/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692245397.jpg)
Chandrayaan-3
ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା। ଆଜି ଇସ୍ରୋ ପାଇଁ ଆଉ ଏକ ବଡ଼ ଅଗ୍ନି ପରୀକ୍ଷା । ଆଜି ଆଉ ଏକ ବଡ଼ ଜଟିଳ ପ୍ରକ୍ରିୟା ସମ୍ପାଦନ କରାଯିବ । ପ୍ରପଲସନ୍ ମଡ୍ୟୁଲରୁ ବିଚ୍ଛିନ୍ନ ହେବ ଚନ୍ଦ୍ରୟାନର ଲ୍ୟାଣ୍ଡର୍ ।
Advertisment
ଏପର୍ଯ୍ୟନ୍ତ ସ୍ପେଶ କ୍ରାଫ୍ଟର ଗତିପଥ ପରିବର୍ତ୍ତନରେ ସହାୟକ ହେଉଥିବା ପ୍ରପଲ୍ସନ ମଡ୍ୟୁଲ ବା ଏକ ଛୋଟ ରକେଟ୍ ଆଜି ଅଲଗା ହୋଇଯିବା ପରେ, ଲ୍ୟାଣ୍ଡର ନିଜେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ଏହା ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର ପଥରୁ ଅବତରଣ ଆରମ୍ଭ କରିବ ।
ସବୁକିଛି ଠିକ୍ ଚାଲିଲେ, ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର୍ ସଫ୍ଟଲ୍ୟାଣ୍ଡିଂ କରିବ ଏବଂ ତା ଭିତରୁ ରୋଭର୍ ବାହାରି ଚନ୍ଦ୍ରପୃଷ୍ଠରେ ୧୪ଦିନ ଲାଗି ବିଚରଣ କରିବ ।...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)