ଭୁବନେଶ୍ୱର: ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ। ୩ଟି ଏୟାର୍ ଏସିଆ ବିମାନରେ ସେମାନଙ୍କୁ ଓଡ଼ିଶା ଆଣୁଛନ୍ତି ଓଡ଼ିଶା ସରକାର। ପ୍ରାୟ ୩୫୦ ପ୍ରବାସୀ ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ଓ ସାମ୍ବା ଅଞ୍ଚଳରେ ଏବଂ ହିମାଚଳ ପ୍ରଦେଶର କାଙ୍ଗ୍ରା ଓ ଉନା ଜିଲ୍ଲାରେ ଫସି ରହିଥିଲେ। ସେମାନଙ୍କୁ ଟ୍ରେନ କିମ୍ବା ସଡ଼କ ପଥରେ ଆଣିବା ସମ୍ଭବ ନହେବାରୁ ୩ଟି ବିମାନରେ ଓଡ଼ିଶା ଫେରାଇ ଅଣାଯାଉଛି। ବିମାନଗୁଡ଼ିକ ଆଜି ଭୁବନେଶ୍ୱର […]
ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ଅଧତ୍କାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଦେଖା ଦେଇଛି। ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେବଳ ବର୍ଷା ନୁହେଁ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଆସନ୍ତା କାଲି ସକାଳ ୮ଟା ୩୦ ସୁଦ୍ଧା ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- କେନ୍ଦୁଝର, […]
ଭୁବନେଶ୍ୱର: ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ବାହାର ରାଜ୍ୟରୁ ଏବେ ସୁଦ୍ଧା ଫେରିଲେଣି ୩ ଲକ୍ଷ ପ୍ରବାସୀ ଓଡ଼ିଆ। ରାଜ୍ୟକୁ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆସି ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ପ୍ରବାସ ଫେରନ୍ତାଙ୍କୁ କରୋନା ଲକ୍ଷଣ ପାଇଁ ସ୍କ୍ରିନିଂ କରାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ଏବଂ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ସେମାନଙ୍କ ଜିଲ୍ଲାକୁ ପଠାଯାଉଛି ବୋଲି ଟ୍ୱିଟ୍ରେ ଉଲ୍ଲେଖ କରାଯାଇଛି। ସେପଟେ ଆଜି ଶ୍ରମିକ ଟ୍ରେନ୍ରେ ରାଉର୍କେଲାରେ ପହଞ୍ଚିଛନ୍ତି […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଆଜି ସର୍ବାଧିକ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଛି। ସୁସ୍ଥମାନଙ୍କ ମଧ୍ୟରୁ ଖୋର୍ଦ୍ଧା-୩୯, ଗଜପତି-୨୩, ନୂଆପଡ଼ା୨୨, ଭଦ୍ରକରୁ ୧୭ ସୁସ୍ଥ, ନୟାଗଡ଼-୧୫, ଗଞ୍ଜାମ-୧୪, କେନ୍ଦ୍ରାପଡ଼ାରୁ ୧୦,ସୁନ୍ଦରଗଡ଼ ୬, ବାଲେଶ୍ୱରରୁ ୪, ଢେଙ୍କାନାଳ ଓ କନ୍ଧମାଳର ୯ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିଭଳି କଟକ, ବଲାଙ୍ଗିର ଓ ମାଲ୍କାନଗିରିରୁ ଦୁଇ ଜଣ ଲେଖାଏ ସୁସ୍ଥ ହୋଇଥିବା […]
ବାରିପଦା: ମଣିଷ ଦିନକୁ ଦିନ ଏତେ ନୃଶଂସ ହୋଇଯାଉଛି ଯେ ମାନବିକତା, ଦୟାର ଅର୍ଥ ବୁଝୁ ନାହିଁ। ସାମାନ୍ୟା କଥାକୁ ନେଇ ଜଣେ ଅନ୍ୟ ଜଣକୁ ଜୀବନରୁ ମାରିଦେଉଛି। ବାରିପଦାରୁ ଏଭଳି ଏକ ଘଟଣା ସାମ୍ନା ଆସିଛି। ଛେଳି ଚୋର ସନ୍ଦେହରେ ଜଣକୁ ପିଟି ପିଟି ମାରିଦେଇଛନ୍ତି ଲୋକେ। ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ପାଲବଣୀ ଗାଁର ରବୀ କାଳନ୍ଦୀ। ଅଭିଯୋଗ ଅନୁସାରେ, ପାଲବଣୀ ଗାଁରୁ ଗତ ୨୫ […]
ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାକୁ ଆସିଲେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ସୁବ୍ରତୋ ବାଗଚୀ। ରାଜ୍ୟ ସରକାରଙ୍କର କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ଭାବେ କରୋନା ସମ୍ପର୍କରେ ସୂଚନା ଦେଉଥିବା ବେଳେ ତାଙ୍କର ସୁନ୍ଦର ଉପସ୍ଥାପନ ଶୈଳୀ ଯୋଗୁ ସେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ। ସବୁରି ମୁହଁରେ ତାଙ୍କରି ଚର୍ଚ୍ଚା ହେଉଥିଲା। ଏବେ ପୁଣି ଥରେ କରୋନା ମୁକାବିଲା ପାଇଁ ବଡ଼ ଆକାରରେ ଅର୍ଥ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ବାଗଚୀ। ସୁବ୍ରତୋ ଓ ତାଙ୍କ ପତ୍ନୀ […]
କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ନିରାଡ଼ମ୍ବର ଭାବେ ହାତଗଣତି ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତାରବନମଙ୍କ ମନ୍ଦିର ନିକଟ କୂଅରୁ ଆସିଥିବା ଶ୍ରଦ୍ଧାର ଜଳରେ ତିନିଠାକୁରଙ୍କ ସ୍ନାନ କରିଥିଲେ। ଏହାପରେ ଶ୍ରୀଜିଉମାନେ ହାତୀ ବେଶରେ ଦର୍ଶନ ଦେଉଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମେଘନାଦ ପାଚେରୀ ମଧ୍ୟରେ କେବଳ କିଛି ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କୁ ସ୍ନାନ ନୀତି ସମ୍ପନ ହୋଇଛି। ତେବେ ଭକ୍ତଙ୍କୁ […]
ଭୁବନେଶ୍ୱର: ଗୋଟେ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁସ୍ଥ ହେଉଥିବା ଖବର ଲୋକଙ୍କୁ ଆସ୍ୱସ୍ତି ଦେଉଛି। ଆଜି ରାଜ୍ୟରେ ୧୨୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୩୫, କଟକରୁ ୨୨, ନୂଆପଡ଼ାରୁ ୧୪, ବଲାଙ୍ଗିରରୁ ୧୪, ଖୋର୍ଦ୍ଧାରୁ ୧୦, କନ୍ଧମାଳରୁ ୭, କୋରାପୁଟରୁ ୫ ଓ କେନ୍ଦ୍ରାପଡ଼ାରୁ ୪ ଜଣ ଅଛନ୍ତି। ସେହିଭଳି ବାଲେଶ୍ୱର, ଢେଙ୍କାନାଳ ଓ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ପାଳନ କରାଯାଇଛି ସ୍ନାନ ଯାତ୍ରା। ସକାଳ ୬ଟାରେ ତିନି ଦିଅଁଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା। ପରେ ପରେ ଜୟ ମଙ୍ଗଳା ଆଳତୀ, ନୀତିସ୍ନାନ, ବଲ୍ଲଭ ମଣୋହି, ମଙ୍ଗଳାର୍ପଣ କରାଯାଇଥିଲା। ଏହାପରେ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କର ଗଜ ବଦନ ବେଶ କରାଯାଇଥିଲା। ସେବକମାନେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ ରୀତିରେ ଗଜବେଶ କରାଇଥିଲେ। କରୋନା କଟକଣା ପାଇଁ ଚଳିତ ବର୍ଷ ଏଠାରେ ବି ୧୪୪ ଧାରା ଜାରି […]
