• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଣେ ସରକାରୀ କର୍ମଚାରୀଙ୍କ ବୟସ ୬୦ ବର୍ଷ ହେବାପରେ ତାଙ୍କୁ ଚାକିରିରୁ ଅବସର ମିଳିଥାଏ । ଅବସରେ ନେବା ପରେ ପେନ୍‌ସନ୍‌ ବାବଦକୁ କିଛି ଅର୍ଥ ସହାୟତା ଦେଇଥା’ନ୍ତି ସରକାର । ସେହିପରି ୬୦ ବର୍ଷ ବୟସ ପରେ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ପାଇବାର ଏକ ବ୍ୟବସ୍ଥା ରହିଛି । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ୧୨% ବେତନ ଏବଂ ଡିଏ ପ୍ରତି ମାସରେ କଟାଯାଇ EPF ଆକାଉଣ୍ଟରେ ଜମା କରାଯାଇଥାଏ ।

ପେନ୍‌ସନ୍ ଆକାଉଣ୍ଟରେ ଜମା ହୋଇଥିବା ଏହି ଟଙ୍କା ଅବସର ପରେ କର୍ମଚାରୀଙ୍କ ଜୀବନକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିଥାଏ । ଫଳରେ କର୍ମଚାରୀ ଜଣକ ସେହି ଟଙ୍କାକୁ ଉଠାଇବା ସହ ନିଜର ଖର୍ଚ୍ଚ କରିଥା’ନ୍ତି । ହେଲେ ଯଦି ଦୁର୍ଭାଗ୍ୟବସତଃ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ , ତେବେ ତାଙ୍କ ପରିବାର ସଦସ୍ୟଙ୍କୁ ପରବର୍ତ୍ତୀ ସମୟରେ ପେନସନ୍‌ ରାଶି ମିଳିଥାଏ ।

ଯାହାକୁ ଫ୍ୟାମିଲି ବା ପରିବାର ପେନ୍‌ସନ୍‌ ବୋଲି କୁହାଯାଏ । ତେବେ ଆପଣ ଜାଣନ୍ତି କି ? ମୃତ୍ୟୁ ପରେ ସେହି ପରିବାରର କେଉଁମାନେ ପେନ୍‌ସନ୍‌ର ଲାଭ ଉଠାଇପାରିବେ ? ଆସନ୍ତୁ ଜାଣିବା...

EPFO ନିୟମ ଅନୁଯାୟୀ, ଯଦି ଜଣେ କର୍ମଚାରୀ ୧୦ ବର୍ଷ କାମ କରିଥା’ନ୍ତି । ତେବେ ସେ ପେନ୍‌ସନ୍‌ ପାଇବାର ହକ୍‌ଦାର ବୋଲି ଧରିନିଆଯାଏ । ଆଉ ସେହି କର୍ମଚାରୀ ଜଣକ ଯଦି ଦୁର୍ଭାଗ୍ୟବଶତଃ ପେନସନ୍ ପାଇବା ପରେ ତାଙ୍କର ମୃତ୍ୟୁ ଘଟେ, ତେବେ ତାଙ୍କ ପରିବାର ପେନ୍‌ସନ୍‌ ସୁବିଧା ପାଇପାରିବେ ।

ନିୟମ ଅନୁସାରେ ପରିବାରର ସର୍ବାଧିକ ଦୁଇଟି ପିଲା ଏହାର ଲାଭ ଉଠାଇପାରିବେ । ଏହା ବ୍ୟତୀତ ମୃତ କର୍ମଚାରୀଙ୍କ ପତ୍ନୀ ପେନ୍‌ସନ୍‌ର ୫୦ ପ୍ରତିଶତ ପାଇପାରିବେ । ସେହିପରି ଯଦି ଦୁଇଜଣ ପିଲାମାନଙ୍କର ବୟସ ୨୫ ବର୍ଷରୁ କମ୍ ରହିଥିବ ତେବେ ସେମାନଙ୍କୁ ପେନ୍‌ସନ୍‌ର ୨୫-୨୫% ଅଂଶ ମିଳିବ ବୋଲି କୁହାଯାଇଛି ।

ସେହିପରି ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ପରି ଯଦି ତାଙ୍କର ସ୍ୱାମୀ ଦ୍ୱିତୀୟ ବିବାହ କରନ୍ତି ,ଏପରି ପରିସ୍ଥିତିରେ ପେନସନ୍ ରାଶିର ୭୫ ପ୍ରତିଶତ ପିଲାମାନଙ୍କୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ମିଳିଥାଏ । ସେହିପରି କର୍ମଚାରୀ ଜଣକ ଯଦି ଅବିବାହିତ ରହିଥା’ନ୍ତି , ତେବେ ତାଙ୍କ ବାପା-ମା’ଙ୍କୁ ଆଜୀବନ ପେନ୍‌ସନ୍‌ ଅର୍ଥରାଶି ଦିଆଯାଇଥାଏ ।