matric exam
ମାଟ୍ରିକ ପରୀକ୍ଷା ସେଣ୍ଟର ପରିବର୍ତ୍ତନ ଦାବିରେ କରଞ୍ଜିଆ ଉପ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ପୂର୍ବରୁ ଚଳିତ ବର୍ଷ ନିଜ ସ୍କୁଲ କିମ୍ବା ନିକଟସ୍ଥ ସ୍କୁଲରେ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଥିଲା । ତେବେ କରଞ୍ଜିଆ ଉପଖଣ୍ଡ ସୁକୃଳି ବ୍ଲକ ଜାମୁତି ଗାଁରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋ ସାରିଥିବା ବେଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି ।
ଏଠାକାର କମଳାଦେବୀ ଉଚ୍ଚ ବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା ସେଣ୍ଟର ୧୪ କିଲୋମିଟର ଦୂର କୁମିଦାରେ ହୋଇଛି । ଏହାକୁ ନେଇ ୫୦ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯେଉଁ ସେଣ୍ଟରରେ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି, ସେଠାକୁ କୌଣସି ଗାଡ଼ି ଯାଉନାହିଁ । ଏମିତିରେ ଅବିଭାବକ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି । ପୂର୍ବରୁ ଛାତ୍ରଛାତ୍ରୀ ମାନେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ ।
ପ୍ରଶାସନ ନଶୁଣିବାରୁ ଏବେ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଅନ୍ୟପଟ ଏ ନେଇ ବ୍ଲକ ଶିକ୍ଷାଧିକାରୀ କିମ୍ବା ଜିଲ୍ଲ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)