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଆୟୋଜିତ ହେଉଛି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଏବେ ଶ୍ରୀଜିଉମାନଙ୍କ ସ୍ନାନ ନୀତି ସଂପନ୍ନ ହୋଇଥିବା ବେଳେ ଅପରାହ୍ଣରେ ହେବ ହାତୀ ବେଶ। ଭୋର ୪ଟାରୁ ପହଡ଼ ଭଙ୍ଗା ହେବାପରେ ମଙ୍ଗଳ ଆଳତୀ ହୋଇଥିଲା। ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସ୍ନାନ ମଣ୍ଡପରେ ବିଜେ ପରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଛି। ତେବେ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ପ୍ରବେଶ […]
ପୁରୀ: ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଧଳା ଓ କଳା ହାତୀବେଶରେ ବିଭୂଷିତ ହୋଇଛନ୍ତି ମହାପ୍ରଭୁ। ପାରମ୍ପରିକ ନିୟମ ଅନୁସାରେ ଆଜି ଶ୍ରୀଜିଉଙ୍କୁ ହାତୀ ବେଶରେ ସଜ୍ଜିତ କରାଯାଇଛି। ସେହିପରି ମାଆ ସୁଭଦ୍ରାଙ୍କୁ କମଳା ବେଶରେ ସଜା ଯାଇଛି। ଶ୍ରୀଜଗନ୍ନାଥ ଓ ବଡ଼ ଠାକୁର ବଳଭଦ୍ରଙ୍କ ପାଇଁ ହାଣ୍ଡିଆ, ଥୋଡ଼ହସ୍ତ, ଅଧର ତୋରଣ, ଗଜଖୁମ୍ଭ, ତିଲକ, ଛତୀରେ ଦୁଇ ଠାକୁରଙ୍କୁ ସଜା ଯାଇଛି। ସେହିଭଳି ମାଆ ସୁଭଦ୍ରାଙ୍କୁ ତଡ଼କୀ, ଚିତା ତରାସରେ ସଜା […]
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଅମ୍ପନ୍ କ୍ଷୟକ୍ଷତିର ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଆଜି ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇଥିବା କେନ୍ଦ୍ରୀୟ ଟିମର ୩ ଜଣିଆ ସଦସ୍ୟ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ରାଜନଗର ବ୍ଲକର ପେଣ୍ଠକଟା ସହ ଅନ୍ୟ କିଛି ଅଞ୍ଚଳ ପରିଦର୍ଶନ କରିଥିଲେ। ସେପଟେ ବାଲେଶ୍ୱର ଗସ୍ତରେ […]
ଭୁବନେଶ୍ୱର: ଓ୍ୱାନ୍ ନେସନ୍ ଓ୍ୱାନ୍ ମାର୍କେଟ। ଏହି ନାରାରେ ଚାଷୀଙ୍କୁ ଫାଇଦା ଦେବାକୁ ଆଳୁ ପିଆଜ, ଡାଲି ଓ ତେଲକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦେଇଛନ୍ତି କେନ୍ଦ୍ର ସରକାର। ଅର୍ଥାତ ଏହା ଦର ଦାମ ଉପରେ ଆଉ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ। ଚାଷୀ ନିଜ ଉତ୍ପାଦନକୁ ଅଧିକ ଦରରେ ବିକିବାର ସୁଯୋଗ ପାଇବ ବୋଲି ଏଭିଳ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ବି ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ତେବେ […]
ଭୁବନେଶ୍ୱର: ତିନିଟି ସଂସ୍ଥାଠୁ ୩ ପ୍ରକାର ଦରରେ କିଣା ହୋଇଛି କରୋନା ଟେଷ୍ଟ କିଟ୍। ତାହା ପୁଣି କୋଟି କୋଟି ଟଙ୍କାର ଫରକ୍। ରାଜ୍ୟ ଔଷଧ ନିଗମର ପର୍ଚେଜ୍ ଅର୍ଡରରୁ ମାସ୍କ ଓ ପିପିଇ କିଟ୍ କିଣାରେ ବଡ଼ ଧରଣର ହେରଫେର ସାମ୍ନାକୁ ଆସିବା ପରେ ଏବେ ଟେଷ୍ଟ କିଟ୍ ଏବଂ ରିୟଲ ଟାଇମ୍ ପିସିଆର୍ ମେସିନ୍ କିଣାରେ ବି ଅନୁରୂପ ଘୋଟାଲାର ଆଭାସ ମିଳିଛି। ପଢ଼ନ୍ତୁ ଆମ ତଦନ୍ତକାରୀ ରିପୋର୍ଟ ‘କରୋନା କେଳେଙ୍କାରୀ ପାର୍ଟ-୨’ ମାସ୍କ […]
ପୁରୀ : ଶ୍ରୀମନ୍ଦିର ଇତିହାସରେ ଲେଖା ହେବ ନୂଆ ଘଟଣା। ବଡ଼ଦାଣ୍ଡରେ ବିନା ଭକ୍ତରେ ସମ୍ପନ୍ନ ହେବ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣମୀ ନୀତି। ଏଥିପାଇଁ ଶ୍ରୀଜିଉଙ୍କ ଅପେକ୍ଷାରେ ରହିଛି ସ୍ନାନ ବେଦି। ରତ୍ନସିଂହାସନରୁ ଓହ୍ଲାଇ ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତୀ। ପରମ୍ପରା ଅନୁସାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସିବେ ମହାପ୍ରଭୁ ଜଗନ୍ନାଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ […]
