Advertisment

Cyber Crime Scam in Bhubaneswar: ଦେହରେ ଖାକିବର୍ଦ୍ଦି, ମନରେ ସୈତାନୀ ଫଣ୍ଡା; ଲୁଟିନେଲେ ୮ ଲକ୍ଷ...

ସୋସିଆଲ୍ ମିଡ଼ିଆ ବନ୍ଧୁ ବାନ୍ଧି ଆପଣ କେବେ ହରଡ଼ଘଣାରେ ପଡ଼ିଛନ୍ତି କି ? କେବେ କାହା ପାଲରେ ପଡ଼ି ହରାଇଛନ୍ତି କି ସର୍ବସ୍ବ ? ଯଦି ନା ତେବେ ସାବଧାନ୍।

author-image
Sujit kumar Swain
ଅଦ୍ୟତନ ହୋଇଛି
Cyber Crime Scam in Bhubaneswar

Cyber Crime Scam in Bhubaneswar

ସୋସିଆଲ୍ ମିଡ଼ିଆରେ ଆନ୍ତରିକତା କମ୍, ଅନ୍ତର୍ଘାତୀ ବେଶୀ। ବନ୍ଧୁତା ଆଳରେ ମିଛି ମିଛିକା ସଂପର୍କ ଯୋଡୁଛନ୍ତି କିଛି ବ୍ୟକ୍ତି, ନିଜ ନିଜର ଆବଶ୍ୟକତା ଅନୁଯାୟୀ, ସ୍ବାର୍ଥ ସାଧନ କରୁଛନ୍ତି। ଏହି କ୍ରମରେ ସେମିତି ଏକ ଘଟଣା ଦେଖିବା, ଯେଉଁଠି ଜଣେ ମହିଳା, ନିଜ ଫ୍ରେଣ୍ଡଲିଷ୍ଟରେ ଥିବା ଭୁବନେଶ୍ବରର ଜଣେ ପୁରୁଷ ବନ୍ଧୁଙ୍କଠୁ ୮ ଲକ୍ଷ ୭୫ ହଜାର ନେଇ ଆଉ ଫେରାଉ ନାହାଁନ୍ତି। ଟଙ୍କା ମାଗିଲେ ନିଜକୁ କେବେ ପୋଲିସ୍ ତ କେବେ ପୋଲିସୱାଲାର ପତ୍ନୀର ପରିଚୟ ଦେଇ ଧମକାଉଥିଲେ। ଶେଷରେ ବନ୍ଧା ହୋଇ ଜେଲ୍ ଯାଇଛନ୍ତି ସଂପୃକ୍ତ ମହିଳା।

Advertisment

ସୋସିଆଲ୍ ମିଡ଼ିଆ ବନ୍ଧୁ ବାନ୍ଧି ଆପଣ କେବେ ହରଡ଼ଘଣାରେ ପଡ଼ିଛନ୍ତି କି ? କେବେ କାହା ପାଲରେ ପଡ଼ି ହରାଇଛନ୍ତି କି ସର୍ବସ୍ବ ? ଯଦି ନା ତେବେ ସାବଧାନ୍। ସଂଯୁକ୍ତା ଭୂୟାଁ। ଯାହାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟର ଚକ୍ରବ୍ୟୁହରେ ପଡ଼ି ଦଂପତି ଏବେ ମୁଣ୍ଡ ବାଡ଼ାଉଛନ୍ତି...ଲୁହ ଗଡ଼ାଉଛନ୍ତି...ସର୍ବସ୍ବାନ୍ତ ହୋଇ ନିରାଶ ହୋଇଛନ୍ତି। ଭୁବନେଶ୍ବର ଚନ୍ଦକା ଥାନା ଅନ୍ଧାରୁଆ ଦାସପୁରର ବିଷ୍ଣୁ ପ୍ରସାଦ ମୁଦୁଲି। ଫେସବୁକ ଜରିଆରେ ସଂଯୁକ୍ତାଙ୍କ ସହ ଭାବଗତ ସଂପର୍କରେ ବାନ୍ଧି ହୋଇଗଲେ ଅଜାଣତରେ। ଆଉ ସେହି ସଂପର୍କର ଫାଇଦା ଉଠାଇ ଲେବର କଣ୍ଟ୍ରାକ୍ଟର ଭାବେ କାମ କରୁ୍ଥିବା ବିଷ୍ଣୁ ପ୍ରସାଦଙ୍କ ପାଖରୁ ନାନା ଆଳ କରି ନେଇଯାଇଥିଲେ ୮ ଲକ୍ଷ ୭୫ ହଜାର ଟଙ୍କା। ଟଙ୍କା ଫେରସ୍ତ ପାଇଁ କହିଲା ବେଳକୁ ବିଷ୍ଣୁଙ୍କୁ ପାଲଟା ଧମକ ସହ ଜୀବନରେ ମାରିଦେବାର ଚେତାବନୀ ଦେଇଥିଲେ। ଶେଷରେ ସାଇବର ଥାନାର ଦ୍ବାରସ୍ଥ ହେବା ପରେ ପୋଲିସ ସଂଯୁକ୍ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

ଅଧିକ ପଢ଼ନ୍ତୁ: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ? 

