• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

rain
ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ହେଲେ ୮ ଓ ୯ ତାରିଖରେ ରାଜ୍ୟରେ କିଛି ସ୍ଥାନରେ ବର୍ଷାର ପରିମାଣ କମିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ୮ ଓ ୯ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ […]

  • Monday, 26 July 2021
coronavirus-cuutack
ପୁଣି କଟକରୁ କରୋନା; ଶିଶୁ ଭବନରୁ ଜଣେ ଶିଶୁ ସହିତ SCBରୁ ୧୧ ଜଣ ପଜିଟିଭ ଚିହ୍ନଟ

କଟକ: ପୁଣି କଟକରୁ ବାହାରିଲା କରୋନା। କଟକ ଶିଶୁ ଭବନରୁ ଜଣେ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ SCB ମେଡିକାଲରୁ ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୧ ମଧ୍ୟରେ ୪ ଜଣ ଆଇସୋଲେସନ୍ ୱାର୍ଡର ଥିବା ବେଳେ ଅନ୍ୟ ୭ ଜଣ ମେଡିକାଲର କର୍ମଚାରୀ ହୋଇଥିବା ସୂଚନା ଦେଇଛି କଟକ ଜିଲ୍ଲା ପ୍ରଶାସନ। ଅନ୍ୟପଟେ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ଆହୁରି ଶକ୍ତ ହୋଇଛି ପ୍ରଶାସନ। ବାହାରୁ କେହି କଟକ ସହରକୁ […]

  • Monday, 26 July 2021
covid
ବାହାରୁ କେହି କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ

କଟକ: ବାହାରୁ କେହି କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ ହୋଇଛି। କେବଳ କଟକ ନୁହେଁ ୫ଟି ଜିଲ୍ଲାରୁ ଆସିଲେ ମଧ୍ୟ କ୍ୱାରେଣ୍ଟିନ୍‌ରେ ରହିବାକୁ ହେବ। ସେହିଭଳି କଟକର ୫ଟି ବ୍ଲକରୁ ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଏନେଇ CMC ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ୫ ଜିଲ୍ଲା ହେଲା- ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି ଓ ବାଲେଶ୍ୱର। ଏହିସବୁ ଜିଲ୍ଲାରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଣ୍ଟିନ୍‌ ବାଧ୍ୟତାମୂଳକ ହେବ। ସେହିଭଳି […]

  • Monday, 26 July 2021
abhada
ନୀଳାଚଳ ଅବଢ଼ା ପାଇ ଆନନ୍ଦିତ ଭକ୍ତ

ପୁରୀ: ନୀଳାଚଳ ଅବଢ଼ା ପାଇ ଭକ୍ତ ଆଜି ବହୁତ ଆନନ୍ଦିତ ହୋଇଛି। ଶ୍ରୀମନ୍ଦିର ରତ୍ନବେଦୀକୁ ଶ୍ରୀଜିଉ ଫେରିବା ପରେ ଆଜି ବାହାରିଛି ନୀଳାଚଳ ଅବଢ଼ା। ଭକ୍ତମାନେ ଯେପରି ମହାପ୍ରସାଦ ପାଇବେ, ଉତ୍ତର ଦ୍ୱାର ପାଖରେ ତାର ବ୍ୟବସ୍ଥା କରାଯାଇଛି। ଉତ୍ତର ଦ୍ୱାର ପାଖରେ ଥିବା ଖାଲି ସ୍ଥାନରେ କାଉଣ୍ଟର କରି ଟୋକନ ବ୍ୟବସ୍ଥା କରାଯାଇଛି। ଟୋକନ କିଣିବା ପରେ ଭକ୍ତଙ୍କୁ ଦିଆଯାଉଛି ଅବଢ଼ା। ଆନନ୍ଦ ବଜାରରୁ ଅବଢ଼ା ଆଣି ଉତ୍ତର ଦ୍ୱାର ପାଖରେ ଥିବା ସ୍ଥାନରେ ବିକ୍ରି […]

