Advertisment

ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ପୂର୍ବତନ ସରପଞ୍ଚଙ୍କୁ ବିଧା, ଗୋଇଠା...ଭାଇରାଲ୍‌ ହେଉଛି ଭିଡିଓ

ସୀମା ଟପିଲା ସବୁ ବର୍ବରତା। ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ନିସ୍ତୁକ ମାଡ଼। ତା’ବି ପୁଣି ସର୍ବସମ୍ମୁଖରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Miscreants beat up former sarpanch with belt in Jajpur

Miscreants beat up former sarpanch with belt in Jajpur

ସୀମା ଟପିଲା ସବୁ ବର୍ବରତା। ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ନିସ୍ତୁକ ମାଡ଼। ତା’ବି ପୁଣି ସର୍ବସମ୍ମୁଖରେ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ତରପଦାର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Advertisment

ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ରାମବାଗ ଛକ ନିକଟରେ ୩ ଦିନ ପୂର୍ବର ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି।

ସୂଚନା ଅନୁସାରେ, ଲକ୍ଷ୍ମୀଧର ଯାଜପୁର କୋର୍ଟକୁ ଆସିଥିବା ବେଳେ ତାଙ୍କ ଉପରକୁ ଏହି ଆକ୍ରମଣ ହୋଇଛି। ପୂର୍ବ ଶତ୍ରୁତାରୁ ରାଗ ରଖି ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। କିଛି ଯୁବକ ତାଙ୍କୁ ରାମବାଗ ଛକ ନିକଟରେ ସର୍ବସମ୍ମୁଖରେ ବେଲ୍ଟରେ ପିଟିବା ସହ ବିଧା ଗୋଇଠା ମାରିଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଛି। ଏନେଇ ଥାନାରେ ଏତଲା ପରେ ୩ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି।

Advertisment
Viral Video
Advertisment
Advertisment