/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746013635.jpg)
କେନ୍ଦ୍ର କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି
ବୁଧବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ସରକାର ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ବୈଠକରେ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଭାରତର ସମ୍ଭାବ୍ୟ ଷ୍ଟ୍ରାଇକ ଭୟରେ ଛାନିଆ ପାକିସ୍ତାନ, ସେନାକୁ ପୂର୍ଣ୍ଣ କ୍ଷମତା ପରେ ହଜିଛି ପାକ୍ର ନିଦ
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି ଯେ କଂଗ୍ରେସ ସରକାର ଜାତିଗତ ଜନଗଣନାକୁ ବିରୋଧ କରିଥିଲେ । ୧୯୪୭ ପରଠାରୁ ଜାତି ଜନଗଣନା କରାଯାଇନାହିଁ । କଂଗ୍ରେସ ଜାତି ଜନଗଣନା ବଦଳରେ ଜାତି ସର୍ଭେ କରିଥିଲା । ୟୁପିଏ ସରକାର ସମୟରେ ଅନେକ ରାଜ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଜାତି ସର୍ଭେ କରିଥିଲା ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଜାତି ଜନଗଣନାକୁ ମୂଳ ଜନଗଣନାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ସାମିଲ୍ କରାଯିବ । ବିରୋଧୀ ଏହାକୁ ନେଇ କେବଳ ରାଜନୀତି କରୁଛନ୍ତି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
#ଜାତିଭିତ୍ତିକ_ଜନଗଣନାକୁ_ଅନୁମତି
ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ସାମିଲ୍ କରାଯିବ । ପ୍ରଧାନମନ୍ତ୍ରୀ ଅନୁମୋଦନ କରିଥିବା ସୂଚନା ଦେଲେ ଅଶ୍ବିନୀ ବୈଷ୍ଣବ । ଆହୁରି କହିଛନ୍ତି ଯେ, ବିରୋଧୀ ଏହାକୁ ନେଇ କେବଳ ରାଜନୀତି କରୁଛନ୍ତି ।#UnionCabinet#AshiwiniVaishnaw#OTV#CasteEnumerationpic.twitter.com/n6a5PTAqa3— ଓଟିଭି (@otvkhabar) April 30, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)