  • Monday, 26 July 2021
birdodhi
ଅପରାଜିତା, କଂଗ୍ରେସ ଓ ବାମ ଦଳ ନେତାଙ୍କ ବିରୋଧରେ ଥାନାରେ ମାମଲା ପରେ ତେଜିଲା ରାଜନୀତି

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ନାଁରେ ମାମଲା ହୋଇଛି। କେବଳ ବିଜେପି ନୁହେଁ, କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଥିବା କଂଗ୍ରେସ ସମେତ ବାମ ଦଳର ନେତାଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି। ଯାହାକୁ ନେଇ ତେଜିଛି ରାଜନୀତି। ବିଜେଡିର ମନ୍ତ୍ରୀ ଓ ବିଧାୟକ ମଧ୍ୟ କୋଭିଡ ଗାଇନ ଲାଇନ ଭାଙ୍ଗିଥିଲେ ବି ସେମାନଙ୍କ ନାଁରେ କାହିଁକି ମାମଲା […]

bbsr2
ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କୋଭିଡ୍ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କୋଭିଡ୍ ସଂକ୍ରମଣ। ଦିନକୁ ଦିନ ଅଧିକ ବିଗୁଡ଼ୁଛି ସ୍ଥିତି। ଗତ ୨୪ ଘଣ୍ଟାରେ କରୋନା ରାଜ୍ୟରେ ଆଉ ୨ ମୁଣ୍ଡ ନେବା ସହ ୪୬୯ ଲୋକଙ୍କୁ ଆକ୍ରାନ୍ତ କରିଛି। ଏଣେ ସ୍ଥିତି ଧୀରେ ଧୀରେ  ଅଣାୟତ୍ତ ହେଉଥିବାରୁ କିଛି ଅଞ୍ଚଳରେ ପୁଣି ସଟଡାଉନ୍ ସହ କଟକଣା ଜାରି କରିଛନ୍ତି ବିଭିନ୍ନ ଜିଲ୍ଲା ପ୍ରଶାସନ। ରାଜ୍ୟରେ କୋଭିଡ୍ ସଂକ୍ରମଣରେ ଶୁକ୍ରବାର ୫୬୧, ଶନିବାର ୪୯୫ ପରେ ଆଜି ଚିହ୍ନଟ ହୋଇଛନ୍ତି […]

  • Monday, 26 July 2021
scb medical
SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଗ ଟେଷ୍ଟ, ତା' ପରେ ନୂଆ ରୋଗୀ ଆଡମିଶନ

କଟକ: SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଏଣିକି ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ଏହାପରେ ନୂଆ ରୋଗୀ ଆଡମିଶନ କରାଯିବ। ଆସନ୍ତା ମଙ୍ଗଳବାରରୁ ନୂଆ ରୋଗୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଅତିରିକ୍ତ ମୁଖ୍ୟ ଶାସନ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଉଭୟ ମେଡ଼ିକାଲ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଦୁଇ ହସ୍ପିଟାଲ ପାଇଁ ଏହି ନିଷ୍ପତ୍ତି ନିଆଯିବା ସହ ସଟ୍‌ଡାଉନ୍ ବେଳେ […]

  • Monday, 26 July 2021
coorna
ଧୀରେ ଧୀରେ କୋଭିଡ୍ ସଂକ୍ରମଣର ହଟ୍‌ସ୍ପଟ୍ ପାଲଟୁଛି ହସ୍ପିଟାଲ୍

