• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏପ୍ରିଲ ୧୮ , ୧୯୯୭ ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂତନ ଅଧ୍ୟାୟ । ଜନ୍ମ ନେଇଥିଲା ଓଡିଶା ଟେଲିଭିଜନ ବା ଆପଣଙ୍କ ପ୍ରିୟ ଚ୍ୟାନେଲ ଓଟିଭି । ସାରା ଓଡିଶାବାସୀ ଓଟିଭି ଉପରେ ରଖିଥିବା ବିଶ୍ୱାସ, ଭରସା ଓ କାନ୍ଧକୁ ଦେଇଥିବା ଦାୟିତ୍ୱକୁ ପୂରିଛି ୨୫ ବର୍ଷ । ସ୍ୱଛ, ନିରପେକ୍ଷ, ନିଛକ ଏବଂ ଉଚ୍ଚ ମାନର ସମ୍ବାଦ ପରିବେଷଣର ପ୍ରୟାସକୁ ଆଜି ପୂରିଛି ୨୫ ବର୍ଷ ।

ବିଜୁ ବାବୁଙ୍କ ମହାଯାତ୍ରାରୁ ଆରମ୍ଭ ହୋଇଥିଲା ଓଟିଭିର ପ୍ରସାରଣ । ଏହାମଧ୍ୟରେ କେବୁଲରୁ ସାଟେଲାଇଟ ଏବଂ ସାଟେଲାଇଟରୁ ଡିଜିଟାଲ୍ ଯାହା ସଠିକ, ଯାହା ଆପଣ ଚାହୁଁଛନ୍ତି, ଆପଣଙ୍କ ପାଇଁ ଏବଂ ଓଡିଶାର ସ୍ୱାର୍ଥ ପାଇଁ ଯେଉଁଟା ଠିକ୍ ସେସବୁ ଦେଖାଇ ଚାଲିଛି । ଧିରେ ଧିରେ ଓଡିଶା ଗଣମାଧ୍ୟମ ଇତିହାସରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ଓଟିଭି । ଓଡିଶା ବାସୀଙ୍କ ସୁଖରେ, ଦୁଖରେ ସାଥୀ ହୋଇଛି ପ୍ରତିଟି ବିପତ୍ତିରେ ସହଭାଗୀ ହୋଇଛି ।

ପ୍ରତିଟି ଅଭାବୀ ମଣିଷଙ୍କ ଅଭାବ-ଅସୁବିଧାରେ ସ୍ୱର ହୋଇଛି । ବହୁ ଘାତ, ପ୍ରତିଘାତ ଭିତରେ ଆଗକୁ ବଢିଛି । ଓଡିଶା ବାସୀଙ୍କ ଅଜସ୍ର ଶ୍ରଦ୍ଧା, ଭଲପାଇବାକୁ ପାଥେୟ କରି ପ୍ରତିଟି ଆହ୍ୱାନକୁ ସାମ୍ନା କରି ସମୟ ସହ ତାଳରେ ତାଳ ମିଳାଇ ଆମେ ଆଗକୁ ବଢିଛୁ, ବଢି ଆସୁଛୁ । ଏହା ଭିତରେ ଓଟିଭିକୁ ବିତିଛି ୨୫ ବର୍ଷ ।

OTV is now on Whatsapp

Join and get latest news update delivered to you via whatsapp

Join Now