/odishatv-khabar/media/post_attachments/uploadimage/library/16_9/16_9_0/keragutta_1746018123.jpg)
keragutta
ମାଓମୁକ୍ତ ହେଲା କାରେଗୁଟ୍ଟା ପାହାଡ । ସୁରକ୍ଷାବାହୀନିଙ୍କ କବଜାକୁ ଆସିଲା ଛତିଶଗଡ଼ ଓ ତେଲେଙ୍ଗାନା ସୀମାରେ ଥିବା ଏହି ପାହାଡ। ସୁରକ୍ଷାବାହୀନି ଏହି ପାହାଡକୁ ନିଜ କବଜାକୁ ନେଇଛି। ଜଣେ ଜବାନ ସେଠାରେ ତ୍ରୀରଙ୍ଗା ପତାକା ଉଡାଉଥିବା ଦେଖିବାକୁ ମିଳିଥିଲା। ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ଅବସ୍ଥିତ କାରେଗୁଟ୍ଟା ପାହାଡ଼, ଯାହା ଗତକାଲି ପର୍ଯ୍ୟନ୍ତ ନକ୍ସଲମାନଙ୍କର ଗୁପ୍ତ ଆଡ୍ଡା ଥିଲା, ତାହା ଏବେ ସୁରକ୍ଷା ବାହିନୀଙ୍କ ନିୟନ୍ତ୍ରଣରେ ଆସିଛି।
ଏହି ଅଭିଯାନରେ ନକ୍ସଲମାନଙ୍କୁ ସେହି ଅଞ୍ଚଳରୁ ବାହାର କରାଯାଇଛି। ସୁରକ୍ଷା ବାହିନୀଙ୍କ ଅପରେସନକୁ ଭୟ କରି ମାଓବାଦୀ ସେଠାରୁ ଫେରାର ହୋଇଯାଇଛନ୍ତି। ଏହା ନକ୍ସଲ ବିରୋଧୀ ଲଢ଼େଇରେ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ଏହି ଅପରେସନ ଏପ୍ରିଲ ୨୧ରୁ ଆରମ୍ଭ ହୋଇଥିଲା ଏବଂ ଏଥିରେ ଛତିଶଗଡ଼, ତେଲଙ୍ଗାନା ଓ ମହାରାଷ୍ଟ୍ରର ସୁରକ୍ଷା ବାହିନୀ ଅଂଶଗ୍ରହଣ କରିଥିଲେ। ଏହା ଦେଶର ସବୁଠାରୁ ବଡ଼ ନକ୍ସଲ ବିରୋଧୀ ଅଭିଯାନ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ: ଦାଦାକୁ ହାଣିଲା, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା...
ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମା ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଦେଇଥିଲେ ଶେଷ ସୁଯୋଗ। ତେବେ ମାଓବାଦୀ ମାନେ କର୍ଣ୍ଣପାତ ନ କରିବାରୁ ଏନକାଉଣ୍ଟରର ନିଷ୍ପତ୍ତି। ୧୦ ହଜାରରୁ ଅଧିକ ସୁରକ୍ଷା କର୍ମୀ ମାଓ ଗ୍ରୁପର ମୁଖ୍ୟ ହିଡ଼ମାକୁ ଧରିବାକୁ ପ୍ରୟାସ ଜାରି ରଖିଛନ୍ତି। ହଜାରେରୁ ଅଧିକ ମାଓବାଦୀଙ୍କୁ ପାଖରେ ରଖି ମାଓ ଦମନ ଅପରେସନ୍ ବିରୋଧରେ ଗୋଟି ଚାଳନା କରୁଛି ହିଡମା। ଦାମୋଦର, ଆଜାଦ, ପାପ୍ପା ରାଓ, ଚନ୍ଦ୍ରାନ୍ନା, ସୁଜାତା, ମଙ୍ଗୁଡୁ ଭଳି କ୍ୟାଡର୍ ମାଓବାଦୀ ବି ଅଛନ୍ତି ଏହି ମେଳିରେ। ତେଣୁ ଏମାନଙ୍କୁ ନିଶାନା କରି ୩ ରାଜ୍ୟର ୧୦ ହଜାର ଯବାନ ଘେରି ରହିଛନ୍ତି। ଅପରେସନରେ ସାମିଲ୍ ଯବାନଙ୍କୁ ଆକାଶମାର୍ଗରୁ ହେଲିକପଟରରେ ଖାଦ୍ୟ ପାନୀୟ ଯୋଗାଉଛି।
ହିଂସାରେ ବିଶ୍ବାସ କରୁଥିବା ମାଓବାଦୀ ଏବେ ଶାନ୍ତିର କଥା କହୁଛି। ମାଓବାଦୀ ସଂଗଠନର ଉତ୍ତର-ପଶ୍ଚିମ ସବ୍ ଜୋନାଲ୍ ବ୍ୟୁରୋ ପ୍ରଭାରୀ ମାଓବାଦୀ ରୂପେଶ ଚିଠିରେ ଶାନ୍ତି କଥାବାର୍ତ୍ତା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ସହ ଅପରେସନକୁ ତୁରନ୍ତ ବନ୍ଦ ପାଇଁ ନିବେଦନ କରିଛି। ଗୋଟିଏ ପଟେ ୨୦୨୬, ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀଙ୍କୁ ମୂଳପୋଛ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆହ୍ବାନ, ଅନ୍ୟପଟେ ଶାନ୍ତିପାଇଁ ମାଓବାଦୀଙ୍କ ଅପିଲ୍। ଏଥିରୁ ସ୍ପଷ୍ଟ ହେଉଛି ଶେଷ ନିଶ୍ବାସ ଅପେକ୍ଷାରେ ଲାଲ୍ ବାହିନୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)