/odishatv-khabar/media/post_attachments/uploadimage/library/16_9/16_9_0/LOKA-SEVAK_1626684751.jpg)
LOKA SEVAK
ଖୋଲିଲା ଲୋକସେବା ଭବନ । ଦୁଇ ବର୍ଷ ପରେ ସାଧାରଣ ଲୋକ ଓ ସ୍ୱୀକୃତି ପ୍ରାପ୍ତ ସମ୍ବାଦିକ ମାନଙ୍କ ପାଇଁ ଖୋଲିଛି ଲୋକସେବା ଭବନ । କୋଭିଡ ପାଇଁ ଦୁଇ ବର୍ଷ ହେବ ବନ୍ଦ ରହିଥିଲା ଲୋକସେବା ଭବନ । ଆଜି ରିସେପ୍ସନ କାଉଣ୍ଟରରେ ଭିଡ଼ ଦେଖିବାକୁ ମିଳିଥିଲା । ପାସ ନେବା ଲାଗି ଅନୁମତି ପତ୍ର ନେବାକୁ ଲମ୍ବା ଲାଇନ ଲାଗାଇଛନ୍ତି ଲୋକ । ହେଲେ ପାସ ଇସୁ କରିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି ।
ଆଜିଠାରୁ ଅର୍ଥାତ ଏପ୍ରିଲ୍ ୧୮ ତାରିଖରୁ ସାମ୍ବାଦିକଙ୍କୁ ଲୋକସେବା ଭବନରେ ଏଣ୍ଟ୍ରି କରିବାର ଅନୁମତି ପୂର୍ବରୁ ଦେଇଥିଲେ ରାଜ୍ୟ ସରକାର । ଦୀର୍ଘ ଦୁଇ ବର୍ଷ ପରେ ସାମ୍ବାଦିକମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଭିତରକୁ ପ୍ରବେଶ କରିଛନ୍ତି । କୋଭିଡ୍ ମହାମାରୀ କାରଣରୁ ୨୦୨୦ ମସିହାଠାରୁ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।
ତେବେ ସବୁଠି କୋଭିଡ୍ କଟକଣା ଉଠିଯାଇଥିଲେ ମଧ୍ୟ ଲୋକସେବା ଭବନରେ ସାମ୍ବାଦିକଙ୍କ ପାଇଁ କଟକଣା ଜାରି ରହିଥିଲା । ଏବେ ସରକାର ଏହି କଟକଣା ଉଠାଇ ନେଇଛନ୍ତି । ଏକ ବିଜ୍ଞପ୍ତି ଜାରି କରି ସରକାର କହିଥିଲେ ଯେ, ଏଣିକି ସାଧାରଣ ଲୋକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ରହିଛି । ସାଧାରଣ ଲୋକ ଅନଲାଇନ୍ ମାଧ୍ୟମରେ ପାସ୍ ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଥିଲା । ପାସ୍ ମିଳିବା ପରେ ସେମାନେ ଲୋକସେବା ଭବନରେ ଏଣ୍ଟ୍ରି କରିପାରିବେ । କେବଳ ଲୋକସେବା ଭବନ ନୁହେଁ, ଖାରବେଳ ଭବନ ଓ ରାଜୀବ ଭବନରେ ମଧ୍ୟ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ରହିବ ।
ସାଧାରଣ ଲୋକେ ଅନ୍ଲାଇନ୍ ମାଧ୍ୟମରେ ଏହି ୱେବ୍ସାଇଟ୍ ଜରିଆରେ http://epravesh.odisha.gov.in/ ଲୋକସେବା ଭବନରେ ପ୍ରବେଶ ପାଇଁ ଅନୁମତି ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)