/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742924623.jpg)
ବିଧାନସଭା ଆଗରେ ହାଇଡ୍ରାମା
ବିଧାନସଭା ଆଗରେ ହାଇଡ୍ରାମା । ବିଧାନସଭା ଆଗରେ ସୁରକ୍ଷାକର୍ମୀ-କଂଗ୍ରେସ ନେତା ମୁହାଁମୁହିଁ । ବିଧାନସଭାରେ କଂଗ୍ରେସର ୧୨ ବିଧାୟକଙ୍କୁ ସସପେଣ୍ଡର ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା । ବିଧାନସଭା ଆଗରେ ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା । ପିସିସି ସଭାପତିଙ୍କ ସହ ଘଟଣାସ୍ଥଳରେ ନରସିଂହ ମିଶ୍ର, ନିରଞ୍ଜନ ମିଶ୍ର, ଜୟଦେବ ଜେନା ଓ ଶରତ ରାଉତଙ୍କ ଭଳି ବରିଷ୍ଠ ନେତା ପହଞ୍ଚିଥିଲେ ।
ତେବେ କଂଗ୍ରେସର ଏହି ୫ ବରିଷ୍ଠ ନେତା ବିଧାନସଭା ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ୍ ସେମାନଙ୍କୁ ଅଟକାଇଥିଲେ। ବିଧାନସଭାକୁ ପ୍ରବେଶ ଉଦ୍ୟମ ବେଳେ କଂଗ୍ରେସ ନେତା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା । ପିସିସି ସଭାପତିଙ୍କ ସହ ୫ ନେତାଙ୍କୁ ଅଟକାଇଥିଲେ ସୁରକ୍ଷାକର୍ମୀ । ଧସ୍ତାଧସ୍ତି ପରେ ବିଧାନସଭା ବାହାରେ ଧାରଣାରେ ବସିଥିଲା କଂଗ୍ରେସ । ତେବେ ବିଧାନସଭା ବାହାରେ ଧାରଣାରତ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ । ୫ରୁ ଅଧିକ ଏକତ୍ରିତ ଥିବାରୁ ଉଠାଇ ନେଲା ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)