• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୃଷ୍ଣଙ୍କ କୁନି ଭକ୍ତ । ତୁଣ୍ଡରେ ଅନର୍ଗଳ ଶ୍ଲୋକ… କଣ୍ଠରେ କେବଳ ହରେ କୃଷ୍ଣ । ଯେଉଁ ବୟସରେ ପିଲାମାନେ ଖେଳକୁଦ ଏବଂ ମୋବାଇଲରେ ବ୍ୟସ୍ତ ରହୁଛନ୍ତି । ସେହି ଛୋଟ ବୟସରେ ଆଧ୍ୟାତ୍ମିକ ବର୍ଷାରେ ଭିଜୁଛନ୍ତି ଜଣେ ଚମତ୍କାରୀ ବାଳକ । 

ଭାଗବତ ଦାସ ବ୍ରହ୍ମଚାରୀ । ବୟସ ବେଶି ନୁହେଁ, ଏଇ ମାତ୍ର ୪ ବର୍ଷ । ହେଲେ ଏବେ ସବୁଠି ସେ ପରିଚିତ । ଏକ ଘରୋଇ ଟଭି ଚ୍ୟାନେଲର ରିଆଲିଟି ସୋ’ରୁ ଦର୍ଶକଙ୍କ ନଜରକୁ ଆସିଥିବା ଭାଗବତ ଏବେ ସବୁଠି ଚର୍ଚ୍ଚାରେ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା । 

ଭାଗବତ ଏତେ ଛୋଟ ବୟସରୁ ଗୀତା ପ୍ରତି ଆକୃଷ୍ଠ ହେଲେ କେମିତି ? କେମିତି କୃଷ୍ଣଙ୍କ ପ୍ରତି ଆସିଲା ତାଙ୍କର ଅଗାଢ଼ ଭକ୍ତି ? ତାଙ୍କ ପିତାମାତା କ’ଣ କରନ୍ତି ? ତାଙ୍କ ପରିବାରରେ ରହିଛନ୍ତି କେତେ ଜଣ ସଦସ୍ୟ ? ଭାଗବତ କ’ଣ ପାଠ ପଢ଼ନ୍ତି ? ଏମିତି ଅନେକ ଅଜଣା ତାଙ୍କ ବିଷୟରେ ଜାଣିବାକୁ ଆଜିର ଯୁବପିଢ଼ି ଇଣ୍ଟରନେଟରେ ସର୍ଚ୍ଚ କରୁଛନ୍ତି ।  ତେବେ ଜାଣିନିଅନ୍ତୁ…

ହିମାଚଳ ପ୍ରଦେଶ ବିଲାସପୁରର ଘୁମାରୱିନ୍ ସହରରରେ ଶ୍ରୀକୃଷ୍ଣଙ୍କ କୁନି ଭକ୍ତ ଭାଗବତ ଦାସଙ୍କ ଜନ୍ମ । ହେଲେ ସେ ତାଙ୍କ ପରିବାର ସହ ଗୋବର୍ଦ୍ଧନରେ ରହୁଛନ୍ତି । ଭାଗବତ ହେଉଛନ୍ତି ଦୁଇ ଭାଇ । ତାଙ୍କୁ ବର୍ତ୍ତମାନ ୪ ବର୍ଷ ହୋଇଥିବାବେଳେ ତାଙ୍କ ସାନ ଭାଇଙ୍କୁ ମାତ୍ର ୨ ବର୍ଷ । ସେ ମଧ୍ୟ ମାତ୍ର ୨ ବର୍ଷ ବୟସରେ କୃଷ୍ଣଙ୍କ ଭକ୍ତିରେ ଲିପ୍ତ ରହିଛନ୍ତି । 

ଭାଗବତଙ୍କ ମା’ଙ୍କ ନାଁ ପାରୁଲ । ଆଇ ତାଙ୍କ ବାପାଙ୍କ ନାଁ ଶ୍ରୀଆଦି । ଶ୍ରୀଆଦି ହେଉଛନ୍ତି ବୃନ୍ଦାବନର ଗୋବର୍ଦ୍ଧନର ବାସିନ୍ଦା । ସୂଚନା ଅନୁସାରେ ଭାଗବତଙ୍କ ମା’ ବିଟେକ୍ କରିଛନ୍ତି । ଆଉ ଭାଗବତଙ୍କ ବାପା ଏମ୍-ଟେକ୍ କରି ମଲ୍ଟି ନ୍ୟାସନାଲ କମ୍ପାନୀରେ କୋଟିଏ ଟଙ୍କାର ପ୍ୟାକେଜ୍ ଚାକିରି ଛାଡ଼ି ଭାଗବତ ଗୀତାର ପ୍ରଚାରପ୍ରସାର କରୁଛନ୍ତି । ଭାଗବତଙ୍କ ବାପା-ମା’ ଏବଂ ଜେଜେବାପା ସମସ୍ତେ ଗୋବର୍ଦ୍ଧନରେ ରୁହନ୍ତି । ସେମାନେ ସମସ୍ତେ ସେମାନଙ୍କ ଜୀବନକୁ ଭଗବାନ କୃଷ୍ଣଙ୍କ ଆରାଧନା ପାଇଁ ସମର୍ପିତ କରିଛନ୍ତି ।

ଖାଲି ସେତିକି ନୁହେଁ, ଭାଗବତଙ୍କ ଏପରି ଆଧ୍ୟାତ୍ମିକତା ପଛରେ ରହିଛି ଏକ ବଡ଼ କାରଣ । ମହାଭାରତର ସେହି ଶୁଭଦ୍ରା ଓ ଅଭିମନ୍ୟୁଙ୍କ କାହାଣୀ ପରି ଭାଗବତଙ୍କ ଜନ୍ମ ପଛରେ ସମାନ ଘଟଣା ରହିଥିବା କୁହାଯାଉଛି । ଭାଗବତ ଯେତେବେଳେ ମାତୃଗର୍ଭରେ ଥିଲେ ସେହି ସମୟରେ ତାଙ୍କ ମା’ଙ୍କ ଠାରୁ ଭାଗବତର ୧୮ ହଜାର ଶ୍ଳୋକ ଶୁଣିଥିଲେ । ଯାହାଦ୍ୱାରା ଭାଗବତ ଗୀତାକୁ ନେଇ ସମସ୍ତ କଥା ଭାଗବତ କହୁଥିବା କୁହାଯାଉଛି । ଏତିକି ନୁହେଁ ଭାଗବତ ଜୟପୁରର ବିଦ୍ୟାନଗର ଗୁରୁକୁଳରେ ଶିକ୍ଷା ଗ୍ରହଣ କରୁଛନ୍ତି । ସେ ସମ୍ପୂର୍ଣ୍ଣ ଶାକାହାରୀ ହୋଇଥିବାବେଳେ ଅଦା ଓ ରସୁଣ ମଧ୍ୟ ଭକ୍ଷଣ କରନ୍ତି ନାହିଁ । 

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଭାଗବତଙ୍କ ଲକ୍ଷ ଲକ୍ଷ ଅନୁଗାମୀ ରହିଛନ୍ତି । ତାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ପ୍ରସ୍ତୁତ କରାଯାଉଛି । ଯାହାର ନାଁ ‘ପ୍ରଭୁ କୃଷ୍ଣଙ୍କ ଟିନି ଲଭର୍’ ରଖାଯାଇଛି । ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ବିନୁ ରାଜପୁତ ଏହି ଫିଲ୍ମ ନିର୍ମାଣ କରୁଛନ୍ତି ।