/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683544653.jpg)
Social Media, Viral Video
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ପ୍ରତ୍ୟେକ ମୁହୁର୍ତ୍ତରେ କିଛି ନା କିଛି ଭିଡିଓ ଦେଖିବାକୁ ମିଳିଥାଏ । ଆଉ ସେଥି ମଧ୍ୟରୁ କିଛି ଭିଡିଓ ୟୁଜରଙ୍କ ମନ କିଣି ନେଇଥାଏ । ଅର୍ଥାତ୍ ମୋବାଇଲ ସ୍କ୍ରଲ କରୁ କରୁ ହାତ ଅଟକି ଯାଏ । ଟିକେ ମନ ପୁରାଇ ଦେଖିବାକୁ ଇଚ୍ଛା ହୁଏ । ଥରେ ନୁହେଁ ବାରମ୍ବାର ଦେଖିବାକୁ ମଧ୍ୟ ଇଚ୍ଛା ହୁଏ । ଏମିତିକି ଆମକୁ ଭିଡିଓଟି ଭଲ ଲାଗିଲା ବୋଲି ଆମେ ଅନ୍ୟମାନଙ୍କୁ ସେୟାର କରିଥାଉ ।
ଠିକ୍ ସେମିତି କିଛି ଭିଡିଓ ଆଜି ଆମ ସାମ୍ନାକୁ ଆସିଛି । ଆଉ ଆମେ ତାକୁ ଆପଣଙ୍କ ସହ ସେୟାର କରୁଛୁ । ଭିଡିଓଟି ଖୁବ୍ ମନ ଛୁଆଁ । ଭାଇରାଲ ଭିଡିଓରେ ଜଣେ ଦୁଇ ବର୍ଷର କୁନି ପୁଅ ଓ ମାଆର କାହାଣୀ ଦେଖିବାକୁ ମିଳିଛି । ଭିଡିଓରେ ମାଆ କହୁଛନ୍ତି, ପୁଣି ଥରେ ସୋମବାର ଆସିଗଲା, ହେଲେ ମୋତେ ପୁଅକୁ ଛାଡ଼ି ଅଫିସ ଯିବାକୁ ଇଚ୍ଛା ହଉନି । ଆଉ ଏମିତି କହି ପୁଅ ଆଗରେ ମାଆ କାନ୍ଦୁଛନ୍ତି । ଆଉ ତାପରେ ମାଆଙ୍କ କାନ୍ଦ ଦେଖି ପୁଅ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । କହୁଛି ଅଫିସ ତ ଯିବାକୁ ପଡ଼ିବ । ଅଫିସ୍ ନଗଲେ କେମିତି ହେବ...
ପୁଅ ଏଭଳି ଢ଼ଙ୍ଗରେ ମାଆକୁ ବୁଝାଉଛି ଯେ, ତାକୁ ସମସ୍ତେ ପସନ୍ଦ କରୁଛନ୍ତି । ସମସ୍ତଙ୍କ ମନକୁ ଛୁଉଁଛି । ଅନ୍ୟପଟେ ଏଠି ଆମେ କହି ରଖୁଛୁ ଯେ, ଭିଡିଓରେ ମାଆ ସତରେ କାନ୍ଦୁ ନାହାନ୍ତି । ପୁଅ ସହ ଟିକେ ମଜାରେ ଖେଳୁଛନ୍ତି.. ଯାହାକି ଆପଣ ଭିଡିଓ ଦେଖିବା ପରେ ଜାଣିପାରିବେ...।
ଭିଡିଓକୁ ଏବେ ସୁଦ୍ଦା ୭ ମିଲିୟନ୍ ଲୋକ ଦେଖିସାରିଲେଣି । ଏହି ଭିଡିଓର କମେଣ୍ଟ ସେକ୍ସନକୁ ଗଲେ, ଆପଣ ଖୁବ୍ ମଜାଦାର କମେଣ୍ଟ ପଢ଼ିବାକୁ ପାଇବେ...।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)