• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଶ୍ଚର୍ଯ୍ୟ ! କୁନି ଛୁଆକୁ ଜୀଅନ୍ତା ଗିଳିଦେଲା ଜଳହସ୍ତୀ  । ପୁଣି ପାଟିରୁ ବାହାର କରିଦେଲା । ସୋସିଆଲ ମିଡିଆରେ ଆପଣ ସାପକୁ ଗୋଟା ଅଣ୍ଡା ବାନ୍ତି କରୁଥିବା ଦେଖିଥିବେ । ଅର୍ଥାତ୍‌ ସାପଟି କୁକୁଡ଼ା ଅଣ୍ଡା ଗିଳିଦେବା ପରେ, ପୁଣି ତାକୁ ଅକ୍ଷତ ଅବସ୍ଥାରେ ପାଟିରୁ କାଢ଼ୁଥିବା ଦେଖିଥିବେ । ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି ।

ଠିକ୍‌ ଏହିଭଳି କିଛି ଘଟଣା ଆମେ ଆଜି ଆପଣଙ୍କୁ କହିବୁ । ଏହି ଘଟଣାରେ ସାପ ଅଣ୍ଡା ଗିଳିନି ବରଂ ଗୋଟିଏ ଜଳହସ୍ତି ଏକ ମଣିଷ ଛୁଆକୁ ଜୀଅନ୍ତା ଗିଳିଦେଇଛି । ପୁଣି ତାକୁ ପାଟିରୁ ବାହାର କରିଛି । ଏହି ଘଟଣା ଘଟିଛି ଉଗାଣ୍ଡାରେ । ଗୋଟିଏ ଦୁଇ ବର୍ଷର କୁନି ଛୁଆ ଘର ଆଗରେ ଖେଳୁଥିବା ବେଳେ ହଠାତ୍‌ ସେଠାରେ ପହଞ୍ଚିଥିଲା ଜଳହସ୍ତୀ  । ପାଖରେ ଥିବା ଏକ ହ୍ରଦରୁ ଜଳହସ୍ତୀ  ବାହାରି ଏଣେତେଣେ ବୁଲୁଥିବା ବେଳେ ସେହି କୁନି ଛୁଆ ତା’ଆଖିରେ ପଡ଼ିଥିଲା ।

କୁନି ଛୁଆକୁ ଦେଖି ଜଳହସ୍ତୀଟି ତୁରନ୍ତ ଗିଳିଦେବାକୁ ଚେଷ୍ଟା କରିଥିଲା । ହେଲେ ସେହି ପାଖରେ ଥିବା ଜଣେ ବ୍ୟକ୍ତି କ୍ରିସ୍‌ପାସ୍‌ ବାଗୋଞ୍ଜା (Chrispas Bagonz) ଏହା ଦେଖି ଚିତ୍କାର କରିବାକୁ ଲାଗିଲେ । ଏମିତିକି ଜଳହସ୍ତୀକୁ ଡରାଇବା ପାଇଁ ପଥର ମଧ୍ୟ ମାରିଥିଲେ । ପଥର ମାଡ଼ ଭୟରେ ଜଳହସ୍ତୀଟି ଗିଳିଥିବା ଛୁଆକୁ ସଙ୍ଗେ ସଙ୍ଗେ ପାଟିରୁ ବାହାର କରିଦେଇଥିଲା । ଆଉ ସେଠାରୁ ଚମ୍ପଟ ମାରିଥିଲା । 

ପୋଲିସର କହିବା କଥା ଜଳହସ୍ତୀଟି ଛୁଆକୁ ଅଧା ଅଧି ଗିଳି ସାରିଥିଲା । କେବଳ କ୍ରିସ୍‌ପାସ୍‌ ବାଗୋଞ୍ଜାଙ୍କ ସାହସିକତା ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି କୁନି ଛୁଆଟି ନୂଆ ଜୀବନ ପାଇଛି । ଏହି ପୁରା ଘଟଣାନେଇ ୟୁକେ ଟେଲିଗ୍ରାଫ୍‌ରେ ରିପୋର୍ଟ ପ୍ରକାଶ ପାଇଛି । 

ଜଳହସ୍ତୀଟି ଛୁଆଟିକୁ ବାନ୍ତି କରିବା ପରେ ତୁରନ୍ତ ତାକୁ ନିକଟସ୍ଥ ଏକ କ୍ଲିନିକ୍‌ରେ ଭତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ଶେଷ ହେବା ପରେ ତାକୁ ମେଡିକାଲ ନିଆଯାଇଥିଲା । ମେଡିକାଲରେ କୁନି ଛୁଆକୁ ରାବିସ୍‌ ଇଞ୍ଜେକ୍ସନ ଦିଆଯାଇଛି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ପୁରା ଉଗାଣ୍ଡାରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now