• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ଭେରିଫାଏଡ୍ ଆକାଉଣ୍ଟ ବି ହୋଇପାରେ ଫେକ୍ ! ଏକଥା ଆପଣଙ୍କୁ ହଠାତ୍‌ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । କିନ୍ତୁ କଥାଟା ସତ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି, ଫେସ୍‌ବୁକ୍‌ ହେଉ କିମ୍ବା ଅନ୍ୟ ଯେକୌଣସି ସୋସିଆଲ ମିଡିଆ, ସେଥିରେ ଥିବା ପ୍ରତ୍ୟେକ ଭେରିଫାଏଡ୍ ଆକାଉଣ୍ଟ ଅସଲି ନୁହେଁ । ଅର୍ଥାତ୍‌ ଭେରିଫାଏଡ୍ ହୋଇଥିଲେ ମଧ୍ୟ ତାହା ନକଲି ହୋଇପାରେ । 

ସୂଚନାଯୋଗ୍ୟ, ଫେସ୍‌ବୁକ୍‌ ପକ୍ଷରୁ ଆକାଉଣ୍ଟ ଭାରିଫାଏଡ୍ କରିବା ପାଇଁ ବା ନିଜ ନାଁ ଶେଷରେ ବ୍ଲୁ-ଟିକ୍‌ ଲଗାଇବା ପାଇଁ ଅନେକ ସୋପାନ ରଖାଯାଇଛି । ସେହି ସବୁ ସୋପାନ ଅତିକ୍ରମ କରିବା ସହ, ଆବଶ୍ୟକ ମୁତାବକ ତଥ୍ୟ ଦେବା ପରେ ବ୍ଲୁ-ଟିକ୍ ହାସଲ ହୋଇଥାଏ । ତେବେ ସବୁଠାରୁ ବଡ଼ କଥା ହେଲା, ଫେସ୍‌ବୁକ୍‌ର ଏହି ପ୍ରଣାଳି ଖୁବ୍ ପୁରୁଣା । ଯାହାର ଫାଇଦା ନେଉଛନ୍ତି ଦୁର୍ବୃତ୍ତ । ପ୍ରଣାଳି ପୁରୁଣା ହୋଇଥିବାରୁ ଫେସ୍‌ବୁକ୍‌ ବା ମେଟା ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଯୋଗାଡ଼ କରି ଯେକେହି ବି ବ୍ଲୁ-ଟିକ୍ ହାସଲ କରିବାରେ ସଫଳ ହୋଇପାରିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜାତୀୟ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ସେଥିରେ ସେହିଭଳି ଏକ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟର ଉଦାହରଣ ଦିଆଯାଇଛି । ଆଉ ସେହି ଆକାଉଣ୍ଟଟି କୌଣସି ଯୁବକ କିମ୍ବା ଯୁବତୀଙ୍କ ନାଁରେ ନାହିଁ । କିମ୍ବା କୌଣସି ସେଲିବ୍ରିଟି ବା ନେତା ମନ୍ତ୍ରୀଙ୍କ ନାଁରେ ବି ନାହିଁ । ଏମିତିକି କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ନାଁରେ ସେହି ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ନାହିଁ ।

ସେହି ନକଲି ଫେସ୍‌ବୁକ୍‌ ଆକାଉଣ୍ଟଟି ଖୋଦ୍‌ ଫେସ୍‌ବୁକ୍‌ର ମୂଳ ସଂସ୍ଥା ମେଟା ନାଁରେ ଖୋଲାଯାଇଛି । ଏହି ଆକାଉଣ୍ଟ ହେଉଛି Meta Ads । ଦେଖିବାକୁ ଅବିକଳ ମେଟା ଭଳି । ଏହାର ଲେଖା ଶୈଳି ମଧ୍ୟ ଠିକ୍ ଅଫିସିଆଲ ଆକାଉଣ୍ଟ ଭଳି । ଏଥିରେ ଯେଉଁ ଫଟୋଟି ପୋଷ୍ଟ କରାଯାଇଛି, ତାହା ମଧ୍ୟ ଫେସ୍‌ବୁକ୍‌ ବା ମେଟାର ପରିଚୟ ଦେଉଛି ।

ଏହି ନକଲି Meta Ads ଯେଉଁ ପୋଷ୍ଟ କରିଛି ସେଥିରେ ଏକ ଲିଙ୍କ୍‌ ରହିଛି, ଆଉ ଏଭଳି ଢ଼ଙ୍ଗରେ ଲେଖାଯାଇଛି, ଯେକେହିବି ତାକୁ ସହଜରେ ବିଶ୍ୱାସ କରିବ । ଆଉ ସେହି ଲିଙ୍କ୍‌ରେ କ୍ଲିକ୍‌ କରିବ । ସେହି ଲିଙ୍କ୍‌ରେ କ୍ଲିକ୍‌ କରିବା ମାତ୍ରେ ଆପଣ ଫସିଯିବେ । ତୁରନ୍ତ ଆପଣଙ୍କ ମୋବାଇଲ କିଛି ସମୟ ପାଇଁ ଅକାମି ହେବ । ଆଉ ତାପରେ ଆପଣଙ୍କୁ ମୋବାଇଲ ଠିକ୍‌ କରିବାକୁ ଏମିତି କିଛି ମେସେଜ୍ ଆସିବ ଯାହାକୁ ଆପଣ ପୁଣି ବିଶ୍ୱାସ କରିବାକୁ ବାଧ୍ୟ ହେବେ, ଆଉ ସେଥିରେ କ୍ଲିକ୍‌ କରିବେ । ଏହାପରେ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯିବ । ତାପରେ ଆପଣଙ୍କ ମୋବାଇଲରୁ ଚୋରି ହେବ ତଥ୍ୟ ।

ମେଟା ନାଁରେ ଖୋଲାଯାଇଥିବା ଫେସ୍‌ବୁକ୍‌ ଆଇଡି କାହାର, ତାହା ଏବେ ସୁଦ୍ଧା ଜଣାପଡ଼ି ନଥିବା ରିପୋର୍ଟରେ କୁହାଯାଇଛି ।

ତେବେ ଯେକୌଣସି ବ୍ୟକ୍ତି ଆବଶ୍ୟକ ତଥ୍ୟ ଦେଇ ଫେସ୍‌ବୁକ୍‌ରେ ନିଜ ଆଇଡି ଭେରିଫାଏଡ କରିପାରିବେ, ତାହା ଏବେ ସମସ୍ତ ଜାଣନ୍ତି । ଠିକ୍‌ ସେମିତି ଜଣେ ହ୍ୟାକର ଭେରିଫାଏଡ୍ ଆକାଉଣ୍ଟ ହ୍ୟାକ କରି ତାକୁ ଚଲାଇପାରିବେ । ଆଉ ଯେକୌଣସି ନାଁରେ ଆଇଡି ଖୋଲି ତାକୁ ଭେରିଫାଏଡ କରିପାରିବେ ।

Meta Ads Facebook Fake Id
(Meta Ads Facebook Fake Id)