Advertisment

ମଧ୍ୟାହ୍ନ ଭୋଜନ ଟଙ୍କା ଆତ୍ମସାତ୍ ଅଭିଯୋଗ : ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ

ପୂର୍ବତନ ପ୍ରଧାନ ଶିକ୍ଷକ ଟଙ୍କା ହେରଫେର କରିଥିବା ଅଭିଯୋଗରେ ସ୍କୁଲ ସାମ୍ନାରେ ଧାରଣା ଦିଆଯାଇଛି ।

author-image
Prangyan Parimita
school

school

ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଜନାରେ ଟଙ୍କା ଆତ୍ମସାତ ଅଭିଯୋଗରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ । ଫଳରେ ସ୍କୁଲ ଆଗରେ ବସି ପାଠ ପଢିଛନ୍ତି ଶତାଧିକ ଛାତ୍ରଛାତ୍ରୀ । ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ସର୍ଗିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମ୍ନାରୁ ଆସିଛି ଏଭଳି ଦୃଶ୍ୟ ।

Advertisment

ସ୍କୁଲ ଗେଟରେ ତାଲା ପଡିଥିବାରୁ ୧୭୦ ଜଣ ଛାତ୍ରଛାତ୍ରୀ ଆଜି ସ୍କୁଲ ଆଗରେ ବସି ପାଠ ପଢିଛନ୍ତି । ସର୍ଗିପାଲି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସରୋଜକାନ୍ତ ପାଣିଗ୍ରାହୀ କରୋନା ସମୟରେ ସ୍କୁଲ ମଧ୍ୟାହ୍ନ ଭୋଜନ ଯୋଜନାରୁ ୬ରୁ ୭ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ଏହାର ହିସାବ କି ବ୍ୟାଙ୍କ ପାସବୁକ ମଧ୍ୟ୍ୟ ଦେଖାଉନାହାନ୍ତି ।

ଏପରିକି ସ୍କୁଲରେ ଥିବା ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ନେବାକୁ ବାରମ୍ବାର ବାଧ୍ୟ କରୁଛନ୍ତି । ଏନେଇ ଗ୍ରାମବାସୀ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବି କିଛି ସୁଫଳ ମିଳୁନ ଥିବାରୁ ସ୍କୁଲରେ ତାଲା ପକାଇ ଧାରଣା ଦେଇଛନ୍ତି ।

Advertisment
Corruption Mid-day Meal
Advertisment
Advertisment