ଭୁବନେଶ୍ୱର: ଧୀରେ ଧୀରେ କୋଭିଡ୍ ସଂକ୍ରମଣର ହଟ୍‌ସ୍ପଟ୍ ପାଲଟୁଛି ହସ୍ପିଟାଲ୍। ରୋଗୀ, ଡାକ୍ତର, ନର୍ସ ଏବଂ କର୍ମଚାରୀ, କେହି ବି ବାଦ୍ ପଡୁନାହାନ୍ତି କରୋନା ମହାମାରୀର ଦାଉରୁ। ତାହାରି ଭିତରେ ଚିନ୍ତା ବଢ଼ାଇଲାଣି କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ। ଯେଉଁଠି କର୍କଟ ରୋଗର ନିରାକରଣ କରାଯାଏ, ସେଠି ଏବେ ହାଉଜାଉ କରୋନା ସଂକ୍ରମଣ। ଜୁନ୍ ୨୪ରେ ପ୍ରଥମ ଥର ପାଇଁ ଚିକିତ୍ସାଧିନ ଜଣେ ରୋଗୀ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଜୁନ୍ ୨୮ରେ ୨ ଜଣ […]

  • Monday, 26 July 2021
ganjam
ପର୍ବତ ଉପରେ ଐତିହାସିକ କିମ୍ବଦନ୍ତୀ : ଗୁମ୍ଫା ଭିତରେ ପୂଜା ପାଉଛନ୍ତି କୋଟେଶ୍ୱର ମହାଦେବ

ପର୍ବତ ଉପରେ ରହିଛି ଅନେକ ଛୋଟ ବଡ଼ ଗୁମ୍ଫା । ଗୁମ୍ଫା ଭିତରେ ଅଛି ଶିବ ଲିଙ୍ଗ, ଯାହାକୁ କୋଟେଶ୍ୱର ମହାଦେବଙ୍କ ନାମରେ ନାମିତ କରାଯାଇଛି । ଏହାସହ ପର୍ବତର ବିଭିନ୍ନ ସ୍ଥାନରେ ରହିଛି ଦେବଦେବୀଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଗମନାଗମନର ସୁବିଧା ନଥିବା କାରଣରୁ ମହାଦେବଙ୍କୁ ଦର୍ଶନ କରିବା ତ ଦୂରର କଥା ପ୍ରତିଦିନ ପୂଜା ମଧ୍ୟ ହୋଇପାରୁ ନାହିଁ

close
କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ୩ ନର୍ସିଂହୋମ୍ ସିଲ୍

ଝାରସୁଗୁଡ଼ା: କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଝାରସୁଗୁଡ଼ା ସହରର ୩ଟି ନର୍ସିଂହୋମ୍ ସିଲ୍। ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ୍ , ଆରକେ ମଲଟିକେୟାର ହୋମ୍ ଏବଂ ଲକ୍ଷ୍ୟ କେୟାରକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଲ୍ କରିଛି ପ୍ରଶାସନ। ଜିଲ୍ଲାରେ ଥିବା ଅନେକ ଘରୋଇ ନର୍ସିଂ ହୋମ୍ କୋଭିଡ ଗାଇଡଲାଇନ୍ ମାନୁନଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଏନେଇ ଏସବୁ ନର୍ସିଂହୋମ୍‌ରେ ରୋଗୀ, ସଂପର୍କୀୟଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ ହେଉଛି କି ନାହିଁ, ସାନିଟାଇଜେସନ ବ୍ୟବସ୍ଥା ନେଇ ଯାଂଚ […]

  • Monday, 26 July 2021
coronavirus-1
୨୯୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୯୯ ଓ ଗଜପତିରୁ ୫୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରେ ଝାରସୁଗୁଡ଼ାରୁ ୩୩, କଟକ ଓ ନବରଙ୍ଗପୁରରୁ ୧୬ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧, ଖୋର୍ଦ୍ଧାରୁ ୧୦ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୮, କେନ୍ଦୁଝର […]

