Advertisment

Jatra Artist Ban Controversy: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଯାତ୍ରାରେ ଥମୁନି ପାର୍ଟିଡିଆଁ ବିବାଦ ଯାତେରା। ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ଦୁଇ ପାର୍ଟିଠୁ ନେଇଥିବା ଟଙ୍କା ଫେରାଇ, ମାଲିକ ସଂଘ ବୈଠକର ନିଷ୍ପତ୍ତି ଅନୁଯାୟୀ ବର୍ଷେପାଇଁ ମଂଚରୁ ଓହରିଯାଇଛନ୍ତି, ହେଲେ ପାଖାପାଖି ସମାନ କାରଣ ପାଇଁ ବ୍ୟାନ୍ ହୋଇ ଏବେ ବି ନ୍ୟାୟ ଅପେକ୍ଷାରେ ହାସ୍ୟ କଳାକାର ନରି ପଣ୍ଡା।

author-image
Saroj Kumar Jena
ଅଦ୍ୟତନ ହୋଇଛି
jatra

jatra

ଯାତ୍ରାରେ ଥମୁନି ପାର୍ଟିଡିଆଁ ବିବାଦ ଯାତେରା। ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ଦୁଇ ପାର୍ଟିଠୁ ନେଇଥିବା ଟଙ୍କା ଫେରାଇ, ମାଲିକ ସଂଘ ବୈଠକର ନିଷ୍ପତ୍ତି ଅନୁଯାୟୀ ବର୍ଷେପାଇଁ ମଂଚରୁ ଓହରିଯାଇଛନ୍ତି, ହେଲେ ପାଖାପାଖି ସମାନ କାରଣ ପାଇଁ ବ୍ୟାନ୍ ହୋଇ ଏବେ ବି ନ୍ୟାୟ ଅପେକ୍ଷାରେ ହାସ୍ୟ କଳାକାର ନରି ପଣ୍ଡା। ଏଭଳି ସ୍ଥିତିରେ ଲୋକପ୍ରିୟ କଳକାରଙ୍କୁ ନିଜ ପାର୍ଟିକୁ ଆଣିବା ପାଇଁ ଚାଲିଥିବା ଅସୁସ୍ଥ ପ୍ରତିଯୋଗିତାକୁ ରୋକିବାକୁ IPL ଢାଞ୍ଚାରେ ଯାତ୍ରା ଜଗତରେ ବି କଳାକାର ନିଲାମ ବ୍ୟବସ୍ଥା ଉପରେ ଜୋର୍ ଦେଇଛି ମାଲିକ ସଂଘ।

Advertisment

ଅଧିକ ପଢ଼ନ୍ତୁ: ସାଉଥ୍ ଆଗରେ କାମ ଦେଲାନି ସନ୍ନି ଦେଓଲଙ୍କ 'Jaat'; ଭାରି ପଡିଲେ ୫୩ ବର୍ଷର ଏହି ହିରୋ

ଅଗ୍ରୀମ ଟଙ୍କା ଫେରାଇବାକୁ ଯାଇ ଯାତ୍ରା ମାଲିକଙ୍କ ଆକ୍ରମଣ ଶିକାର ହେଲି। ପୁଣି ଅଭିଯୋଗ ଆଣିବାରୁ ଓଲଟି ଯାତ୍ରା ଜଗତରୁ ବ୍ୟାନ୍ ହେଲି। ସମର୍ଥନରେ ଯିଏ ଆସିଲେ ସିଏ ବି ବ୍ୟାନ୍ ହେଲେ। ଓଟିଭିକୁ ଆଜି ଏମିତି ପ୍ରତିକ୍ରିୟା ରଖିଛନ୍ତି, ଯାତ୍ରା ମାଲିକ ସଂଘ ବିରୋଧରେ ପକ୍ଷପାତିତାର କ୍ଷୋଭ ବାଢିଛନ୍ତି ହାସ୍ୟ ଅଭନେତା ନରି ପଣ୍ଡା।

