/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711716475.jpg)
unemployment in india
ଭାରତରେ ବେକାରୀ ଚିତ୍ର ଅତ୍ୟନ୍ତ ଚିନ୍ତାଜନକ। ସବୁଠାରୁ ବଡ଼ କଥା ହେଉଛି ମୋଟ ବେକାରି ସଂଖ୍ୟାରେ ସବୁଠୁ ଅଧିକ ହେଉଛନ୍ତି ଯୁବପିଢ଼ି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ILO)ର ରିପୋର୍ଟ ଏହା ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ, ଉଚ୍ଚଶିକ୍ଷିତ ଯୁବକମାନେ ବେରୋଜଗାର ହେବାର ସମ୍ଭାବନା ଅଧିକ ରହିଛି । ILOର ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ସ୍ନାତକୋତ୍ତରମାନଙ୍କ ପାଇଁ ବେକାରୀ ହାର ୨୯.୧ ପ୍ରତିଶତ ଥିଲା। ଯାହାକି ଯେଉଁମାନେ ପଢ଼ି କିମ୍ବା ଲେଖିପାରିବେ ନାହିଁ ସେହି ଲୋକମାନଙ୍କଠାରୁ ପ୍ରାୟ ନଅ ଗୁଣ ଅଧିକ। ସେହିପରି ମାଧ୍ୟମିକ କିମ୍ବା ଉଚ୍ଚଶିକ୍ଷା ପ୍ରାପ୍ତ ଯୁବକମାନଙ୍କ ପାଇଁ ବେକାରୀ ହାର ୧୮.୪ % ଥିଲା, ଯାହା ପାଠ ପଢ଼ିନଥିବା ଯୁବକମାନଙ୍କଠୁ ଛଅ ଗୁଣ ଅଧିକ ।
ଆଇଏଲ୍ଓ କହିଛି ଯେ ଭାରତରେ ବେକାରି ମୁଖ୍ୟତଃ ମାଧ୍ୟମିକ ଶିକ୍ଷା କିମ୍ବା ତା’ଠୁ ଅଧିକ ଶିକ୍ଷା ପ୍ରାପ୍ତ ଯୁବକଙ୍କ ପାଇଁ ଏକ ବଡ଼ ସମସ୍ୟା। ଯାହା କି ସମୟକ୍ରମେ ବୃଦ୍ଧି ପାଇବାରେ ଲାଗିଛି । ଆଇଏଲ୍ଓ ଆହୁରି କହିଛି ଯେ ‘ଭାରତରେ ଯୁବ ବେକାରୀ ହାର ବର୍ତ୍ତମାନ ବିଶ୍ୱ ସ୍ତରଠାରୁ ଅଧିକ’।
ସେହିପରି ୧୫-୨୯ ବର୍ଷ ବୟସରେ ବେକାରୀ ହାର ୨୦୦୦ ମସିହାରେ ୮୮.୬ ପ୍ରତିଶତ ଥିବାବେଳେ ୨୦୨୨ ବେଳକୁ ଏହା ହ୍ରାସ ପାଇ ୮୨.୯ ପ୍ରତିଶତ ହୋଇଛି। କେବଳ ସେତିକି ନୁହେଁ ବେକାରୀଙ୍କ ମଧ୍ୟରେ ଶିକ୍ଷିତ ଯୁବବର୍ଗଙ୍କ ସଂଖ୍ୟା ୫୪.୨ ପ୍ରତିଶତରୁ ବୃଦ୍ଧି ପାଇ ୬୫.୭ ପ୍ରତିଶତରେ ପହଞ୍ଚିଛି ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି ।
ସେହିପରି ଶିକ୍ଷିତ ବେକାର ଯୁବକମାନଙ୍କ ମଧ୍ୟରେ ମହିଳାଙ୍କ ଅଂଶ ୭୬.୭ ପ୍ରତିଶତ ଥିବାବେଳେ ପୁରୁଷଙ୍କ ଅଂଶ ୬୨.୨% ଅଟେ। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରୀ ମଧ୍ୟ ଅଧିକ। ଆଇଏଲ୍ଏ କହିଛି ଯେ ଭାରତରେ ମହିଳା ଶ୍ରମିକଙ୍କ ଅଂଶଗ୍ରହଣ ହାର ବିଶ୍ୱରେ ସର୍ବନିମ୍ନ ୨୫% ଅଟେ । ଭାରତରେ ବେକାରୀ ସମସ୍ୟା ବିଶେଷ ଭାବରେ ସହରାଞ୍ଚଳରେ ଥିବା ଶିକ୍ଷିତ ଯୁବପିଢ଼ିମାନଙ୍କ ମଧ୍ୟରେ ଅଧିକ କେନ୍ଦ୍ରୀଭୂତ ହୋଇଛି ବୋଲି ଏହି ରିପୋର୍ଟ ଦର୍ଶାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)