• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 18 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଯାଞ୍ଚ ହେବ ସ୍କୁଲ ପିଲାଙ୍କୁ ନେଉଥିବା ଗାଡ଼ି: STA

ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। More
  • Otv Khabar Bureau
  • 2 years ago

ଚାର୍ଜସିଟ ଦାଖଲ କରିପାରିଲାନି ଭିଜିଲାନ୍ସ; ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତପୂର୍ଣ୍ଣ ଜାମିନ

ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ଏହି ଜାମିନ ମିଳିଛି । ଫେବୃଆରୀ ୧୬ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ତ୍ରିନାଥ ମିଶ୍ର । More
  • Otv Khabar Bureau
  • 2 years ago

ଦିଲ୍ଲୀରେ ହିଂସାକାଣ୍ତ; ପୋଲିସଙ୍କ ଉପରକୁ ପଥର ମାଡ଼ କଲେ ମହିଳା

ରାଜଧାନୀ ଦିଲ୍ଲୀ ଜାହାଙ୍ଗିରପୁରୀରେ ସୋମବାର ପୁଣି ହିଂସା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ପୁଣି ପୋଲିସ ଉପରେ ପଥର ମାଡ଼ ହୋଇଛି। ଗତ ଶନିବାର ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ବେଳେ ଧାର୍ମିକ ହିଂସା ଦେଖାଯାଇଥିଲା । More
  • Otv Khabar Bureau
  • 2 years ago

ବଦଳିଛି କି ଶ୍ରମୀନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଢୁଛି ବିବାଦ ସବୁଦିନ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ । ଏବେ ପୁଣି ଏକ ନୂଆ ଚିତ୍ର ଦେଖିବାକୁ ମିଳିଛି ନିର୍ମାଣଧୀନ ପ୍ରକଳ୍ପ ସ୍ଥଳରେ । ପଶ୍ଚିମ ଦ୍ୱାରରୁ ହଟିଛି ପ୍ରକଳ୍ପର ପୁରୁଣା ଫଳକ, ଲାଗିଛି ନୂଆ ଫଳକ । More
  • Satyendu Shekher Mishra
  • 2 years ago

ଯୁଆଡ଼େ ଚାହିଁବ ଖାଲି ଡ୍ରାଇଭର ଆଉ ଡ୍ରାଇଭର ! ରାଜଧାନୀରେ ହଲ୍ଲାବୋଲ

ଦୀର୍ଘ ୫ ଘଣ୍ଟା ଧାରଣା ପରେ ସରକାର ଆଲୋଚନାକୁ ନ ଆସିବାରୁ ଏଜି ଓ ଲୋୟର ପିଏମଜିରେ ରାସ୍ତାରୋକ କରିଥିଲେ ଆନ୍ଦୋଳନରତ ଗାଡ଼ି ଚାଳକ । More
  • Otv Khabar Bureau
  • 2 years ago

ଦୀର୍ଘ ୨୫ ବର୍ଷରେ ପାଦ ଥାପିଲା ଓଟିଭି; ଓଟିଭି ମୁଖ୍ୟ କାର୍ଯ୍ୟାଳୟ ସମେତ ସବୁ ବ୍ୟୁରୋରେ ସେଲିବ୍ରେସନ୍

ଏପ୍ରିଲ ୧୮, ୧୯୯୭ ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି । ସ୍ୱଳ୍ପ ଭିତ୍ତିଭୂମି, ସୀମିତ ସମ୍ବଳ ଆଉ ସମସ୍ୟାର ସୁଅ ଭିତରେ ବାଟ କାଟି ଧିରେ ଧିରେ ଆଗକୁ ଯାଇଥିଲା । ସ୍ୱଛ, ନିରପେକ୍ଷ, ନିର୍ଭିକତାର ଖବର ପ୍ରସାରଣର ଧାରାକୁ ବ୍ରତ କରି ବର୍ଷ ପରେ ବର୍ଷ ଅତିକ୍ରମ କରିଥିଲା ଓଟିଭି । More
  • Satyendu Shekher Mishra
  • 2 years ago

ମୃତଦେହ କାହାର ? ପରିବାର ଲୋକ କହୁଛନ୍ତି ସେ ଦେବେନ୍ଦ୍ର ଆଉ ପୋଲିସ କହୁଛି ପ୍ରଦୀପ !

