• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁଗୁଲ ପକ୍ଷରୁ ସବୁବେଳେ ମୋବାଇଲ ଓ ଡାଟା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ସାଇବର ସିକ୍ୟୁରିଟି କ୍ଷେତ୍ରରେ ଗୁଗୁଲ ପ୍ରତ୍ୟେକ ଦିନ ଚେଷ୍ଟା ଚଳାଇଛି । ମୋବାଇଲ କିମ୍ବା ସେଥିରେ ଥିବା ତଥ୍ୟ ଯେଭଳି ଚୋରି ନହେବ ସେଥିପାଇଁ ଗୁଗୁଲ ବଡ଼ ବଡ଼ ପଦକ୍ଷେପ ନେଉଛି । ସେମିତି ଆଉ ଏକ ବଡ଼ ପଦକ୍ଷେପ ନେଇଛି ଗୁଗୁଲ । ପ୍ଲେ-ଷ୍ଟୋରରୁ ୧୬ଟି ଫେକ୍‌ ଆପ୍‌କୁ ବ୍ୟାନ୍‌ କରିଛି ଗୁଗୁଲ । ଏହି ଆପ୍‌ ଗୁଡ଼ିକ ଗ୍ରାହକଙ୍କୁ ହଇରାଣ କରୁଥିଲା ।

ବିଜ୍ଞାପନ ନାଁରେ ବ୍ୟାକ୍‌ଗ୍ରାଉଣ୍ଡରେ ଅନେକ ୱେବ୍‌ସାଇଟ୍‌ ପେଜ୍ ଖୋଲୁଥିଲା । ଯାହାଫଳରେ ୟୁଜର୍ସମାନଙ୍କର ମୋବାଇଲରୁ ଅଧିକ ବ୍ୟାଟେରୀ ସରିବା ସହ ବିଭିନ୍ନ ଜରୁରୀ ଆପ୍‌ ଉପରେ ଏହାର ପ୍ରଭାବ ପଡ଼ୁଥିଲା । ଖାଲି ସେତିକି ନୁହେଁ ବିଜ୍ଞାପନ ଆଳରେ ଏହି ଆପ୍‌ ଗୁଡ଼ିକ ୟୁଜର୍ସଙ୍କୁ ମିସ୍‌ଲିଡ କରିବା ସହ ବିଭିନ୍ନ ଅନାବଶ୍ୟକ ତଥ୍ୟ ବି ଦେଖାଉଥିଲା । ଏମିତିକି ଏହି ଆପ୍‌ ଗୁଡ଼ିକ ଦ୍ୱାରା ଅଧିକ ଇଣ୍ଟରନେଟ୍‌ ମଧ୍ୟ ଖର୍ଚ୍ଚ ହେଉଥିଲା । ଏହା ଏକ ପ୍ରକାର ବିଜ୍ଞାପନ ଜାଲିଆତି ବୋଲି କୁହାଯାଇପାରିବ ।

Ars ଟେକ୍ନିସିଆ ରିପୋର୍ଟ ଅନୁଯାୟୀ ଗୁଗୁଲ ପ୍ଲେଷ୍ଟୋରରୁ ଏଭଳି ୧୬ଟି ମାରାତ୍ମକ ଆପ୍‌ ବ୍ୟାନ୍‌ ହେବା ପୂର୍ବରୁ ଏହି ଆପ୍‌ ଗୁଡ଼ିକୁ ୨୦ ମିଲିୟନ୍‌ ଲୋକ ନିଜ ମୋବାଇଲ୍‌ରେ ଇନ୍‌ଷ୍ଟଲ କରିସାରିଛନ୍ତି । McAfee ଦ୍ୱାରା ଏହି ମାରାତ୍ମକ ଆପ୍‌ଗୁଡ଼ିକୁ ଚିହ୍ନଟ କରାଯାଇଛି ।

ପ୍ଲେ-ଷ୍ଟୋରରୁ ବ୍ୟାନ୍‌ କରାଯାଇଥିବା ଆପ୍‌ଗୁଡ଼ିକ ମଧ୍ୟରେ ରହିଛି ବୁସାନ୍‌ ବସ୍‌, ଜୟକୋଡ୍, କରେନ୍ସି କନ୍‌ଭର୍ଟର, ହାଇସ୍ପିଡ୍‌ କ୍ୟାମେରା, ସ୍ମାଟ୍ ଟାସ୍କ ମ୍ୟାନେଜର, ଫ୍ଲାସ୍‌ଲାଇଟ୍‌+, କେ-ଡିକ୍ସନାରୀ, କୁଇକ୍ ନୋଟ୍, ଇଜ୍ ଡିକା, ଇନ୍‌ଷ୍ଟାଗ୍ରାମ୍‌ ପ୍ରୋଫାଇଲ୍‌ ଡାଉନ୍‌ଲୋଡର ଏବଂ ଇଜ୍ ନୋଟ୍‌ସ ।