Advertisment

Chadak Festival Conclusion: ଚଡକ ଯାତ୍ରାର ଅନ୍ତିମ ଦିନ, ପୀଠରେ ହେଲା ପାଟ ପର୍ବ; ଲକ୍ଷାଧିକ ଭକ୍ତଙ୍କ ସମାଗମ...

ବେକରେ ପଇତା.. ହାତରେ ଝୁଣା ସରା... ଶରୀର ସାରା କଣ୍ଟା। ନିଷ୍ଠା ସାଧନାରେ ବ୍ରତ ଶିବ ଭକ୍ତ। କିଏ ପିଠିରେ ତ କିଏ ଗାଲରେ.. କାହା ଜିଭରେ ତ କିଏ ସାରା ଶରୀରରେ ଫୋଡିଛି କଣ୍ଟା। ୨ରୁ ୨ ହଜାର ଯାଏଁ, ଶିବପ୍ରାପ୍ତି ପାଇଁ କଣ୍ଟା ଫୋଡି ଶରୀରକୁ ଦେଇଛନ୍ତି ଅସହ୍ୟ ପୀଡା।

author-image
Sujit kumar Swain
ଅଦ୍ୟତନ ହୋଇଛି
Chadak Festival Conclusion

Chadak Festival Conclusion

ଆଜି ୧୩ ଦିନିଆ ଚଡକ ଯାତ୍ରାର ଅନ୍ତିମ ଦିନ। ଶ୍ରେଷ୍ଠ ପର୍ବ, ପାଟ ପର୍ବ। ଲକ୍ଷ ଲକ୍ଷ ଶିବ ଭକ୍ତଙ୍କ ଗହଣରେ ଉପବିତଧାରୀ ଦେହରେ କଣ୍ଟା ଫୋଡି ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ପରେ ମନ୍ଦିର ବେଢାରେ ଅନୁଷ୍ଠିତ ହେଉଛି ଶେଷ ଅର୍ଘ୍ୟ ଉତ୍ସବ। ସେହି ଅର୍ଘ୍ୟ ପାଣି ପାଇବାକୁ ଓଡ଼ିଶା ଓ ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଭିତରେ ଫାଟି ପଡୁଛି ବାଲେଶ୍ବର ଭୋଗରାଇର ବାବା ଚନ୍ଦନେଶ୍ବରଙ୍କ ପୀଠ।

Advertisment

ବେକରେ ପଇତା.. ହାତରେ ଝୁଣା ସରା... ଶରୀର ସାରା କଣ୍ଟା। ନିଷ୍ଠା ସାଧନାରେ ବ୍ରତ ଶିବ ଭକ୍ତ। କିଏ ପିଠିରେ ତ କିଏ ଗାଲରେ.. କାହା ଜିଭରେ ତ କିଏ ସାରା ଶରୀରରେ ଫୋଡିଛି କଣ୍ଟା। ୨ରୁ ୨ ହଜାର ଯାଏଁ, ଶିବପ୍ରାପ୍ତି ପାଇଁ କଣ୍ଟା ଫୋଡି ଶରୀରକୁ ଦେଇଛନ୍ତି ଅସହ୍ୟ ପୀଡା। ବାବା ଚନ୍ଦନେଶ୍ବରଙ୍କ ଆଶିଷ ଭିକ୍ଷା କରି ମାନସିକ ପୂରଣ ପାଇଁ ବାହାରିଛି ପଟୁଆର। ଆଗେ ଆଗେ ଶିବ ପାର୍ବତୀଙ୍କ ଘଟ, ପଛରେ ଦଶନଖୀ, ଶ୍ରୀବେକଡି ଓ ପାଟଭୁକ୍ତା। ମନ୍ଦିର ପରିକ୍ରମା ପରେ ପରେ ସମସ୍ତଙ୍କ ଅପେକ୍ଷା ଥିଲା ଶେଷ ଅର୍ଘ୍ୟକୁ। ଚଡକମେଳାର ଶେଷ ତଥା ଶ୍ରେଷ୍ଠ ପାଟପର୍ବ। ଶିବ ନାମରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ।

ଅଧିକ ପଢ଼ନ୍ତୁ: ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସଜବାଜ; ନରେନ୍ଦ୍ର ପୁଷ୍କରିଣୀରୁ ଉଦ୍ଧାର ହେଲା ଶ୍ରୀଜିଉଙ୍କ ଡଙ୍ଗା...

Advertisment

ପାଟ ପର୍ବ ପୂର୍ବର ପର୍ବ। ବନ୍ଧୁତ୍ବ ଓ ଭାଇଚାରାର ପର୍ବ, ମାଳାଚନ୍ଦନ। ପ୍ରଭୁ ଚନ୍ଦନେଶ୍ବରଙ୍କ ସାମ୍ନାରେ ପରସ୍ପରକୁ ମାଳା ଦେଇ, ଚନ୍ଦନ ଲଗାଇ, ଆଲିଙ୍ଗନ କରିଛନ୍ତି ଉପବିତଧାରୀ। ଏଇଠୁ ଆରମ୍ଭ ହୋଇଛି ନୂଆ ସମ୍ପର୍କ। ପରସ୍ପରକୁ ଭଲପାଇବା ଓ ସ୍ନେହର ସମ୍ପର୍କ। 

ଶିବ-ପାର୍ବତୀ, ଦୁର୍ଗା-ମହିଷାସୁର ବେଶରେ ମହାଦେବଙ୍କୁ ସ୍ମରଣ କରିଛନ୍ତି, ଡମ୍ବରୁ ବଜାଇ ଲୋଡିଛନ୍ତି ମହାଦେବଙ୍କ ଆଶୀର୍ବାଦ। ଚଡକ ମେଳାର ଅନ୍ତିମ ଦିନରେ ଜନସମୁଦ୍ର ବାବା ଚନ୍ଦନେଶ୍ବରଙ୍କ ପୀଠ। ଜମିଛି ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଗହଳି। ରାଜ୍ୟ ସମେତ ପଡୋଶୀ ପଶ୍ଚିମବଙ୍ଗ, ବିହାର ଓ ଛତିଶଗଡରୁ ଛୁଟି ଆସିଛନ୍ତି ମାନସିକଧାରୀ। ସୁରୁଖୁରୁରେ ଅର୍ଘ୍ୟ ସମାପନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ। ଅର୍ଘ୍ୟ ସମାପନ ପରେ ଭକ୍ତ ମାନେ ନିଜ ନିଜ ପଇତାକୁ ପୋଖରୀ କିମ୍ବା ସଂକ୍ରାନ୍ତି ଦିନ ମହୋଦଧିରେ ବିସର୍ଜନ କରନ୍ତି। ମହାବିଷୁବ ସଂକ୍ରାନ୍ତିର ଦିନକ ପୂର୍ବରୁ ଶେଷ ହୁଏ ପରମ୍ପରା ଓ ପ୍ରଥାର ପର୍ବ ୧୩ ଦିନର ଚଡ଼କ ଯାତ୍ରା। 

Festivals
Advertisment
Advertisment