Advertisment

ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ତ୍ରିପାଠୀଙ୍କ ପାର୍ଟିଡିଆଁ ବିବାଦକୁ ନେଇ ଯେତେବେଳେ ଯାତ୍ରା ଜଗତ ଉଠୁଥିଲା ପଡୁଥିଲା, ଠିକ୍ ସେହି ସମୟରେ ପାର୍ଟି ମାଲିକଙ୍କ ଦ୍ବାରା ନିର୍ଯାତନା ନେଇ ନରି ପଣ୍ଡାଙ୍କ ଅଭିଯୋଗ ବି ଯାତ୍ରାରେ ବଇନା ବିବାଦ ନିଆଁକୁ ଆହୁରି ଚେଙ୍ଗିଥିଲା। ହେଲେ ୟା ଭିତରେ ଅଭିନେତା ପୀୟୁଷଙ୍କ ବିବାଦର ସମାଧାନ ହୋଇଯାଇଛି। ଯାତ୍ରା ପାର୍ଟି ମାଲିକ ସଂଘ ବୈଠକ ବସି ନିଷ୍ପତ୍ତି ମୁତାବକ ଦୁଇ ପାର୍ଟିରୁ ସେ ନେଇଥିବା ଅଗ୍ରୀମ କୋଟିଏ 15 ଲକ୍ଷ ଫେରାଇ ବର୍ଷକ ପାଇଁ ମଂଚ ଛାଡ଼ିଛନ୍ତି। ହେଲେ ଏଯାଏଁ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ନେଇ ଯାତ୍ରା ମାଲିକ ସଂଘ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ନରି।

ତେବେ ପୀୟୁଷ ଓ ନରି ପଣ୍ଡା ପ୍ରସଙ୍ଗରେ ଦୋ-ମୁହାଁ ନୀତି ଆପଣାଉଥିବାର ଅଭିଯୋଗକୁ କିନ୍ତୁ ଯାତ୍ରା ମାଲିକ ସଂଘ ଖଣ୍ଡନ କରିଛି। କହିଛି ବାପାଙ୍କ ଚିଠି ଅନୁସାରେ ପୀୟୂଷଙ୍କୁ ବିଶ୍ରାମ ଦିଆଯାଇଛି। ହେଲେ ନରି ପଣ୍ଡାଙ୍କ ବିବାଦର ଆପୋଷ ସମାଧାନ ପାଇଁ ନା ନିଜେ ନରି ପଣ୍ଡା ନା କଳାକାର ସଂଘ କାହା ପକ୍ଷରୁ ବି ଉଦ୍ୟମ ହୋଇନି।

ଅପରପକ୍ଷେ କଳାକାରଙ୍କୁ ନିଜ କ୍ୟାମ୍ପକୁ ଆଣିବା ପାଇଁ ଯାତ୍ରା ମାଲିକଙ୍କ ଭିତରେ ଚାଲିଥିବା ଅସୁସ୍ଥ ପରମ୍ପରାକୁ ରୋକି ଅଯଥା ବିବାଦ ଏଡ଼ାଇବାକୁ ଯାତ୍ରା ଜଗତରେ ବି ଆଇପିଏଲ୍ ଢାଞ୍ଚାରେ କଳାକାର ନିଲାମ ଉପରେ ଜୋର ଦେଇଛନ୍ତି ମାଲିକ ସଂଘ ସଦସ୍ୟ କବିରାଜ ସ୍ବାଇଁ। ତେବେ ଯାତ୍ରାରେ ମୁକ୍ତଭାବେ କଳାକାର ନିଲାମୀ କେତେ ସମ୍ଭବ ଏବଂ ପାର୍ଟି-କଳାକାର ଟଣାଭିଡ଼ା ଓ ବଇନା ଅପବାଦରୁ କେବେ ମୁକୁଳୁଛି ଜଲିଉଡ୍ ଏବେ ତା ଉପରେ ନଜର।

Jatra Party
Advertisment
Advertisment