Advertisment

ଦୀର୍ଘ ୨୫ ବର୍ଷରେ ପାଦ ଥାପିଲା ଓଟିଭି; ଓଟିଭି ମୁଖ୍ୟ କାର୍ଯ୍ୟାଳୟ ସମେତ ସବୁ ବ୍ୟୁରୋରେ ସେଲିବ୍ରେସନ୍

ଏପ୍ରିଲ ୧୮, ୧୯୯୭ ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି । ସ୍ୱଳ୍ପ ଭିତ୍ତିଭୂମି, ସୀମିତ ସମ୍ବଳ ଆଉ ସମସ୍ୟାର ସୁଅ ଭିତରେ ବାଟ କାଟି ଧିରେ ଧିରେ ଆଗକୁ ଯାଇଥିଲା । ସ୍ୱଛ, ନିରପେକ୍ଷ, ନିର୍ଭିକତାର ଖବର ପ୍ରସାରଣର ଧାରାକୁ ବ୍ରତ କରି ବର୍ଷ ପରେ ବର୍ଷ ଅତିକ୍ରମ କରିଥିଲା ଓଟିଭି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

OTV

ସେବା, ଦାୟିତ୍ୱବୋଧ, କର୍ତ୍ତବ୍ୟ ପରାୟଣତା, ସର୍ବୋପରି ସୂଚନା ଭଳି ଶକ୍ତିଶାଳୀ ଉପାଦାନକୁ ସମାଜର ସବୁ ବର୍ଗର ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରକ୍ରିୟାକୁ ୟା ଭିତରେ ପୂରଣ ହୋଇଛି ଦୀର୍ଘ ୨୫ ବର୍ଷ ଯାତ୍ରା । ଯେତେ କଣ୍ଟକିତ ହେଉ କି ପଥରୋଧ ପାଇଁ ଯେତେ ବାଧାବିଘ୍ନ ଆସୁ, ସେ ସବୁକୁ ଅଣଦଖା କରି ଓଡ଼ିଆ ଓ ଓଡ଼ିଶାର ସ୍ୱାର୍ଥରକ୍ଷା ଲାଗି ଅହରହ ସଂଗ୍ରାମ ଜାରି ରଖିଛି ଓଟିଭି । ଓଡ଼ିଶାର ପ୍ରଥମ ଘରୋଇ ସାଟେଲାଇଟ୍ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ ଭାବେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡ଼ା ହୋଇଥିବା ଏ ଅନୁଷ୍ଠାନ ଆଜି ପାଳନ କରୁଛି ଏହାର ରୌପ୍ୟ ଜୟନ୍ତୀ ଉତ୍ସବ ।

Advertisment

ଏପ୍ରିଲ ୧୮, ୧୯୯୭ ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି । ସ୍ୱଳ୍ପ ଭିତ୍ତିଭୂମି, ସୀମିତ ସମ୍ବଳ ଆଉ ସମସ୍ୟାର ସୁଅ ଭିତରେ ବାଟ କାଟି ଧିରେ ଧିରେ ଆଗକୁ ଯାଇଥିଲା । ସ୍ୱଛ, ନିରପେକ୍ଷ, ନିର୍ଭିକତାର ଖବର ପ୍ରସାରଣର ଧାରାକୁ ବ୍ରତ କରି ବର୍ଷ ପରେ ବର୍ଷ ଅତିକ୍ରମ କରିଥିଲା ଓଟିଭି । ଓଡ଼ିଶବାସୀଙ୍କ ସମସ୍ୟା ଓ ଓଡ଼ିଶାର ସ୍ୱାର୍ଥକୁ ମୂଳମନ୍ତ୍ର କରି ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ଯେତିକି ଆଗକୁ ଯାଉଥିଲା, କୋଟି କୋଟି ଓଡ଼ିଆଙ୍କ ସେତିକି ବିଶ୍ୱାସଭାଜନ ହେବାରେ ଲାଗିଥିଲା ।

