲେସନ୍ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ ଶୁଣି ସ୍ତ୍ରୀର ଆତ୍ମହତ୍ୟା ଅଭିଯୋଗ ହୋଇଛି। ଆଇସୋଲେସନ୍ ୱାର୍ଡରେ ମହିଳା ଜଣକ ଲୁଗାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଦମ୍ପତି ହେଲେ ଏରସମା କଟିଜଙ୍ଗା ଗାଁର ନିର୍ଲିପ୍ତ ଭୋଳ ଓ ସୁଭଦ୍ରା। ସୂଚନା ଅନୁସାରେ, ସେମାନେ ତେଲେଙ୍ଗାନାରୁ ଫେରି ନିଜ ପଞ୍ଚାୟତ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ତେବେ ଗତକାଲି ନିର୍ଲିପ୍ତ ଛାତି […]
ଭୁବନେଶ୍ୱର: ୧୦ଟି ଜିଲ୍ଲାରେ ଶନିବାର ଓ ରବିବାର ସଟ୍ଡାଉନ ନେଇ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ, ଆଉ କିଛି ଜିଲ୍ଲାରେ ମଧ୍ୟ ଏହି ସପ୍ତାହାନ୍ତ ସଟ୍ଡାଉନ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲା ପ୍ରଶାସନ। ଏହି ଜିଲ୍ଲାଗୁଡ଼ିକ ହେଲା- କୋରାପୁଟ, ବଲାଙ୍ଗିର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରେ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ଡାଉନ ଲାଗୁ ହେବ। ସେହିଭଳି ବରଗଡ଼ ଜିଲ୍ଲାରେ କେବଳ ସହରାଞ୍ଚଳଗୁଡ଼ିକୁ ଆସନ୍ତା ଶନି ଓ ରବିବାର ସଟ୍ଡାଉନ […]
ଭୁବନେଶ୍ୱର: ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହେବ ‘ବଳରାମ’ ଯୋଜନା। ବଳରାମ ଯୋଜନା ମାଧ୍ୟମରେ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବ। ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ ରଖାଯାଇଛି। ଜଏଣ୍ଟ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଏହି ଋଣ ଯୋଗାଇ ଦିଆଯିବ। ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଣର ବ୍ୟବସ୍ଥା ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଏନେଇ ନିଷ୍ପତ୍ତି ହୋଇଛି। […]
ନୂଆଦିଲ୍ଲୀ: ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ଭ୍ୟାକ୍ସିନ୍ର ପରୀକ୍ଷଣ। ମଣିଷ ଉପରେ ପରୀକ୍ଷଣ ଲାଗି ICMR ଦ୍ୱାରା ୧୩ଟି ହସ୍ପିଟାଲ ମନୋନୀତ ହୋଇଛନ୍ତି। ଦେଶର ୧୩ ହସ୍ପିଟାଲ ମଧ୍ୟରେ ଓଡ଼ିଶାର ସମ୍ ହସ୍ପିଟାଲ ମନୋନୀତ ହୋଇଛି। ତେବେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ସମ୍ ହସ୍ପିଟାଲ ଏହି ପରୀକ୍ଷଣ ପାଇଁ ମନୋନୀତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (SOA) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ICMR ଓ ଭାରତ ବାୟୋଟେକ୍ ମିଳିତ ଭାବେ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି। ସେହିପରି […]