Advertisment

Trade War: ଟ୍ରେଡ୍ ୱାରରେ ଘାଇଲା ସାରା ବିଶ୍ବ, ସାମାନ୍ୟ ସୁଧୁରିଲା ଭାରତୀୟ ସେୟାର ମାର୍କେଟ୍

ବିଶ୍ବ ଅର୍ଥନୀତିରେ ଭୂକଂପ। ମୁକ୍ତ ବାଣିଜ୍ୟ ବା ଫ୍ରି ଟ୍ରେଡରେ ବ୍ଲକ୍ ଲଗାଇଛି ଟ୍ରଂପଙ୍କ ଟାରିଫ୍। ଫଳରେ ପ୍ରଭାବିତ ହୋଇଛି ବିଭିନ୍ନ ଦେଶର ଅର୍ଥନୀତି। ଖୋଦ୍ ଆମେରିକା ମାର୍କେଟ୍ ଖସିଛି। ବଡ଼ ବଡ଼ କମ୍ପାନୀଙ୍କ ସେୟାର ମୂଲ୍ୟ ହ୍ରାସ ପାଇଛି। ତେବେ ଗତକାଲିର କ୍ରାସ ପରେ ଆଜି ସୁଧୁରିଛି ଭାରତୀୟ ସେୟାର ବଜାର। ସେନସେକ୍ସ ଓ ନିଫ୍ଟିରେ ବୃଦ୍ଧି ଦେଖାଦେଇଛି। ତଥାପି ବିଶେଷଜ୍ଞ କହିଛନ୍ତି, ଟ୍ରେଡ୍ ୱାରର ପ୍ରଭାବ ସାରା ବିଶ୍ବର ଅର୍ଥନୀତି ଉପରେ ପଡ଼ିବ।

author-image
Saroj Kumar Jena
undefined

trump

ବିଶ୍ବ ଅର୍ଥନୀତିରେ ଭୂକଂପ। ମୁକ୍ତ ବାଣିଜ୍ୟ ବା ଫ୍ରି ଟ୍ରେଡରେ ବ୍ଲକ୍ ଲଗାଇଛି ଟ୍ରଂପଙ୍କ ଟାରିଫ୍। ଫଳରେ ପ୍ରଭାବିତ ହୋଇଛି ବିଭିନ୍ନ ଦେଶର ଅର୍ଥନୀତି। ଖୋଦ୍ ଆମେରିକା ମାର୍କେଟ୍ ଖସିଛି। ବଡ଼ ବଡ଼ କମ୍ପାନୀଙ୍କ ସେୟାର ମୂଲ୍ୟ ହ୍ରାସ ପାଇଛି। ତେବେ ଗତକାଲିର କ୍ରାସ ପରେ ଆଜି ସୁଧୁରିଛି ଭାରତୀୟ ସେୟାର ବଜାର। ସେନସେକ୍ସ ଓ ନିଫ୍ଟିରେ ବୃଦ୍ଧି ଦେଖାଦେଇଛି। ତଥାପି ବିଶେଷଜ୍ଞ କହିଛନ୍ତି, ଟ୍ରେଡ୍ ୱାରର ପ୍ରଭାବ ସାରା ବିଶ୍ବର ଅର୍ଥନୀତି ଉପରେ ପଡ଼ିବ।

Advertisment

ଟ୍ରମ୍ପଙ୍କ ଟାରିଫ ଝଟକାରେ ଗତକାଲି ଧରାଶାୟୀ ଭାରତୀୟ ସେୟାର ମାର୍କେଟରେ ଫେରିଲା ଉତ୍ସାହ। କାଲି ଥିଲା କଳା ସୋମବାର, ହେଲେ ଆଜି ସୁସ୍ଥ ମଙ୍ଗଳବାର। ସୁଧୁରିଲା ସେନସେକ୍ସ, ବଢିଲା ନିଫ୍ଟି। ଆଜି ସେନସେକ୍ସ ୧୦୮୫ ପଏଣ୍ଟ ଏବଂ ନିଫ୍ଟି ୩୫୩ ପଏଣ୍ଟ ସହ ଖୋଲିଥିଲା ମାର୍କେଟ୍। ପରେ ସେନସେକ୍ସ ୧୦୮୯ ପଏଣ୍ଟ ବଢି ୭୪ ହଜାର ୨୨୭ ଏବଂ ନିଫ୍ଟି ୩୭୪ ପଏଣ୍ଟ ବୃଦ୍ଧି ପାଇ ୨୨ ହଜାର ୫୩୫ରେ ବନ୍ଦ ହୋଇଛି। ଚୀନ୍, ଜାପାନ୍ ଏବଂ ଅଷ୍ଟ୍ରେଲିଆ ସେୟାର ମାର୍କେଟ୍ ରେ ବି ଦେଖାଦେଇଛି ପଜିଟିଭ୍ ରେଜଲ୍ଟ। ତେବେ ଆମେରିକା ମାର୍କେଟ ଖୋଲୁ ଖୋଲୁ ଖସିଥିଲା ୩୪୯ ପଏଣ୍ଟ। ନାଇକି, ଆପଲ୍, ଇଣ୍ଟେଲ୍ ଭଳି ବଡ଼ ବଡ଼ କଂପାନିମାନଙ୍କର ସେୟାର ମୂଲ୍ୟ ପ୍ରାୟ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ: ହ୍ବାଇଟ୍ ହାଉସରେ ହାଇଡ୍ରାମା; ଟ୍ରମ୍ପ୍ କହିଲେ...