ଏ ଭିତରେ ରାଜ୍ୟବାସୀଙ୍କ ସୁଖଦୁଃଖରେ ଭାଗି ହେବାର ଧାରା ଭିତରେ ପାଲଟି ଯାଇଛି । ଓଡ଼ିଶାବାସୀଙ୍କ ସ୍ୱର, ସାହାରା ଓ ସାହସ ପରେ ନ୍ୟୁଜ୍ ଚ୍ୟାନେଲର ଭିଡ଼ ଓ ପ୍ରତିଯୋଗିତା ଭିତରେ ନିଜ ମୂଳ ମନ୍ତ୍ରକୁ ନଭୁଲି ଉଚ୍ଚ ମାନର ମୂଲ୍ୟବୋଧ ଭିତ୍ତିକ ଖବର ପ୍ରସାରଣ କରି ଓଡ଼ିଶା ଗଣମାଧ୍ୟମ ଦୁନିଆରେ ଅାଣିଛି ବୈପ୍ଳବିକ ପରିବର୍ତ୍ତନ । ଆଜି ୨୫ ବର୍ଷ ପୂରଣ ଅବସରରେ ଶିଶୁରୁ କିଶୋର ପାଲଟି ଏବେ ରୌପ୍ୟ ଜୟନ୍ତୀ ପାଳନ କରିଛି ଓଡ଼ିଶାର ୧ ନମ୍ବର ନ୍ୟୁଜ୍ ଚ୍ୟାନେଲ ଓଟିଭି ।

Advertisment

ସମୟର ସଂଯୋଗ କ୍ରମେ ଓଡ଼ିଶାର ମହାନ ଜନନାୟକ ବିଜୁ ବାବୁଙ୍କ ମହାପ୍ରୟାଣରୁ ହିଁ ଖବର ପ୍ରସାରଣର ମହାର୍ଘ୍ୟ ସୁଯୋଗ ପାଇଥିଲା ଓଟିଭି । ସେଇଠୁ ଆରମ୍ଭ ହୋଇଥିଲା ନିରବଚ୍ଛିନ୍ନ ଯାତ୍ରା । ୧୯୯୮ରୁ ପ୍ରସାରଣ ଆରମ୍ଭ ହୋଇଥିବା ସେଦିନର ପ୍ରଥମ ନ୍ୟୁଜ୍‌ ବୁଲେଟିନ୍ ‘ପ୍ରତିଦିନ’ ଆଜି ବି ପ୍ରତିଟି ଓଡ଼ିଆଙ୍କ ହୃଦସ୍ପନ୍ଦନ ସହ ଜଡିତ । ରାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ, ସାହିତ୍ୟ, ଅର୍ଥନୀତି, କ୍ରୀଡ଼ା, ମନୋରଞ୍ଜନ ଆଦି ସମାଜର ପ୍ରତିଟି କ୍ଷେତ୍ରକୁ ଖବର ସମତୁଲ କରି ସ୍ଥାନ ଦେଇ ଓଟିଭି ପାଲଟି ଯାଇଛି ଓଡ଼ିଶାବାସୀଙ୍କ ପ୍ରିୟ ଚ୍ୟାନେଲ୍ । ତାସହ ବାତ୍ୟା, ବନ୍ୟା, ମରୁଡ଼ି ଓ ମହାମାରୀ ସମୟରେ ଲୋକଙ୍କ ସାଥୀ ହୋଇ ବାଟ ଚାଲିବା ସହ ସୁଖ ସମୟରେ ସହଭାଗୀ ବି ହୋଇଛି ।

୨୫ ବର୍ଷ ପୂର୍ତ୍ତି ଅବସରରେ ଓଟିଭିର ସମସ୍ତ ୧୦ଟି ବ୍ୟୁରୋ ସହ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ରୌପ୍ୟ ଜୟନ୍ତୀ ଉତ୍ସବ । ଯେଉଁଥିରେ ଯୋଡ଼ି ହୋଇଥିଲେ ତମାମ ଓଡ଼ିଶାର ପ୍ରତିଟି ବର୍ଗର ଲୋକେ । ଏପଟେ ମୁଖ୍ୟ କାର୍ୟ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ପୁରୁଣା ଅନୁଭୁତି ବଖାଣିଥିଲେ ଓଟିଭି ସହ ଦୀର୍ଘ ଓ ନିରବଚ୍ଛିନ୍ନ ଯାତ୍ରାର ପଥିକ ସାଜିଥିବା ଅନେକ ପୁରୁଣା ସହକର୍ମୀ ।

ଦୀର୍ଘ ୨୫ ବର୍ଷର ଯାତ୍ରା ଭିତରେ କେବୁଲରୁ ସାଟେଲାଇଟ୍, ସାଟେଲାଇଟ୍‌ରୁ ଡିଜିଟାଲ ଭଳି ବହୁ ପରିବର୍ତ୍ତିତ ରୂପରେ ଦର୍ଶକଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ ସବୁବେଳେ ବଜାୟ ରଖିଛି ସେହି ପୁରୁଣା ଛାପ । ଦର୍ଶକଙ୍କ ବିଶ୍ୱାସ ଓ ଭରସାକୁ ସାଥି କରି ବାଟ ଚାଲୁଛି ଓଟିଭି ।

Otv Special Story 25th Anniversary
Advertisment
Advertisment