/odishatv-khabar/media/post_attachments/uploadimage/library/16_9/16_9_0/bjp_1744558105.jpg)
bjp
ଶେଷ ହୋଇଛି ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର। ନୀତି, ନୈତିକତା ଏବଂ ଆଚରଣ ଉଚ୍ଚାରଣର ପାଠ ପଢିଲେ ବିଧାୟକ ଏବଂ ସାଂସଦ। ପୁରୀରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଛନ୍ତି ବିଜେପି ସଂଗଠନର ଟପ୍ ଥ୍ରୀ ନେତୃତ୍ୱ। ୨୦୩୬ ଯାଏଁ ପାର୍ଟିକୁ କ୍ଷମତାରେ ରଖିବାକୁ ଦେଇଛନ୍ତି ଆହ୍ୱାନ। ଏହାସହ MP, MLAମାନେ କିପରି ନିଜ ଅଫିସ୍ ଚଳାଇବେ ଆଉ କଥାବାର୍ତ୍ତା ବେଳେ କେମିତି ସଞ୍ଜମତା ରଖିବେ ସେ ନେଇ ମନ୍ତ୍ର ଦେବା ସହ ଅତିକମରେ ମାସକୁ ଗାଁରେ 7 ଦିନ ରହିବାକୁ ପରାମର୍ଶ ଦିଆଯାଇଛି।
ନିଜେ କ୍ଷମତାରେ ରୁହ କି ନ ରୁହ, ପାର୍ଟି କ୍ଷମତାରେ ରହିବା ଦରକାର। ଉତ୍ତର ପ୍ରଦେଶ ଢାଞ୍ଚାରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ଡେଭଲପମେଣ୍ଟ ପ୍ଲାନ ପ୍ରସ୍ତୁତ କର। ଲୋକଙ୍କ ସହ କଥା ହେଲା ବେଳେ ନମ୍ରତା ଏବଂ ଶାଳୀନତା ରଖ। ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ବିଜେପି ନେତାଙ୍କୁ ଏମିତି ଟିପ୍ସ ଦେଇଥିଲେ ବିଜେପିର ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, ସହ ସଂଗଠନ ମନ୍ତ୍ରୀ ଭି. ସତୀଶ ଏବଂ ସଂଗଠନ ସାଧାରଣ ସମ୍ପାଦକ ସୁନୀଲ ବଂଶଲ। କହିଥିଲେ, ୨୦୩୬ ପାଇଁ ବିଜେପି ସରକାର ଯେଉଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି. ତାକୁ ସଫଳ କରିବାକୁ ଦଳ କ୍ଷମତାରେ ରହିବା ଦରକାର। ଏମିତି କାମ କର ତୁମେ କ୍ଷମତାରେ ଥାଅ କି ନଥାଅ ଦଳ କ୍ଷମତାରେ ରହୁ। ଏହା ସହ ଦାଦନ ଏବଂ ସାମାଜିକ ଅଭିବୃଦ୍ଧି ନେଇ ଏକ ସେସନରେ ୟୁପି ମଡେଲ୍ ଦେଖାଇ କହିଥିଲେ ରାଜ୍ୟ ଡେଭଲପମେଣ୍ଟ ପ୍ଲାନ ଭଳି ବିଧାୟକମାନେ ବି ନିଜ ନିଜ ନିର୍ବାଚନ ମଣ୍ଡଳୀର ଡେଭେଲପମେଣ୍ଟ ପ୍ଲାନ ପ୍ରସ୍ତୁତ କରନ୍ତୁ। ପ୍ରତି ୩ ମାସରେ ଥରେ ସମୀକ୍ଷା କରି ରିପୋର୍ଟ ତିଆରି କରନ୍ତୁ।
ଅଧିକ ପଢ଼ନ୍ତୁ: ରାଜନୈତିକ ହିଂସାକୁ ନେଇ ସରଗରମ ଯାଜପୁର, ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ
ଏହାସହ ବିଧାୟକ ଏବଂ ସାଂସଦମାନଙ୍କୁ ନିଜ ନିଜ ଅଫିସ୍ ପରିଚାଳନା ପାଇଁ ଦିଆଯାଇଛି ସ୍ୱତନ୍ତ୍ର ଟିପ୍ସ। ବିଧାୟକ, ସାଂସଦମାନେ ବ୍ୟସ୍ତ ରହୁଥିବାରୁ ଲୋକଙ୍କ କାମ କରିବାକୁ ସେମାନଙ୍କ ଅଫିସ୍ କେମିତି କାର୍ଯ୍ୟ କରିବା ଦରକାର. କାହାକୁ ନିଯୁକ୍ତ କଲେ ଲୋକଙ୍କ କାମ ହୋଇପାରିବ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଏହାସହ ଫୋନରେ କଥା ହେବା ବେଳେ କିମ୍ବା ଅଫିସରେ କାର୍ଯ୍ୟକର୍ତ୍ତାଙ୍କ ସହ କେମିତି କଥା ବାର୍ତ୍ତା କରାଯିବ ତାର ଟ୍ରିକ୍ ବି ଶିଖାଇଥିଲେ। ସଂଗଠନକୁ ଗୁରୁତ୍ୱ ଦେଇ କହିଥିଲେ, ଜନ ପ୍ରତିନିଧି ଓ ସଙ୍ଗଠନ ଗୋଟିଏ ସରଳ ରେଖରେ ରହିବା ଦରକାର। ସଙ୍ଗଠନ ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ନିହାତି ଆବଶ୍ୟକ।
୮ଟି ସେସନ୍ ବାଦ୍ ନେତା ନେତାଙ୍କ ଭିତରେ ସମନ୍ୱୟ ଏବଂ ଭଲ ବଣ୍ଡିଂ ରଖିବାକୁ ବି ପ୍ରଶିକ୍ଷଣ ବର୍ଗରେ ବିଭିନ୍ନ ପ୍ରକାର ଖେଳର ଆୟୋଜନ ହୋଇଥିଲା। ଭଲି ବଲ୍, କବାଡି ଏବଂ ଯୋଗ ଶିକ୍ଷା ମାଧ୍ୟମରେ ଏକାଠି ରହିବାକୁ ବାର୍ତ୍ତା ଦିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)