ଏବେ ଆସନ୍ତୁ ଜାଣିବା ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ଦେଖାଦେଇଥିବା ଟ୍ରେଡ୍ ୱାରରେ କେତେ ପ୍ରଭାବିତ ହେବ ଭାରତୀୟ ବଜାର ? ବଡ଼ କ୍ଷ ତି ହେବ ନା ଲାଭ ମିଳିବ? ଅର୍ଥନୀତିରେ ଭୂକମ୍ପ ସଦୃଶ ଏହି ଟାରିଫ୍ ବୃଦ୍ଧି ପରେ କମିବ ଡିମାଣ୍ଡ। ଫଳରେ ଉତ୍ପାଦନ କମିବ। ଯାହାର ସିଧାସଳଖ ପ୍ରଭାବ ନିଯୁକ୍ତି ଉପରେ ପଡିବ। ବଢିପାରେ ବେରୋଜଗାରୀ। ତେବେ ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତି ଭାରତ ପାଇଁ ପଜିଟିଭ୍ ରେଜଲ୍ଟ ବି ଆଣିପାରେ। ଯେମିତି, ଭାରତରୁ ଯାଉଥିବା ସାମଗ୍ରୀ ଉପରେ ୨୬ ପ୍ରତିଶତ ଟାରିଫ ଲାଗିଥିବା ବେଳେ ଚୀନରୁ ଯାଉଥିବା ସେହି ସାମଗ୍ରୀ ଉପରେ ଲାଗିଛି ୩୪ ପ୍ରତିଶତ ଟାରିଫ୍। ସ୍ବାଭାବିକ ଭାବେ କମ୍ ଟାରିଫ ଦୃଷ୍ଟିରୁ ଭାରତୀୟ ସାମଗ୍ରୀର ଡିମାଣ୍ଡ ବଢିବ ଏବଂ ଭାରତରେ ସେହି ସାମଗ୍ରୀ ଅଧିକ ପରିମାଣରେ ଉତ୍ପାଦନ ହେବ। ସେହିପରି ଅଧିକ ଟାରିଫ ଲାଗିଥିବା ବାଂଲାଦେଶ ତୁଳନାରେ ଭାରତରୁ ଅଧିକ ପରିମାଣର ଟେକ୍ସଟାଇଲ୍ ରପ୍ତାନୀ ହେବ। ଯାହା ଦୀର୍ଘକାଳୀନ ଭିତ୍ତିରେ ଭାରତକୁ ଫାଇଦା ଦେବ ବୋଲି ଆଶା କରାଯାଉଛି।

Advertisment

ସେପଟେ ଘନଉଛି ଆମେରିକା-ଚୀନ୍ ଟାରିଫ୍ ୱାର୍। ଚୀନ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଧମକ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଚୀନ୍ ପ୍ରତିଶୋଧମୂଳକ ୩୪ ପ୍ରତିଶତ ଟାରିଫ୍ ବୃଦ୍ଧି ନିଷ୍ପତ୍ତିରୁ ନଓହରିଲେ ଆସନ୍ତାକାଲିଠୁ ଲାଗିବ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍। ଏଥିସହିତ ଚୀନ୍ ସହ ଆମେରିକାର ସମସ୍ତ ବୈଠକ ବାତିଲ କରାଯିବ। ଏହାର ଜବାବରେ ଚୀନ୍ ସ୍ପଷ୍ଟ କରିଛି ଯେ, ଆମେରିକାକୁ ସମ୍ମାନ ଏବଂ ସମାନତା ନୀତି ଆପଣାଇବାକୁ ପଡିବ। ବିଶେଷଜ୍ଞ କିନ୍ତୁ ଆଶଙ୍କା କରିଛନ୍ତି, ବିଶ୍ବ ବଜାରରେ ନମ୍ବର ୱାନ୍ ଏବଂ ଟୁ ମଧ୍ୟରେ ଅର୍ଥନୀତିର ଏହି ଯୁଦ୍ଧରେ ସାରା ବିଶ୍ବ ପ୍ରଭାବିତ ହେବ।

ଅଧିକ ପଢ଼ନ୍ତୁ: ୟେମେନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ୩୧ ହାଉଥି ଆତଙ୍କୀ ନିପାତ

Share Market Donald Trump Trade War
Advertisment
Advertisment