Advertisment

୧୦ ଟଙ୍କା ଦେଲା, ଅର୍ଡର କଲା ୯୦ ଟଙ୍କା ବର୍ଗର, ତା‘ପରେ....

ନିର୍ଭେଜାଲ ହସ ପାଖରେ ଫିକା ପଡ଼ିଯାଏ ଟଙ୍କାର ମୂଲ୍ୟ। ମନଲୋଭା ହସ ପାଖରେ ଭୁଲ ହୋଇଯାଏ ଲାଭ କ୍ଷତିର ହିସାବ ।

author-image
Minati Mishra
ଅଦ୍ୟତନ ହୋଇଛି
sweet smile has no price

sweet smile has no price

ନିର୍ଭେଜାଲ ହସ ପାଖରେ ଫିକା ପଡ଼ିଯାଏ ଟଙ୍କାର ମୂଲ୍ୟ। ମନଲୋଭା ହସ ପାଖରେ ଭୁଲ ହୋଇଯାଏ ଲାଭ କ୍ଷତିର ହିସାବ । ଆଉ ଏ ହସ ଯଦି ଏକ ନିରୀହ ଶିଶୁର ହୋଇଥାଏ ତେବେ ଆପଣା ପର ଭୁଲି ଜଣେ ନିଶ୍ଚିତ ଫସିଯିବ। ଏଇ କୁନି ଝିଅଟିର ନିରୀହ ହସ ଆଜି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। 

Advertisment

କୁନି ଝିଅଟି ୧୦ ଟଙ୍କଆ ନୋଟ୍‌ଟିଏ ଧରି ଭାରି ଖୁସି। ମନେ ମନେ ଭାବି ନେଇଛି ଏଇ ଟଙ୍କାରେ ସେ କିଣିବ ତା ମନ ପସନ୍ଦର ବର୍ଗର। ସେ ଜାଣେନି ବର୍ଗରର ଦାମ କେତେ। ଏତିକି ଜାଣେ, ଟଙ୍କା ଦେଲେ ବର୍ଗର ମିଳିବ। ଖୁସିରେ ନାଚି ନାଚି ଯାଇଛି ବର୍ଗର ଦୋକାନକୁ। ହସି ହସି ଦୋକାନୀଙ୍କୁ ବର୍ଗର ମାଗିଛି ଆଉ ୧୦ ଟଙ୍କାଟି ବଢାଇ ଦେଇଛି। କୁନି ଝିଅଟିର ଖୁସି ଆଉ ତା ମୁହଁର ଛଳଛଳ ନିଷ୍କପଟ ହସ ଦେଖି ଦୋକାନୀ ୧୦ ଟଙ୍କାଟି ଧରି ତା’ ହାତକୁ ବଢେଇ ଦେଲେ ବର୍ଗର। ହିସାବ କଲେନି ବର୍ଗର ଦାମ କେତେ ?

ଝିଅଟି ନୋଇଡା ମେଟ୍ରୋ ଷ୍ଟେଶନ ନିକଟ ବଟାନିକାଲ ଗାର୍ଡେନକୁ ଆସିଥିଲା। ପକେଟରୁ ୧୦ ଟଙ୍କିଆ ନୋଟ ଖଣ୍ଡିଏ ବାହାର କରି ପାଖରେ ଥିବା ବର୍ଗର କିଙ୍ଗ ଆଉଟଲେଟକୁ ଯାଇ ବର୍ଗର ମାଗିଥିଲା। ଯଦିଓ ବର୍ଗରର ମୂଲ୍ୟ ୯୦ ଟଙ୍କା ଥିଲା, କୁନି ଝିଅର ହସରେ ଫସି ଯାଇଥିଲେ ଦୋକାନୀ। ନିଜ ପକେଟରୁ ବାକି ୮୦ ଟଙ୍କା ଦେଇ ଝିଅଟି ହାତରେ ବର୍ଗରଟିଏ ଧରାଇ ଦେଇଥିଲେ। ବର୍ଗରଟି ଧରି ଝିଅଟି ଯେମିତି ହସି ହସି ଆସିଥିଲା, ସେମିତି ହସି ହସି ଫେରିଗଲା। ଏହି ଦୃଶ୍ୟକୁ ଲାଇଫ ମେମ୍ବର ନାମକ କେହି ଜଣେ ବ୍ୟକ୍ତି ଟୁଇଟରରେ ସେୟାର କରିଥିଲେ ଯାହା ପରେ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଦେଖି ବହୁତ ମୂଲ୍ୟବାନ ମତାମତ ବି ଆସିଛି।

Advertisment
Baby Smile World Food Day
Advertisment
Advertisment