• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ପରିବାରର ୬ ଜଣ ଜୀବନ୍ତ ଦଗ୍ଧ । ଶୋଇଥିବା ବେଳେ ଜଳିଗଲା ଘର । ଆଉ ଘର ଭିତରେ ଥିଲେ ପରିବାରର ୬ ସଦସ୍ୟ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ତେଲେଙ୍ଗାନାର ମାନ୍‌ଚାରୟାଲା ଜିଲ୍ଲାରେ । ମିଳିଥିବା ସୂଚନା ଅନୁଯାୟୀ, ଶିବାୟ (୫୦), ତାଙ୍କ ପତ୍ନୀ ପଦ୍ମା (୪୫), ପଦ୍ମାଙ୍କ ସାନ ଭଉଣୀର ଝିଅ ମୌନିକା (୨୩) ଏବଂ ପଦ୍ମାଙ୍କର ଦୁଇ ଝିଅ ଏହି ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ମଣ୍ଡାମାରି ସର୍କଲ ଇନ୍‌ସ୍‌ପେକ୍ଟର ପ୍ରମୋଦ କୁମାର କହିଛନ୍ତି, ଶିବାୟ ଓ ତାଙ୍କ ପତ୍ନୀ ପଦ୍ମା ମନ୍ଦାମାରି ମଣ୍ଡଳର ଭେଙ୍କଟପୁରରେ ରହିଆସୁଥିଲେ । ସେମାନଙ୍କ ସହ ଅନ୍ୟମାନେ ବି ରହୁଥିଲେ । ପଡ଼ୋଶୀଙ୍କ କହିବା କଥା, ବିଳମ୍ବିତ ରାତି ପ୍ରାୟ ୧୨ ରୁ ସାଢ଼େ ୧୨ଟା ହେବ । ଏହି ସମୟରେ ତାଙ୍କ ଘରେ ନିଆଁ ଲାଗିଥିଲା । ପଡ଼ୋଶୀ ତୁରନ୍ତ ଗାଁ ଲୋକଙ୍କୁ ଏନେଇ ଖବର ଦେଇଥିଲେ । ପରେ ସ୍ଥାନୀୟ ପୋଲିସ ଷ୍ଟେସନ୍‌ରେ ମଧ୍ୟ ଏନେଇ ସୂଚନା ଦେଇଥିଲେ । 

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତିକି ବେଳକୁ ଘରେ ରହୁଥିବା ୬ ସଦସ୍ୟଙ୍କ ପୋଡ଼ି ମୃତ୍ୟୁ ହୋଇଯାଇଥିଲା ।

ତେବେ ଘରେ ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ନିଆଁ କେମିତି ଲାଗିଲା, ସେନେଇ ପୋଲିସ ତଦନ୍ତ କରୁଛି ।