ଗଜପତି: କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଘରକୁ ଫେରି ପାରିଲେନି ପ୍ରବାସୀ। ଜଙ୍ଗଲରେ ଦିନ କାଟୁଛନ୍ତି ୭ ଜଣ ପ୍ରବାସ ଫେରନ୍ତା। ଗଜପତି ଆର୍ ଉଦୟଗିରି ବ୍ଲକର ଖାରିପଦା ଗାଁରେ ଘଟିଛି ଏଭଳି ଘଟଣା। ଯେଉଁଠି କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଏବେ ଗାଁକୁ ଆସିବାକୁ ଏହି ୭ ଜଣଙ୍କୁ ବାରଣ କରାଯାଇଛି। ଏମାନେ ଗୁଜରାଟରୁ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟିନ୍ରେ ଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରେ ଏମାନେ ଗାଁକୁ ଫେରିଥିଲେ। ହେଲେ ତାଙ୍କୁ […]
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି। ସକାଳ ପାହିଲେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ରୀତିନୀତି ଓ ପରମ୍ପରା ଅନୁଯାଇ ଆସନ୍ତାକାଲି ସକାଳ ୫ ରୁ ୬ ମଧ୍ୟରେ ଚୋକାଛଡ଼ା ନୀତି ଅନୁଷ୍ଠିତ ହେବ। ଏହା ପରେ ଗୋଟି ପହଣ୍ଡି କରି ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରିବେ। ତେବେ ଆସନ୍ତାକାଲି ବାରିପଦାରେ ମଧ୍ୟ କରୋନା ଲକ୍ଡାଉନ୍ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ କରାଯିବ। ସକାଳୁ ସଂନ୍ଧ୍ୟା […]
ଭୁବନେଶ୍ୱର: କରୋନାର ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିଥିବାରୁ ଜୋରିମାନା ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏକଥା ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଗତକାଲି ଯାଇଥିବା ବେଳେ ସାମାଜିକ ନିୟମ ଭଙ୍ଗ ହୋଇଥିବାରୁ ନିଜ ତରଫରୁ ସେ ଜୋରିମାନା ଦେଇଥିବା କହିଛନ୍ତି ଅପରାଜିତା। Under very special circumstances, I went to the residence of Sri Jagannath Pradhan, BJP leader, yesterday. I […]
ଭୁବନେଶ୍ୱର: ଓଡ଼ିଶାରେ ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜିଲ୍ଲାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଗୋଟିଏ ଟିମ୍ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ ବାଲେଶ୍ୱର ଯାଇଛି। ଏହି ଟିମ୍ର ଗତକାଲି ୫ ଜଣ ସଦସ୍ୟ ଆସିଥିବା ବେଳେ ଆଗରୁ ୨ ଜଣ ଆସିଥିଲେ। ଟିମ୍ ୩ ଦିନ ଧରି ରାଜ୍ୟରେ ରହିବ। ଆସନ୍ତାକାଲି ଗୋଟିଏ […]
ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ। ଭକ୍ତଙ୍କ ଦର୍ଶନ ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଥିବାରୁ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଆଜି ଏହାର ଶୁଣାଣି କରିଛନ୍ତି ହାଇକୋର୍ଟ। ଏ ପ୍ରସଙ୍ଗରେ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେବେ। କୋଭିଡ କଟକଣା ଭିତ୍ତିରେ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। କୋଭିଡ୍ ପରିସ୍ଥିତିକୁ ଦେଖି ଏଥର ଭକ୍ତଙ୍କ ଅନୁପସ୍ଥିତିରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା କରିବାକୁ […]
ଭୁବନେଶ୍ୱର: କୁକୁଡ଼ା ମାଂସ ଓ ଅଣ୍ଡା ନିରାପଦ ବୋଲି କହିଲା ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ। କୁକୁଡ଼ା ମାଂସ ଦ୍ୱାରା କରୋନା ବ୍ୟାପିବା ନେଇ କିଛି ବୈଜ୍ଞାନିକ ପ୍ରମାଣ ନାହିଁ। ଉପଲବ୍ଧ ତଥ୍ୟକୁ ଭିତ୍ତିକରି କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ ବୋଲି ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।ତେବେ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବା ଉଚିତ ବୋଲି ନିର୍ଦ୍ଦେଶାଳୟ ପରାମର୍ଶ ଦେଇଛଇ। ରାଜ୍ୟ ପଶୁପାଳନ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ଏକ […]
ଭୁବନେଶ୍ୱର: ଓଡ଼ିଶାରେ ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଟିମ ଓଡ଼ିଶା ଆସିଛି। ଆଜି ୫ ଜଣିଆ ଟିମ୍ ଆସିଥିବା ବେଳେ ପୂର୍ବରୁ ୨ ଜଣ ଆସିଥିଲେ। ଏହି ୭ ଜଣିଆ ଟିମ୍ ଅମ୍ପନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବ। ୩ ଦିନ ଧରି ଏହି ଟିମ୍ ରାଜ୍ୟରେ ରହିବ। ବାତ୍ୟାରେ ରାଜ୍ୟରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ ଏହି ଟିମ କେନ୍ଦ୍ରକୁ ରିପୋର୍ଟ […]
ଭୁବନେଶ୍ୱର: ପୁଣି ଚିହ୍ନଟ ହେଲେ ୧୯ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରେ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହେବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆହି ଆକ୍ରାନ୍ତଙ୍କ ସମେତ ୨ ଜଣ ସୁସ୍ଥ ହୋଇ ଡିସ୍ଚାର୍ଜ ମଧ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିତାଂଶୁ ରାଉତ। ତେବେ ଆଜି ମଧ୍ୟାହ୍ନରେ ରାଜ୍ୟରେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ […]
ଭୁବନେଶ୍ୱର: ଗୋଷ୍ଠୀ ସଂକ୍ରମଣ ଆଡ଼େ ମୁହାଁଉଛି କି ଓଡ଼ିଶା? ପ୍ରତିଦିନ ଆକ୍ରାନ୍ତଙ୍କ ଭିତରୁ ନିୟମିତ ସ୍ଥାନୀୟ ସଂକ୍ରମିତ ବାହାରୁ ଥିବାରୁ ତାକୁ ନେଇ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠିଛି। କିଛି ସ୍ଥାନରେ ‘କରୋନା’ ଯୋଦ୍ଧା ଭାବେ ପରିଗଣିତ ସରପଞ୍ଚ, ଶିକ୍ଷକ, ଆଶା ଓ ଅଙ୍ଗନବାଡ଼ୀ କର୍ମୀ ସଂକ୍ରମିତ ହେବା ଖବର ସରକାରଙ୍କ ଚିନ୍ତା ବଢ଼ାଇଛି। ଗତ ତିନି ଦିନରେ ୪୫ ଜଣ ସ୍ଥାନୀୟ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। […]