Advertisment

ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ !

ସରପ୍ରାଇଜ୍ କାର୍ଡ ବି ଖେଳି ପାରନ୍ତି ନବୀନ।

author-image
Chandan Shishu
ଅଦ୍ୟତନ ହୋଇଛି
Ministry reshuffle

Ministry reshuffle

ଖୁବଶୀଘ୍ର ବଦଳୁଛି ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା। ପୁରୁଣାରୁ ୫୦ ପ୍ରତିଶତଙ୍କୁ ବଦଳାଇ ନୂଆ ଟିମ୍ ଗଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। କିଏ ହେବେ ଆଉଟ୍, କାହାର ହେବ ଇନ୍। ୟା ଭିତରେ ନବୀନ ସରକାରର ପଞ୍ଚମ ପାଳିକୁ ୩ବର୍ଷ ପୂରିବାକୁ ଯାଉଛି। ପଂଚାୟତ ଓ ପୌର ନିର୍ବାଚନରେ ଦଳକୁ ଅଭୂତପୂର୍ବ ସଫଳତା ବି ମିଳିଛି। ତେଣୁ ୨୦୨୪ ନିର୍ବାଚନ ଯଥେଷ୍ଟ ଆଗରୁ ଉଭୟ ସରକାର ଓ ସଂଗଠନକୁ ପ୍ରସ୍ତୁତ କରିବାକୁ କସରତ ଆରମ୍ଭ କରିଦେଇଛି ଦଳ। ଆଉ ଆଗ ମନ୍ତ୍ରିମଣ୍ଡଳ କାମ କୁହାଯାଉଛି, ୨୦୧୭ ପଂଚାୟତ ନିର୍ବାଚନ ପରେ ଯେମିତି ପ୍ରାୟ ୧୦ ଜଣ ମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯାଇଥିଲା  ଏଥର ମଧ୍ୟରେ ସମାନ ଫର୍ମୁଲା ଅପଣାଇ ମନ୍ତ୍ରୀମଣ୍ଡଳରୁ ୫୦ ପ୍ରତିଶତରୁ ଅଧିକ ମନ୍ତ୍ରୀଙ୍କୁ ବାଦ ଦେଇ ପାରନ୍ତି ନବୀନ।

Advertisment

ହିଟଲିଷ୍ଟରେ ଅଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ସୁଦାମ ମାରାଣ୍ଡି, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ୍, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ ଓ ତୁଷାରକାନ୍ତି ବେହେରା।  ଏମାନଙ୍କ ବାଦ ବିିଭିନ୍ନ ପ୍ରସଙ୍ଗରେ ବିବାଦରେ ଥିବା ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କ ଉପରେ ଡେମୋକ୍ଲିସ୍ ଖଣ୍ଡା ଝୁଲୁଛି। ଏକଥା ବି କୁହାଯାଉଛି ଗୁଡବୁକ୍‌ରେ ଥିବା କିଛି ମନ୍ତ୍ରୀଙ୍କୁ ବାଦ୍ ଦେଇ ସେମାନଙ୍କୁ ୨୪ ସାଧାରଣ ନିର୍ବାଚନ ଲାଗି ସଙ୍ଗଠନର ଦାୟିତ୍ୱ ଦିଆଯାଇପାରେ। ମନ୍ତ୍ରୀ କାହାକୁ ରଖାଯିବ କାହାକୁ ବାଦ୍ ଦିଆଯିବା ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କର ବୋଲି ଦଳୀୟ ନେତା କହିଛନ୍ତି।  

ସେପଟେ ସମ୍ଭାବ୍ୟ ଅଦଳବଦଳରେ ଯୁବ, ମହିଳା ଓ ପଛୁଆ ବର୍ଗଙ୍କୁ ଗରୁତ୍ୱ ମିଳିପାରେ। ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱର ସମତୁଲତା ପାଇଁ ଜିଲ୍ଲା କିମ୍ବା ଅବିଭକ୍ତ ଜିଲ୍ଲା ଏପରକି ଏପରିକି ଆଞ୍ଚଳିକତା ଭିତ୍ତିରେ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଉପକୂଳ ଅଞ୍ଚଳ ଉପରେ ବି ଫୋକସ୍  ଦିଆଯାଇ ପାରେ। ତେଣୁ ଏଇ ପାଳିରେ ଯେଉଁ ଜିଲ୍ଲାକୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱର ସୁଯୋଗ ମିଲିନି, ସେଇ ଜିଲ୍ଲାକୁ ମଧ୍ୟ ମନ୍ତ୍ରୀ ପଦ ଯାଇପାରେ। ଏସବୁ ବାଦ୍ ସରପ୍ରାଇଜ୍ କାର୍ଡ ବି ଖେଳି ପାରନ୍ତି ନବୀନ। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ପାଓ୍ୱାର ସେଣ୍ଟର ସହ ଯେଉଁମାନେ ଘନିଷ୍ଠ ସେମାନଙ୍କୁ ମନ୍ତ୍ରୀ କରାଯାଇପାରେ।

Advertisment

ମନ୍ତ୍ରିମଣ୍ଡଳ ଅଦବଦଳ ବେଳେ ବିଭାଗରେ ମଧ୍ୟ ବଡ ଧରଣର ପରିବର୍ତ୍ତନ ହେବ। ତେବେ ଆଗାମୀ ଦୁଇ, ତିନି ସପ୍ତାହ ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ସହ ସାଙ୍ଗଠନିକ ସ୍ତରରେ ମଧ୍ୟ ପରବର୍ତ୍ତନ ହୋଇପାରେ। କେବଳ ସେତିକି ନୁହେଁ ଏଭିତରେ ପ୍ରଶାସନିକ ସ୍ତରରେ ମଧ୍ୟ ବଡ଼ ଅଦବଦଳକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ରିପୋର୍ଟ: ହରିହର ଚାନ୍ଦ

CMO Ministry Reshuffle
Advertisment
Advertisment