/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689689983.jpg)
‘Chaddi-Banian gang’
ହାପ୍ ପ୍ୟାଣ୍ଟ, ଗଞ୍ଜି, ଆଉ ମୁହଁରେ ମାସ୍କ...ପ୍ରଥମେ ରେକି ଓ ପରେ ଗ୍ୟାଙ୍ଗ ଧରି ଲୁଟ୍। ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଖେଳାଇଥିବା, ଏକାଧିକ ଥାନାର ପୋଲିସକୁ ନାକେଦମ୍ କରିଥିବା ଦୁର୍ଦ୍ଦାନ୍ତ ଚୋର ଗ୍ୟାଙ୍ଗ ଶେଷରେ ଧରାପଡ଼ିଛି । ଦିନରେ ରାଜଧାନୀର ବିଭିନ୍ନ ଛକରେ ବୁଲି ରାତି ହେଲେ ଘରେ ପଶି ଏମାନେ କଳାକନା ବୁଲାଇବାରେ ମାହିର୍ ।
ଧଉଳିରୁ ଇନଫୋସିଟି ଥାନା ଯାଏଁ ୧୬ରୁ ଅଧିକ କେସ୍ ରହିଛି ଏମାନଙ୍କ ନାଁରେ। ଗୋଟିଏ ରାତିରେ ଦୁଇରୁ ତିନିଟି ଘରେ ପଶି ଚୋରି କରନ୍ତି। କିନ୍ତୁ ଚୋରିର ତରିକା ବେଶ୍ ରୋଚକ। ଚୋରି ବେଳେ ଏମାନେ ଗଞ୍ଜି-ଚଡ୍ଡି ପିନ୍ଧନ୍ତି, ମୁଣ୍ଡ ଓ ମୁହଁକୁ ଘୋଡ଼ାଇ ଏଘରୁ ସେ ଘରକୁ ବୁଲନ୍ତି। ଘରେ କେହି ନଥିବା ବେଳେ ଟଙ୍କା, ଅଳଙ୍କାର, ସୌଖୀନ ସାମଗ୍ରୀ ଯାହା ହାତରେ ପଡ଼ିଲା ସବୁ ଧରି ଚଂପଟ୍ ମାରନ୍ତି।
ଅପରାଧୀମାନେ ରାଜସ୍ଥାନର ମୂଳ ନିବାସୀ । କେହି ଯେପରି ଏମାନଙ୍କୁ ଚିହ୍ନି ପାରିବନି, ସେଥିପାଇଁ ରେଳ ଷ୍ଟେସନ୍, ବସଷ୍ଟାଣ୍ଡ, ଓଭରବ୍ରିଜ୍ ତଳେ ଆଶ୍ରୟ ନେଇଥାନ୍ତି।...ପ୍ରଥମେ ଚୋରି ପାଇଁ ଫୁଲପ୍ରୁଫ୍ ପ୍ଲାନ୍ ପ୍ରସ୍ତୁତ ହୁଏ। ହାଇୱେ କିମ୍ବା ମୁଖ୍ୟ ରାସ୍ତାକୁ ସୁବିଧାରେ ପହଞ୍ଚି ପାରୁଥିବା ଘରକୁ କରିଥାନ୍ତି ଟାଗେର୍ଟ । ଚୋରି ବିଦ୍ୟାରେ ଏମାନେ ଏତେ ଧୁରନ୍ଦର ଯେ, ମାତ୍ର ଗୋଟିଏ ମିନିଟରେ ଝରକା ତାଡ଼ି ଘରେ ପଶି ପାରନ୍ତି ଆଉ ଏଥିପାଇଁ ବ୍ୟବହାର କରନ୍ତି ସ୍ୱତନ୍ତ୍ର ଯନ୍ତ୍ରପାତି । ଧଉଳି ଅଞ୍ଚଳରେ ବି ସିରିଜ୍ ଚୋରି ଓ ଲୁଟପାଟ ମାମଲାରେ ଏମାନେ ସଂପୃକ୍ତ ଥିଲେ। ଆଗକୁ ଆଉ କିଛି ଚୋରି କରିବା ପୂର୍ବରୁ ସେମାନଙ୍କୁ ବାନ୍ଧିବାରେ ସଫଳ ହୋଇଛି ପୋଲିସ୍।
ଏହା ପୂର୍ବରୁ ରାଜଧାନୀରୁ ଚନ୍ଦା ଗ୍ୟାଙ୍ଗ, ଡେଙ୍ଗା-ଗେଡ଼ା, ବାୱରିଆ, ଈରାନୀ ଭଳି ବିଭିନ୍ନ ଚୋର ଗ୍ୟାଙ୍ଗ ପୋଲିସ ହାତରେ ଧରାପଡ଼ିଥିଲେ। ଆଉ ଏବେ ପାଳି ଗଞ୍ଜି-ଚଡ୍ଡି ଗ୍ୟାଙ୍ଗର ।....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)