• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ରକ୍ ଚାପାରେ ୩ ମୃତ । ମୟୁରଭଞ୍ଜ ବିଶୋଇ ଥାନା ନୂଆଗାଁ ନିକଟ ୪୯ ନମ୍ବର ଜାତୀୟ ପଥରେ ରବିବାର ବିଳମ୍ବିତ ରାତିରେ ଟ୍ରକ ଚାପାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଚାରି ଜଣ ଗୋରୁ ବେପାରୀ ନୂଆଗାଁ ଛକରେ ଛିଡା ହୋଇ କଥା ହେଉଥିବା ବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢାଇ ଦେଇଥିଲା । ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ମାଣଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଗତକାଲି ରାତିରେ ୪ ଜଣ ଗୋରୁ ବେପାରୀ ନୂଆଗାଁ ଛକ ନିକଟରେ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଏକ କେମିକାଲ ବୋଝେଇ ଟ୍ରକ୍ ଆସି ଏହି ୪ଗୋରୁ ବେପାରୀଙ୍କ ଉପରେ ଓଲଟି ପଡ଼ିଥିଲା । ଆଉ ୪ଜଣ ଗୋରୁ ବେପାରୀ ଟ୍ରକ୍ ତଳେ ଚାପି ହୋଇ ଯାଇଥିଲେ । ପୁଲିସ୍‌ ପହଞ୍ଚି କ୍ରେନ ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲା ।

ମୃତକ ହେଲେ ଝାରପୋଖରିଆ ଅଞ୍ଚଳର ଶୁକ୍ରା ମହାଳି ଓ ବାଙ୍ଗରିପୋଷି ଥାନା ଅଂଚଳ ସଲଖାନ ହଂସଦା ଓ ସୁଶାନ୍ତ ମହାନ୍ତ । ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି । ବିଶୋଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now