/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746018237.jpg)
ସୀମା ଜଗିବ ଆଣ୍ଟି ଡ୍ରୋନ୍ ସିଷ୍ଟମ୍
ପହଲଗାମ ଆତଙ୍କୀ ହମଲାର ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି ଭାରତ । ପଞ୍ଜାବରେ ମଧ୍ୟ ପାକିସ୍ତାନର ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ସୀମାରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ମୁତୟନ କରିବେ ପଞ୍ଜାବ ସରକାର । ଏହା ଦ୍ୱାରା ସୀମା ଉପରେ କଡ଼ା ନଜର ରଖି ହେବ ।
ଅନେକ ସମୟରେ ଆତଙ୍କୀ ଅନୁପ୍ରେବଶ ତଥା ଡ୍ରୋନ୍ ମାଧ୍ୟମରେ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇଥାଏ। ତେବେ ଏହାକୁ ବନ୍ଦ କରିବ ଏହି ଆଣ୍ଟି ଡ୍ରୋନ ସିଷ୍ଟମ୍ । ଡ୍ରୋନର ଟେକ୍ନୋଲୋଜି ମାଧ୍ୟମରେ ପୋଲିସ ତଥା ସୁରକ୍ଷା କର୍ମୀ ଅବାଧ ଅନୁପ୍ରବେଶ ଉପରେ ନଜର ରଖିବା ସହ ଶୀଘ୍ର ଆକ୍ସନ ବି ନେଇପାରିବେ ।
ଅଧିକ ପଢ଼ନ୍ତୁ: ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ପାକିସ୍ତାନ, ସେନାକୁ ପୂର୍ଣ୍ଣ କ୍ଷମତା ପରେ ହଜିଛି ପାକ୍ର ନିଦ
ସେପଟେ ପହଲଗାମ ବଦଲା ନେଇ ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ହେଲାଣି ପାକିସ୍ତାନ । ଭାରତରେ କ’ଣ ହେଉଛି, କ’ଣ ଚାଲିବ ଟିକିନିଖି ଖବର ରଖୁଛି । ସେନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣ ସ୍ବାଧୀନତା ଛାଡିବା ପରେ ଭୟରେ ପାକିସ୍ତାନର ନିଦ ହଜିଯାଇଛି । ଛାତି ଧଡ଼ଧଡ଼ ହେଲାଣି, ମୁଣ୍ଡ ଗୋଳମାଳ ହୋଇଯାଇଛି । ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ଭାରତ ମିଲିଟାରୀ ଷ୍ଟ୍ରାଇକ୍ କରିପାରେ। ଏମିତି ଆଶଙ୍କା କରି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପ୍ରେସମିଟ କରିଛନ୍ତି ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର ।
ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସମ୍ଭାବ୍ୟ ଆଟାକ ନେଇ ଛାନିଆ ହେଲା ଭଳି ସୂଚନା ଦେଇଛନ୍ତି । ଅତାଉଲ୍ଲା କହିଛନ୍ତି, ଭାରତ ୨୪-୩୬ ଘଣ୍ଟା ଭିତରେ ହମଲା କରିପାରେ ବୋଲି ପାକିସ୍ତାନ ପାଖରେ ବିଶ୍ବାସଯୋଗ୍ୟ ଗୁଇନ୍ଦା ତଥ୍ୟ ରହିଛି । ଏଥିସହ ଦୋମୁହାଁ ନୀତି କଥା ଦୋହରାଇଛନ୍ତି ପାକ୍ ମନ୍ତ୍ରୀ ।
ସେ କହିଛନ୍ତି, ପାକିସ୍ତାନ ନିଜେ ଆତଙ୍କବାଦ ଦ୍ବାରା ପୀଡ଼ିତ । ଏକ ଦାୟିତ୍ୱବାନ ରାଷ୍ଟ୍ର ଭାବରେ ପାକିସ୍ତାନ ପହଲଗାମ୍ ହମଲାର ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତାବ ଦେଇଛି । ଗୋଟିଏ ପଟେ ଭୟରେ ଛାନିଆ ହେଉଥିବା ବେଳେ ଅନ୍ୟପଟେ ପାକିସ୍ତାନର ମୁହଁ ଫୁଟାଣି ଛାଡୁନି। ଅତାଉଲ୍ଲା କହିଛନ୍ତି, କୌଣସି ପ୍ରକାର ଆକ୍ରମଣ ହେଲେ ଉଚିତ ଜବାବ ଦିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)