  • Monday, 26 July 2021
dri
ମହଙ୍ଗା ପଡ଼ିଲା ଘରୋଇ ଗାଡ଼ି ଡ୍ରାଇଭରଙ୍କ ପୋଲିସଗିରି

ଝାରସୁଗୁଡ଼ା: ଜଣେ ଘରୋଇ ଗାଡ଼ି ଡ୍ରାଇଭରଙ୍କୁ ପୋଲିସଗିରି କରିବା ମହଙ୍ଗା ପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନାରେ ନିୟୋଜିତ ଘରୋଇ ଗାଡ଼ି ଡ୍ରାଇଭର ଯୋଶୀ ତାଣ୍ଡିଙ୍କ ନାଁରେ ମାମଲା ରୁଜୁ କରାଯାଇଛି। କାର୍ଯ୍ୟରୁ ବାହାର କରିବାକୁ ଏମସିଏଲକୁ ଚିଠି ଲେଖିଛନ୍ତି ଝାରସୁଗୁଡ଼ା ଏସପି। ସୂଚନା ମୁତାବକ, ଗତକାଲି ସଟଡାଉନ ବେଳେ ବାହାରେ ବୁଲୁଥିବା ଜଣେ ଯୁବକଙ୍କୁ ଉଠବସ୍ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସ ନହୋଇ ବି ଏଭଳି କାମ କରିଥିବାରୁ ସଂପୃକ୍ତ ଡ୍ରାଇଭରଙ୍କ […]

  • Monday, 26 July 2021
bijaya
ପ୍ରକୃତ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର: ବିଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚାଳନା ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ, ଆଗକୁ ଆହୁରି ଭୟଙ୍କର ହେବ। ସରକାର ବୋଧେ ଏହାର ଗୁରୁତ୍ୱକୁ ଉପଲବ୍ଧି କରୁନାହାନ୍ତି ବୋଲି ବିଜୟ କହିଛନ୍ତି। ଏହାସହିତ  କରୋନା ଗ୍ରାଉଣ୍ଡ ସ୍ଥିତିରୁ ବହୁ ଦୂରରେ ଥିବାବେଳେ ସରକାର ମିଛ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। IAS ପଠାଇଲେ କଣ ହେବ, ସେମାନଙ୍କର କିଛି ଅଭିଜ୍ଞତା ନଥିବାରୁ ୩ ବରିଷ୍ଠ IASଙ୍କୁ […]

  • Monday, 26 July 2021
representational-image
୯ ତାରିଖ ପର୍ଯ୍ୟନ୍ତ ଲାଗିରହିବ ବର୍ଷା; କିଛି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା ପାଇଁ ଅରେଞ୍ଜ ଆଉ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, […]

  • Monday, 26 July 2021
misbehave
ଥାନା ସମ୍ମୁଖରେ ମହିଳାଙ୍କୁ ଠେଲାପେଲା: ଭିଡିଓ ଭାଇରାଲ୍

କୋରାପୁଟ: ଥାନା ସମ୍ମୁଖରେ ମହିଳାଙ୍କୁ ଠେଲାପେଲା ଅଭିଯୋଗ ହୋଇଛି। ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଘଟଣା ସ୍ଥଳରେ ଜଣେ ମହିଳା ପୋଲିସ ବି ଉପସ୍ଥିତ ଥିବାର ଦେଖାଯାଉଛି। ତାଙ୍କ ସହ ୩ରୁ ୪ ଜଣ ପୋଲିସ କର୍ମଚାରୀ ମହିଳା ଜଣଙ୍କୁ ଠେଲି ଠେଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓରେ ଦେଖାଯାଉଛି।  ଭାଇରାଲ୍ ହୋଇଥିବା ଦୃଶ୍ୟଟି କୋରାପୁଟ ଜିଲ୍ଲା ଆଦର୍ଶ ଥାନାର। ସମ୍ପୃକ୍ତ ମହିଳାଙ୍କ ପୁଅ କରୋନା କଟକଣା ଉଲଙ୍ଘନ କରିଥିବାରୁ ପୋଲିସ […]

  • Monday, 26 July 2021
khnadagiri
ଖୋଲିବନି ଖଣ୍ଡଗିରି, ଉଦୟଗିରି ସମେତ ୯ଟି ଐତିହ୍ୟ କୀର୍ତ୍ତିରାଜୀ !