ରାଜଧାନୀର ଛାତି ଉପରେ ହାଜତ ମୃତ୍ୟୁ ବିବାଦ । ଛନ୍ଦିହୋଇଛି କମିଶନରେଟ୍ ପୋଲିସ । ପରିଚୟ ଦ୍ୱନ୍ଦ୍ୱ ବଢ଼ାଉଛି ବଡ଼ଗଡ଼ ଥାନା । ପୋଲିସ କହୁଛି, ମୃତକଙ୍କ ନାଁ ପ୍ରଦୀପ ସାହୁ । More
  • Otv Khabar Bureau
  • 2 years ago

ପଞ୍ଚଭୂତରେ ବିଲୀନ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର

ସେ ଗୀତରେ ଅମର । ସଂଗୀତରେ ମଧ୍ୟ ଅମର । ସ୍ୱରରେ ବି ଅମର । ସିଏ ହେଉଛନ୍ତି ପ୍ରଫୁଲ୍ଲ କର । କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି । More
  • Satyendu Shekher Mishra
  • 2 years ago

ସ୍କୁଲ ପରେ କଲେଜଜରେ ବି କମିଲା ଖରା ଛୁଟି

ଦରକାର ପଡ଼ିଲେ ଛୁଟିଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ ହେବ ବୋଲି ମଧ୍ୟ କୁହାଯାଇଛି । More
  • Rajalaxmi Sahoo
  • 2 years ago

ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ, ଆଲର୍ଟରେ ଓଡ଼ିଶା

ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢିବା ପରେ ଓଡ଼ିଶା ସରକାର ସଜାଗ ହୋଇଛନ୍ତି। ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ସଂକ୍ରମଣ କେସ୍ ନାହିଁ। ତେଣୁ ସେଭଳି ଆତଙ୍କିତ ହେବା ପରିସ୍ଥିତି ନାହିଁ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। More
  • Rajalaxmi Sahoo
  • 2 years ago

କାଲିଠୁ ଗଡ଼ିବନି ବସ୍‌, ଟ୍ରକ୍‌

ଭୁବନେଶ୍ୱରରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୩ ମାସ ମଧ୍ୟରେ ଦାବି ପୂରଣ ନ ହୁଏ, ତା’ହେଲେ ପୁଣି ଆନ୍ଦୋଳନ ଡାକରା ଦିଆଯିବ।  More
  • Rajalaxmi Sahoo
  • 2 years ago

ପୁଣି ବଢ଼ିଲା ବସ୍‌ ଭଡ଼ା

ରାଜ୍ୟରେ ପୁଣି ବଢ଼ିଲା ବସ୍‌ ଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ାକୁ ବୃଦ୍ଧି କରାଯାଇଛି। ସାଧାରଣ ଓ ଏକ୍ସପ୍ରେସ୍‌ ବସ୍ ଭଡ଼ା ୨ ପଇସା ବୃଦ୍ଧି ଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି। More
  • Rajalaxmi Sahoo
  • 2 years ago

୫ ଜିଲ୍ଲାରେ ଝଡ଼ବର୍ଷା, ବଜ୍ରପାତ ଆଶଙ୍କା

ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ନେଇ ଆଜି ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିଛିଦିନ ପୂର୍ବେ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା। More
  • Otv Khabar Bureau
  • 2 years ago

ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ସରକାର

ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ସରକାର । ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି । ପୂର୍ବଭଳି କଲେଜଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ରହିବାକୁ ନିଷ୍ପତ୍ତି ହୋଇଛି । More
  • Prangyan Parimita
  • 2 years ago

ମଧ୍ୟାହ୍ନ ଭୋଜନ ଟଙ୍କା ଆତ୍ମସାତ୍ ଅଭିଯୋଗ : ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ

ପୂର୍ବତନ ପ୍ରଧାନ ଶିକ୍ଷକ ଟଙ୍କା ହେରଫେର କରିଥିବା ଅଭିଯୋଗରେ ସ୍କୁଲ ସାମ୍ନାରେ ଧାରଣା ଦିଆଯାଇଛି । More
  • Satyendu Shekher Mishra
  • 2 years ago

ସମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନ ଏଣ୍ଟ୍ରି ! ହେଲେ ସାଧାରଣ ଲୋକଙ୍କୁ ମିଳୁନି ପାସ୍‌

ଆଜିଠାରୁ ଅର୍ଥାତ ଏପ୍ରିଲ୍‌ ୧୮ ତାରିଖରୁ ସାମ୍ବାଦିକଙ୍କୁ ଲୋକସେବା ଭବନରେ ଏଣ୍ଟ୍ରି କରିବାର ଅନୁମତି ପୂର୍ବରୁ ଦେଇଥିଲେ ରାଜ୍ୟ ସରକାର । ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିଛନ୍ତି । More
  • Prangyan Parimita
  • 2 years ago

ମାଟ୍ରିକ ପରୀକ୍ଷା ସେଣ୍ଟର ବଦଳାଇବାକୁ ଦାବି : ଧାରଣା ଦେଲେ ଜାମୁତି ଗାଁର ଛାତ୍ରଛାତ୍ରୀ ଓ ଅଭିଭାବକ

ଦଶମ ଶ୍ରେଣୀ ପରୀକ୍ଷା ସେଣ୍ଟରକୁ ନେଇ ଛାତ୍ର ଅଶାନ୍ତି । ସେଣ୍ଟର ବଦଳାଇବା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରୀ । More
  • Otv Khabar Bureau
  • 2 years ago

ହଟିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲଗାଯାଇଥିବା ଫଳକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଫଳକକୁ ଫଳକ କଢା ଯାଇ ନୂଆ ଡିଜାଇନର ଫଳକ ଲଗାଯାଇଛି । More
  • Otv Khabar Bureau
  • 2 years ago

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲା; କୋର୍ଟରେ ହାଜର ହୋଇ ମଧ୍ୟ ହୋଇପାରିଲା ନାହିଁ ଶୁଣାଣି

କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଚଣ୍ଡୀ l More
  • Otv Khabar Bureau
  • 2 years ago

ପୋଲିସ ହେପାଜତରେ ମୃତ୍ୟୁ ! ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ପୋଲିସ ହେପାଜତରେ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ ଥାନା ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । More
  • Otv Khabar Bureau
  • 2 years ago

ରାଜଧାନୀରେ ରେଡିଓ ଫେୟାର ଅନୁଷ୍ଠିତ

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ରେଡିଓ ମେଳା ଅନୁଷ୍ଠିତ ହୋଇଛି । ପ୍ରଦର୍ଶନୀରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ ରହିଛି । More
  • Prangyan Parimita
  • 2 years ago

ASI ସଂରକ୍ଷିତ ଐତିହ୍ୟସ୍ଥଳକୁ ସ୍ୱତନ୍ତ୍ର ଦିନରେ ମାଗଣା ଦର୍ଶନ ବ୍ୟବସ୍ଥା

ପୁରାତନ କୀର୍ତ୍ତିରାଜିର ମାଗଣା ଦର୍ଶନ ପାଇଁ ASIର ସ୍ୱତନ୍ତ୍ର ବ୍ୟବସ୍ଥା । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳକୁ ସ୍ୱତନ୍ତ୍ର ଦିବସ ଗୁଡ଼ିକରେ ମାଗଣାରେ ପରିଭ୍ରମଣ କରିବେ ପର୍ଯ୍ୟଟକ । More
  • Prangyan Parimita
  • 2 years ago

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୪ ଜଣଙ୍କୁ ଚାପି ଦେଲା ଟ୍ରକ ; ୩ ମୃତ, ୧ ଗୁରୁତର

ମୟୁରଭଞ୍ଜ ବିଶୋଇ ଥାନା ନୂଆଗାଁ ନିକଟ ୪୯ ନମ୍ବର ଜାତୀୟ ପଥରେ ରବିବାର ବିଳମ୍ବିତ ରାତିରେ ଟ୍ରକ ଚାପାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । More
  • Prangyan Parimita
  • 2 years ago

୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ ସହରର ତାପମାତ୍ରା

ରାଜ୍ୟର ଉତ୍ତପ୍ତ ସହର ଭାବେ ସୋନପୁର ରେକର୍ଡ କରିଛି More
  • Prangyan Parimita
  • 2 years ago

୧୨୪ କୋଟିର GST ଠକେଇ; ୪ ଗିରଫ

ଅନ୍ୟର ପାନ କାର୍ଡ ଓ ବିଭିନ୍ନ କାଗଜପତ୍ରର ଦୁରୁପଯୋଗ କରି ୧୨୪ କୋଟି ଟଙ୍କାର GST ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି। More
  • Prangyan Parimita
  • 2 years ago

ଓଟିଭିକୁ ପୂରିଲା ୨୫ ବର୍ଷ : ସବୁଠି ବଢିଛି ଆଦୃତି, ସବୁଠି ଛାଡ଼ିଛି ସ୍ୱର୍ଣ୍ଣିମ ସ୍ୱାକ୍ଷର

ବିଜୁ ବାବୁଙ୍କ ମହାଯାତ୍ରାରୁ ଆରମ୍ଭ ହୋଇଥିଲା ଓଟିଭିର ପ୍ରସାରଣ । ଏହାମଧ୍ୟରେ କେବୁଲରୁ ସାଟେଲାଇଟ ଏବଂ ସାଟେଲାଇଟରୁ ଡିଜିଟାଲ୍ ଯାହା ସଠିକ, ଯାହା ଆପଣ ଚାହୁଁଛନ୍ତି, ଆପଣଙ୍କ ପାଇଁ ଏବଂ ଓଡିଶାର ସ୍ୱାର୍ଥ ପାଇଁ ଯେଉଁଟା ଠିକ୍ ସେସବୁ ଦେଖାଇ ଚାଲିଛି More
  • Prangyan Parimita
  • 2 years ago

କଳା ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କଲା ପ୍ରଫୁଲ୍ଲଙ୍କ ବିୟୋଗ : ଆଜି ସ୍ୱର୍ଗଦ୍ୱାରରେ କମଳ ଦେଶର ରାଜକୁମାରଙ୍କ ଶେଷକୃତ୍ୟ

୧୯୩୯ ମସିହା ଫେବ୍ରୁଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସ୍ୱନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । More
  • Chandan Shishu
  • 2 years ago

ବର୍ଷିଆନ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ

୮୩ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳୁଛି। More
  • Chandan Shishu
  • 2 years ago

ଗୁଳି କରି ହତ୍ୟା କରିବା ବେଳେ ନିଜକୁ ବିଜେଡି ନେତା କହିଲା ଅଭିଯୁକ୍ତ !

ବଚସା ମଧ୍ୟରେ ଏକ ଶିକାରୀ ବନ୍ଧୁକରୁ ଦଳେଇକୁ ଗୁଳି କରି ହତ୍ୟା କରିଥିଲା ନୃପତ୍ତି। More
  • Chandan Shishu
  • 2 years ago

ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ !

ସରପ୍ରାଇଜ୍ କାର୍ଡ ବି ଖେଳି ପାରନ୍ତି ନବୀନ। More
  • Pramod Behera
  • 2 years ago

ପ୍ରାକ୍ଟିକାଲ୍‌ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ

ଥମୁନି ୟୁକ୍ରେନ-ଋଷ୍ ଯୁଦ୍ଧ। ଏନେଇ ବଢୁଛି ଚିନ୍ତା। ୬ ବର୍ଷିଆ ମେଡିକାଲ ସାଇନ୍ସ କୋର୍ସ ଅଧାରୁ ପାଠପଢ଼ା ଛାଡ଼ି ଆସିବା ପରେ ଏବେ ପ୍ରାକ୍ଟିକାଲ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ। More
  • Chandan Shishu
  • 2 years ago

ଏୟାର ଆମ୍ବୁଲାନ୍ସ ରୋଗୀ ନୁହେଁ ଅଯଥାରେ ଡାକ୍ତରଙ୍କୁ ବୋହୁଛନ୍ତି ସରକାର: ବିଜେପି

ଏହି ଯୋଜନା କେବଳ ବିଛିନ୍ନାଞ୍ଚଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବୋଲି ସେ କହିଛନ୍ତି। More