/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683546215.jpg)
Mamata Banerjee
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଆଜିକାଲି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଛନ୍ତି । ନିୟମିତ ବ୍ୟବଧାନରେ ତାଙ୍କର ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସୁଛି । ନିକଟରେ ତାଙ୍କର ଏପରି ଏକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ମମତା ବାନାର୍ଜୀ ନିଜେ ତାଙ୍କ ଇନଷ୍ଟାଗ୍ରାମ ପେଜରେ ବ୍ୟାୟାମ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି ।
ଭିଡିଓରେ ଦିଦିଙ୍କର ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ଶାଢ଼ୀ ପିନ୍ଧି ହାତରେ ପୋଷା କୁକୁରକୁ ଧରି ଟ୍ରେଡମିଲ (Treadmill)ରେ ସେ ୱାର୍କଆଉଟ୍ କରୁଥିବା ଦେଖିବାକୁ ମିଳୁଛି । ଏହି ଭାଇରାଲ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଅଧିକ ଲୋକ ଲାଇକ୍ କରି ସାରିଛନ୍ତି ।
ସୂଚନାଯୋଗ୍ୟ ମମତା ବାନାର୍ଜୀ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ପ୍ରତିଦିନ ବ୍ୟାୟାମ କରିବା ସହ ଟ୍ରେଡମିଲ୍ରେ ଦୌଡ଼ନ୍ତି । ଏହି ଭିଡିଓ ସେୟାର କରି ୬୮ ବର୍ଷିୟ ମମତା ବାନାର୍ଜୀ କ୍ୟାପସନରେ ଲେଖିଛନ୍ତି, 'ଆପଣଙ୍କୁ ବେଳେ ବେଳେ ପ୍ରେରଣା ଦରକାର ପଡ଼ିଥାଏ ।'
ଦେଖନ୍ତୁ ଭିଡିଓ | ଗୁପ୍ଚୁପ୍ ପରେ ମୋମୋ ବିକିଲେ ଦିଦି...ଖାଇବାକୁ ଲୋକଙ୍କ ଲାଗିଲା ଲମ୍ବା ଲାଇନ୍...
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal) ମମତା ବାନାର୍ଜୀ ସବୁବେଳେ ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦିଅନ୍ତି । ଅତୀତରେ ମମତା କହିଥିଲେ ସେ ପ୍ରତିଦିନ ଅନେକ ସମୟ ଧରି ଟ୍ରେଡମିଲ୍ ଉପରେ ଚାଲନ୍ତି । ଟ୍ରେଡମିଲରେ ଚାଲିବା ସମୟରେ ମଧ୍ୟ ସେ ବିଭିନ୍ନ କାର୍ଯ୍ୟ କରିଛନ୍ତି ।
ଏକ ସାକ୍ଷାତକାରରେ ସେ କହିଥିଲେ, ଟ୍ରେଡମିଲରେ ଚାଲିବା ବେଳେ ସେ ଥରେ ରାଜ୍ୟ ପାଇଁ ବଜେଟ୍ ପ୍ରସ୍ତୁତ କରିଥିଲେ । ୨୦୧୯ ନିର୍ବାଚନ ସମୟରେ ୧୦ କିଲୋମିଟର ଜଗିଂ କରି ଲୋକଙ୍କୁ ସଚେତନ କରିଥିଲେ ମମତା । ଆଉ ଏବେ ଏହି ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)