ଭୁବନେଶ୍ୱର: ଏବେ ଖୋଲିବନି ଖଣ୍ଡଗିରି, ଉଦୟଗିରି ସମେତ ୯ଟି ଐତିହ୍ୟ କୀର୍ତ୍ତିରାଜୀ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଏହିସବୁ ଐତିହ୍ୟ ସ୍ଥାନ ଖୋଲିବନି। ସଂକ୍ରମଣ ବ୍ୟାପିବା ଆଶଙ୍କାରୁ ଏସବୁକୁ ନ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏନେଇ ASI ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିଛନ୍ତି। ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୬ ତାରିଖ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ASI ନିଷ୍ପତ୍ତି ନେଇଥିଲା। ଏହା ଭିତରେ ଖଣ୍ଡଗିରି, […]

  • Monday, 26 July 2021
loolo
କଟକରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ; ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ୍

କଟକ: ଆଜି କଟକରୁ ପୁଣି ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତଙ୍କର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ରୋଗୀ ଓ ଆଟେଣ୍ଡାଣ୍ଟ ମିଶି ୩୭ ଜଣ ରହିଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ କଟକ କ୍ୟାନସର ହସ୍ପିଟାଲରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ସେହିଭଳି କଟକ SCBର ଆଇସୋଲେସନ୍ ୱାର୍ଡରୁ ମଧ୍ୟ ୬ […]

  • Monday, 26 July 2021
bhubaneswar
ବିଏମ୍‌ସି ଅଞ୍ଚଳରେ ସମାବେଶ ଉପରେ କଟକଣା

ଭୁବନେଶ୍ୱର: BMC ଅଞ୍ଚଳରେ ବିଭିନ୍ନ ସମୟରେ ଆୟୋଜିତ ସମାବେଶ ଉପରେ ଜାରି ହେଲା କଟକଣା। ରାଜଧାନୀରେ କୋଭିଡ୍ କଟକଣା ଉଲ୍ଲଂଘନ କରି ରାଜନୈତିକ ସଭା, ସମିତି ଏବଂ ସମାବେଶ କରୁଥିବା ସଂଗଠନ ଉପରେ ତୁରନ୍ତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଏମ୍ସି ଅଧିନ ସମସ୍ତ ଥାନାର ଆଇଆଇସିଙ୍କୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ଉପରିସ୍ଥ ଅଧିକାରୀ  କିମ୍ବା ବିଏମ୍ସିର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା ନକରି […]

  • Monday, 26 July 2021
jagannatha
ସମ୍ପନ୍ନ ହେଲା ନୀଳାଦ୍ରି ବିଜେ: ନୀଳକନ୍ଦରକୁ ବାହୁଡ଼ିଗଲେ ଚତୁର୍ଦ୍ଧାମୂରତି

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ଜନ୍ମବେଦୀ ଓ ବଡ଼ଦାଣ୍ଡରେ ଲୀଳାଖେଳା ସାରି କିଛି ସମୟ ପୂର୍ବରୁ ନୀଳକନ୍ଦରକୁ ବାହୁଡ଼ିଯାଇଛନ୍ତି ଚତୁର୍ଦ୍ଧାମୂରତି। ବିଜେ କାହାଳୀ ବାଜିବା ପରେ ପ୍ରଥମେ ରଥ ଉପରୁ ରତ୍ନବେଦୀ ଅଭିମୁଖେ ଯାଇଥିଲେ ସୁଦର୍ଶନ। ଏହାପରେ ବଡ଼ଠାକୁର ବଳଭଦ୍ର ପହଣ୍ଡିରେ ରତ୍ନବେଦୀକୁ ବିରାଜମାନ କରିଥିଲେ। ଘଣ୍ଟ ଘଣ୍ଟା ସହ ହରିବୋଲରେ ଫାଟି ପଡ଼ିଥିଲା ସାରା ପରିବେଶ। ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ଆସିଥିଲେ ମହାପ୍ରଭୁ କାଳିଆ ସାଆନ୍ତ। […]

