Advertisment

Manas Mangaraj Blamed: ବଢୁଛି ପାଣ୍ଡିଆନ୍ ବିପକ୍ଷବାଦୀ ଓ ସପକ୍ଷବାଦୀ ଫାଇଟ୍, ମାନସ ମଙ୍ଗରାଜଙ୍କୁ ଦାୟୀ କଲେ ଯୁବ ନେତା

ନବୀନ ବିଜେଡି ବନାମ ପାଣ୍ଡିଆନ ବିଜେଡି। ଅସଲ ବିଜେଡି କାହା ପାଖରେ? ରାଜ୍ୟସଭାରେ ୱକ୍ଫ ବିଲ୍ ବିବାଦକୁ ନେଇ ଦୁଇଫାଳ ଦଳ। କିନ୍ତୁ କାହିଁକି ଅସହାୟ ନବୀନ? କାର୍ଯ୍ୟାନୁଷ୍ଠାନରେ ବିଳମ୍ଭ କାହିଁକି? ଗତକାଲିଠୁ ଖୋଲାଖୋଲି ଆରମ୍ଭ ହୋଇଛି ପ୍ରୋ ପାଣ୍ଡିଆନ ଆଉ ଏଗେନଷ୍ଟ ପାଣ୍ଡିଆନ ଫାଇଟ୍। ସୋସିଆଲ ମିଡିଆ ଆଉ ଗଣମାଧ୍ୟମକୁ ଆସି ମତ ରଖୁଛନ୍ତି ଜଣକ ପରେ ଜଣେ ନେତା।ଶଙ୍ଖ ଭବନ ଆଉ ନବୀନ ନିବାସରେ ଆରମ୍ଭ ହୋଇଛି ଲବି।

author-image
Saroj Kumar Jena
undefined

pandian

ବିଲକୁ ନେଇ ଆରମ୍ଭ ବିବାଦ ଏବେ ବିଜେଡିକୁ ପାଣ୍ଡିଆନ ଆଉ ନବୀନ ବିଜେଡିରେ ବିଭକ୍ତ କରିଛି। କିଛି ନେତା ଖୋଲାଖୋଲି ଆଉ କିଛି ବ୍ୟାକରେ ରହି ଗେମ୍ ଗଡାଉଛନ୍ତି। ଗତକାଲି ଦେବାଶିଷଙ୍କ ବିରୋଧରେ ପାଣ୍ଡିଆନଙ୍କ ସମର୍ଥନରେ ସାଂସଦମାନେ ବାହାରିଥିବା ବେଳେ, ଦେବାଶିଷଙ୍କ ଉପରେ ଆକ୍ସନକୁ ବିରୋଧ କରି ଆଜି ପୁଣି ପାଣ୍ଡିଆନ ବିରୋଧୀ ତଥା ନବୀନ ବିଜେଡି ଗୋଷ୍ଠୀ ସାମ୍ନାକୁ ଆସିଛନ୍ତି। ଲାଗୁଛି, ପାଣ୍ଡିଆନ୍ ବିଜେଡି ଗୋଷ୍ଠୀର ପଲ୍ଲା ପୁଣିଥରେ ଯେପରି ଭାରି ନହେଉ, ଏହି ଗୋଷ୍ଠୀ ପଣ କରିଛି।

Advertisment

ନବୀନ ବିଜେଡି ବନାମ ପାଣ୍ଡିଆନ ବିଜେଡି। ଅସଲ ବିଜେଡି କାହା ପାଖରେ? ରାଜ୍ୟସଭାରେ ୱକ୍ଫ ବିଲ୍ ବିବାଦକୁ ନେଇ ଦୁଇଫାଳ ଦଳ। କିନ୍ତୁ କାହିଁକି ଅସହାୟ ନବୀନ? କାର୍ଯ୍ୟାନୁଷ୍ଠାନରେ ବିଳମ୍ଭ କାହିଁକି? ଗତକାଲିଠୁ ଖୋଲାଖୋଲି ଆରମ୍ଭ ହୋଇଛି ପ୍ରୋ ପାଣ୍ଡିଆନ ଆଉ ଏଗେନଷ୍ଟ ପାଣ୍ଡିଆନ ଫାଇଟ୍। ସୋସିଆଲ ମିଡିଆ ଆଉ ଗଣମାଧ୍ୟମକୁ ଆସି ମତ ରଖୁଛନ୍ତି ଜଣକ ପରେ ଜଣେ ନେତା।ଶଙ୍ଖ ଭବନ ଆଉ ନବୀନ ନିବାସରେ ଆରମ୍ଭ ହୋଇଛି ଲବି। ଗୋଟିଏ ଗୋଷ୍ଠୀ ସସ୍ମିତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନକୁ ବିରୋଧ କରି ପାଣ୍ଡିଆନଙ୍କୁ ସପକ୍ଷ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଦେବାଶିଷଙ୍କୁ ସମର୍ଥନ କରି ପାଣ୍ଡିଆନଙ୍କ ବିରୋଧରେ ବାହାରିଛନ୍ତି।

