Advertisment

ଆସିଲା ମୃତ ACF ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଷଡ଼ଯନ୍ତ୍ର ରଚାଯାଇଛି ? ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ମାମଲାରେ ବର୍ତ୍ତମାନ ବି ତଦନ୍ତ ଜାରି ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଆସିଲା ମୃତ ACF ସୌମ୍ୟରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

Soumya bidyaBharati

କଟକ: ଆସିଲା ପାରଳାଖେମୁଣ୍ଡି ମୃତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ। ସୌମ୍ୟଙ୍କ ପରିବାରକୁ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇଛି। କଟକ ମର୍କତନଗର ଥାନାରୁ ପୋଷ୍ଟମର୍ଟମ ରିପୋର୍ଟ ପରିବାର ଲୋକ ନେଇଛନ୍ତି। ୯୫% ପୋଡ଼ି ଯାଇଥିବାରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। 

Advertisment

ଏହି ମାମଲାରେ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଢିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଆଜକୁ ୧୪ ଦିନ ହେଲାଣି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ନେଇ ସସପେନ୍ସ ବଢିବାରେ ଲାଗିଛି। ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଷଡ଼ଯନ୍ତ୍ର ରଚାଯାଇଛି ? ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ମାମଲାରେ ବର୍ତ୍ତମାନ ବି ତଦନ୍ତ ଜାରି ରହିଛି।   

ସୌମ୍ୟରଂଜନ ରହସ୍ୟଜନକ ମୃତ୍ୟୁ ମାମଲାରେ ବଲାଙ୍ଗିର୍ ଲିଙ୍କ୍‌ର ଖୋଳତାଡ଼ ଆରମ୍ଭ କରିଛି। ପୋଲିସ ସ୍କାନରରେ ଥିବା ଲର୍କିପାଲି ଏଲଆଇ ଟ୍ରେନିଂ ସେଣ୍ଟରରେ ପଶି ଯାଞ୍ଚ କରିଛି। ଟ୍ରେନିଂ ସେଣ୍ଟର ନିର୍ଦ୍ଦେଶକଙ୍କ ସମେତ ୪ କର୍ମଚାରୀଙ୍କୁ ସାଢ଼େ ୪ ଘଣ୍ଟା ଧରି ପଚରାଉଚରା କରିଛି ପୋଲିସ। ବିବାହ ପରେ ଭୋଜି ଦେବା ପାଇଁ କାହାସହ ଆସିଥିଲେ ବିଦ୍ୟାଭାରତୀ ? ସେଦିନ କଣ ସବୁ ଘଟିଥିଲା, ସେସବୁର ଟିକିନିଖି ତଦନ୍ତ କରି ଫେରିଛି ପୋଲିସ ଟିମ୍। ଆଉ ଟ୍ରେନିଂ ସମୟରେ ଯେଉଁ ୧ ନମ୍ବର ରୁମ୍‌ରେ ରହୁଥିଲେ ବିଦ୍ୟାଭାରତୀ, ସେହି ରୁମ୍‌କୁ ସିଲ୍ କରିଥିଲା ପାରଳାଖେମୁଣ୍ଡି ପୋଲିସ୍ ଟିମ୍।

Advertisment
Odisha News Odisha Police Paralakhemundi Death Crime Branch
Advertisment
Advertisment