• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

CISF( ସେଣ୍ଟ୍ରାଲ ଇଣ୍ତଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ) ରେ ଖାଲି ପଡ଼ିଛି ୭୮୭ ପଦବୀ । ଚୁକ୍ତିଭିତ୍ତିକ କନ୍‌ଷ୍ଟେବଳ/ଟ୍ରେଡ୍ସମ୍ୟାନ୍‌ ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି । ଆଶାୟୀ ପ୍ରାର୍ଥୀମାନେ ଏନେଇ ସିଆଇଏସ୍‌ଏଫ୍‌ର ଅଫିସିଆଲ୍‌ ୱେବସାଇଟ୍‌ www.cisfrectt.in ରେ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ନଭେମ୍ବର ୨୧ରୁ ପ୍ରାର୍ଥୀଙ୍କ ପାଇଁ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ: ୬୦ ହଜାର ଲୋକଙ୍କୁ ମିଳିବ ଚାକିରି ! ଦେଶର ଏହି ଠାରେ ତିଆରି ହେବ ସବୁଠାରୁ ବଡ଼ IPhone ନିର୍ମାଣ କାରଖାନା

ମୋଟ୍‌ ୭୮୭ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆବେଦନର ଶେଷ ତାରିଖ ହେଉଛି ଡିସେମ୍ବର ୨୦, ୨୦୨୨ । ତେବେ ଆସନ୍ତୁ ଜାଣିବା କେଉଁ ପୋଷ୍ଟ ପାଇଁ କେତେ ପଦବୀ ଖାଲି ପଡିଛି ।

CISF ନିଯୁକ୍ତି ୨୦୨୨: ଖାଲିଥିବା ପଦବୀର ବିବରଣୀ

କନ୍‌ଷ୍ଟେବଳ / ରୋଷେୟା : ୩୦୪ ପୋଷ୍ଟ

କନ୍‌ଷ୍ଟେବଳ / ମୋଚୀ : ୬ ଟି ପୋଷ୍ଟ

କନ୍‌ଷ୍ଟେବଳ / ଟେଲର୍ : ୨୭ ଟି ପୋଷ୍ଟ

କନ୍‌ଷ୍ଟେବଳ / ବାରିକ : ୧୦୨ ଟି ପୋଷ୍ଟ

କନ୍‌ଷ୍ଟେବଳ / ସଫେଇ କର୍ମଚାରୀ : ୧୧୮ ଟି ପୋଷ୍ଟ

କନ୍‌ଷ୍ଟେବଳ / ଝାଡ଼ୁଦାର : ୧୯୯ ପୋଷ୍ଟ

କନ୍‌ଷ୍ଟେବଳ / ଚିତ୍ରକାର: ୦୧ ପୋଷ୍ଟ

କନ୍‌ଷ୍ଟେବଳ / ରାଜମିସ୍ତ୍ରୀ: ୧୨ ଟି ପୋଷ୍ଟ

କନ୍‌ଷ୍ଟେବଳ / ପ୍ଲମ୍ବର : ୦୪ ଟି ପୋଷ୍ଟ

କନ୍‌ଷ୍ଟେବଳ / ମାଳି : ୦୩ ଟି ପୋଷ୍ଟ

କନ୍‌ଷ୍ଟେବଳ / ୱେଲଡର୍ : ୦୩ ଟି ପୋଷ୍ଟ

ଆବେଦନ କରିବା ପାଇଁ ବୟସ ସୀମା: ଆଶାୟୀ ପ୍ରାର୍ଥୀ ବସୟ ୦୧.୦୮.୨୦୨୨ ସୁଦ୍ଧା ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବ । ଅର୍ଥାତ ଆବେଦନକାରୀଙ୍କ ଜନ୍ମ ୦୨.୦୮.୧୯୯୯ରୁ ୦୧.୦୮.୨୦୦୪ ମଧ୍ୟରେ ହୋଇଥିବା ଦରକାର ।

ଏହି ପଦବୀ ପାଇଁ ଆବେଦନ ଲାଗି ପ୍ରାର୍ଥୀକୁ ୧୦୦ ଟଙ୍କାର ଚାଲାଣ କରିବାକୁ ପଡ଼ିବ । ମହିଳା, ଅନୁସୂଚିତ ଜାତି(SC/ST) ଓ ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ଆବେଦନ ଦେୟମୁକ୍ତ ରହିଛି ।