• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆନ୍ଧ୍ରର ଟିଡିପି ନେତା ତଥା ପୂର୍ବତନ ସାଂସଦ ଶେଷଗିରି ରାଓ ପୋନଲାଟିଙ୍କ ଉପରେ ମରଣାନ୍ତକ ଆକ୍ରମଣ । ପୂରା ଫିଲ୍ମ୍ ଷ୍ଟାଇଲରେ ଏହି ଆକ୍ରମଣ ହୋଇଛି । ଆଜି ସକାଳ ୬ଟା ୩୦ ସମୟରେ ପୂଜକ ବେଶରେ ଜଣେ ବ୍ୟକ୍ତି ଆସି ଏହି ଆକ୍ରମଣ କରିଥିବା ଜଣାପଡିଛି । ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ଥାନାରେ ଅଭିଯୋଗ କରାଯାଇଛି ।

ପ୍ରଥମେ ପୂଜାରୀ ବେଶରେ ଜଣେ ବ୍ୟକ୍ତି ଆସି ଶେଷଗିରିଙ୍କ ଘର ଆଗରେ ଅପେକ୍ଷା କରିଥିଲା । ଅପେକ୍ଷା କରିଥିଲା ସଠିକ୍‌ ସମୟକୁ । ବାହାରେ ଜଣେ ପୂଜାରୀ ଛିଡ଼ା ହୋଇଥିବା ଦେଖି ଶେଷଗିରି ରାଓ ଦାନ ଦେବା ପାଇଁ ଆସିଥିଲେ । ଆଉ ସେହି ସମୟରେ ପୂଜାରୀ ବେଶରେ ଥିବା ଯୁବକ ଜଣକ ଶେଷଗିରିଙ୍କୁ ଚାପଡ଼ରେ ଅଚାନକ ଆକ୍ରମଣ କରିଥିଲା ।

ନେତାଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ଦୌଡ଼ି ପଳାଉଥିବା ସିସିଟିଭିରେ କଏଦ ହୋଇଛି । ପାଟିତୁଣ୍ଡ ଶୁଣି ଜଣେ ମହିଳା ଘରୁ ବାହାରକୁ ଆସି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ବର୍ତ୍ତମାନ ଶେଷଗିରିଙ୍କୁ କାକିନାଡା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ଚାଲିଛି ।

ତେବେ ଏହି ଘଟଣା ନେଇ ପୋଲିସ୍‌ କହିଛି, ଅଭିଯୁକ୍ତ ଜଣକ ମୋଟର ସାଇକେଲରେ ଫେରାର ମାରିଛି । ଅଭିଯୁକ୍ତକୁ ଖୋଜୁଛି ପୋଲିସ୍‌ ।