Advertisment

ଦୀପାବଳି ପରେ ଏହିସବୁ iPhoneରେ ଆଉ କାମ କରିବନି WhatsApp

ଆପଣ ପୁରୁଣା iPhone ବ୍ୟବହାର କରୁଛନ୍ତି କି ? କିମ୍ବା ଆପଣଙ୍କ ଫୋନ୍‌ iOSର ପୁରୁଣା ଭର୍ସନରେ ଚାଲୁଛି କି ? ଯଦି ଏପରି ହୋଇଥାଏ ତା’ହେଲେ ତୁରନ୍ତ ଆପଣ ଫୋନ୍‌ ଅପ୍‌ଗ୍ରେଡ୍‌ କରନ୍ତୁ କିମ୍ବା iOSର ଲାଟେଷ୍ଟ୍‌ ଭର୍ସନ ଅପଡେଟ୍‌ କରନ୍ତୁ।

author-image
Rajalaxmi Sahoo
WhatsApp will stop working on older iPhones

WhatsApp will stop working on older iPhones

ଆପଣ ପୁରୁଣା iPhone ବ୍ୟବହାର କରୁଛନ୍ତି କି ? କିମ୍ବା ଆପଣଙ୍କ ଫୋନ୍‌ iOSର ପୁରୁଣା ଭର୍ସନରେ ଚାଲୁଛି କି ? ଯଦି ଏପରି ହୋଇଥାଏ ତା’ହେଲେ ତୁରନ୍ତ ଆପଣ ଫୋନ୍‌ ଅପ୍‌ଗ୍ରେଡ୍‌ କରନ୍ତୁ କିମ୍ବା iOSର ଲାଟେଷ୍ଟ୍‌ ଭର୍ସନ ଅପଡେଟ୍‌ କରନ୍ତୁ। ଯଦି, ଆପଣ ଏହା ନକରନ୍ତି ହୁଏତ ଆଉ ହ୍ୱାଟ୍ସଆପ୍‌(WhatsApp) ଆକ୍ସେସ୍‌ କରିପାରିବେନି। କାରଣ ଖୁବ୍‌ଶୀଘ୍ର ଅର୍ଥାତ୍‌ ଦୀପାବଳିଠୁ ଆଉଟ୍‌ଡେଟେଡ୍‌ iPhoneରେ WhatsApp କାମ କରିବ ନାହିଁ। 

Advertisment

ଆପଲ୍‌ର ରିସେଣ୍ଟ ଅପଡେଟ୍‌ ଅନୁସାରେ, iOS 10 ଓ iOS 11 ଡିଭାଇସ୍‌ରେ ଚାଲୁଥିବା iPhoneରେ ଆଉ ହ୍ୱାଟ୍ସଆପ୍‌ ସପୋର୍ଟ କରିବ ନାହିଁ। ଅକ୍ଟୋବର ୨୪ରୁ ଆଉ ଏହା କାମ କରିବନି। ଏନେଇ iPhone ୟୁଜର୍ସଙ୍କୁ WhatsApp ପକ୍ଷରୁ ସୂଚନା ଦିଆଯାଇଛି ଯେ, iOS 10 ଓ iOS 11 ଡିଭାଇସ୍‌ରେ ଆଉ WhatsApp କାମ କରିବନି। ଏହାକୁ ଚାଲୁ ରଖିବା ପାଇଁ ଚାହୁଁଥିଲେ, ୟୁଜର୍ସମାନେ ସେମାନଙ୍କର iOS ଅପଡେଟ୍‌ କରନ୍ତୁ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନେକ iPhone,  iOS 10 ଓ  iOS 11 ସଫ୍ଟୱେୟାର ଭର୍ସନରେ କାମ କରୁନାହିଁ। ଯେଉଁମାନେ iPhone 5 କିମ୍ବା  iPhone 5C ବ୍ୟବହାର କରୁଛନ୍ତି ସେମାନେ iOS ଓ ହ୍ୱାଟ୍ସଆପ୍‌ ଅପଡେଟ୍‌ କରିବା ପରେ ହିଁ WhatsApp ବ୍ୟବହାର କରିପାରିବେ। ତେବେ iPhone 4 ଓ iPhone 4S ବ୍ୟବହାର କରୁଥିବା ୟୁଜର୍ସଙ୍କୁ ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ପଡ଼ିବ। କାରଣ ହ୍ୱାଟ୍ସଆପ୍‌ ଆଉ ପୁରୁଣା ଡିଭାଇସ୍‌ରେ ସପୋର୍ଟ କରିବ ନାହିଁ। 

Advertisment

ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍‌ ସବୁବେଳେ ଏହାର ପ୍ରାଭଭେସିକୁ ଅପଗ୍ରେଡ୍‌ କରିଥାଏ। ଏଥିପାଇଁ ଆପଲ୍‌ ଓ ଆଣ୍ଡ୍ରଏଡ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ଲାଟେଷ୍ଟ୍‌ ଅପରେଟିଂ ସିଷ୍ଟମ ଉପରେ ହ୍ୱାଟ୍ସଆପ୍‌ ଗୁରୁତ୍ୱ ପ୍ରଦାନ କରୁଛି। WhatsApp ନୂଆ ଅପଡେଟ୍‌ ପୁରୁଣା ଅପରେଟିଂ ସିଷ୍ଟମ ଓ ଡିଭାଇସ୍‌ରେ ସପୋର୍ଟ କରିବ ନାହିଁ। ଏଥିପାଇଁ ଆଣ୍ଡ୍ରଏଡ୍‌ ଡିଭାଇସ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କୁ  Android 4.1 କିମ୍ବା ଏହାର ଅପଡେଟ୍‌ ଭର୍ସନ ବ୍ୟବହାର କରିବାକୁ ପଡ଼ିବ। 

ଯଦି ଆପଣଙ୍କ iPhone ଅଟୋ ଅପଡେଟ୍‌ ହୋଇନାହିଁ, ତା’ହେଲେ ଆପଣ ସେଟିଙ୍ଗ୍‌ସ୍‌କୁ ଯାଇ  iOSର ନୂଆ ଭର୍ସନ ଅପଡେଟ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ Settings > Generalକୁ ଯାଇ ସଫ୍ଟୱେୟାର ଅପଡେଟ୍‌ କରିବାକୁ ପଡ଼ିବ। 

WhatsApp
Advertisment
Advertisment