Advertisment

Political Violence in Jajpur: ରାଜନୈତିକ ହିଂସାକୁ ନେଇ ସରଗରମ ଯାଜପୁର, ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ

ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ହମଲାକୁ ନେଇ ତୀବ୍ର ହୋଇଛି ଆରୋପ ପ୍ରତ୍ୟାରୋପ। ଆଜି ଆରୁହା ଗାଁକୁ ହିଙ୍ଗୁଳା ଯଜ୍ଞରେ ଯୋଗ ଦେବାକୁ ଯାଉଥିବା ବେଳେ ପ୍ରଣବଙ୍କ ଗାଡ଼ି ଉପରେ ହୋଇଛି ଆକ୍ରମଣ।

author-image
Saroj Kumar Jena
violence

violence

ପୁଣି ଚର୍ଚ୍ଚାକୁ ଫେରିଛି ଯାଜପୁର ରାଜନୀତି। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ହମଲାକୁ ନେଇ ତୀବ୍ର ହୋଇଛି ଆରୋପ ପ୍ରତ୍ୟାରୋପ। ଆଜି ଆରୁହା ଗାଁକୁ ହିଙ୍ଗୁଳା ଯଜ୍ଞରେ ଯୋଗ ଦେବାକୁ ଯାଉଥିବା ବେଳେ ପ୍ରଣବଙ୍କ ଗାଡ଼ି ଉପରେ ହୋଇଛି ଆକ୍ରମଣ। ଘଟଣା ପଛରେ ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ସଂପୃକ୍ତି ଥିବା ପ୍ରଣବ ବଳବନ୍ତରାୟ ଅଭିଯୋଗ କରିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ହିମାଂଶୁ। କହିଛନ୍ତି ଏହା ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଅନ୍ୟପଟେ ହିଙ୍ଗୁଳା ଆଞ୍ଚଳିକ କମିଟି ସଭାପତି କହିଛନ୍ତି, ବିନା ଡକରାରେ ଆସିଥିଲେ ପୂର୍ବତନ ବିଧାୟକ।

Advertisment

ଯାଜପୁର ଧର୍ମଶାଳାରେ ପୁଣି ରାଜନୈତିକ ହିଂସା। ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ହମଲା। ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ଗାଡ଼ିକୁ ଆକ୍ରମଣ। ବିଚ୍ ରାସ୍ତାରେ ଅଟାଇଲେ କିଛି ଯୁବକ । ଠେଙ୍ଗାରେ ପିଟି ଗାଡ଼ି ଭାଙ୍ଗି ଦେବାକୁ ଉଦ୍ୟମ। ସ୍ଥାନ- ଯାଜପୁର ଆରୁହା । ସମୟ- ଦିନ ପ୍ରାୟ ଗୋଟାଏ। ଆରୁହା ଗାଁରେ ହିଙ୍ଗୁଳା ଯଜ୍ଞରେ ଯୋଗ ଦେବାକୁ କିଛି ସମର୍ଥକଙ୍କ ସହ ଆସିଥିଲେ ପ୍ରଣବ ବଳବନ୍ତରାୟ। ହଠାତ୍ ତାଙ୍କ ଗାଡ଼ି ସାମନାକୁ ମାଡି ଆସିଥିଲେ ଅନେକ ଲୋକ। କାହା ହାତରେ ଠେଙ୍ଗା ଥିଲା ତ କିଏ ଧରିଥିଲା ବାଡ଼ି। ପ୍ରଣବଙ୍କୁ ସେମାନେ ଯଜ୍ଞ ସ୍ଥଳକୁ ଯିବାକୁ ଦେଇ ନଥିଲେ। ବାଟ ଓଗାଳି ଜୋରଦାର ବିରୋଧ କରିଥିଲେ ପ୍ରାୟ ୫୦ରୁ ଅଧିକ ଯୁବକ। ଯାହାକୁ କେନ୍ଦ୍ର କରି ବେଶ କିଛି ସମୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଣବ ଅଭିଯୋଗ କରିଛନ୍ତି, ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ ଏହି ଆକ୍ରମଣ କରିଛନ୍ତି। ଜୀବନରେ ମାରି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ୍ ଉପରେ ଭରସା ନଥିବାରୁ ଏତଲା କରିବେ ନାହିଁ ବୋଲି କହିଛନ୍ତି ପ୍ରଣବ। ସେପଟେ ପ୍ରଣବ ବଳବନ୍ତରାୟଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ହିମାଂଶୁ ସାହୁ । କହିଛନ୍ତି, ଏହା ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଏଥିରେ ତାଙ୍କର ସଂପୃର୍କି ନାହିଁ। ଯିଏ ଦୋଷୀ ସିଏ ଦଣ୍ଡ ପାଇବ।

ଅଧିକ ପଢ଼ନ୍ତୁ: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ?

Advertisment

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ ପରେ ପୁଣି ଥରେ ସରଗମ ହୋଇଛି ଯାଜପୁର ରାଜନୀତି। ସେପଟେ ଆରୁହା ଆଞ୍ଚଳିକ ହିଙ୍ଗୁଳା କମିଟି ସଭାପତିଙ୍କ ପ୍ରତିକ୍ରିୟା ଘଟଣାରେ ଟ୍ୱିଷ୍ଟ ଆଣିଛି । ସେ କହିଛନ୍ତି, ଗତ ୨୪ ବର୍ଷରେ କେବେ ବି ପୂର୍ବତନ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇନି। ଆଜି ବିନା ଡକରାରେ ଆସିଥିଲେ ପ୍ରଣବ ବଳବନ୍ତରାୟ । ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା।

ଗତବର୍ଷ ନଭେମ୍ବର ମାସରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଯାଜପୁର ବୁଢ଼ାପୋଲ ଛକ ଉପରେ ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ସେଇ ରାସ୍ତା ଦେଇ ଯାଉଥିଲେ ହିମାଂଶୁ ସାହୁ। ଏତିକିବେଳେ ଠେଙ୍ଗାବାଡି ଧରି ବିଧାୟକଙ୍କ ଗାଡ଼ି ଉପରେ ହମଲା ସହ ଭଙ୍ଗାରୁଜା ହୋଇଥିଲା। ସେତେବେଳେ ଆକ୍ରମଣ ପାଇଁ ସିଧାସଳଖ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟୀ କରିଥିଲେ ହିମାଂଶୁ। ଏହି ଘଟଣାରେ ବବିଙ୍କ ଭାଇ ଭବ ପ୍ରକାଶ ଦାସ ସେତେବେଳେ ଗିରଫ ହୋଇଥିଲେ।

ଅଧିକ ପଢ଼ନ୍ତୁ: ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପିନେଲେ, ଖୋଦ୍ ରାଜଧାନୀରେ

Dharmashala MLA Dharmasala
Advertisment
Advertisment