Advertisment

 ଭୁବନେଶ୍ବର ସାଇବର ଥାନା ପୋଲିସର କହିବା କଥା, ସଂଯୁକ୍ତା ଭୂୟାଁ ହେଉଛନ୍ତି କେନ୍ଦୁଝର ଜିଲ୍ଲାର। ଫେସବୁକ ମାଧ୍ୟମରେ ବିଷ୍ଣୁପ୍ରସାଦଙ୍କ ସହ ବିଶ୍ବାସ ଜନ୍ମାଇବା ପରେ ଫୋନ ନମ୍ବର ଦିଆନିଆ, ତାପରେ ଚୁନ ଲଗାଇବାର ଚାଲ୍ ଖେଳିଥିଲେ। କେବେ ପାରିବାରିକ ସମସ୍ୟା କଥା କହୁଥିଲେ ତ ଆଉ କେବେ ରୋଗଦୁଃଖର ଇମୋସନାଲ୍ ଷ୍ଟୋରୀ ଶୁଣାଉଥିଲେ। କାହାଣୀ ଶୁଣି ଭାବବିହ୍ବଳ ହୋଇଯାଉଥିବା ବିଷ୍ଣୁପ୍ରସାଦଙ୍କ ପାଖରୁ ଭିନ୍ନ ଭିନ୍ନ ସମୟରେ ଫୋନ ପେ’ରେ ନେଉଥିଲେ ଟଙ୍କା। ତେବେ ଟଙ୍କା ଫେରସ୍ତ ପାଇଁ ଯେବେ ପତ୍ନୀଙ୍କ ସହ ବିଷ୍ଣୁପ୍ରସାଦ ନେହୁରା ହେଉଥିଲେ, ସେହି ସମୟରେ ମିଛ ମାମଲାରେ ଫସାଇ ଦେବାକୁ ଧମକ ଦେଉଥିଲେ। ଏପରିକି ବିଭିନ୍ନ ଲୋକଙ୍କ ରକ୍ତରଂଜିତ ଏବଂ ବୀଭତ୍ସ ଫଟୋଚିତର ଗୁଡ଼ିକୁ ଦେଖାଇ ହତ୍ୟା କରିବେ ବୋଲି ଚେତାବନୀ ଶୁଣାଉଥିଲେ।

କେବଳ ଏତିକି ନୁହେଁ, ଜଣେ ପୋଲିସ ଅଧିକାରିଣୀଙ୍କ ଡିପିକୁ ବ୍ୟବହାର କରି ନିଜକୁ ପୋଲିସ ଅଫିସରର ପରିଚୟ ବି ଦେଉଥିଲେ। କିନ୍ତୁ ସାଇବର ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ସଂଯୁକ୍ତା ନୁହଁନ୍ତି, ବରଂ ତାଙ୍କ ସ୍ବାମୀ ହେଉଛନ୍ତି ପୋଲିସ କନେଷ୍ଟବଳ। ଏକଥା ଜାଣିବା ପରେ ଅକଲ୍ ଗୁଡ଼ୁମ୍ ହୋଇଯାଇଥିଲା ସାଇବର ଥାନା ପୋଲିସର। ଆଉ ଜାନୁୟାରୀ ୨୭ରେ ଅଭିଯୋଗ ହୋଇଥିଲେ ବି ତୁରନ୍ତ ଆକ୍ସନ ହୋଇନଥିଲା। ଶେଷରେ ଦୀର୍ଘ ୨ ମାସ ପରେ ସିପିଙ୍କ ନିର୍ଦ୍ଦେଶରେ ଗତକାଲି ସଂଯୁକ୍ତାଙ୍କୁ ଗିରଫ କରାଯାଇଛି। ଏଥିରେ ତାଙ୍କ ସ୍ବାମୀଙ୍କ କୌଣସି ଭୂମିକା ନଥିବା କହିଛି ପୋଲିସ।

ଅଧିକ ପଢ଼ନ୍ତୁ: ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପିନେଲେ, ଖୋଦ୍ ରାଜଧାନୀରେ

Cyber Crime Cyber Fraud
Advertisment
Advertisment