/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650257431.jpg)
Radio fair organised in Bhubaneswar
ଡିଜିଟାଲ ଓ ଟେଲିଭିଜନ ଯୁଗରେ ରେଡିଓ ଏକ ସ୍ମୃତି ହୋଇ ରହିଯାଇଛି । ପୁରୁଣା ସ୍ମୃତିକୁ ତାଜା କରିବା ପାଇଁ ରାଜଧାନୀରେ ଅନୁଷ୍ଠିତ ହୋଇଛି ରେଡିଓ ଫେୟାର । ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ରେଡିଓ ମେଳା ଅନୁଷ୍ଠିତ ହୋଇଛି । ପ୍ରଦର୍ଶନୀରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ ରହିଛି ।
Advertisment
ସେହିପରି ଗ୍ରାମ୍ଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ଓ୍ୱାକିଟକି ସହ ହାମ ରେଡିଓ ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିଛି । ବିଭିନ୍ନ ରାଜ୍ୟର ଲାଇସେନ୍ସ ପ୍ରାପ୍ତ ହାମ ରେଡିଓ ଅପରେଟର, ହାମ୍ ରେଡିଓ ସମେତ ଏମର୍ଜେନ୍ସି ରେଡିଓର ପ୍ରଦର୍ଶନୀ କରିଛନ୍ତି ।
ଦେଶର ଲୋକପ୍ରିୟ ରେଡିଓ ଜକି ଆରଜେ ବିନି ଓ ଆରଜେ ରାଘବ ଏହି ମେଳାରେ ଯୋଗ ଦେଇଛନ୍ତି । ଉଦ୍ଘାଟନୀ ଉତ୍ସବରେ ବିଧାୟକ ଆକାଶ ଦାସ ଯୋଗଦେଇ ରେଡିଓର ଲୋକପ୍ରିୟତା ବିଷୟରେ ମତ ରଖିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)