ଅଧିକ ପଢ଼ନ୍ତୁ: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ

ନଜର ପକାନ୍ତୁ ନବୀନ ବିଜେଡି ଆଉ ପାଣ୍ଡିଆନ ବିଜେଡି ନେତାଙ୍କ ଉପରେ। ନବୀନ ବିଜେଡିରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ଘଡେଇ, ପଦ୍ମନାଭ ବେହେରା, ବଦ୍ରି ପାତ୍ର, ପ୍ରଫୁଲ୍ଲ ସାମଲ, ପ୍ରଭାତ ତ୍ରିପାଠୀ, ମୁନା ଖାଁ ଙ୍କ ସହ ସମ୍ବିତ ରାଉତରାୟ ଏବଂ ଗ୍ରୁପ୍। ଅନ୍ୟପଟେ ପାଣ୍ଡିଆନଙ୍କ ବିଜେଡିରେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆ, ସୁବାସ ସିଂ, ଅତନୁ ସବ୍ୟସାଚୀ ଆଉ ପ୍ରତାପ ଜେନା। ଗତକାଲି ଦେବାଶିଷଙ୍କ ବିରୋଧରେ ୪ ସାଂସଦ ସାମ୍ନାକୁ ଆସିବା ପରେ, ଦେବାଶିଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତିକୁ ବି କଡ଼ା ବିରୋଧ କରିଥିଲେ ଗୋଟିଏ ଗୋଷ୍ଠୀ।

Advertisment

ଏପଟେ ମାନସ ମଙ୍ଗରାଜଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜୁ ଯୁବ ଜନତା ଦଳର ସମ୍ପାଦକ ନୀଳମାଧବ ମହାନ୍ତି। କହିଛନ୍ତି ସୁପ୍ରିମୋଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟସଭାରେ ୱକ୍ଫ ବିଲ୍ ସମର୍ଥନ ପଛରେ ଡିଲ୍ କରିଛନ୍ତି ମାନସ ମଙ୍ଗରାଜ। ମାନସ ଏବଂ ସସ୍ମିତଙ୍କୁ ଜୋରଦାର ବିରୋଧ କରିବ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ। ଭୋଟିଂ ପରଦିନ ଯୁବ ଜନତା ଦଳ ପକ୍ଷରୁ ସସ୍ମିତ ପାତ୍ରଙ୍କୁ କଲ କରି ପଚାରିଥିଲୁ। ସେ କହିଲେ ବିବେକ ଅନୁଯାୟୀ ଭୋଟ୍ ଦେବାକୁ ଆମକୁ ମାନସ ମଙ୍ଗରାଜ କହିଥିଲେ। ମାନସ ମଙ୍ଗରାଜ ବିଜେପିର ଦଲାଲ ସାଜିଛନ୍ତି। ଅନ୍ୟପଟେ ମାନସ ମଙ୍ଗରାଜ ଓଟିଭିକୁ ପ୍ରତିକ୍ରିୟାରେ ଜଣାଇଛନ୍ତି, ଏ ଅଭିଯୋଗ ନିରାଧାର। ସସ୍ମିତ ପାତ୍ରଙ୍କ ସହ ମୋର କୌଣସି ଆଲୋଚନା ହୋଇନାହିଁ। ନୀଳମାଧବ କିଏ ମୁଁ ଚିହ୍ନି ନାହିଁ।

୫ ଦିନ ଧରି ବିଜେଡିରେ ବିବାଦ ଘନଉଥିବା ଥିବା ବେଳେ ସସ୍ମିତ ପାତ୍ରଙ୍କ ନିରବତା ବି ବଡ଼ ପ୍ରଶ୍ନ ଛିଡା କରିଛି। ବିଦେଶ ଗସ୍ତ କଥା କହି ଦଳର ନେତା ଏହି ପ୍ରସଙ୍ଗକୁ ଏଡାଉଥିବା ଥିବା ବେଳେ କାହିଁକି ମୁହଁ ଖୋଲୁ ନାହାନ୍ତି ସସ୍ମିତ? ବିଦେଶ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୋସିଆଲ ମିଡିଆରେ ସସ୍ମିତ ରୀତିମତ ସେୟାର କରୁଥିବା ବେଳେ ୱକଫ୍ ପ୍ରସଙ୍ଗରେ ସେଠି ବି କିଛି ମତାମତ କାହିଁକି ରଖୁନାହାନ୍ତି। ସସ୍ମିତଙ୍କ ନିରବତା ଏକ ଅଘୋଷିତ ନିର୍ଦ୍ଦେଶନାମାର ଅନୁପାଳନ ବୋଲି ବି ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

VK Pandian
Advertisment
Advertisment