Advertisment

Crime Surge in Odisha's Bhubaneswar: ନିଶା ପାଇଁ ଫସର ଫାଟୁଛି ପୋଲିସର ଉଦ୍ୟମ, ରାଜଧାନୀରେ ବଢୁଛି ଅପରାଧ

ରାଜଧାନୀରେ ବଢୁଛି ଅପରାଧ । ନିଶା ପାଇଁ ଅପରାଧ ଘଟାଉଛନ୍ତି ଅପରାଧୀ । ବିଶେଷ କରି ବସ୍ତି ଅଞ୍ଚଳରେ ଘଟୁଛି କ୍ରାଇମ୍ ।

author-image
Deviprasad Jena
Crime Increase In Bhubaneswar

Crime Increase In Bhubaneswar

ରାଜଧାନୀରେ ବଢୁଛି ଅପରାଧ । ନିଶା ପାଇଁ ଅପରାଧ ଘଟାଉଛନ୍ତି ଅପରାଧୀ । ବିଶେଷ କରି ବସ୍ତି ଅଞ୍ଚଳରେ ଘଟୁଛି କ୍ରାଇମ୍। ଗତକାଲି ସାଇନସ୍ ପାର୍କ ବସ୍ତିରେ ମରଣାନ୍ତକ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି । ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ହେଉଛି । ହେଲେ ନିଶା ପାଇଁ ସବୁ ଫସର ଫାଟୁଛି । ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସକୁ ଅଧିକ ଶକ୍ତ ହେବା ଜରୁରୀ ହୋଇଛି ।

Advertisment

ବସ୍ତିରେ ବଢୁଛି ଅପରାଧ । ପାରିବାରିକ ସମ୍ପର୍କରେ ତିକ୍ତତା । ଆଇନକୁ ହାତକୁ ନେଉଛନ୍ତି ଅପରାଧୀ । ହୋଲିରେ ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ଗୋପୀ ଗୁଣିଙ୍କୁ ନିର୍ମମ ହତ୍ୟା । ଠିକ୍ ସେହିଦିନ ମଞ୍ଚେଶ୍ୱର ଥାନା ଠାରୁ କିଛି ଦୂର ସମେଇଗାଡ଼ିଆର ଆୟୁଷ୍ମାନ ପତିଙ୍କୁ ମର୍ଡର ।

ଏହା ପୂର୍ବରୁ ଜାନୁଆରୀ ୮ ତାରିଖରେ ରାଜରାସ୍ତା ଉପରେ ସହଦେବ ନାୟକଙ୍କ ଗଣ୍ଡି ମୁଣ୍ଡ ଅଲଗା କରି ବୀଭତ୍ସ ହତ୍ୟା । ଆଉ ଏବେ ସହିଦନଗର ଥାନା ସାଇନସ୍ ପାର୍କ ବସ୍ତିରେ ମରଣାନ୍ତକ ଆକ୍ରମଣରେ ୩ ଜଣ ଗୁରୁତର । ତେବେ ବସ୍ତିରେ କାହିଁକି ବଢୁଛି କ୍ରାଇମ୍ ? କାହିଁକି ରକ୍ତର ହୋଲି ଖେଳୁଛନ୍ତି ବସ୍ତି ଯୁବକ ? ତେବେ ବସ୍ତିରେ ରହୁଥିବା ଯୁବକଙ୍କୁ ହତ୍ୟା ପଛରେ ମୂଳ କାରଣ ହେଉଛି ନିଶା ।

Advertisment

ଅଧିକ ପଢ଼ନ୍ତୁ: 'ପହଲଗାମ୍‌ ପୀଡିତଙ୍କୁ ନିଶ୍ଚୟ ନ୍ୟାୟ ମିଳିବ, ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯିବ'; ଭରସା ଦେଲେ ମୋଦି

ଗତକାଲି ସାଇନ୍ସ ପାର୍କ ବସ୍ତିରେ ଦାଦା-ପୁତୁରା ଗଣ୍ଡଗୋଳ ଓ ଛୁରାମାଡ଼ ଘଟଣାରେ ମୋଟ ୩ ଜଣ ଆହତ ହୋଇଥିବା ବେଳେ ଦାଦା ଶାନ୍ତିଭୂଷଣ ନାୟକଙ୍କୁ ଗିରଫ କରିଛି ପୋଲିସ । ବସ୍ତିରେ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ବିଭିନ୍ନ ଉଦ୍ୟମ କରୁଥିବା ବେଳେ ନିଶା ପାଇଁ ସବୁକିଛି ଫସର ଫାଟୁଛି ।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ମୂଳ କାରଣ ପାଲଟିଛି ନିଶା । କେବଳ ରାଜଧାନୀ ନୁହେଁ, ବରଂ ସାରା ଓଡିଶାକୁ କବଳିତ କରିଛି ନିଶା କାରବାର । ତଥ୍ୟ କହୁଛି, ୨୦୨୨ ମସିହାରେ ୧୮୯୨ NDPS ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୬୦୩ ଜଣ ଗିରଫ ହୋଇଛନ୍ତି । ୧୧୭୩ କେଜି ଗଞ୍ଜେଇ, ୫୦ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ ହୋଇଛି ।

ସେହିଭଳି ୨୦୨୩ ମସିହାରେ ୧୮୬୮ଟି NDPS କେସରେ ୨୪ ଶହ ୧୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୧୮୧୧ କୁଇଣ୍ଟାଲ ଗଞ୍ଜେଇ ସହ ୧୭ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ ହୋଇଛି । ୨୦୨୪ ମସିହାରେ ୨୧୬୦ NDPS କେସରେ ୨୨୭୬ ଜଣଙ୍କୁ ଗିରଫ କରାଯାଇଛି । ୧୪୫୨ କୁଇଣ୍ଟାଲ ଗଞ୍ଜେଇ ସହ ୧୦ କେଜିରୁ ଉର୍ଦ୍ଧ୍ବ ଧଳାଜହର ଜବତ କରାଯାଇଛି । ଦାମୀ କୋକେନ୍, ମାରିଜୁଆନା ଏୟାରପୋର୍ଟରୁ ଜବତ ପରେ ନିଶାର ରାଜଧାନୀ ପାଲଟିଛି ଭୁବନେଶ୍ୱର ।

ଅଧିକ ପଢ଼ନ୍ତୁ: ଖୋଜି ଖୋଜି ଟାର୍ଗେଟ୍‌,୧୦ ଆତଙ୍କବାଦୀଙ୍କ ଘର ସ୍ୱାହା

Commissionerate Police Criminals Crime In Odisha Crime In Bhubaneswar
Advertisment
Advertisment