• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଃ କି କଷ୍ଟ ! ଆମେ ଯେଉଁ କଥା କହିବାକୁ ଯାଉଛୁ ତାହା ଜାଣିଲେ ଆପଣ ବି କହିବେ ଓଃ କି ଦୁଃଖ । ଗୋଟିଏ କଳାଷଣ୍ଢ ପାଟିରେ ଲାଗିଯାଇଛି ଟିଣ ଡବା । ଆଉ ସେହି ଡବାଟି ନା ବାହାରି ପାରୁଛି ନା ଷଣ୍ଢଟି କିଛି ଖାଇପାରୁଛି । ଖାଲି କଷ୍ଟରେ ଛଟପଟ ହେଉଛି । କଥା ସିନା କହିପାରୁନି କିନ୍ତୁ ତାକୁ ଦେଖିଲେ ତାର କଷ୍ଟ ସହଜରେ ଅନୁମାନ କରି ହେଉଛି । ଏମିତି ପ୍ରାୟ ଚାରି ପାଞ୍ଚ ଦିନ ହେବ ତା ପାଟିରେ ଡବାଟି ଲାଗି ରହିଥିବାରୁ ସେ କିଛି ଖାଇପାରୁ ନାହିଁ ।

ଫଳରେ ଦିନକୁ ଦିନ ସେ ଦୁର୍ବଳ ହେବାରେ ଲାଗିଛି । ଏମିତିକି ଠିକ୍‌ରେ ନା ଚାଲି ପାରୁଛି ନା ଭଲରେ ରଡ଼ି କରିପାରୁଛି । ରାସ୍ତାରେ ଚାଲୁ ଚାଲୁ ଥକି ଯାଉଛି ।କେତେବେଳେ ହାଲିଆ ଲାଗିଲେ ରାସ୍ତାରେ ଶୋଇ ପଡୁଛି ତ କେତେବେଳେ ଚାଲୁ ଚାଲୁ ଅଟକି ଯାଉଛି । ଏମିତି ଚାରି ପାଞ୍ଚ ଦିନ ବୁଲିବା ପରେ କିଛି ସହୃଦୟ ବ୍ୟକ୍ତିଙ୍କ ନଜରରେ ଏହା ପଡ଼ିଥିଲା । ସେମାନେ ଖୁବ୍‌ ଚେଷ୍ଟା କରିଥିଲେ ଷଣ୍ଢକୁ ସେହି କଷ୍ଟରୁ ରକ୍ଷା କରିବା ପାଇଁ । କିନ୍ତୁ ତାହା ଏତେ ସହଜ ନଥିଲା ।

କାରଣ ଷଣ୍ଡର କଷ୍ଟ ଏତେ ମାତ୍ରାରେ ଥିଲା ଯେ, ଲୋକ ତା ପାଖକୁ ଯିବା ବେଳକୁ ସେ ହୁରୁଡ଼ି ଯାଉଥିଲା । ଲୋକମାନେ ତାକୁ ଛୁଇଁବାକୁ ଗଲା ବେଳକୁ ସେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗୁଥିଲା । ତେବେ ଦୀର୍ଘ ସମୟ ଧରି ଏମିତି ନାକେଦମ କରିବା ପରେ ଶେଷରେ ଧରା ଦେଇଥିଲା ଷଣ୍ଢ । ଆଉ କିଛି ସ୍ୱେଚ୍ଛାସେବୀ ଯୁବକ ତାକୁ ଗଛରେ ବାନ୍ଧି ଟିଣ ଡବା ବାହାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସେତିକି ବେଳେ ବି ନାକେଦମ କରିଥିଲା ଷଣ୍ଢ । 

ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ଷଣ୍ଢେକୁ କାବୁ କରିଥିଲେ ଯୁବକ ମାନେ । ଆଉ ଟିଣ ଟବାକୁ କାଟି, ଷଣ୍ଢ ପାଟିରୁ ବାହାର କରିଥିଲେ । ଟିଣ ଡବାଟି ଷଣ୍ଢର ଜିଭରେ ଲାଗିଥିଲା । ଆଉ ଗଭୀର ଆଘାତ ବି ହୋଇଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି କି, ବାରମ୍ବାର ସୂଚନା ପରେ ବି ଏମିତି ବର୍ଜ୍ୟବସ୍ତୁକୁ କାହିଁକି ରାସ୍ତାଘାଟରେ ପକାଉଛନ୍ତି ରାଜଧାନୀବାସୀ ? ମଣିଷର ସାମାନ୍ୟତମ ଭୁଲ ପାଇଁ କଷ୍ଟ ପାଉଛନ୍ତି ବିଚରା ନୀରିହ ବୁଲା ଜୀବଯନ୍ତୁ ।

 

(ରିପୋର୍ଟ- ନିରଞ୍ଜନ ରେଡ୍ଡୀ, ଭୁବନେଶ୍ୱର)