  • Monday, 26 July 2021
goom
ବାହାଘରରେ କରୋନା କଟକଣା ଉଲ୍ଲଙ୍ଘନ: ହୋଟେଲ୍ ସିଲ୍‌, ୫ ଗିରଫ

ବ୍ରହ୍ମପୁର: ବାହାଘର ଶୋଭାଯାତ୍ରାରେ କରୋନା କଟକଣା ଉଲ୍ଲଂଘନ ଘଟଣାରେ ବାହାଘର ଆୟୋଜିତ ଗୋପାଳପୁରର ହୋଟେଲ ମେଫେୟାରକୁ ୭ ଦିନ ପାଇଁ ସିଲ୍ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ହୋଟେଲ ସିଲ୍ ସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି ଗୋପାଳପୁର ପୋଲିସ। ନିଜେ ବର ସହ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି ପୁଲିସ। ସେପଟେ ଏ ଘଟଣା ପରିପ୍ରେକ୍ଷୀରେ କଟକଣା ଉଲ୍ଲଙ୍ଘନ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏବେ […]

  • Monday, 26 July 2021
photo
କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ

ଅନୁଗୋଳ: କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ ଦେଖାଦେଇଛି। ଗଲା କିଛି ବର୍ଷ ହେଲା ଅନେକ ଲୋକଙ୍କ କିଡନୀ ରୋଗରେ ମୃତ୍ୟୁ ଘଟିଥିବାବେଳେ, ଶତାଧିକ ରୋଗୀଙ୍କ ଡାଏଲେସିସ୍ ଚାଲିଛି। ଏଥିପାଇଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ସେପଟେ ବ୍ୟବହାର କରୁଥିବା ପାଣିରେ ସମସ୍ୟା ଥିବା ଲୋକେ ଅଭିଯୋଗ କରିଥିଲେ ବି, ବିଶୁଦ୍ଧ ପାଣି ଯୋଗାଇବା ଉପରେ କେହି ଦୃଷ୍ଟି […]

  • Monday, 26 July 2021
ganjam
ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି ଗଞ୍ଜାମ, ମୃତ୍ୟୁରେ ବି ନମ୍ବର ଓ୍ୱାନ୍

ଗଞ୍ଜାମ: କରୋନାର ଛଞ୍ଚାଣ ସମ ପଞ୍ଝାରେ ପଡ଼ିଛି ଗଂଜାମ। ନିଇତି ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି, ମୃତ୍ୟୁରେ ବି ନମ୍ବର ଓ୍ୱାନ୍। ଗତ ୨୪ ଘଣ୍ଟାରେ ଏଇ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରାଜ୍ୟର ସର୍ବାଧିକ ୨୧୬ ସଂକ୍ରମିତ। ୩ ଜଣଙ୍କର ଜୀବନ ବି ଯାଇଛି। ଆଜିର ତଥ୍ୟକୁ ମିଶାଇଲେ ଏଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୨୦୬୬ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ବି ଦୃତ ଗତିରେ ବଢ଼ି ୨୦ ଛୁଇଁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୩୦ଟି ଯାକ ଜିଲ୍ଲାରେ […]

  • Monday, 26 July 2021
dhauli-giri
ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଭୁବନେଶ୍ୱର: ଆଉ ଦିନକ ପରେ ଅର୍ଥାତ୍ ୬ ତାରିଖରୁ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ। ଏହା ଭିତରେ ରହିଛି ଖଣ୍ଡଗିରି, ଉଦୟଗିରି ଓ ଧଉଳି ଏଥିସହ ରାଜାରାଣୀ ମନ୍ଦିର। ତା ସହିତ ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା-ASI । ପୁରୀ ଜିଲ୍ଲା ପ୍ରଶାସନର କଟକଣା […]

  • Monday, 26 July 2021