Advertisment

ସୂର୍ଯ୍ୟୋପରାଗ ଦିନ ସ୍କୁଲ-କଲେଜ ସବୁ ଛୁଟି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Solar Eclipse

Solar Eclipse

୨୫ ତାରିଖ ଦିନ ସରକାରୀ ଛୁଟି । ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟୋପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ଅଫିସ୍, ସ୍କୁଲ, କଲେଜ, ରାଜସ୍ୱ ବିଭାଗୀୟ କୋର୍ଟ, ବ୍ୟାଙ୍କ ଆଦି ଅନୁଷ୍ଠାନ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

Advertisment

ସୂଚନାଯୋଗ୍ୟ, କାର୍ତ୍ତିକ ମାସରେ ପଡ଼ୁଛି ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ । ଅକ୍ଟୋବର ୨୫ ତଥା ଦୀପାବଳିରେ ପଡୁଛି ସୂର୍ଯ୍ୟୋପରାଗ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ତାରିଖ ଦିନ ପୟା ଶ୍ରାଦ୍ଧ, ଦ୍ୱୀପଦାନ, କାଳୀ ପୂଜା, ବାଣଫୁଟା ଓ କାଉଁରିଆ କାଠି ଜାଳିବାକୁ ଧାର୍ଯ୍ୟ କରାଯାଇଛି । ଶ୍ରୀମନ୍ଦିରରେ ସୋମବାର ରାତ୍ରି ୧୨ଟା ପରେ ଦ୍ୱାର ଫିଟା ହୋଇ ୨.୩୦ ରୁ ୩ଟା ଭିତରେ ସକାଳ ଧୂପ, ରାତ୍ର ୪ ଟାରେ ବାଳ ଧୂପ, ୪.୫୫ ରେ ଭୋଗ ମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ । ପୁନର୍ବାର ମଙ୍ଗଳବାର ଅପରାହ୍ନ ୪.୫୬ ପରେ ପରାଗ ସ୍ପର୍ଶ ପରେ ମହାସ୍ନାନ ନୀତି ହେବ ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ।

ରାହୁ ଗ୍ରସ୍ତ ସୂର୍ଯ୍ୟ ପରାଗ ୨୫/୧୦/୨୦୨୨ ମଙ୍ଗଳବାର ଦିନ ଅପରାହ୍ନ ୦୨.୧୫ ପରଠାରୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଆରମ୍ଭ ହୋଇ ସେହି ଦିନ ୦୬.୨୬ ରେ ସର୍ବମୋକ୍ଷ ହେବ। କିନ୍ତୁ ସେହି ଦିନର ସୂର୍ଯ୍ୟ ଅସ୍ତ ଅପରାହ୍ନ ୦୫.୧୫ ରେ ରହିଥିବାରୁ ସେହି ସମୟରେ ପରାଗ ମୋକ୍ଷ ହୋଇ ନଥାଏ। ତେଣୁ ଓଡିଶାରେ ସର୍ବମୋକ୍ଷ ହୋଇ ନଥିବାରୁ ତା ପରଦିନ ୨୬/୧୦/୨୦୨୨  ବୁଧବାର ଦିନ ସୂର୍ଯ୍ୟୋଦୟ ପରେ ସ୍ନାନ ସାରି ଦେବ ପୂଜା ଓ ଅନ୍ନ ଭୋଜନାଦି କରାଯିବ।  ଏହି ପରାଗ ପାଇଁ ସୋମବାର ରାତ୍ରି ୦୪.୫୮ ରୁ ଦେବନୀତି ବନ୍ଦ, ପାକତ୍ୟାଗ ଆଦି କରାଯିବ।

Advertisment
Solar Eclipse Diwali 2022
Advertisment
Advertisment